ପୁଟିନଙ୍କୁ ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି,ଫୋନରେ କ’ଣ କଥା ହେଲେ ?

1 min read

ନୂଆଦିଲ୍ଲୀ:  ଋଷ ଇତିହାସରେ ଆଜି ଏମିତି କିଛି ଘଟିଛି  ଯାହା ଆଗରୁ କେବେ ଘଟିନଥିଲା । ରାଷ୍ଟ୍ରପତି ଭ୍ଲଦିମିର ପୁଟିନ ୨୦୩୬ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ରହିବେ । ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ନିର୍ବାଚନ ହେବ ନାହିଁ । ଏହି ମୌକାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭ୍ଲାଦିମିର ପୁଟିନଙ୍କୁ ଫୋନରେ ଶୁଭେଛା ଜଣାଇଛନ୍ତି । ଏହା ସହ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୫ ବର୍ଷ ପୁରଣ ଅବସରରେ ରୁଷକୁ ଶୁଭେଛା ଜଣାଇଥିଲେ ।

PUTIN WINS AGAIN, BUT WHAT'S DIFFERENT THIS TIME? - Impakter

ସୂଚନାଯୋଗ୍ୟ ଯେ, ରୁଷ ସମ୍ବିଧାନରେ ସଂଶୋଧନ ହୋଇଛି । ଋଷରେ ଏଥିପାଇଁ କିଛି ଦିନ ତଳେ ଭୋଟ୍ ହୋଇଥିଲା । ଯାହାର ଫଳାଫଳ ଏବେ ଆସିଛି । ଏହି ଭୋଟିଂରେ ପୁଟିନଙ୍କୁ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବାକୁ ସମର୍ଥନ ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଛାର ଉତ୍ତରରେ ପୁଟିନ୍ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାସହ ପୁଟିନ୍ କହିଛନ୍ତି ଯେ, ଦୁଇ ଦେଶ ସବୁ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ । ଚୀନ ସହ ଗତିରୋଧ ଭିତରେ ଋଷ ଖୁବଶୀଘ୍ର ଭାରତକୁ ଏର-୪୦୦ ମିସାଇଲ ସିଷ୍ଟମ ଦେବାକୁ ରାଜି ହୋଇଛି । ୨୦୧୮ରେ ଏଥିପାଇଁ ଭାରତ ଓ ଋଷ ମଧ୍ୟରେ ୪୦ ହଜାର କୋଟିର ଚୁକ୍ତି ହୋଇଥିଲା । ଭାରତ ଏଥିରୁ ୫ଟି ୟୁନିଟ୍ କିଣିବ ।

Trump's move against Iran would have figured in Modi-Putin summit ...

୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ ପୁଟିନ୍

ଋଷରେ ନିକଟରେ ସରିଥିବା ମତଦାନ ପୁଟିନଙ୍କ ପାଇଁ ଖୁସୀ ଖବର ଆଣିଛି । ପୁଟିନ୍ ଏବେ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନରେ ରହିବେ । ଏଥିପାଇଁ ପୁଟିନ୍ ସମ୍ବିଧାନରେ ସଂଶୋଧନ କରିଥିଲେ । ଯାହା ଉପରେ ଦେଶରେ ମତଦାନ ହୋଇଥିଲା । ମତଦାନରେ ସମ୍ବିଧାନ ସଂଶୋଧନକୁ ସ୍ୱୀକୃତି ମିଳିଛି ।

ସମ୍ବିଧାନ ସଂଶୋଧନ ଫଳରେ ପୁଟିନ୍ ତାଙ୍କ କାର୍ଯ୍ୟକାଳ ସରିବା ପରେ ମଧ୍ୟ ୧୨ ବର୍ଷ ପାଇଁ ରାଷ୍ଟ୍ରପତି ରହିବେ ।

ପାକିସ୍ତାନକୁ ନାକେଦମ କରିଥିବା ବଲୁଚିସ୍ତାନ୍ ଆର୍ମି କିଏ ? ଯିଏ କରାଚି ଷ୍ଟକ୍ ଏକ୍ସଚେଞ୍ଜ ଉପରେ କରିଛି ଆକ୍ରମଣ..

Leave a Reply