ଆତ୍ମହତ୍ୟା ଉଦ୍ୟମ କରିଥିଲେ ମନୋଜ ବାଜପେୟୀ, ଜୀବନ ବଞ୍ଚାଇଥିଲେ ସାଙ୍ଗସାଥୀ

1 min read

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର ଅନେକ ଲୋକେ ନିଜ ନିଜର ଅନୁଭବ ସେୟାର କରିଛନ୍ତି । କିଛି ଜଣ ନିଜ ବ୍ୟକ୍ତିଗତ ଜୀବନରେ ଥିବା ରାଜ୍ ମଧ୍ୟ ଖୋଲାଖୋଲି ଭାବେ ପ୍ରକାଶ କରିବା ଆରମ୍ଭ କରିଛନ୍ତି । ଡିପ୍ରେସନରୁ ଆତ୍ମହତ୍ୟା ପର୍ଯ୍ୟନ୍ତ ଆସିଥିବା ମନର ଚିନ୍ତାଧାରାକୁ ଲୋକମାନେ ସେୟାର କରୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଅଧିକାଂଶ ଲୋକେ ଏନେଇ ପୋଷ୍ଟ କରୁଛନ୍ତି ।

ନିକଟରେ ନ୍ୟାସନାଲ ଆୱାର୍ଡ ୱିନର ଅଭିନେତା ମନୋଜ ବାଜପେୟୀ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛନ୍ତି । ମନୋଜଙ୍କ ଏହି ରାଜ ବିଷୟରେ କେହି ଜାଣିନଥିବେ । ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିବା ପୂର୍ବରୁ ସେ ଖୁବ ସଂଘର୍ଷ କରିଥିଲେ । ମନୋଜଙ୍କ କହିବା ଅନୁସାରେ ପୂର୍ବରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ସହ ସେ କିଭଳି ନିଜକୁ ସମ୍ଭାଳିଥିଲେ ସେ ବିଷୟରେ ମଧ୍ୟ ପ୍ରକାଶ କରିଛନ୍ତି । ସାଙ୍ଗମାନେ ତାଙ୍କ ଜୀବନ ରକ୍ଷା କରିଥିଲେ।

ହିନ୍ଦୀ ସିନେମା ଜଗତର ପ୍ରତିଷ୍ଠିତ ଅଭିନେତା ମନୋଜ ବାଜପେୟୀ ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗିପଡିଥିଲେ । ସୋସିଆଲ ମିଡିଆରେ ସେ ସୁଶାନ୍ତଙ୍କ ନିଧନରେ ଦୁଃଖ ପ୍ରକାଶ କରିଥିଲେ। ସେଥିପାଇଁ ମନୋଜ ବାଜପେୟୀ ତାଙ୍କ ପ୍ରଥମ ଦିନର କାହାଣୀ ସମସ୍ତଙ୍କ ସହ ବାଣ୍ଟିଥିଲେ । ତାଙ୍କ କାହାଣୀ ସେ ଅପକମିଂ ଷ୍ଟ୍ରଗଲର୍ସଙ୍କ ପାଇଁ ପୋଷ୍ଟ କରିଛନ୍ତି ।

ସେ କହିଥିଲେ ଯେ, ପ୍ରଥମେ ତାଙ୍କ ପ୍ରତିଭାକୁ ସମସ୍ତେ ନଜର ଅନ୍ଦାଜ କରିଥିଲେ । ତଥାପି ସେ ହାର ମାନିନଥିଲେ । ସେ ଅନେକ ପରିଶ୍ରମ କରିବା ସତ୍ତ୍ୱେ ତାଙ୍କୁ କୌଣସି ପ୍ରଶଂସା ମିଳୁନଥିଲା । ଧିରେ ଧିରେ ସେ ଅବସାଦ ଗ୍ରସ୍ଥ ହୋଇଥିଲେ । ଅଭିନେତା ଥିଏଟରରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ପାଇଁ ଆବେଦନ କରିଥିଲେ ହେଲେ ତା ପରେ ବି ତାଙ୍କୁ କୌଣସି ଲାଭ ହୋଇନଥିଲା ।

ଶେଷରେ ସେ ନିଜ ବାପାଙ୍କୁ ଏକ ଚିଠି ଲେଖିଥିଲେ । ସେ ଥିଏଟର କରୁଥିଲେ ବୋଲି ତାଙ୍କ ପରିବାର ଲୋକେ ଜାଣିନଥିଲେ । ଏହି ବିଷୟରେ ସେ ଘରେ କହିବା ପରେ ପରିବାର ଲୋକେ ରାଗିଥିଲେ । ତାଙ୍କ ବାପା ପ୍ରତି ମାସ ତାଙ୍କୁ ୨୦୦ ଟଙ୍କା ପଠାଉଥିଲେ । ଏହି ବିଷୟରେ ଜାଣିବା ପରେ ସେ ଟଙ୍କା ପଠାଇବା ବନ୍ଦ କରିଦେଇଥିଲେ । ହେଲେ ସେ ତାଙ୍କ ସ୍ୱପ୍ନ ପୂରା କରିବା ଆଶା ଛାଡିନଥିଲେ ।

ସେତେବେଳେ ମନୋଜଙ୍କୁ କେବଳ ଭୋଜପୁରୀ ଭାଷା ଆସୁଥିଲା । ସେଥିପାଇଁ ସେ ହିନ୍ଦି ଓ ଇଂରାଜି ଭାଷା ଶିଖିବା ଆରମ୍ଭ କରିଥିଲେ । ଏହି ସବୁ ଭାଷା ଶିଖିବା ପରେ ସେ NSC ପାଇଁ ଚେଷ୍ଟା କରିଥିଲେ । ହେଲେ ସେଥିରେ ମଧ୍ୟ ସେ ୩ ଥର ରିଜେକ୍ଟ ହୋଇଥିଲେ । ସେତେବେଳେ ସେ ଆତ୍ମହତ୍ୟା କରିବା ବିଷୟରେ ଭାବିଥିଲେ । ସେହି ସମୟରେ ତାଙ୍କ ସାଙ୍ଗ ସାଥୀ ତାଙ୍କୁ ବଞ୍ଚାଇଥିଲେ । ସେମାନେ ମନୋଜଙ୍କୁ କେବେ ଏକା ଛାଡୁନଥିଲେ । ଧିରେ ଧିରେ ମନୋଜ ଠିକ୍ ହୋଇଥିଲେ ।

ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ୱିକିପିଡିଆରେ ତଥ୍ୟ ହୋଇଥିଲା ଅପଡେଟ୍ ! କିଏ କରିଥିଲା ?

ମନୋଜ କହିଛନ୍ତି ଯେ, ସେ ଯେତେବେଳେ ପ୍ରଥମ ସଟ୍ ଦେଇଥିଲେ ସେତେବେଳେ ତାଙ୍କୁ “ଗେଟ୍ ଆଉଟ୍” ମଧ୍ୟ କୁହାଯାଇଥିଲା । କାରଣ ତାଙ୍କର ଚେହେରା ଜଣେ ଅଭିନେତା ପାଇଁ ପର୍ଫେକ୍ଟ ନଥିଲା । ବଡ ପରଦାରେ ନଜର ଆସିବାକୁ ସେ ଯୋଗ୍ୟ ନୁହେଁ ବୋଲି ଶୁଣିବାକୁ ପାଇଥିଲେ । ଏମିତିକି ସେହି ସମୟରେ ଘର ଭଡା ଦେବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନଥିଲା । ସେତେବେଳେ ତାଙ୍କ ପାଖରେ ଭଡାପାୱ ଖାଇବା ପାଇଁ ମଧ୍ୟ ଟଙ୍କା ନଥିଲା ।

ଅନେକ ଦିନର ଚେଷ୍ଟା ପରେ ମହେଶ ଭଟ୍ଟଙ୍କ ଟିଭି ସିରିଜ୍ ରେ ତାଙ୍କୁ ପ୍ରଥମ କାମ ମିଳିଲା । ଗୋଟେ ଏପିସୋଡ୍ ପାଇଁ ତାଙ୍କୁ ୧୫୦୦ ଟଙ୍କା ମିଳୁଥିଲା । ଏହା ପରେ ତାଙ୍କୁ ବଲିଉଡରେ ସୁଯୋଗ ମିଳିଥିଲା । ଫିଲ୍ମ ସତ୍ୟାରେ ଅଭିନୟ କରି ସେ ବଲିଉଡରେ ପାଦ ଦେଇଥିଲେ । ଧିରେ ଧିରେ ସେ ଅନେକ ଫିଲ୍ମରେ ନଜର ଆସିଲେ । ମନୋଜ ବାଜପେୟୀ କେବଳ ବଲିଉଡ ନୁହେଁ ବରଂ ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି ।  ସୋନଚିଡିଆ ଫିଲ୍ମରେ ମନୋଜ ସୁଶାନ୍ତ ସିଂହଙ୍କ ସହ ନଜର ଆସିଥିଲେ ।

Leave a Reply