ଆତ୍ମହତ୍ୟା ନା ହତ୍ୟା ? ସୁଶାନ୍ତ ସିଂହ ରାଜପୁତ୍ ଡେଥ୍ ମିଷ୍ଟ୍ରି ନେଇ ସୋସିଆଲ ମିଡିଆରେ ଉଠୁଛି ଏହି ୭ଟି ପ୍ରଶ୍ନ

1 min read
7 questions trending on social media over death mystery of sushant singh rajput

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୮ ଦିନ ବିତିଗଲାଣି । ହେଲେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ଅନୁସନ୍ଧାନରେ କୋଣସି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ । ସୂଚନାଯୋଗ୍ୟ ଯେ, ଫୋରେନସିକ୍ ଟିମ୍ ଅନୁସାରେ ତାଙ୍କ ମୃତ୍ୟୁ ଦିନ ତଥା  ଜୁନ୍ ମାସ ୧୪ ତାରିଖ ସକାଳ ପ୍ରାୟ ୧୦:୧୫ ସମୟରେ ସେ ଗୁଗୁଲରେ ତାଙ୍କ ନାମ ‘ସୁଶାନ୍ତ ସିଂ ରାଜପୁତ’ ଖୋଜିଥିଲେ। ଏହା ଦାବି କରାଯାଇଛି ଯେ ସେହି ସମୟରେ ସେ ନିଜ ସହ ଜଡିତ କିଛି ଖବର, ଆର୍ଟିକିଲ୍, ରିପୋର୍ଟ ମଧ୍ୟ ପଢିଥିଲେ। ତେବେ ପ୍ରଶ୍ନ ଉଠୁଛି ଯେ ପ୍ରତିଷ୍ଠିତ ଅଭିନେତା ନିଜ ବିଷୟରେ କ’ଣ ଜାଣିବାକୁ ଚାହିଁଥିଲେ?

ମୁମ୍ବାଇ ପୋଲିସ ଏଯାଏଁ ସୁଶାନ୍ତଙ୍କ ବନ୍ଧୁ, ପରିଚିତ ଏବଂ ପରିବାର ସଦସ୍ୟଙ୍କ ସମେତ ୨୯ ଜଣଙ୍କୁ ପଚରାଉଚରା କରିଛି । ଏବଂ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ପୋଲିସର ସୂଚନାନୁସାରେ ସୁଶାନ୍ତ ସାମାଜିକ ସମ୍ମାନରେ ହେଉଥିବା କ୍ଷତି ନେଇ  ଚିନ୍ତିତ ଥିଲେ  । ଏବଂ ସେ ଅନୁଭବ କରିଥିଲେ ଯେ ଏସବୁ ଷଡଯନ୍ତ୍ର କରାଯାଇଛି । ତେବେ ଏହି ଷଡଯନ୍ତ୍ର ଅନେକ ଲୋକଙ୍କୁ ଇଙ୍ଗିତ କରୁଛି । ନିକଟରେ ପାଟନାକୁ ଆସିଥିବା ଅଭିନେତା ଶେଖର ସୁମନ ଖୋଲାଖୋଲି ଭାବେ କହିଛନ୍ତି ଯେ ସୁଶାନ୍ତ ନେପୋଟିଜିମ୍ ର ଶିକାର ନୁହଁନ୍ତି ବରଂ ଗ୍ୟାଙ୍ଗିଜିମ୍ ଷଡଯନ୍ତ୍ରର ଶିକାର ହୋଇଛନ୍ତି ।

ସେଥିପାଇଁ ସୁଶାନ୍ତଙ୍କ ମୃତ୍ୟୁ ନେଇ ସିବିଆଇର ତଦନ୍ତ କରାଯିବାକୁ ଶେଖର ସୁମନ ଦାବି କରିଛନ୍ତି। ଏଥି ସହିତ ବିହାରର ନେତା ତେଜସ୍ୱୀ ଯାଦବ (ବିରୋଧୀ ଦଳର ନେତା) ମଧ୍ୟ ସିଏମ ନୀତୀଶ କୁମାରଙ୍କୁ ଏକ ଚିଠି ଲେଖିଛନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା ହେବା ସହ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ଦାବି କରିଛନ୍ତି। ଏହାପୂର୍ବରୁ ସଲମାନ ଖାନ, କରଣ ଯୋହର, ଏକତା କପୁରଙ୍କ ସମେତ ବହୁ କଳାକାର ଏବଂ ଫିଲ୍ମ ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ବିହାରର ଅନେକ ସ୍ଥାନରେ ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଥିଲା ।

କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକମାନେ ମଧ୍ୟ ସିବିଆଇ ତଦନ୍ତ ଦାବି କରୁଛନ୍ତି  । ଏହା ସହ ଅଭିନେତାଙ୍କ ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ତେବେ ପ୍ରଶ୍ନ ଗୁଡିକ କ’ଣ ଜାଣନ୍ତୁ-

୧- ପ୍ରଥମ ପ୍ରଶ୍ନ – ଆଚମ୍ବିତର କଥା ଏହା ଯେ, ପୋଲିସ ରିପୋର୍ଟ ଅନୁସାରେ ଆତ୍ମହତ୍ୟାର ପୂର୍ବ ରାତିରୁ ସେହି ବିଲ୍ଡିଂର ସମସ୍ତ ସିସିଟିଭି ବନ୍ଦ ଥିଲା। ସିସିଟିଭି ବନ୍ଦ କେମିତି ହେଲା ଓ ତା’ପର ଦିନ ହିଁ ସୁଶାନ୍ତ ଆତ୍ମହତ୍ୟା କଲେ?

୨- ଦ୍ୱିତୀୟ ପ୍ରଶ୍ନ- ସୁଶାନ୍ତଙ୍କର କିଛି ବନ୍ଧୁ ରାତିରେ ତାଙ୍କ ଫ୍ଲାଟକୁ ଆସିଥିଲେ ଓ ହୁଟିଂ କରିଥିଲେ । ପ୍ରଶ୍ନ ଉଠୁଛି ଯେ, ଡିପ୍ରେସନରେ ଥିବା ବ୍ୟକ୍ତି କାହିଁକି ହୁଟିଂ କରିବ? କାରଣ ଏହା  ଖୁସିର ସଙ୍କେତ ।

୩- ତୃତୀୟ ପ୍ରଶ୍ନ- ଆତ୍ମହତ୍ୟାର ପ୍ରଥମ ୨ ଘଣ୍ଟା ପାଇଁ, ସେ ନିଜ ଫ୍ଲାଟରୁ ବାହାରିଥିଲେ ଏବଂ ଭଲ ମୁଡ୍ ରେ ଥିଲେ ଏବଂ ଆଖପାଖର ଲୋକଙ୍କୁ ସୁଶାନ୍ତ କହିଥିଲେ ଯେ ‘ଆଜି ବହୁତ ଗରମ, ହେଉଛି’ । ତେବେ ଆତ୍ମହତ୍ୟା କରିବାକୁ ଯାଉଥିବା ବ୍ୟକ୍ତି ଗରମ ହେବାକୁ ନେଇ ବିବ୍ରତ ହେବେ କି ?

୪- ଚତୁର୍ଥ ପ୍ରଶ୍ନ- ମୃତ୍ୟୁ ପୂର୍ବରୁ ସୁଶାନ୍ତ ରହୁଥିବା ଫ୍ଲାଟର ଡୁପ୍ଲିକେଟ୍ ଚାବି ମଧ୍ୟ ନିଖୋଜ ଥିଲା । କେବଳ ସେତିକି ନୁହେଁ, ଯେଉଁ ପୋଷାକରେ ସୁଶାନ୍ତଙ୍କ ଝୁଲନ୍ତା ଦେହ ମିଳିଥିଲା ସେଥିରେ କେବଳ ତିନୋଟି ଆଙ୍ଗୁଠିର ଚିହ୍ନ ରହିଛି । ଯଦି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ତେବେ ସେଠାରେ ୩ ଟି ଫିଙ୍ଗର ପ୍ରିଣ୍ଟ କାହିଁକି ରହିଛି?

୫- ପଞ୍ଚମ ପ୍ରଶ୍ନ – ପୋଷାକ ଉପରେ ଆଙ୍ଗୁଠି ଚିହ୍ନ ବାମ ହାତରେ ଅଛି ଓ ସୁଶାନ୍ତ ଜଣେ ଲେଫ୍ଟି ନଥିଲେ, ତେବେ ସେ କେବଳ ବାମ ହାତର ସାହାଯ୍ୟରେ କିପରି ଆତ୍ମହତ୍ୟା କଲେ?

୬- ଷଷ୍ଠ ପ୍ରଶ୍ନ – ଫାଶୀ ଦେଇ ଆତ୍ମହତ୍ୟା କଲେ, ଆଖି ବଡ଼ ହୋଇଯାଏ, ଜିଭ ବାହାରକୁ ଆସେ, ଏବଂ ଗଳାରେ ଏକ U ଚିହ୍ନ ହେଇଥାଏ, କିନ୍ତୁ ସୁଶାନ୍ତଙ୍କ ମୃତ ଶରୀରରେ ଏମିତି କୌଣସି ଚିହ୍ନ ନଥିଲା । କାହିଁକି?

୭- ସପ୍ତମ ପ୍ରଶ୍ନ- ସୁଶାନ୍ତ ତାଙ୍କ ଗର୍ଲଫ୍ରେଣ୍ଡକୁ କହିଥିଲେ ଯେ ଯଦି ସେ ତାଙ୍କ ସହ ସମ୍ପର୍କ ରଖନ୍ତି ତେବେ ତାଙ୍କୁ ହତ୍ୟା କରାଯିବ। ସୁଶାନ୍ତ  ନ୍ତ ଆତ୍ମହତ୍ୟା କରିବେ ବୋଲି ଜଣେ ଫିଲ୍ମ ନିର୍ଦ୍ଦେଶକ ଆଗରୁ କହିଥିଲେ,ପ୍ରଶ୍ନ ହେଲା ସେ କେମିତି ଏତେ ନିଶ୍ଚିତ ଥିଲେ  ?

Leave a Reply