ରାଜ୍ୟର ୪ ଡାକ୍ତରଖାନାରେ ମିଳିବ ପ୍ଲାଜମା ଥେରାପି ସୁବିଧା, ଜାଣନ୍ତୁ କେଉଁଠି…….

state to initiate plasma therapy.

କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏଯାବତ୍ ସବୁଠାରୁ ସଫଳ ହୋଇଥିବା ପ୍ରକ୍ରିୟା କହିଲେ ପ୍ଲାଜମା ଥେରାପୀ । ରାଜ୍ୟ ଏବେ ପ୍ଲାଜମା ଥେରାପୀକୁ ଆପଣାଇବା ପାଇଁ ନିଷ୍ପତ୍ତି ନେଇଛି । ଏନେଇ ପ୍ରାରମ୍ଭିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି । ଆଜି ଲୋକସଭା ଭବନରେ ରାଜ୍ୟ ପରିବାର କଲ୍ୟାଣ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏନେଇ ଏକ ବୈଠକର ଆୟୋଜନ କରିଛନ୍ତି । ତେବେ ପ୍ଲାଜମା ଥେରାପି ମାଧ୍ୟମରେ କରୋନା ରୋଗୀଙ୍କର ଚିକିତ୍ସା ପଦ୍ଧତି ନିରୂପଣ କରାଯିବ । ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି । ତେବେ ଏହି ଚିକିତ୍ସା ନେଇ ମାର୍ଗ ଦର୍ଶିକା ପ୍ରସ୍ତୁତ କରିବା ସହ  ଲୋକ ସଚେତନତା ସୃଷ୍ଟି କରିବା ଦିଗରେ ବ୍ୟାପକ ଭାବେ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ନବ ଦାସ ପ୍ରକାଶ କରିଛନ୍ତି । ନିର୍ଦ୍ଦିଷ୍ଟ ଭାବେ କେଉଁ ରୋଗୀମାନେ ପ୍ଲାଜମାଥେରାପିରେ ଉପକୃତ ହୋଇ ପାରିବେ ସେ ନେଇ ମଧ୍ୟ କମିଟି ସବିଶେଷ ତଥ୍ୟ ସରକାରଙ୍କୁ ଦେବ ।

state to initiate plasma therapyସେହିଭଳି ପ୍ଲାଜମା ଥେରାପି ହେଲେ ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଏହା ରାଜ୍ୟର ୪ଟି ପ୍ରମୁଖ ଡାକ୍ତରଖାନାରେ ଉପଲବ୍ଧ ହେବ । କଟକ ଏସବି, ଅଶ୍ୱନୀ, କିମ୍ସ ଓ ସମ୍ ହସ୍ପିଟାଲରେ ପ୍ଲାଜମା ଥେରାପି ସୁବିଧା ମିଳିବ । ତେବେ ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ସୋଆ ବିଶ୍ୱ ବିଦ୍ୟାଳୟର କୁଳପତି ଡ. ଅଶୋକ ମାହାପାତ୍ର, କିମ୍ସ ନିର୍ଦ୍ଦେଶକ ସୁବ୍ରତ ଆଚାର୍ଯ୍ୟ, ସ୍ୱାସ୍ଥ୍ୟ ବିଭାଗ ସଚିବ ଡ.ସି ବି କେ ମହାନ୍ତି, ଆରଏମଆରସିର ନିର୍ଦ୍ଦେଶିକା ସଂଘମିତ୍ର ପତି, ଛାତି ରୋଗ ବିଶେଷଜ୍ଞ ଏମ ଆର୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏମାନେ ସମସ୍ତେ ରାଜ୍ୟରେ ପ୍ଲାଜମା ଥେରାପି ଲାଗୁ ହେବା ପ୍ରସଙ୍ଗ ଉପରେ ମତପୋଷଣ କରିଥିଲେ । ସେହିଭଳି ନିକଟ ଅତୀତରେ ରାଜ୍ୟ ସରକାର ରେମିଡିସାଭିୟର ଓ ଫାଭିଫ୍ଲୁ   ଔଷଧକୁ ଭୀଷଣ ଭାବେ ସଂକ୍ରମିତ ହୋଇଥିବା ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Leave a Reply