ରାଜ୍ୟ ସହ ରାଜଧାନୀରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ, ଜାଣନ୍ତୁ କେଉଁ ସ୍ଥାନରୁ କେତେ

1 min read

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ସ୍ଥିତି କରୋନା ସଂକ୍ରମଣ ପାଇଁ ଜଟିଳ ହେବାରେ ଲାଗିଛି ।  ରାଜ୍ୟ ସହ ରାଜଧାନୀରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଚିନ୍ତା ବଢ଼ାଉଛି ଲୋକାଲ କଣ୍ଟାକ୍ଟ । କାରଣ ପୂର୍ବରୁ ଲୋକାଲ କଣ୍ଟାକ୍ଟ ସଂଖ୍ୟା କମ୍‌ ଥିବା ବେଳେ ଏବେ ବଢ଼ିବାରେ ଲାଗିଛି । ଗତକାଲି ରାଜଧାନୀରୁ ୪୫ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି ।

ସେପଟେ ଯଦି ଦେଖିବା କରୋନା ସଂକ୍ରମଣ ତୁହାକୁ ତୁହା ବଢ଼ୁଥିବାରୁ ରାଜଧାନୀରେ ଚିନ୍ତାର କରାଣ ପାଲଟିଛି । ୩୮ ଜଣଙ୍କ ମଧ୍ୟରୁ ଲୋକାଲ କଣ୍ଟାକ୍ଟରେ ଆସିଥିବା ସଂକ୍ରମିତ ବ୍ୟକ୍ତି ମାନେ ହେଉଛନ୍ତି । କଳିଙ୍ଗ ବିହାରରୁ ୧, ପୋଖରିପୁଟ କାର୍ଗିଲ ବସ୍ତିରୁ ୧, ଭିମଟାଙ୍ଗି ଏଚ୍‌ବି କଲୋନୀରୁ ୧, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଙ୍ଗନଗରରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ନୀଳାଦ୍ରି ବିହାର ହନୁମାନ ମନ୍ଦିର ପାଖରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ଆଉ ଜଣେ ନୟାପଲିରୁ ଚିହ୍ନଟ ହୋଇଛନ୍ତି । ଏ ସମସ୍ତେ ସ୍ଥାନୀୟ କରୋନା ବ୍ୟକ୍ତିଙ୍କର କଣ୍ଟାକ୍ଟରେ ଆସିଛନ୍ତି ।

ରାଜ୍ୟରେ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁସ୍ଥ ହେଲେ ୫୬୫

ଶନିବାର ରାଜ୍ୟରୁ ୫୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରରୁ ୩୮୪ ଜଣ ଚିହ୍ନଟ ହେବା ସହ ଓ ଲୋକାଲ୍ କେସ୍ ୧୮୬ଟି ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬କୁ ବୃଦ୍ଧି ହୋଇଛି । ୧୯ ଜିଲ୍ଲାରୁ ୫୭୦ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ନୂଆ ଆରୋଗ୍ୟ ସଂଖ୍ୟା ୫୬୫ ଥିବାବେଳେ ଆକ୍ଟିଭ କେସ୍ ୪୪୭୫ ରହିଛି ।

ଆଜି ପୁଣି ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ… ମୋଟ ସଂଖ୍ୟା ୧୨ ହଜାର ୫ ଶହ ଟପିଲା

Leave a Reply