ଚାଇନା ଆପ ବ୍ୟାନ୍ ଡିଜିଟାଲ୍ ଷ୍ଟ୍ରାଇକ୍: ରବିଶଙ୍କର ପ୍ରସାଦ

1 min read

କୋଲକାତା: ଚୀନର ୫୯ଟି ଆପକୁ ବ୍ୟାନ୍ କରିବା ହେଉଛି ଡିଜିଟାଲ୍ ଷ୍ଟ୍ରାଇକ୍ । ଚାଇନିଜ୍ ଆପ୍ ବ୍ୟାନ ଉପରେ ମତ ରଖି ଏପରି କହିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଭାରତ ଶାନ୍ତି ଚାହେଁ । କିନ୍ତୁ, କେହି ଆମ ଉପରେ ଖରାପ ନଜର ପକାଇଲେ ଆମେ ମୁହଁତୋଡ୍ ଜବାବ ଦେବୁ । ଏବେ ୨ ‘ସି’ ଅର୍ଥାତ୍ କରୋନା ଓ ଚୀନ ଚର୍ଚ୍ଚାରେ ଥିବା କେନ୍ଦ୍ର ମନ୍ତ୍ରୀ ରବିଶଙ୍କର କହିଛନ୍ତି ।

ଭର୍ଚୁଆଲ ରାଲିରେ ପଶ୍ଚିମବଙ୍ଗବାସୀଙ୍କୁ ସମ୍ବୋଧିତ କଲା ବେଳେ ରବିଶଙ୍କର କହିଛନ୍ତି- ଜୁନ୍ ୧୫ ସଂଘର୍ଷରେ ଆମର ୨୦ ଜଣ ଯବାନ ସହିଦ ହୋଇଛନ୍ତି । ଏଥିରେ ଆମଠୁ ୨ ଗୁଣା ଅଧିକ ଚୀନର ମରିଛନ୍ତି । ତେଣୁ, ଚୀନ୍ ଏଯାଏଁ ମୃତାହତଙ୍କ ତଥ୍ୟା ପ୍ରକାଶ କରୁନାହିଁ ବୋଲି ସେ କହିଛନ୍ତି ।

ଉରୀ ଓ ପୁଲୱାମା ଆତଙ୍କୀ ହମଲା ପରେ ଭାରତ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାର ଉଦାହରଣ ଦେଇ ରବିଶଙ୍କର କହିଛନ୍ତି ସୀମାରେ ଯବାନଙ୍କ ବଳିଦାନ ବେକାର ଯିବନାହିଁ । ଚୀନ୍ ସହ ଲଢ଼ାଇରେ ସହିଦ ହୋଇଥିବା ଯବାନ ଆମ ପାଇଁ ବହୁମୂଲ୍ୟ । ସରକାର ଏହା କରି ଦେଖାଇବେ ।

ସଂକଟରେ ଦେଶର ସାଥ୍ ଦେଉନି ଟିଏମସି

ଚୀନ୍ ଆପ୍ ପର ବ୍ୟାନ୍ ନିଷ୍ପତ୍ତିକୁ ଟିଏମସି ବିରୋଧ କରୁଥିବା ବେଳେ ରବିଶଙ୍କର ପ୍ରସାଦ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ଟିଏମସି ପୂର୍ବରୁ ଚୀନ୍ ଆପ୍ କାହିଁକି ବ୍ୟାନ୍ କରାଯାଉନାହିଁ ବୋଲି ପ୍ରଶ୍ନ କରୁଥିଲା । ଏବେ ବ୍ୟାନ୍ ପରେ ଏମିତି କାହିଁକି ହେଉଛି ବୋଲି ପଚାରୁଛି ? ଦେଶର ସଂକଟ ସମୟରେ ଟିଏମସି କାହିଁକି ସରକାଙ୍କ ସହ ଛିଡ଼ା ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବର୍ଡରରେ ଚୀନ ସହ ଉତ୍ତେଜନାକୁ ଦେଖି କେନ୍ଦ୍ର ସରକାର ସୋମବାର ଚୀନ ଆପକୁ ବ୍ୟାନ୍ କରି ଦେଇଥିଲେ । ଏହା ଉପରେ ଟିଏମସି ସାଂସଦ ନୁସରତ ଜହାଁ ବୁଧବାର ପ୍ରତିକ୍ରିୟା ରଖିଥିଲେ । କହିଥିଲେ- କେନ୍ଦ୍ର ସରକାର ଶୀଘ୍ର ଏମିତି ନିଷ୍ପତ୍ତି ନେଇଛନ୍ତି । ସରକାର ଟିକଟକ୍ ଆପର ବିକଳ୍ପ ଦେବା ଉଚିତ୍ । ଏହି ଆପ୍ ସହ ଜଡ଼ିତ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ଲୋକ ବିମୁଦ୍ରୀକରଣ ଭଳି ସମସ୍ୟା ଭୋଗିବେ ବୋଲି ନୁସରତ କହିଥିଲେ ।

ଟିକ୍‌ଟକ୍‌ ବ୍ୟାନ୍‌କୁ ନେଇ ଦୁଃଖ ପ୍ରକାଶ କଲେ ପଶ୍ଚିମବଙ୍ଗ ସାଂସଦ, କହିଲେ ଏମିତି କଥା…

Leave a Reply