ରାଜ୍ୟରେ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁସ୍ଥ ହେଲେ ୫୬୫

1 min read
Corona Updates 5 died in the state, while 565 recovered

ଭୁବନେଶ୍ୱର: ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ସହ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଚିନ୍ତା ବଢାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ଆଶ୍ୱସ୍ଥି ପ୍ରଦାନ କରୁଛି । ଗତକାଲି ୪ଜଣ କରୋନା ଆକ୍ରନ୍ତ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସେହି ଭଳି ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫୬୫ଜଣ କରୋନା ରୋଗୀ । ତେବେ ଆଜି ୪ଜିଲ୍ଲାର ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସମସ୍ତେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।

ସେହିଭଳି ପୁରୀ ଜିଲ୍ଲାର ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ୭୦ ବର୍ଷୀୟ ପୁରୁଷ, ସେହି ଭଳି ମଧୁମେହ, ଉଚ୍ଚରକ୍ତଚାପରେ ପିଡ଼ିତ କଟକ ଜିଲ୍ଲାର ୪୬ ବର୍ଷିୟ ପୁରଷ, ଭୁବନେଶ୍ୱର ୫୬ବର୍ଷିୟ ମହିଳା, ଗଞ୍ଜାମର ୫୫ବର୍ଷିୟ ପୁରଷ ଓ ୭୨ବର୍ଷିୟ ପୁରଷଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ଆଜି ମୃତ୍ୟୁ ବରଣ କରିଥିବା ସମସ୍ତ କରୋନା ଆକ୍ରାନ୍ତ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ରାଜ୍ୟରେ ବର୍ତ୍ତମାନ କରୋନା କାରଣରୁ ସମୁଦାୟ ୬୧ଜଣଙ୍କ ଜୀବନ ଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୭୦ଟି ନୂତନ ମାମଲା ଆସିଥିବା ବେଳେ ୧୮୬ ଜଣ ସଂକ୍ରମିତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି କ୍ୱାରେଣ୍ଟାଇନରୁ ୩୮୪ଟି କେସ୍ ଆସିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି । ୭ ହଜାର ୯୭୨ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୪୭୫ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

Leave a Reply