ଜୁଲାଇ ୫ରେ ପଡ଼ୁଛି ଚନ୍ଦ୍ରଗ୍ରହଣ ,ଭାରତ-ଚୀନ ମଧ୍ୟରେ ସଂପର୍କ ଆହୁରି ଖରାପ ହେବ ? ଜାଣନ୍ତୁ…

ଯଦି ପୃଥିବୀର ସାମାନ୍ୟ ଛାୟା ଚନ୍ଦ୍ର ଉପରେ ପଡ଼େ ତାହାକୁ ଛାୟା ଚନ୍ଦ୍ରଗ୍ରହଣ କୁହାଯାଏ । ଜୁନ୍ ୫ରେ ମଧ୍ୟ ଏପରି ଚନ୍ଦ୍ରଗ୍ରହଣ ପଡ଼ିଥିଲା ।ଜ୍ୟୋତିଷଙ୍କ କହିବା ଅନୁସାରେ ଗୋଟିଏ ମାସରେ ୨ କିମ୍ବା ତାଠୁ ଅଧିକ ଗ୍ରହଣ ଶୁଭଙ୍କର ନୁହେଁ

ଭୁବନେଶ୍ୱର: ଆଷାଢ ମାସରେ ପଡ଼ୁଥିବା ପୁର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା କୁହାଯାଏ । ଏହାକୁ ସାରା ଦେଶରେ ପାଳନ କରାଯାଏ । ବେଲେବେଳେ ଚନ୍ଦ୍ରଗ୍ରହଣ ମଧ୍ୟ ଏହି ଦିନ ଦେଖାଯାଏ । ଗୁରୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହେବାରେ ଏବର୍ଷ ହେଉଛି କ୍ରମାଗତ ତୃତୀୟ ବର୍ଷ । ବିଶ୍ୱାସ କରାଯାଉଛି ଯେ ଏହି ଚନ୍ଦ୍ରଗ୍ରହଣ ହେଉଛି ଏକ ଛାୟା ଚନ୍ଦ୍ରଗ୍ରହଣ । ଯେଉଁଥିରେ ଚନ୍ଦ୍ର କେବଳ ପୃଥିବୀର ଛାୟା ଧାରଣ କରିଥାଏ । ତେଣୁ ଏହାକୁ ଚନ୍ଦ୍ର ଗ୍ରହଣ ଭାବେ ବିବେଚନା କରାଯାଏ ନାହିଁ ।

ch1

ଏଥରର ଚନ୍ଦ୍ରଗ୍ରହଣ ଧନୁରାଶିରେ ଦେଖାଯିବ । ଏଣୁ ଧନୁ ରାଶିର ଲୋକଙ୍କ ଉପରେ ଏଥର ଚନ୍ଦ୍ରଗ୍ରହଣର ପ୍ରଭାବ ପଡ଼ିବ । ପଞ୍ଚାଙ୍ଗ ଅନୁଯାୟୀ ଏହି ଦିନ ସୂର୍ଯ୍ୟ ମିଥୁନ ରାଶିରେ ରହିବେ । ଏହା ଏକ ଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଏହାର ସୂତାକ ଅବଧି ରହିବ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂତାକ ସମୟ ଏକ ଶୁଭ ସମୟ ନୁହେଁ । ଏହି ସମୟରେ କୌଣସି ଶୁଭ କାମ କରାଯାଏ ନାହିଁ । ତେଣୁ ଏଥର ସୁତାକ ଅବଧି ନଥିବାରୁ କୌଁଣସି ପ୍ରତିବନ୍ଧକ ରହିବ ନାହିଁ ।
ଏଥର ଗୁରୁପୂର୍ଣ୍ଣିମା ଜୁଲାଇ ୪ ତାରିଖ ଶନିବାର ରାତି ୧୧ଟା ୩୩ ମିନିଟରୁ ଆରମ୍ଭ ହେବ । ଏହା ପୂର୍ବରୁ ୨୦୧୮ ଓ ୨୦୧୯ରେ ଗୁରୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡ଼ିଥିଲା । ଚନ୍ଦ୍ରଗ୍ରହଣ ହେଉଛି ଏକ ପ୍ରକାର ଜ୍ୟୋତିର୍ବିଜ୍ଞାନ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଚିଏସରଳରେଖାରେ ରହିଲେ ଗ୍ରହଣ ହୋଇଥାଏ । କିନ୍ତୁ ଏଥରର ଚନ୍ଦ୍ରଗ୍ରହଣ ହେଉଛି ଏକ ଛାୟା ଚନ୍ଦ୍ରଗ୍ରହଣ । ଯଦି ପୃଥିବୀର ସାମାନ୍ୟ ଛାୟା ଚନ୍ଦ୍ର ଉପରେ ପଡ଼େ ତାହାକୁ ଛାୟା ଚନ୍ଦ୍ରଗ୍ରହଣ କୁହାଯାଏ । ଜୁନ୍ ୫ରେ ମଧ୍ୟ ଏପରି ଚନ୍ଦ୍ରଗ୍ରହଣ ପଡ଼ିଥିଲା ।

ch3
ଜ୍ୟୋତିଷଙ୍କ କହିବା ଅନୁସାରେ ଗୋଟିଏ ମାସରେ ୨ କିମ୍ବା ତାଠୁ ଅଧିକ ଗ୍ରହଣ ଶୁଭଙ୍କର ନୁହେଁ । ଜୁନ୍ ୫ରୁ ଜୁଲାଇ ୫ ମଧ୍ୟରେ ଏହା ହେଉଛି ତୃତୀୟ ଚନ୍ଦ୍ରଗ୍ରହଣ । ଏହା ପ୍ରଭାବରେ ଗ୍ରହ ମାନଙ୍କର ଗତିବିଧିରେ ବିରାଟ ପରିବର୍ତ୍ତନ ହୋଇପାରେ । ଏହା ଦ୍ୱାରା ପ୍ରାକୃତିକ ବିପର୍ଯୟ ସହିତ ବଡ଼ ଦେଶ ମଧ୍ୟରେ ଶତୃତା ବୃଦ୍ଧି ପାଇଥାଏ । ଏହା ସହିତ ଲୋକଙ୍କୁ ଦୀର୍ଘ ସମୟଧରି ମୁଦ୍ରା ସ୍ଫୀତିର ସାମ୍ନା କରିବାକୁ ପଡ଼ିବ ବୋଲି ଜ୍ୟୋତିଷମାନେ ଆକଳନ କରିଛନ୍ତି ।

Leave a Reply