spot_img
Home Blog Page 6831

ଛତ୍ରପୁରର ଦୁଇ ପୋଲିସ ଆଧିକାରୀ କରୋନା ସଂକ୍ରମିତ,ଟ୍ୱିଟ୍ କରି ସୂଚନା ଦେଲେ ଗଞ୍ଜାମ ଏସପି

ଗଞ୍ଜାମ: କରୋନା ଯୋଦ୍ଧା କରୋନା ଆକ୍ରାନ୍ତ  । କଳାହାଣ୍ଡିରେ ଦୁଇ ଜଣ ଡାକ୍ତର କରୋନା ସଂକ୍ରମିତ ହେବା ପରେ ଏବେ ଦୁଇଜଣ ପୋଲିସ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ବିରୋଧ ଯୁଦ୍ଧରେ ଫ୍ରଣ୍ଟ ଲାଇନରେ ଥିବା ଏହି ଯୋଦ୍ଧା କରୋନା ସଂକ୍ରମିତ ହେବା ଚିନ୍ତା ବଢାଇ ଦେଇଛି । ନୂଆ ଖବର ଅନୁସାରେ ଛତ୍ରପୁରର ଏସଡିପିଓ ଓ ଆଇଆଇସିଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ଜିଲ୍ଲା ଏସପି ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି ।

ଗଞ୍ଜାମ ପୋଲିସର ଆଉ ୨ଜଣ ପୋଲିସ ଅଧିକାରୀ ଛତ୍ରପୁର ଏସଡିପିଓ ଓ ଆଇଆଇସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ଗଞ୍ଜାମ ଏସପି ଟ୍ୱିଟ୍‌ କରି ଜଣାଇଛନ୍ତି। କରୋନା ନିୟନ୍ତ୍ରଣରେ ଯୋଦ୍ଧା ସାଜିଥିବା ଏହି ଅଫିସରଙ୍କ କାର୍ଯ୍ୟାଦକ୍ଷତା ପ୍ରେରଣାଦାୟୀ ବୋଲି ଏସପି କହିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନାର ପୂରା ଷ୍ଟାଫ ହୋମ କ୍ୱାରେଣ୍ଟାଇନରେ ଯାଇଥିଲେ । ଅପରାଧିଙ୍କୁ ଧରିବାକୁ ଯାଇ ଜରଡ଼ା ଥାନାର ଦୁଇ ଅଧିକାରୀ କରୋନା ସଂକ୍ରମିତ ହୋଇଥିଲେ । ଗିରଫ ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ପୋଲିସ ଅଧିକାରୀଙ୍କ ଟେଷ୍ଟ ହୋଇଥିଲା  ପରେ ରିପୋର୍ଟ ପଜିଟିଭ୍ ଆସିଥିଲା ।

ସୁରଟରୁ ପ୍ରବାସୀ ଶ୍ରମିକଙ୍କ ଫେରିବା ପରଠାରୁ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ ସୂଚନା ଯୋଗ୍ୟ ଯେ, ସୁରଟରୁ ଅଧିକ ସଂଖ୍ୟାକ ପ୍ରବାସୀ ଗଞ୍ଜାମ ଜିଲ୍ଲାରୁ ଫେରିଛନ୍ତି । ପ୍ରବାସୀଙ୍କ ପରେ ଏବେ କରୋନା ଯୋଦ୍ଧାଙ୍କୁ ତା କବଳକି ଆଣିଛି କରୋନା ।

ସେବାୟତମାନେ ପିନ୍ଧିବେ ରଥ ରଙ୍ଗର ମାସ୍କ, ବୟନିକା ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ପୁରୀ: ରଥଯାତ୍ରାରେ ସେବାୟତମାନେ ପିନ୍ଧିବେ ବୟନିକା ଦ୍ଵାରା ପ୍ରସ୍ତୁତ ମାସ୍କ । ୫ ହଜାର ମାସ୍କ ପ୍ରସ୍ତୁତ କରିବା ଲାଗି ବୟନିକାକୁ ଅନୁରୋଧ କରିଛି ଶ୍ରୀ ମନ୍ଦିର ପ୍ରଶାସନ । ଏ ନେଇ ଚିଠି ମିଳିବା ପରେ ଆଜିଠାରୁ ଆରମ୍ଭ ହୋଇଛି ମାସ୍କ ତିଆରି ପ୍ରସ୍ତୁତି । ତିନିରଥର କପଡା ରଙ୍ଗ ଅନୁସାରେ ମାସ୍କ ମଧ୍ୟ ତିନି ପ୍ରକାର ଡିଜାଇନରେ ପ୍ରସ୍ତୁତ ହେବ । ନାଲି-ହଳଦିଆ, କଳା-ନାଲି ଓ ସବୁଜ-ନାଲି ରଙ୍ଗ କପଡାରେ ପ୍ରସ୍ତୁତ ହେବ ମାସ୍କ ।

ରଥାଯାତ୍ରା ପୂର୍ବରୁ ମାସ୍କ ଶ୍ରୀ ମନ୍ଦିର ପ୍ରଶାସନକୁ ଯୋଗାଇ ଦିଆଯିବ ବୋଲି ବୟନିକା ପକ୍ଷରୁ ସୂଚନା ଦିଆଯାଇଛି । ସେବାୟତଙ୍କ ସୁରକ୍ଷା ଲାଗି ସମସ୍ତ ସେବାୟତଙ୍କୁ ମାସ୍କ ଯୋଗାଇ ଦେବା ଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଓଡିଶାର ପ୍ରସିଦ୍ଧ ବାନ୍ଧ ବସ୍ତ୍ରରେ ବୟନିକା ଦ୍ଵାରା ତିଆରି କରି ସେବାୟତଙ୍କୁ ଯ଼ୋଗାଇ ଦେବା ଲାଗି ସରକାରୀ ସ୍ଥରରେ ନିଷ୍ପତ୍ତି ହୋଇଛି ।

ରାସ୍ତା କଡ଼ରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ

ବାଲେଶ୍ୱର: ରାସ୍ତାକଡରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ରାସ୍ତାଗଡ଼ରୁ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିଥିଲା । ବାଲେଶ୍ୱର ସୋର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଛକ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । 

ଗତକାଲି ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ବେଳେ ଜଣେ ଅଜଣା ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହ ଉଦ୍ଧାର ପରେ ସୋର ଡାକ୍ତରଖାନାରେ ରଖାଯାଇଥିବା ବେଳେ ମହିଳାଙ୍କ କୈାଣସି ପରିଚୟ ମିଳିପାରି ନାହିଁ । ମହିଳାଙ୍କୁ ହତ୍ୟା ସନ୍ଦେହ କରାଯାଉଥିବା ବେଳେ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ଜମ୍ମୁ କାଶ୍ମୀରର ୩ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାମୁହିଁ, ୪ ଆତଙ୍କୀ ନିହତ

ଜମ୍ମୁ କାଶ୍ମୀରରେ ଗଡ଼ିଲା ୪ ଆତଙ୍କବାଦୀଙ୍କ ମୁଣ୍ଡ। ଜମ୍ମୁରେ ୩ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାମୁହିଁ ହୋଇଛନ୍ତି । ୪ଜଣଙ୍କୁ ଏନକାଉଣ୍ଟର କରିଛି ସୁରକ୍ଷାବଳ । ଆତଙ୍କୀ ସକ୍ରିୟ ଥିବା ନେଇ ଗୁଇନ୍ଦା ସୂଚନା ପରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପୁଲୱାମା, କୁଲଗାମ ଓ ଅନନ୍ତନାଗରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ୪ ଆତଙ୍କୀ ନିହତ ହୋଇଛନ୍ତି । କୁଲଗାମ ଜିଲ୍ଲା ନିପୋରାରେ ସେନା ୨ ଆତଙ୍କୀଙ୍କୁ ଏନକାଉଣ୍ଟର କରିଛି ।

ସେପଟେ ଅନନ୍ତନାଗ ଜିଲ୍ଲା ଲଲ୍‌ନରେ ସେନା ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ଏବେବି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଦକ୍ଷୀଣ କାଶ୍ମୀରର ପୁଲୱାମା ଜିଲ୍ଲା ଗୁଲବାଗ ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ଖବର ପାଇ ଘେରିଛି ସୁରକ୍ଷାବଳ। ଗୁଲ ବାଗ ଅଞ୍ଚଳରେ ୨ରୁ ୩ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି । ନିକଟରେ ଜମ୍ମୁର ସୋପିଆଁ, ବଡ଼ଗାମ ଅଞ୍ଚଳରେ ସେନା ଆତଙ୍କୀ ଗୁଳିବିନିମୟ ହୋଇଥିଲା। ପ୍ରାୟ ୧୪ ଆତଙ୍କୀଙ୍କୁ ଏନକାଉଣ୍ଟର କରିଥିଲେ ସୁରକ୍ଷା କର୍ମୀ ।

କରୋନା ସଂକଟ ସମୟରେ ବାଘଛାଲ ରାକେଟ ସକ୍ରିୟ । ପୁଣି ନୟାଗଡ଼ର ରଣପୁରରୁ ୨ କଲରାପତରିଆ ବାଘ ଛାଲ ଜବତ । ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଜ STF ।

କରୋନା ସଂକଟ ସମୟରେ ବାଘଛାଲ ରାକେଟ ସକ୍ରିୟ । ପୁଣି ନୟାଗଡ଼ର ରଣପୁରରୁ ୨ କଲରାପତରିଆ ବାଘ ଛାଲ ଜବତ । ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଜ STF ।

ଦେଶରେ ବେକାବୁ କରୋନା ସଂକ୍ରମଣ । ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏଯାଏଁ ୮ ହଜାର ୮ଶହ ୮୪ ମୁଣ୍ଡ ନେଲାଣି ଭୂତାଣୁ । କେବଳ ମହାରାଷ୍ଟ୍ରରେ ପଜିଟିଭ ସଂଖ୍ୟା ଲକ୍ଷେ ପାର୍ ।

ଦେଶରେ ବେକାବୁ କରୋନା ସଂକ୍ରମଣ । ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏଯାଏଁ ୮ ହଜାର ୮ଶହ ୮୪ ମୁଣ୍ଡ ନେଲାଣି ଭୂତାଣୁ । କେବଳ ମହାରାଷ୍ଟ୍ରରେ ପଜିଟିଭ ସଂଖ୍ୟା ଲକ୍ଷେ ପାର୍‌ ।

ରାଜ୍ୟରେ ଦିନକରେ ସର୍ବାଧିକ କରୋନା ପଜିଟିଭ୍, ୨୨୫ ଚିହ୍ନଟ… କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୯୬, ସ୍ଥାନୀୟ ୨୯ । କେବଳ କଟକରୁ ୯୨ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୭୨୩କୁ ବୃଦ୍ଧି । କଳାହାଣ୍ଡିରେ ୨ ଡାକ୍ତର ସଂକ୍ରମିତ ।

ରାଜ୍ୟରେ ଦିନକରେ ସର୍ବାଧିକ କରୋନା ପଜିଟିଭ୍‌, ୨୨୫ ଚିହ୍ନଟ… କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୯୬, ସ୍ଥାନୀୟ ୨୯ ।  କେବଳ କଟକରୁ ୯୨ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୭୨୩କୁ ବୃଦ୍ଧି । କଳାହାଣ୍ଡିରେ ୨ ଡାକ୍ତର ସଂକ୍ରମିତ ।

ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ସେଥି ମଧ୍ୟରୁ ୨୪୭୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧୨୩୪ଜଣ ସକ୍ରିୟ ରହିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ସେଥି ମଧ୍ୟରୁ ୨୪୭୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧୨୩୪ଜଣ ସକ୍ରିୟ ରହିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ୨୨୫ ସଂକ୍ରମିତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୯୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ଆଜିର ସଂକ୍ରମିତ ସଂଖ୍ୟା । ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ଶହେ ପାର ହେଉଥିବା ବେଳେ ଆଜି ଦୁଇ ଶହ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୨୫ କରୋନା ସଂକ୍ରମିତ ।  ଗତକାଲି ରାଜ୍ୟରେ ୧୧୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ୨୨୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସର ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ଏହି ୨୨୫ ଟି ପଜିଟିଭରେ ରହିଛି ୧୬ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୨୫ ଜଣ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬ ଜଣ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି ।

୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ କଟକରୁ ୯୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ୧୩, ଖୋର୍ଦ୍ଧା ୧୯, ନୟାଗଡ଼ ୭, ଢେଙ୍କାନାଳ ୭, ବାଲେଶ୍ୱର ୨, ଅନୁଗୁଳ ୧, ଭଦ୍ରକ ୫ , କଳାହାଣ୍ଡି ୩, କନ୍ଧମାଳ ୧୫, ଗଞ୍ଜାମ ୨୦, ସୁନ୍ଦରଗଡ଼୧, ପୁରୀ ୧୫, ବଲାଙ୍ଗୀର ୧୨, କେନ୍ଦ୍ରାପଡ଼ା ୪, ମୟୁଭଞ୍ଜରୁ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଶୁକ୍ରବାର ଦିନ ଗଞ୍ଜାମର ୫୫ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହାଫଳରେ ୧୦ ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା ।

ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ସେଥି ମଧ୍ୟରୁ ୨୪୭୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧୨୩୪ଜଣ ସକ୍ରିୟ ରହିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।

ବିଳମ୍ବିତ ରାତିରେ ପୋଲିସ କ୍ୱାର୍ଟରେ ପଶିଲେ ଚୋର

ପୁରୀ: ପୋଲିସ ଘରେ ଚୋରି । କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେଲା ଚୋରି ଡକାୟତି ଭଳି ଘଟଣା । ଲକଡାଉନ ଏବଂ ସଟଡାଉନ୍ ପାଇଁ ପ୍ରାୟ ସବୁ ପ୍ରକାର ଘଟଣା ଦୁର୍ଘଟଣା ବନ୍ଦ ଥିବା ବେଳେ  ଚୋରି ତ ହେଲା କିନ୍ତୁ ପୋଲିସ ଘରୁ ।

ସାଧାରଣ ଭାବେ ପୋଲିସକୁ ଚୋରଙ୍କ ଭୟ ତ ଆପଣ ଜାଣିଥିବେ କିନ୍ତୁ ପୋଲିସ ଘରୁ ଚୋରି ଘଟଣା ଆପଣ ବହୁତ କମ ଶୁଣିଥିବେ । ଏବେ ଏହି  ଘଟଣାକୁ ନେଇ ଚାରି ଆଡ଼େ ଚର୍ଚ୍ଚା । ତେବେ ଚୋରମାନେ ଅଜାଣନ୍ତ ପୋଲିସ ଘରୁ ଚୋରୀ କରିନାହାଁନ୍ତି ବରଂ ଜାଣିଶୁଣି ଚୋରି କରିଥିବା ଜଣାପଡ଼ୁଛି । କାରଣ ସେମାନେ ବିଳମ୍ବିତ ରାତି ପୋଲିସ କ୍ୱାର୍ଟରୁ ହିଁ ଚୋରି କରିଛନ୍ତି ।

ପୋଲିସକୁ ବି ଛାଡ଼ିନାହାଁନ୍ତି, ପୋଲିସ ଘରେ ପସି ଚୋରି କଲେ ଚୋର । ପୁରୀ କ୍ଲର୍କ ରୋଡରେ ଥିବା ପୋଲିସ କ୍ୱାର୍ଟରରୁ ଚୋରି ହୋଇଥିବା ସୂଚନା ମିଳିଛି । କାକଟପୁର ଥାନା ଆଇଆଇସି ସୁଜିତ କୁମାର ଦାସଙ୍କ କ୍ୱାର୍ଟରରୁ ଚୋରି ହୋଇଛି। ଖବର ପାଇ ଅନୁସନ୍ଧାନ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ଯାଞ୍ଚ କରୁଛନ୍ତି । କୁମ୍ଭାରପଡ଼ା ପୋଲିସ ବି ସନ୍ଧାନ ଜାରି ରଖିଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ କଣ ଚୋରି ହୋଇଛି ଏନେଇ ବର୍ତ୍ତମାନ ସୁଦ୍ଧା କୈାଣସି ସ୍ପଷ୍ଟ ସୂଚନା ନାହିଁ। ଏନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।