ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ୍ ସହ ଉତ୍ତେଜନା ଲାଗି ରହିଛି । ଯୁଦ୍ଧ ଆଶଙ୍କାକୁ ନେଇ ଦେଶବାସୀ ଆତଙ୍କିତ ଥିବାବେଳେ ପ୍ରତିରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର କରିଛନ୍ତି ବଡ଼ ଡିଲ୍ । ଋଷ ରାଷ୍ଟ୍ରପତି ଭ୍ଲଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଛନ୍ତି । ଋଷ ଠାରୁ ଭାରତ ୩୩ଟି ଯୁଦ୍ଧ ବିମାନ କିଣିବା ନେଇ ସୂଚନା ଦେଇଛି । ଏଥିପାଇଁ ୧୮ ହଜାର ୧୪୮ କୋଟି ଟଙ୍କାର ବଜେଟ୍ ରଖାଯାଇଛି । ଭାରତ, ଋଷ ଠାରୁ ସୁଖୋଇ-୩୦ ଓ ମିଗ୍-୨୯ ବିମାନ କିଣିବ । କଥାବାର୍ତ୍ତା ବେଳେ ଋଷ ରାଷ୍ଟ୍ରପତି ଭ୍ଲଦିମିର ପୁଟିନ୍ କହିଛନ୍ତି ଏହା ୨ ଦେଶ ମଧ୍ୟରେ ସାମରିକ ସମ୍ବନ୍ଧକୁ ଆହୁରି ମଜଭୁତ୍ କରିବ ।
ମିଳିଥିବା ସୂଚନା ମୁତାବକ, ପ୍ରତିରକ୍ଷା ମନ୍ତ୍ରାଳଯ ଋଷ ଠାରୁ ୩୩ଟି ନୂଆ ଯୁଦ୍ଧ ବିମାନ କିଣିବାକୁ ଅନୁମତି ପ୍ରଦାନ କରିଛି । ଏଥିରେ ୧୨ଟି ସୁଖୋଇ-୩୦ ଯୁଦ୍ଧ ବିମାନ ସହ ୨୧ଟି ମିଗ୍-୨୯ ରହିଛି । ଏଥିସହ ଭାରତ ପାଖରେ ଥିବା ୫୯ଟି ମିଗ୍-୨୯ ଯୁଦ୍ଧ ବିମାନକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ଅପଗ୍ରେଡ୍ କରାଯିବ । ଏଥିପାଇଁ ମୋଟ୍ ୧୮ ହଜାର ୧୪୮ କୋଟି ଟଙ୍କା ଖର୍ଚ୍ଚ ହେବ ।
ସେହିପରି ୨୪୮ଟି ଆଷ୍ଟ୍ରା ଏୟାର ମିସାଇଲ୍ କ୍ରୟ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମୋଦନ ଦେଇଛି । ଏହା ଭାରତୀୟ ବାୟୁ ସେନା ଓ ଭାରତୀୟ ନୌସେନା ଉଭୟଙ୍କ କାମର ଆସିବ । ଏଥିହ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏକ ହଜାର କିଲୋମିଟର ରେଞ୍ଜ ଭେଦ କରିପାରୁଥିବା କ୍ରୁଜ୍ ମିସାଇଲ୍ ଡିଜାଇନକୁ ମଧ୍ୟ ମଞ୍ଜୁରୀ ମିଳିଛି ।
ଚୀନ୍ ସହ ଉତ୍ତେଜନା ଭିତରେ ଚଳିତ ମାସ ୨୭ ତାରିଖକୁ ରାଫେଲ୍ ବିମାନ ଭାରତରେ ପହଞ୍ଚିବ । ଦୁନିଆର ସବୁଠୁ ଘାତକ ଯୁଦ୍ଧ ବିମାନ ରାଫେଲ ସେନାରେ ସାମିଲ ହେବ । ଏଥିରେ ଆକାଶରୁ ଆକାଶରୁ ପ୍ରକ୍ଷେପଣ ମିଶାଇଲ ଆକ୍ରମଣ କରିହେବ ।
https://nandighoshatv.com/pm-narendra-modi-wish-to-russia-president-vladimir-putin/











ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ସଦର ବ୍ଲକର ୩୩୫ ଅଙ୍ଗନବାଡି କେନ୍ଦ୍ରରେ ନାମ ଲେଖାଇଥିବା ଶିଶୁମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯିବ । ପରେ ପରେ ଜିଲ୍ଲାର ୩୨୫୭ ଟି ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ ଶିଶୁଙ୍କୁ ଆସନ୍ତା ସେପ୍ଟେମ୍ବର ୧ଠାରୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏହା ସମେତ ଜିଲ୍ଲାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାର ବହୁ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ଆଗାମୀ ସମୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବର୍ଷକୁ ୧. ୫ କୋଟି ସହାୟତା ରାଶି ଯୋଗାଇ ଦିଆଯିବ । ଆଇ ସି ଡି ଏସ୍ କାର୍ଯ୍ୟକ୍ରମରେ ମାଣ୍ଡିଆକୁ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ଏବଂ ଏ ଦିଗରେ କେନ୍ଦୁଝର ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରଥମ । ମାଣ୍ଡିଆର ବିକେନ୍ଦ୍ରିକରଣ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟା କରଣ, ଯୋଗାଣ ଏବଂ ବ୍ୟବହାର କ୍ଷେତ୍ରରେ ସମଗ୍ର ଦେଶରେ ଏହା ଏକ ଅନନ୍ୟ ପଦକ୍ଷେପ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି |









