ଟିକ୍‌ଟକ୍‌ ବ୍ୟାନ୍‌କୁ ନେଇ ଦୁଃଖ ପ୍ରକାଶ କଲେ ପଶ୍ଚିମବଙ୍ଗ ସାଂସଦ, କହିଲେ ଏମିତି କଥା…

1 min read
Nusrat Jahan on TikTok ban: People will suffer like demonetisation.

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ୫୯ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରାଯାଇଛି । ସେଥିମଧ୍ୟରେ ଟିକ୍‌ଟକ୍‌ ଭଳି କିଛି ଲୋକପ୍ରିୟ ଆପ୍‌ ମଧ୍ୟ ରହିଛି । ତେବେ ଅନ୍ୟ କିଛି ଆପ୍‌କୁ ନେଇ ଯେତିକି ଚର୍ଚ୍ଚା ନାହିଁ ତାଠାରୁ ଢ଼େର୍‌ ଅଧିକ ଚର୍ଚ୍ଚା ଟିକ୍‌ଟକ୍‌ ନେଇ । ସାଧାରଣ ଜନତା ତ ଟିକ୍‌ଟକ୍‌ ବ୍ୟାନ୍‌ ନେଇ ଅନେକ ଆଲୋଚନା କରୁଛନ୍ତି । ହଲେ ଏହାରି ମଧ୍ୟରେ ଜଣେ ସାଂସଦ ମଧ୍ୟ ଟିକ୍‌ଟକ୍‌ ବ୍ୟାନ୍‌ ଉପରେ ଆପତ୍ତି ଜଣାଇଛନ୍ତି ।

ଗୋଟିଏ ପଟେ ସୁପ୍ରିମ୍‌କୋର୍ଟରେ ଟିକ୍‌ଟିକ୍‌ ସପକ୍ଷରେ କେସ୍‌ ଲଢ଼ିବାକୁ ବରିଷ୍ଠ ଆଇନ୍‌ଜୀବୀ ମନା କରୁଥିବା ବେଳେ ଏପଟେ ଏହି ସାଂସଦ ନିଜର ଆପତ୍ତି ଜଣାଇଛନ୍ତି । ସେ କହିଛନ୍ତି ଏହି ବ୍ୟାନ୍‌ ଠିକ୍‌ ନୁହେଁ । ଟିକ୍‌ଟକ୍‌ରୁ ଅନେକ ଲୋକ ରୋଜଗାର ପାଉଥିଲେ । ଅନ୍ୟ ସୋସିଆଲ ମିଡିଆ ଭଳି ଏହା ମଧ୍ୟ ଏକ ସୋସିଆଲ ପ୍ଲାଟ୍‌ଫର୍ମ । କେନ୍ଦ୍ର ସରକାର ଯଦି ଚାଇନିଜ୍‌ ଆପ୍‌ ବ୍ୟାନ୍‌ କଲେ ତେବେ ସବୁ ଆପ୍‌ କାହିଁକି ବ୍ୟାନ୍‌ କଲେ ନାହିଁ । କେବଳ ହାତଗଣତି କିଛି ଚାଇନିଜ୍‌ ଆପ୍‌ ବ୍ୟାନ୍‌ କରି ସରକାର ଲୋକଙ୍କୁ କନ୍‌ଫ୍ୟୁଜ୍‌ କରୁଛନ୍ତି ।

ଏହି ସଂସଦ ଜଣକ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ନୁସରତ୍‌ ଜାହାଁ । ସେ ପଶ୍ଚିମବଙ୍ଗର ବସିରହାଟ୍‌ ନିର୍ବାଚନ ମଣ୍ଡଳିରୁ ତୃଣମୂଳ କଂଗ୍ରେସ ଟିକଟରେ ଲଢ଼ି ସାଂସଦ ହୋଇଛନ୍ତି । ନୁସରତ୍‌ ଆହୁରି ମଧ୍ୟ ଅଭିଯୋଗ କହିଛନ୍ତି ଯେ, ଏହି ଆପ୍‌ ଯୋଗୁଁ ଜାତୀୟ ସୁରକ୍ଷାକୁ ନେଇ ଯଦି କିଛି ପ୍ରଶ୍ନ ଉଠୁଛି ତେବେ ସେ ଏହି ବ୍ୟାନ୍‌ ସପକ୍ଷରେ ରହିଛନ୍ତି । ବିମୂଦ୍ରୀକରଣ ବେଳେ ଯେଭଳି ପରିସ୍ଥିତି ଉପୁଜିଥିଲା ଏବେ ଠିକ୍‌ ସେହିଭଳି ପରିସ୍ଥିତି ଉପୁଜିଛି ବୋଲି କହିଛନ୍ତି ନୁସରତ୍‌ ।

https://www.instagram.com/p/CCGABAZHCjJ/?utm_source=ig_embed

ହେଲେ ନୁସରତ୍‌ ଏଭଳି ଅଭିଯୋଗ କରିଛନ୍ତି ଯେ, ଯଦି ଚାଇନିଜ୍‌ ଆପ୍‌ ଗୁଡ଼ିକୁ ବ୍ୟାନ୍‌ କରାଗଲା, ତେବେ ଦେଶର ପୁଞ୍ଜି ବିନିଯୋଗ କରିଥିବା ବିଭିନ୍ନ ଚାଇନିଜ୍‌ କମ୍ପାନୀକୁ କାହିଁକି ବ୍ୟାନ୍‌ କରାଯାଉ ନାହିଁ ।

Leave a Reply