କେବେ ବଜାରକୁ ଆସିବ ସ୍ୱଦେଶୀ କରୋନା ଟିକା,ଜାଣନ୍ତୁ ..

1 min read

ନୁଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି  । ଭାରତରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି  । ସବୁ ଦେଶ କରୋନା ଟିକା ପାଇଁ ପ୍ରୟାସ ଜାରି ରଖିଛନ୍ତି  । ହେଲେ ୟା ଭିତରେ ଭାରତରୁ ଏକ ଖୁସି ଖବର ଆସିଛି  । ଭାରତରେ “ଭାରତ ବାୟୋଟେକ୍” ଦ୍ୱାରା କରୋନା ପାଇଁ ପ୍ରଥମ ସ୍ୱେଦେଶୀ ଟିକା ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ରଏହାର ମାନବ ପରିକ୍ଷଣ ଆରମ୍ଭ ହେବ  ।

carona vaccine
କରୋନା ଟିକାକୁ ଅପେକ୍ଷା,୨୦୨୧ରେ ଆସିବ ?

ସାଧାରଣତଃ ଟିକା ଟିଏ  ଲ୍ୟାବରୁ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ୮ରୁ ୧୦ ବର୍ଷ ସମୟ ଲାଗେ  । ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୧ହଜାରରୁ ୩ହଜାର ଲୋକଙ୍କ ଉପରେ କରାଯାଏ  । ଏଥିପାଇଁ ୨ ବର୍ଷ ସମୟ ଲାଗେ  । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ୨ବର୍ଷ ସମୟ ନିଏ  । ଏହା ସହିତ ତୃତୀୟ ପର୍ଯ୍ୟାୟରେ ୧୫ହଜାରରୁ ୩୦ହଜାର ଲୋକଙ୍କ ଉପରେ ଟିକା ପରୀକ୍ଷା କରାଯାଏ  । ଏଥିପାଇଂ ୩ରୁ ୫ବର୍ଷ ସମୟ ଲାଗିଯାଏ  ।

ଏହାପରେ ନିୟାମକ ସଂସ୍ଥା ଦ୍ୱାରା ଟିକାର ଅନୁସନ୍ଧାନ କରାଯାଏ  । ଯଦି ଟିକାକୁ ଶୀଘ୍ର କରିବାକୁ ହେବ ତେବେ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ଅଧୟନରେ କରାଯାଏ  । ଏହା ୫୦ରୁ ୫୦୦ ଲୋକଙ୍କ ପରୀକ୍ଷଣ କରାଯାଏ  । ଏଥିରେ ୪ମାସ ସମୟ ଲାଗିବ  । ତୃତୀୟ ପର୍ଯ୍ୟାୟରେ ଟିକା ୧ହଜାରରୁ ୫୦ହଜାର ଲୋକଙ୍କ ମଧ୍ୟରେ ପରୀକ୍ଷା କରାଯାଏ  । ଏହା ଯେକୌଣସି ସ୍ଥାନରେ କରାଯାଏ  । ପରୀକ୍ଷାଟି ସାଧାରଣତଃ ପରୀକ୍ଷା ୪ମାସରୁ ୨ବର୍ଷ ସମୟ ନେଇଥାଏ  । ଏହି ପରୀକ୍ଷା ସରକାରଙ୍କ ବୈଜ୍ଞାନିକ ପରାମର୍ଶ କମିଟିର ସୁପାରିସ୍ ଉପରେ ନିର୍ଭର କରେ  ।

covaxin
ସ୍ୱେଦଶୀ କରୋନା ଟିକା କୋଭାକ୍ସିନ୍,ଦେଶର ଆଶା ପୁରଣ ହେବ କି ?

କରୋନା ଟିକା କ୍ଷେତ୍ରରେ ନିୟାମକ ସଂସ୍ଥା ଶୀଘ୍ର ପରୀକ୍ଷାକୁ ଅନୁମତି ଦେଇଛି  । ତୃତୀୟ ପର୍ଯ୍ୟାୟ ପରିକ୍ଷଣ ପ୍ରଥମ ୨ଟି ପର୍ଯ୍ୟାୟର ପରୀକ୍ଷଣ ଉପରେ ନିରର୍ଭ କରୁଛି  । ପରୀକ୍ଷଣ ପରେ ଫଳାଫଳକୁ ନିୟାମକର ସଂସ୍ଥା ଯାଞି କରେ  । ଯେଉଁଥିପାଇଁ ୬ମାସ ସମୟ ଲାଗିଥାଏ  ।

ଭାରତରେ ତିଆରି ହେଉଥିବା କରୋନା ଟିକା ଯଦି କୌଣସି ପର୍ଯ୍ୟାୟରେ ବିଫଳ ନହୁଏ ତେବେ ୨୦୨୧ ସୁଦ୍ଧା ଏହା ବଜାରକୁ ଆସିପାରିବ  । ଏହାର ନାଁ ରହିଛି COVSAXIN   । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ବିଶ୍ୱରେ ଏବେ ୧୫୦ଟି ଟିକା ବିଭିନ୍ନ ପର୍ଯ୍ୟାୟରେ ରହିଛି  । ସେଥିରୁ ୧୦ଟି ଟିକା ଉନ୍ନତ ପର୍ଯ୍ୟାୟରେ ରହିଛି  ।

 

Leave a Reply