spot_img
Home Blog Page 6885

ଫ୍ୟାନ କହିଲେ ‘ପରବର୍ତ୍ତୀ ଅମିତାଭ ବଚ୍ଚନ’… ସୋନୁଙ୍କ ଜବାବ ଜିତିଲା ହୃଦୟ

ମୁମ୍ବାଇ: ଚଳଚ୍ଚିତ୍ରରେ ଅଧିକାଂଶ ଖଳନାୟକର ଭୂମିକାରେ ଅଭିନୟ କରୁଥିବା ବଲିଉଡ ଅଭିନେତା ସୋନୁ ସୁଦ ଆଜିକାଲି ଲୋକଙ୍କ ହୃଦୟରେ ଶାସନ କରୁଛନ୍ତି । ରିଲ୍ ଲାଇଫ୍ ଭିଲେନ୍ ବର୍ତ୍ତମାନ ବାସ୍ତବ ଜୀବନର ହିରୋ । ଟ୍ୱିଟରରେ ତାଙ୍କ ପ୍ରଶଂସକମାନେ ବର୍ତ୍ତମାନ ତାଙ୍କ ପ୍ରଶଂସାର ପୋଲ ବାନ୍ଧୁଛନ୍ତି । ଜଣାଇ ରଖୁଛୁ ଯେ, ନିକଟରେ ସେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାରଙ୍କ ଅନୁମତି ପାଇବା ପରେ ସେ କୋଭିଡ -୧୯ ମହାମାରୀ ମଧ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍ ବ୍ୟବସ୍ଥା କରିଥିଲେ ଏବଂ ସେମାନଙ୍କୁ ନିଜ ଘରକୁ ପଠାଇବାରେ ଲାଗିଲେ । ଆଜ୍ଞା  ହୁଁ… କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ସକ୍ରିୟ ସୋନୁ ଲୋକଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ତାରକା ତାଙ୍କ ପଦକ୍ଷେପକୁ ପ୍ରଶଂସା କରୁଛନ୍ତି । ପ୍ରଶଂସକମାନେ ଟ୍ୱିଟରରେ ସୋନୁଙ୍କୁ ଧନ୍ୟବାଦ ମଧ୍ୟ ଜଣାଉଛନ୍ତି । ନିକଟରେ ଜଣେ ପ୍ରଶଂସକ ସୋନୁ ସୁଦଙ୍କୁ ଅମିତାଭ ବଚ୍ଚନଙ୍କ ସହ ତୁଳନା କରିଛନ୍ତି, କିନ୍ତୁ ସୋନୁ ଆପଣଙ୍କ ହୃଦୟ ଜିତିଯିବା ଭଳି ଉତ୍ତର ଦେଇଥିଲେ ।

ବାସ୍ତବରେ, ସୋନି ସୁଦଙ୍କର ଜଣେ ପ୍ରଶଂସକ ଟ୍ୱିଟରରେ ଲେଖିଛନ୍ତି – ‘ଯେତେବେଳେ ସବୁକିଛି ଠିକ ହୋଇଯିବ, ଏହା ପରେ ଆପଣଙ୍କୁ ପ୍ରତ୍ୟେକ ରବିବାର ଶୁଟ୍ ରୁ ଛୁଟି ନେବାକୁ ପଡିବ । ଲୋକମାନେ ଆପଣଙ୍କୁ ଦେଖା କରିବା ପାଇଁ ଆସିବେ, ଯେଉଁମାନେ ବୁଲିବା ପାଇଁ ଆସିଥିବେ ସେମାନେ ଆପଣଙ୍କ ଘରର ଠିକଣା ନିଶ୍ଟୟ ଖୋଜିବେ ।’ ସୋନୁ ସୁଦଙ୍କୁ ପରବର୍ତ୍ତୀ ଅମିତାଭ ବଚ୍ଚନ ବୋଲି ପ୍ରଶଂସକ ଜଣଙ୍କ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ବାସ୍ତବରେ ରବିବାର ଦିନ ଅମିତାଭ ବଚ୍ଚନ ତାଙ୍କ ଘର ‘ଜଲସା’ ବାହାରେ ପ୍ରଶଂସକଙ୍କୁ ଦେଖା କରନ୍ତି । ସେଥିପାଇଁ ପ୍ରଶଂସକ ତାଙ୍କୁ ପରବର୍ତ୍ତୀ ଅମିତାଭ ବଚ୍ଚନ ବୋଲି କହିଥିଲେ।

https://twitter.com/sandeepashwin/status/1265483664848281602

ପ୍ରଶଂସକଙ୍କ ଏହି ଟୁଇଟର ଜବାବରେ ସୋନୁ ଲେଖିଛନ୍ତି ଯେ, ସେ ମୋ ଘରକୁ କାହିଁକି ଆସିବେ, ବନ୍ଧୁ, ମୁଁ ସେ ସମସ୍ତଙ୍କ ପାଖକୁ ଯିବି। ମୋ ଭାଇମାନଙ୍କ ଉପରେ ବହୁତ ଆଳୁ ପାରଟା, ପାନ ଏବଂ ଚା’ ବାକ ଅଛି । ଟ୍ୱିଟରରେ ସୋନୁ ଦେଇଥିବା ଏହି ଉତ୍ତରକୁ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି ।

ଜଣାଇ ରଖୁଛୁ ଯେ, ଏହି କଠିନ ସମୟରେ ସୋନୁଙ୍କର ଏହି ସାହାଯ୍ୟ ମନୋଭାବକୁ ବିଭିନ୍ନ ମହଲରେ ଖୁବ ପ୍ରଶଂସା କରାଯାଉଛି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟରୀ ମଧ୍ୟ ଏହି କାର୍ଯ୍ୟ ପାଇଁ ଅଭିନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ନିକଟରେ ସେ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଟ୍ୱିଟର ଆକାଉଣ୍ଟରେ ଏକ ହେଲ୍ପଲାଇନ ନମ୍ବର ପ୍ରକାଶ କରିଛନ୍ତି। ଏହା ସେୟାର କରି ସେ ଲେଖିଛନ୍ତି ଯେ, ‘ହେଲୋ ! ମୁଁ ତୁମ ସାଙ୍ଗ ସୋନୁ ସୁଦ କହୁଛି । ମୋର ପ୍ରିୟ ଶ୍ରମିକ ଭାଇ ଓ ଭଉଣୀମାନେ, ଯଦି ଆପଣ ମୁମ୍ବାଇରେ ଅଛନ୍ତି ଏବଂ ଆପଣଙ୍କ ଘରକୁ ଯିବାକୁ ଚାହୁଁଛନ୍ତି, ଦୟାକରି ଏହି ନମ୍ବରରେ କଲ କରନ୍ତୁ – ୧୮୦୦୧୨୧୩୭୧୧ କିମ୍ବା ହ୍ୱାଟସ ଆପ୍ ରେ ଆପଣଙ୍କର ଠିକଣା ଦିଆନ୍ତୁ, ମୋବାଇଲ ନମ୍ବର ହେଉଛି ୯୩୨୧୪୭୨୧୧୮  ।

ସୋନୁ ଆହୁରି ଲେଖିଛନ୍ତି ଯେ, ‘ ଆପଣ କେତେ ଲୋକ ଅଛନ୍ତି ଏବଂ ଆପଣ ବର୍ତ୍ତମାନ କେଉଁଠାରେ ଅଛନ୍ତି ଏବଂ କେଉଁଠାକୁ ଯିବାକୁ ଚାହୁଛନ୍ତି ତାହାର ମଧ୍ୟ ସୂଚନା ଦିଅନ୍ତୁ । ମୁଁ ଏବଂ ମୋର ଟିମ୍ ଯଥା ସମ୍ଭବ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛୁ ।  ଆମ ଟିମ୍ ଖୁବଶୀଘ୍ର ଆପଣଙ୍କ ସହିତ ଯୋଗାଯୋଗ କରିବ । ଲୋକମାନେ ସୋସିଆଲ ମିଡିଆରେ ଯାହା ସାହାଯ୍ୟ ମାଗୁଛନ୍ତି, ସୋନୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି ।

 

ଭଲ ଖାଇବାକୁ ନମିଳିବାରୁ କ୍ୱାରେଣ୍ଟାଇନରୁ ଫେରାର ହେଲେ ପରିବାର !

ଗଜପତି: କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚମ୍ପଟ ମାରିଲେ ୪ ପ୍ରବାସୀ ଶ୍ରମିକ । ଏହି ପ୍ରବାସୀ ଶ୍ରମିକ ସମସ୍ତେ ଗୋଟିଏ ପରିବାରର । ୧୪୪ ଧାରା ଜାରି ଥିବା ସତ୍ତ୍ୱେ ପାଚେରି ପଟେ ଖସି ପଳାଇଲେ  ପ୍ରବାସୀ ଶ୍ରମିକଙ୍କ ପରିବାର । କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ପରେ ସମାଧାନ ନହେବାରୁ କେନ୍ଦ୍ର ଛାଡି ପଳାଥିବା ଅଭିଯୋଗ । କ୍ୱାରାଣ୍ଟାଇନ କେନ୍ଦ୍ରରେ ଖାଦ୍ୟ ଓ ପାନିୟ ଜଳର ସଠିକ୍ ବ୍ୟବସ୍ଥା ନଥିବା ଯୋଗୁଁ ଦୁଇଜଣ ଶିଶୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ତେଣୁ ସେମାନେ ଶିଶୁଙ୍କ ଚିକିତ୍ସାପାଇଁ ଅନୁରୋଧ କରିଥିଲେ କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ସହାୟତା ନମିଳିବାରୁ ବାଧ୍ୟ ହୋଇ କ୍ୱାରାଣ୍ଟାଇନ କେନ୍ଦ୍ର ଛାଡିଥିବା ଅଭିଯୋଗ କରାଯାଇଛି ।

ଖବର ପାଇ ଘଟଣା ସ୍ଥଳରେ କାଶୀନଗର ପୋଲିସ ପହଞ୍ଚି ବହୁ ଖୋଜାଖୋଜି କରିଥିଲା । ଏବଂ ବିଳମ୍ବିତ ରାତିରେ ପ୍ରବାସୀଙ୍କ ଗାଁ ଭୁପତି ଲକ୍ଷ୍ମୀପୁରରୁ ଠାବ କରିଥିଲା ପୋଲିସ, ଅନ୍ୟ ପକ୍ଷରେ ବାରମ୍ବାର ବହୁ କ୍ୱାରାଣ୍ଟାଇନ କେନ୍ଦ୍ରରୁ ସମସ୍ୟା ସମ୍ପର୍କରେ ଅଭିଯୋଗ ଆସୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି ।

ଖବର ପାଇବା ପରେ ପ୍ରଶାସନ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଠାରୁ ରିପୋର୍ଟ ଆସିବା ପରେ ତଥ୍ୟ ଆଧାରରେ  ସମସ୍ୟାର ତୁରନ୍ତ ସମାଧାନ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ପ୍ରବାସୀଙ୍କ ସନ୍ଦେହ ଜନକ ମୃତ୍ୟୁ !

ବେତନଟୀ: ଦେଶରେ କରୋନାର କାୟା ବିସ୍ତାର ହେଉଥିବା ବେଳେ ବିଭିନ୍ନ ଖରାପ ପରିସ୍ଥିତ ଦେଇ ଗତି କରୁଛି ଦେଶ । ସେହି ଭଳି ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି । ଲକଡାଉନ ପାଇଁ ସବୁ କାର୍ଯ୍ୟ ଠପ୍ ହୋଇଯାଇଛି ଏଭଳି ପରିସ୍ଥିତିରେ ଘର ମୁହାଁ ହେଉଛନ୍ତି ପ୍ରବାସୀ । ତାପରେ ସୁରକ୍ଷା ପାଇଁ କ୍ୱାରେଣ୍ଟାଇନ ସେଣ୍ଟରରେ ମଧ୍ୟ ସେମାନଙ୍କୁ ରଖାଯାଉଛି  । କିଏ ସେଠାରୁ ଠିକ୍ ହୋଇ ଘରକୁ ଫେରୁଛି ତ କିଏ ସେଠାରେ ହିଁ ମୃତ୍ୟୁ ବରଣ କରୁଛି । କିନ୍ତୁ କିଛି ଏମିତି ବି ବ୍ୟକ୍ତି ଅଛନ୍ତି ଯେଉଁମାନେ କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରି ମୃତ୍ୟୁ ବରଣ କରୁଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭାଲୁବସା ତାରାଶୋଳ ଅଞ୍ଚଳରେ ।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭାଲୁବସା ତାରାଶୋଳ ଅଞ୍ଚଳରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ପ୍ରବାସୀ ଓଡିଆଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ପରେଶ ଚନ୍ଦ୍ର ମହାନ୍ତ, ସେ ନିକଟରେ ଗୁଜରାଟରୁ ଫେରିଥିଲେ । ପ୍ରଥମେ ବେତନଟୀରେ ଥିବା ସଂଗରୋଧ କେନ୍ଦ୍ରରେ ଥିଲେ । ଏହାପରେ ଘରେ ୩ ଦିନ ରହିବା ପରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପତ୍ନୀ ବେତନଟୀ ଥାନାରେ ଅଭିଯୋଗ କରିଛନ୍ତି । ମୃତଦେହକୁ କେହି ଛୁଇଁନଥିବାରୁ ଏହା ଘର ବାହାରେ ପଡିରହିଛି ।

https://youtu.be/9hA8drtyMWU

ଲକଡାଉନ୍: ୧୦ ଜଣ ଶ୍ରମିକଙ୍କୁ ଫ୍ଲାଇଟ୍ ଟିକେଟ୍ କରି ଘରକୁ ପଠାଇଲେ ଛତୁ ଚାଷୀ

ନୂଆଦିଲ୍ଲୀ: ଲକଡାଉନରେ ଫସିଥିବା ଶ୍ରମିକଙ୍କୁ ସାହାଯ୍ୟ କଲେ ଛତୁଚାଷୀ । ୨ ମାସ ପରେ ବିମାନ ଉଡ଼ାଣ ଆରମ୍ଭ ହେବା ପରେ ଛତୁ ଚାଷୀ ଜଣଙ୍କ ଶ୍ରମିକମାନଙ୍କୁ ବିମାନରେ ଦିଲ୍ଲୀରୁ ବିହାର ପଠାଇଛନ୍ତି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଘରକୁ ଫେରିଥିବା ଶ୍ରମିକ ।

ଶ୍ରମିକମାନେ ଲକଡାଉନ ପରେ ଦିଲ୍ଲୀ ସମସ୍ତିପୁରରୁ ପାଟଣା ଆସିବାକୁ ଚାହୁଁଥିଲେ । ବସ୍, ଟ୍ରେନ୍ ଚାଲୁନଥିବାରୁ ସେମାନେ ଘରକୁ ଚାଲିଚାଲି କିମ୍ବା ସାଇକେଲରେ ଫେରିଥାନ୍ତି । କିନ୍ତୁ, ତାହା ସମ୍ଭବ ହୋଇନଥିଲା । ଏପରିକି କେବେ ବିମାନରେ ଉଡ଼ିବେ ବୋଲି ଭାବି ନଥିଲେ ବୋଲି ଶ୍ରମିକମାନେ କହିଛନ୍ତି ।

ସେମାନେ ଛତୁଚାଷୀ ପପ୍ପନ ସିଂଙ୍କୁ ଧନ୍ୟବାଦ ଦେଇଛନ୍ତି । ୫୦ ବର୍ଷୀୟ ଛତୁ ଚାଷୀ ପପ୍ପନ, ଶ୍ରମିକଙ୍କ ପାଇଁ ୬୮ ହଜାର ଟଙ୍କାର ବିମାନ ଟିକେଟ୍ କିଣିବା ସହ ସମସ୍ତଙ୍କୁ ୩ ହଜାର ଟଙ୍କା ଲେଖାଏଁ ଦେଇଥିଲେ । ନିଜ ଗାଡ଼ିରେ ଆଣି ଦିଲ୍ଲୀ ବିମାନବନ୍ଦରରେ ମଧ୍ୟ ଛାଡ଼ିଥିଲେ ।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

ଜୟଲଳିତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହେଲେ କିଏ ? ଜାଣନ୍ତୁ କଣ କହିଲେ ମାଡ୍ରାସ୍ ହାଇକୋର୍ଟ

ତାମିଲନାଡୁ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ସମ୍ପତ୍ତି ମାମଲାରେ ବୁଧବାର ଆସିଛି ମାଡ୍ରାସ ହାଇକୋର୍ଟଙ୍କ ରାୟ ।  ହାଇକୋର୍ଟ ଜୟଲଳିତାଙ୍କ ଝିଆରୀ ଦୀପା ଜୟକୁମାର ଏବଂ ପୁତୁରା ଦୀପକ ଜୟକୁମାରଙ୍କୁ ତାଙ୍କର ଆଇନଗତ ଉତ୍ତରାଧିକାରୀ ଭାବରେ ଘୋଷଣା କରିଛନ୍ତି । ଏହି ଆଦେଶ ସହିତ, ବର୍ତ୍ତମାନ ଜୟଲଳିତାଙ୍କ ଝିଆରୀ ଏବଂ ପୁତୁରା ତାଙ୍କ ସମ୍ପତ୍ତି ପାଇବାକୁ ହକଦାର ହେବେ ।

ଏହି ଆଦେଶରେ ହାଇକୋର୍ଟ କହିଛନ୍ତି ଯେ, ହିନ୍ଦୁ ଉତ୍ତରାଧିକାର ଅଧିନିୟମର ଧାରା-୨ର ଏଣ୍ଟ୍ରି ଚତୁର୍ଥ ଅଧୀନରେ ଦୀପକ ଏବଂ ଦୀପା ଦ୍ୱିତୀୟ ଶ୍ରେଣୀର ଉତ୍ତରାଧିକାରୀ ଅଟନ୍ତି କାରଣ ସେମାନେ ସ୍ୱର୍ଗତ ଜେ. ଜୟଲଳିତାଙ୍କ ସ୍ୱର୍ଗତ ଭାଇ ଜୟକୁମାରଙ୍କ ସନ୍ତାନ ଅଟନ୍ତି। ଏଥିସହିତ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପୋଇସ୍ ଗାର୍ଡେନ୍ ରେ ଅବସ୍ଥିତ ‘ବେଦ ନୀଲାୟମ୍’ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ହୋଇପାରିବ ଏବଂ ଆବଶ୍ୟକ ସ୍ଥଳେ କ୍ୟାମ୍ପସର କିଛି ଅଂଶ ସ୍ମାରକ ହୋଇପାରିବ।

କିଏ, କଣ ଦେଲେ ଦାବି ?

ଜୟଲଳିତାଙ୍କ ଆଇନଗତ ଉତ୍ତରାଧିକାରୀ ଜେ ଦୀପା ଏବଂ ଜେ ଦୀପକ କହିଛନ୍ତି ଯେ, ତାଙ୍କ ପିଉସୀଙ୍କ ସମ୍ପତ୍ତିର ମୋଟ ମୂଲ୍ୟ ୧୮୮ କୋଟି ଟଙ୍କା ଥିଲା। ଏଥିସହିତ ପ୍ରଶାସକ ହେବାକୁ ଚାହୁଁଥିବା ଦୁଇଜଣ AIADMK ଅଧିକାରୀ କୋର୍ଟଙ୍କୁ କହିଛନ୍ତି ଯେ, ତାମିଲନାଡୁର ସ୍ୱର୍ଗତ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୯୧୩.୧୩ କୋଟି ଟଙ୍କା ରହିଛି । ବିତର୍କ ସମୟରେ ସେ ଏହା ମଧ୍ୟ କହିଛନ୍ତି ତାଙ୍କ ସମ୍ପତ୍ତିର ମୋଟ୍ ମୂଲ୍ୟ ୧୦୦୦ କୋଟିରୁ ଅଧିକ ହେବ ।

ଏମିତି ଆରମ୍ଭ ହୋଇଥିଲା ଉତ୍ତରାଧିକାରୀ ଯୁଦ୍ଧ

୫ ଡିସେମ୍ବର ୨୦୧୬ରେ ଜୟଲଳିତାଙ୍କ ମୃତ୍ୟୁ AIADMK ରେ ଏକ ରାଜନୈତିକ ଉତ୍ତରାଧିକାରୀ ଯୁଦ୍ଧ ଆରମ୍ଭ କରିଥିଲା ​​କାରଣ ସେ ଆନୁଷ୍ଠାନିକ ଭାବରେ କାହାକୁ ତାଙ୍କ ଉତ୍ତରାଧିକାରୀ ଭାବରେ ଘୋଷଣା କରିନଥିଲେ। ଜୟଲଳିତା ଅବିବାହିତ ଥିଲେ ଏବଂ ତାଙ୍କର କୌଣସି ସନ୍ତାନ ନଥିଲେ। କିଛି ସପ୍ତାହ ପରେ, AIADMK ସାଧାରଣ ସଭା ହଠାତ୍ ସର୍ବସମ୍ମତି କ୍ରମେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବରେ ଘୋଷଣା କଲା। ପରେ ଶଶିକଳା ୫ ଫେବୃଆରୀ ୨୦୧୭ରେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ସେ ଯୋଜନାବଦ୍ଧ ଭାବରେ ଓ. ପନ୍ନୀରସେଭଲମଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ।

ବଢ଼ିଚାଲିଲା ଡ୍ରାମା

ପରେ ଓ. ପନ୍ନୀରସେଭଲମ ହଠାତ୍ ଏହି ପଦରୁ ଇସ୍ତଫା ଦେଇଥିଲେ ଏବଂ ଶଶିକଳା ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ। ପରେ ଶଶିକଳା ତାଙ୍କୁ ଦଳର କୋଷାଧ୍ୟକ୍ଷ ଭାବରେ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫେବୃଆରୀ ୧୪ରେ ସୁପ୍ରିମକୋର୍ଟ ଶଶିକଳାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଜଣାଇ ରଖୁଛୁ ଯେ, ଜୟଲଳିତା ପୂର୍ବରୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦୁଇ ଦିନ ପରେ ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବରେ କେ ପାଲାନିସ୍ୱାମୀ ଶପଥ ଗ୍ରହଣ କରିଥିଲେ। ଛଅ ମାସ ପରେ ପନ୍ନୀରସେଭଲମ ଉପମୁଖ୍ୟମନ୍ତ୍ରୀ ଭାବରେ ସରକାରରେ ଯୋଗ ଦେଇଥିଲେ।

ସରୁ ନଥିଲା ଆହ୍ୱନ-

AIADMK କୁ ତଥାପି ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଏହି ସମୟରେ ଜୟଲଳିତାଙ୍କ ଝିଆରୀ ଦୀପା ଜୟକୁମାର ନିଜର ପାର୍ଟି ଆରମ୍ଭ କରିଥିଲେ। ସେ ନିଜକୁ ସ୍ୱର୍ଗତ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଥିଲେ। ଜୟଲଳିତାଙ୍କ ସମୟରୁ, ତାଙ୍କ ବାସଭବନକୁ AIADMK ରେ ସତ୍ତାର କେନ୍ଦ୍ର ଭାବରେ ଦେଖାଯାଉଥିଲା । ପ୍ରତୀକାତ୍ମକତାକୁ ବଜାୟ ରଖିବାକୁ ଆଗ୍ରହୀ, ଟିଏନ୍ ସରକାର ଏହାକୁ ଏକ ସର୍ବସାଧାରଣ ସ୍ମାରକୀରେ ପରିଣତ କରିବା ପାଇଁ ଘରକୁ କବଜା କରିବା ପାଇଁ ନେଇଥିଲେ। କିନ୍ତୁ ଦୀପା ଏବଂ ଦୀପକ ଏହାକୁ ବିରୋଧ କରି କୋର୍ଟର ଆଶ୍ରୟ ନେଇଥିଲେ । ଗତ ବର୍ଷ ଜୁଲାଇରେ ଦୀପା କହିଥିଲେ ଯେ ସେ ରାଜନୀତି ଛାଡୁଛନ୍ତି । ତେବେ ବର୍ତ୍ତମାନ କୋର୍ଟ ଦୀପା ଏବଂ ଦୀପକଙ୍କୁ ଆଇନଗତ ଉତ୍ତରାଧିକାରୀ ଭାବରେ ଘୋଷଣା କରିଛନ୍ତି।

କୋର୍ଟ ଏହା ଦେଇଛନ୍ତି ନିର୍ଦ୍ଦେଶ

ଜଷ୍ଟିସ୍ ଏନ କିରୁବାକରନ୍ ଏବଂ ଜଷ୍ଟିସ୍ ଅବଦୁଲ୍ କୁଦଦୁସଙ୍କ ଏକ ଖଣ୍ଡପୀଠ ଏହା ସ୍ପଷ୍ଟ କରିଛି ଯେ ଦୀପକ ଏବଂ ଦୀପା ନିଜ ବିବେକ ଅନୁଯାୟୀ କିଛି ସମ୍ପତ୍ତିର ବଣ୍ଟନ କରିବେ ଏବଂ ନିର୍ଦ୍ଦେଶ ପାଇବା ଦିନଠାରୁ ଆଠ ସପ୍ତାହ ମଧ୍ୟରେ ସାମାଜିକ ସେବା କରିବା ଉଦ୍ଦେଶ୍ୟରେ ସେମାନଙ୍କ ସ୍ୱର୍ଗତ ପିଉସୀଙ୍କ ନାମରେ ଏକ ପଞ୍ଜୀକୃତ ସାର୍ବଜନୀନ ଟ୍ରଷ୍ଟ ଗଠନ କରିବେ ।

 

ଲକଡାଉନ୍ ୫.୦ର ଉପରେ ମାନସ ମନ୍ଥନ ଆରମ୍ଭ, ଆଜି ରାଜ୍ୟମାନଙ୍କ ସହ କଥା ହେବେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ: କରୋନା ସଙ୍କଟ ପରେ, ସମ୍ଭାବ୍ୟ ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ୟାବିନେଟ ସଚିବ ରାଜୀବ ଗୌବା ଆଜି ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏକ ବୈଠକ କରିବେ। ପ୍ରଥମ ଥର ପାଇଁ ପ୍ରଭାବିତ ମହାନଗରଗୁଡିକର ମ୍ୟୁନିସିପାଲିଟି କର୍ପୋରେସନ୍ କମିଶନରମାନେ ମଧ୍ୟ ଏହି ବୈଠକରେ ଯୋଗଦେବେ ।

ଆପଣଙ୍କୁ କହି ରଖୁଛୁ ଯେ, ଲକଡାଉନର ୪ର୍ଥ ପର୍ଯ୍ୟାୟ ଶେଷ ହେବା ପୂର୍ବରୁ ପୁଣି ଥରେ ଲକଡାଉନ୍ -୫ର ସ୍ୱର ଶୁଣିବାକୁ ମିଳୁଛି । ମେ ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ କି ବାତ’ରେ ଆଲୋଚନା କରିବେ । ସୂତ୍ରରୁ ପ୍ରକାଶ ଯେ, ‘ମନ କି ବାତ’ରେ ପିଏମ ମୋଦୀ ଅନେକ କିଛି ସ୍ପଷ୍ଟ କରିପାରନ୍ତି । ସୂତ୍ରରୁ ଏହା ସ୍ପଷ୍ଟ ହେଉଛି ଯେ, ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇପାରେ ।

ସରକାର ଲୋକମାନଙ୍କୁ ଅଧିକ ରିହାତି ଦେଇ ସେମାନଙ୍କ ଜୀବନ ଏବଂ ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଖବର ହେଉଛି ଯେ କରୋନାରେ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ କିଛି କୋହଳ କରାଯିବ ନାହିଁ । ସୂଚନାନୁସାରେ, ଲକଡାଉନ୍ ୫.୦ରେ  ୧୧ଟି ସହରରେ ସମ୍ପୂର୍ଣ୍ଣ ଲକଡାଉନ ଜାରି ରହିବ । ଏହି ସହରଗୁଡିକ ଯେଉଁଠାରେ କରୋନା ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।

ଯେଉଁ ସହରଗୁଡ଼ିକରେ ଏହି ପ୍ରତିବନ୍ଧକ ଜାରି ରହିପାରେ ସେଗୁଡ଼ିକ ହେଉଛି ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ପୁଣେ, ଠାଣେ, ଇନ୍ଦୋର, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ସୁରଟ ଏବଂ କୋଲକାତା । ଏହି ୧୧ ଟି ସହରରେ ସମୁଦାୟ କରୋନା ସଂକ୍ରମିତ ସଂକ୍ରମିତଙ୍କ ସଂଖ୍ୟା ଦେଶର ୭୦ ପ୍ରତିଶତ ହୋଇଥିବାବେଳେ ଅହମ୍ମଦାବାଦ, ଦିଲ୍ଲୀ, ପୁଣେ, କୋଲକାତା ଏବଂ ମୁମ୍ବାଇରେ ଏହା ଅଧିକ ବିପଜ୍ଜନକ ହୋଇଛି । ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୦ ପ୍ରତିଶତ ଏଠାରେ ହିଁ ଦେଖିବାକୁ ମିଳିଛି।

ଏହି କାରଣରୁ ସରକାର ଲକଡାଉନ୍-୫.୦ ବିଷୟରେ ଚିନ୍ତା କରୁଛନ୍ତି । ଲକଡାଉନ୍ -୫.୦ ରେ ସରକାର ଏହି ଅଞ୍ଚଳରେ କଠୋରତା ବଜାୟ ରଖିବେ । ଏକାସାଙ୍ଗରେ, କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ,  ଅନ୍ୟ ଜୋନର ଲୋକମାନଙ୍କୁ କିଛି ସର୍ତ୍ତ ରଖି ଛାଡ଼ କରାଯିବ, କିନ୍ତୁ ଏହି କୋହଳକୁ ଦୃଢ କାର୍ଯ୍ୟନୁଷ୍ଠାନ ସହିତ ପୂର୍ଣ୍ଣ କରାଯିବ ।

କୋଭିଡ୍ ଆକ୍ରାନ୍ତ କରୋନା ଯୋଦ୍ଧାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ସରପଞ୍ଚ, ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମଚାରୀ । ଗାଁରେ ଘର ଘର ବୁଲି ଏମାନେ ଲୋକଙ୍କୁ ସଚେତନ କରାଇବା ସହ ସଂଘରୋଧ କେନ୍ଦ୍ରରେ ସେବା ଯୋଗାଇ ଆସୁଛନ୍ତି । ଏହାରି ଭିତରେ ଏମାନଙ୍କ ମଧ୍ୟରୁ କେତେଜଣ କରୋନା ଯୋଦ୍ଧା କୋଭିଡ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହି ସଂକ୍ରମିତ କରୋନା ଯୋଦ୍ଧାମାନଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫୋନ ଯୋଗେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ବାର୍ତ୍ତାଳାପ କରି ମନୋବଳ ବଢ଼ାଇଛନ୍ତି । ସମାଜ ଓ ଲୋକଙ୍କ ପ୍ରତି ସେମାନଙ୍କ ନିସ୍ୱାର୍ଥପର ସେବାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେମାନେ ଶୀଘ୍ର ସୁସ୍ଥ ହେବାନେଇ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି । ଏହି ଯୋଦ୍ଧାମାନେ ଅନ୍ୟମାନଙ୍କୁ ଅନୁପ୍ରେରିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

ବୋଦାବଳୀ ଦେବାକୁ ଯାଇଥିଲେ, ନିଜେ ବଳି ପଡ଼ିଲେ

କଟକ: ମନ୍ଦିରରେ ମର୍ଡର । ଦେବତାଙ୍କୁ ପୂଜୁଥିବା ବ୍ୟକ୍ତି ଏବେ ପାଲଟିଛି ହତ୍ୟାକାରୀ ।  ମନ୍ଦିର ପୂଜକ ସାଜିଲେ ହତ୍ୟାକାରୀ ଓ ଏକ ଧାରୁଆ ଅସ୍ତ୍ରରେ ଅତି ବିଭିତ୍ସ ଭାବେ କଲେ ହତ୍ୟା । ସାମାନ୍ୟ କଥା କଟାକଟି ପରେ ପୂଜକ ରାଗିଯାଇ ଏମିତି କାଣ୍ଡ ଭିଆଇଥିବା ସୂଚନା ମିଳିଛି ।

କଟକ ଜିଲ୍ଲା ନରସିଂହପୁର ଥାନା ବନ୍ଧହୁଡା ଗାଁରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ଯେଉଁଥିରେ ଚାଲିଯାଇଛି ଜଣଙ୍କ ଜୀବନ । ମୃତକ ହେଉଛନ୍ତି ସରୋଜ ପ୍ରଧାନ। ବନ୍ଧହୁଡା ଗାଁ ନିକଟରେ ଥିବା ମା ବ୍ରାହ୍ମଣୀଦେଇ ମନ୍ଦିରରେ ମୃତ ସରୋଜ ବୋଦାବଳୀ ପାଇଁ ପୂଜକଙ୍କୁ କହିଥିଲେ । ଏହାକୁ ନେଇ କଥା କଟାକଟି ହେବା ପରେ ପୂଜକ ଏକ ଧାରୁଆ କଟୁରିରେ ସରୋଜଙ୍କ ବେକକୁ ହାଣି ଦେଇଥିବା କହିଛନ୍ତି । ହତ୍ୟାକାଣ୍ଡ ପରେ ନରସିଂହପୁର ଥାନାରେ ପୂଜକ ସଂସାରୀ ଓଝା ଆତ୍ମସମର୍ପଣ କରିଛନ୍ତି । ନରସିଂହପୁର ପୋଲିସ ଓ ଫରେନ୍‌ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ସେପଟେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

୧୬୦୦ ଡେଇଁଲା ରାଜ୍ୟରେ ସଂକ୍ରମିତ ସଂଖ୍ୟା, ଆଜି ୬୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦୦ ଡେଇଁଛି । ଗତ ୨୪ ଘଣ୍ଟାରେ ନୂତନ କରି ୬୭ ଜଣଙ୍କ ଠାରେ କରୋନା ଭୂତାଣୁ ମିଳିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ଗଞ୍ଜାମରୁ ସର୍ବାଧିକ ୨୬, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୧୧, ନୟାଗଡ଼ରୁ ୭, ବଲାଙ୍ଗିରରୁ ୨, ଜଗତସିଂହପୁର ୨, କେନ୍ଦୁଝରରୁ ୧, ସମ୍ବଲପୁରରୁ ୨, ସୋନପୁରରୁ ୪, ବରଗଡ଼ରୁ ଗୋଟିଏ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ୧୬୬୦ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୮୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୭ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୮୪୧ ଜଣଙ୍କ ଚିକିତ୍ସା ଚାଲିଛି ।

୩୦ ଜିଲ୍ଲାରୁ ୨୯ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ଆସିଛି । ନୟାଗଡ଼ରୁ ଚିହ୍ନଟ ୭ ଆକ୍ରାନ୍ତ ଗୁଜରାଟ ଫେରନ୍ତା, ସମସ୍ତେ କ୍ୱାରେଣ୍ଟାଇନରେ ଥିଲେ । ସମ୍ବଲପୁରରୁ ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ ଉତ୍ତର ପ୍ରଦେଶ ଓ ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ବରଗଡ଼ରୁ ଚିହ୍ନଟ ଆକ୍ରାନ୍ତ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟାଇନରେ ଥିଲେ ।

ଗଞ୍ଜାମରୁ ଚିହ୍ନଟ ୨୬ ଜଣଙ୍କ ମଧ୍ୟରୁ ୧୬ ସୁରତ, ୬ ମହାରାଷ୍ଟ୍ର, ୩ଜଣ ତାମିଲନାଡ଼ୁରୁ ଫେରି କ୍ୱାରେଣ୍ଟାଇନରେଥ ଥିଲେ । ସ୍ଥାନୀୟ ଅଞ୍ଚଳରୁ ଜଣେ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ଚିହ୍ନଟ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୫ ମହାରାଷ୍ଟ୍ର, ୩ ଗୁଜରାଟ, ୨ ପଶ୍ଚିମବଙ୍ଗରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ଗୋଟିଏ ସ୍ଥାନୀୟ ମାମଲା ।

ସେହିପରି ସୋନପୁରରୁ ଚିହ୍ନଟ ୪ ଜଣଙ୍କ ମଧ୍ୟରୁ ୨ ଜଣ ତାମିଲନାଡ଼ୁ ଓ ଅନ୍ୟ ୨ ଜଣ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଚାଇନରେ ଥିଲେ । ଯାଜପୁରର ୧୧ କେସ ମଧ୍ୟରୁ ୮ ପଶ୍ଚିମବଙ୍ଗ, ୨ ଗୁଜରାଟ, ଆନ୍ଧ୍ର ପ୍ରଦେଶରୁ ଜଣେ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ । ବଲାଙ୍ଗିରରୁ ଚିହ୍ନଟ ୨ ଜଣ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟାଇନରେ ଥିଲେ ।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

କେନ୍ଦୁଝରରୁ ଚିହ୍ନଟ ଜଣେ ଉତ୍ତରପ୍ରଦେଶରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ଜଗତସିଂହପୁରରୁ ଟିହ୍ନଟ ୨ ଜଣ ପଶ୍ଚିମବଙ୍ଗରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୦୦ ପାଖାପାଖି ପହଞ୍ଚିଥିବା ବେଳେ ଯାଜପୁର ଜିଲ୍ଲାରେ ୨୫୦ ଡେଇଁଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି ।

କରୋନା ସଂକ୍ରମିତ ହେଲେ ୨ ହୋମଗାର୍ଡ, ରେଲୱେ ଷ୍ଟେସନରେ କରୁଥିଲେ ଡ୍ୟୁଟି

ସାବଧାନ, ବିକ୍ରି ହେଉଛି ଆପଣଙ୍କର ବ୍ୟକ୍ତିଗତ ଡାଟା !

ଭୁବନେଶ୍ୱର: ଆପଣଙ୍କ ଉପରେ ସାଇବର ଅପରାଧୀଙ୍କ ନଜର । ମୋବାଇଲ ମାଧ୍ୟମରେ ଆପଣଙ୍କର ସବୁ ତଥ୍ୟକୁ ବିକ୍ରି କରିବା ପାଇଁ ଚାଲିଛି ମସୂଧା । ୪ କୋଟି ୭୫ ହଜାର ଭାରତୀୟଙ୍କ ଡାଟା ସେଲ୍‌ କରିବା ପାଇଁ ଟ୍ରୁ କଲର୍‌ ଆପ୍‌ ଯୋଜନା କରୁଛି । ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।

ତେଣୁ ଆପଣଙ୍କୁ ସଚେତନ ଓ ସାବଧାନ ରୁହନ୍ତୁ । ନହେଲେ ଧୋକା ଦେବ ଆପଣଙ୍କ ମୋବାଇଲ୍‌ । ବିନା ଅନୁମତିରେ ଆପଣଙ୍କ ସବୁ ଡାଟା ବିକ୍ରି ହେବାର ଆଶଙ୍କା ରହିଛି । ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ଅନୁସାରେ ସାଇବର ଅପରାଧୀ ମାନେ ଏବେ ଭାରତୀୟଙ୍କୁ ଟାର୍ଗେଟ କରିଛନ୍ତି । ସବୁଠୁ ଲୋକପ୍ରୀୟ ମୋବାଇଲ୍‌ ଆପ୍‌ ଟ୍ରୁ କଲର୍‌ ମାଧ୍ୟମରେ ଆପଣଙ୍କ ଡାଟାକୁ ବିକ୍ରି କରିବା ପାଇଁ ଯୋଜନା କରାଯାଉଛି । ମାତ୍ର ୭୫ ହଜାର ଟଙ୍କାରେ ୪ କୋଟି ୭୫ ହଜାର ଭାରତୀୟଙ୍କ ବ୍ୟକ୍ତିଡାଟାକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଛି ଟ୍ରୁ କଲର୍‌ । ଯଦିଓ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଟ୍ରୁ କଲ୍‌ର । ଅନ୍ୟ କୈାଣସି ସଂସ୍ଥା ଟ୍ରୁ କଲରର ନା ନେଇ ଏଭଳି ଷଡଯନ୍ତ୍ର କରୁଥିବା କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଛି ।

ମୋବାଇଲରେ ବ୍ୟବହାର ହେଉଥିବା ଟ୍ରୁ କଲର ଆପ୍‌ ରେ ବ୍ୟବହାରକାରୀଙ୍କ ଠିକଣା, ଫୋନ ନମ୍ବର, ଫେସବୁକ୍‌ ଆଇଡି ସହ ବ୍ୟାଙ୍କ୍ ସମ୍ଭନ୍ଧିୟ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି । ଯାହାକୁ ଅପବ୍ୟବହାର କରିବାର ଆଶଙ୍କା ରହିଛି । ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ପକ୍ଷରୁ ଏହି ନେଇ ରିସର୍ଚ୍ଚ କରାଯାଇଛି । ଡାଟା ବିକ୍ରି ହେବା ପରେ ଭାରତୀୟ ମାନେ ବିଭିନ୍ନ ପ୍ରକାର ଅନ୍‌ଲାଇନ୍‌ ସ୍କାମର ଶୀକାର ହୋଇପାରନ୍ତି । ସାଇବଲ ପକ୍ଷରୁ ଏଭଳି ସୂଚନା ଦିଆଯିବା ପରେ ଏବେ ଆହୁରି ସତର୍କ ହେବାର ସମୟ ଆସିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ୧୫ କୋଟିରୁ ଅଧିକ ଲୋକ ଟ୍ରୁ କଲର ବ୍ୟବହାର କରୁଛନ୍ତି ।