ଆଜି ପୁଣି ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ… ମୋଟ ସଂଖ୍ୟା ୧୨ ହଜାର ୫ ଶହ ଟପିଲା

1 min read
odisha reports 570 new corona positive cases today

ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା ଆତଙ୍କ । ଦିନକୁ ଦିନ ପଜିଟିଭ୍ କେସ୍ ର ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ଆଉ ୫୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରରୁ ୩୮୪ ଜଣ ଚିହ୍ନଟ ହେବା ସହ ଓ ଲୋକାଲ୍ କେସ୍ ୧୮୬ଟି ରହିଛି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬କୁ ବୃଦ୍ଧି ହୋଇଛି । ୧୯ ଜିଲ୍ଲାରୁ ୫୭୦ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ୨୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ଗଞ୍ଜାମରୁ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ମଧ୍ୟ ଗଞ୍ଜାମରୁ ସବୁଠୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଆଜି ସୁନ୍ଦରଗଡ଼ରୁ ୪୪, ଯାଜପୁରରୁ ୪୦, ଅନୁଗୁଳରୁ ୧୧, ବାଲେଶ୍ୱର ଓ ବୌଦ୍ଧରୁ ୩ ଲେଖାଏଁ, ଭଦ୍ରକରୁ ୨, କଟକରୁ ୪୬, ଗଜପତି ୨୫, ଜଗତସିଂହପୁରରୁ ୧୬, ଝାରସୁଗୁଡାରୁ ୩୧, କେନ୍ଦ୍ରାପଡାରୁ ୬, କେନ୍ଦୁଝର ୧୪, ଖୋର୍ଦ୍ଧାରୁ ୩୭, କୋରାପୁଟରୁ ୧୧, ମୟୁରଭଞ୍ଜ ୧୦, ନୟାଗଡ଼ରୁ ୩୭, ପୁରୀରୁ ୧୫, ସମ୍ବଲପୁରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ନୂଆ ଆରୋଗ୍ୟ ସଂଖ୍ୟା ୫୬୫ ଥିବାବେଳେ ଆକ୍ଟିଭ କେସ୍ ୪୪୭୫ ରହିଛି ।

Leave a Reply