ଇସଲାମ୍ ରୀତିନୀତିରେ ହୋଇଥିଲା କି ଇନ୍ଦିରା ଗାନ୍ଧିଙ୍କ ଅନ୍ତିମ ସଂସ୍କାର ? ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟର ସତ ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ହୋଇଥିଲା କି ନମାଜ ପାଠ ? କଲମା ପଢ଼ିଥିଲେ କି ରାଜୀବ ଗାନ୍ଧି ଓ ରାହୁଲ ଗାନ୍ଧି । ସୋସିଆଲ୍ ମିଡିଆରେ ସେୟାର୍ ହେଉଥିବା କିଛି ପୋଷ୍ଟ ଏମିତି ଦାବି କରୁଛି । ଇନ୍ଦିରାଙ୍କ ମୃତ୍ୟୁ ପରେ ଶେଷକୃତ୍ୟ ବେଳେ ରାଜୀବ ଓ ରାହୁଲ୍ ଗାନ୍ଧି ନମାଜ ପାଠ କରିଥିଲେ । ସୋସିଆଲ୍ ମିଡିଆ ଟ୍ୱଟରରେ ଏଭଳି ଫଟୋ ପୋଷ୍ଟ ହୋଇଛି । ଫଟୋ ପୋଷ୍ଟ କରି ଗଗନ ସିଂହ ରାଜପୁତ ନାମକ ଜଣେ ୟୁଜର ଲେଖିଛନ୍ତି- ଆମ ଦେଶର ଲୋକଙ୍କୁ ଲାଗୁଛି ଏମାନେ ବ୍ରାହ୍ମଣ ।

ଗଗନଙ୍କ ଏହି ପୋଷ୍ଟ ପରେ ସୋସିଆଲ୍ ମିଡିଆରେ ଇନ୍ଦିରା ଗାନ୍ଧି କେଉଁ ଧର୍ମର ତାକୁ ନେଇ ପ୍ରଶ୍ନ ଉଠିଛି । ଇନ୍ଦିରାଙ୍କ ଧର୍ମକୁ ନେଇ ଲୋକେ ନାନା କଥା କହୁଥିବା ବେଳେ ଫ୍ୟାକ୍ଟ ଚେକରୁ ଜଣାପଡ଼ିଛି ଫଟୋଟି ଅନ୍ତ୍ୟେଷ୍ଟି କ୍ରିୟା ବେଳର । ଶେଷ କୃତ୍ୟରେ ରାଜୀବ ଓ ରାହୁଲ ଗାନ୍ଧି ନମାଜ ପାଠ ମୁଦ୍ରାରେ ଅଛନ୍ତି । ତେବେ, ଏହା ଇନ୍ଦିରା ଗାନ୍ଧିଙ୍କ ଅନ୍ତ୍ୟେଷ୍ଟି କି ?Facts of Indira Gandhi funeral

ସତ କଣ ?

ପ୍ରକୃତରେ ଇନ୍ଦିରା ଗାନ୍ଧିଙ୍କ ଅନ୍ତ୍ୟେଷ୍ଟି ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ କରାଯାଇଥିଲା । ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଫଟୋଟି ଅବ୍ଦୁଲ ଗଫର ଖାନଙ୍କ ଶେଷକୃତ୍ୟ ବେଳର । ବଚ୍ଚା ଖାନ ନାମରେ ଜଣାଶୁଣା ଅବ୍ଦୁଲ ଗଫର ଖାନଙ୍କ ଅନ୍ତ୍ୟେଷ୍ଟିରେ ରାଜୀବ ଗାନ୍ଧି, ସୋନିଆ ଗାନ୍ଧି ଓ ନରସିହ୍ମା ରାଓ ଯୋଗ ଦେଇଥିଲେ । ଏନେଇ ପେଶାୱାର ହାଇକୋର୍ଟରେ ଓକିଲ ଥିବା ମହସିନ୍ ଦାୱାରଙ୍କ ଭେରିଫାଇଡ୍ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ ହୋଇଛି ।

Leave a Reply