spot_img
Home Blog Page 6820

ବନ୍ୟଜନ୍ତୁ ହତ୍ୟା ବିରୋଧରେ ସୁପ୍ରିମକୋର୍ଟ ଗଲେ ସାଂସଦ ଅନୁଭବ ମହାନ୍ତି

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଜଙ୍ଗଲୀ ଜନ୍ତୁଙ୍କୁ ହତ୍ୟା ମାମଲା । ଏହା ବିରୋଧରେ ସ୍ୱର ଉଠାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବନ୍ୟଜନ୍ତୁଙ୍କୁ ନୃଶଂସ ଭାବେ ହତ୍ୟା ଉପରେ ସେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସାଂସଦ ବିହାର, ହିମାଚଳ ପ୍ରଦେଶ ଓ କେରଳରେ ଉଦାହରଣ ଦେଇ କହିଛନ୍ତି ନୀଳଗାଈ ଭଳି ବନ୍ୟଜନ୍ତୁଙ୍କୁ ହତ୍ୟା ଆର୍ଥିକ ପ୍ରୋତ୍ସାହନ ଦେଉଛି । ନୀଳଗାଈ ଭଳି ପୁରାତନ ମାଙ୍କଡ଼(ରେସୁସ୍ ମାକାକ୍) ଓ ବଣୁଆ ଘୁଷୁରୀଙ୍କୁ ହତ୍ୟା କରାଯାଉଛି । ଜଙ୍ଗଲରେ ବୋମା ଓ ବିଷ ରଖି ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହେଉଛନ୍ତି ।

ବିଷ. ବୋମା, ବିସ୍ଫୋରକ, ବିଦ୍ୟୁତ୍ ତାର ଦେଇ ସଂଖ୍ୟାଧିକ ବନ୍ୟପ୍ରାଣୀଙ୍କୁ ହତ୍ୟା କରାଯାଉଥିବା ପିଟିସନରେ ଦର୍ଶାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏଭଳି ହେଉଛି । ବିଷ ଓ ବୋମା ଦ୍ୱାରା ବନ୍ୟଜନ୍ତୁଙ୍କୁ ହତ୍ୟା ପାଇଁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଛି । ସାଂସଦ ବନ୍ୟଜନ୍ତୁଙ୍କ ପାଇଁ ଥିବା ୧୯୬୦ ଓ ୧୯୭୨ ନିୟମ କ୍ଷୂର୍ଣ୍ଣ ହେଉଥିବ ଦର୍ଶାଇଛନ୍ତି । ପଶୁ ସହ ମଣିଷର ସଂଘର୍ଷ ଓ ବନ୍ୟଜନ୍ତୁଙ୍କୁ ହତ୍ୟା ପାଇଁ ଉତ୍ସାହିତ ପରିବର୍ତ୍ତେ ସକ୍ରିୟ, ଗଠନମୂଳ ଓ ବୈଜ୍ଞାନିକ ଭାବେ ଏହାକୁ ବନ୍ଦ କରାଯାଇ ପାରିବ ।

ବର୍ତ୍ତମାନ ମଣିଷ-ପଶୁ ସଂଘର୍ଷକୁ ନେଇ ସେମିତି କିଛି  ଗାଇଡଲାଇନ୍ ନାହିଁ । ସାଂସଦ କହିଛନ୍ତି- ବନ୍ୟଜନ୍ତୁଙ୍କ ପାଇଁ ଆମ କୃଷକ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି । ସେମାନଙ୍କ ବ୍ୟାପକ ଫସଲ ନଷ୍ଟ ହେଉଛି । ତେଣୁ, ଆମେ ବନ୍ୟଜନ୍ତୁ ଓ କୃଷକ ଉଭୟଙ୍କ କଥା ଚିନ୍ତା କରିବା ଦରକାର । କେରଳ ଜଙ୍ଗଲ ବିଭାଗ ଅନୁଯାୟୀ, ୨୦୧୨ରୁ ୨୦୨୦ ମଧ୍ୟରେ ୨୪ଟି ବାଘ ଓ ୧୧୦ଟି ସିଂହକୁ ରାଜ୍ୟରେ ହତ୍ୟା କରାଯାଇଛି ।

ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ କେତେ ସମ୍ପତ୍ତି ରହିଛି ? ଯାହାର ପରିଚାଳନା ଦାୟିତ୍ୱ ଏବେ ତ୍ରାଭଣକୋର ରାଜ ପରିବାର ହାତରେ…

କେରଳରେ ଥିବା ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରର ପ୍ରଶାସନ ଏବଂ ଏହାର ସମ୍ପତ୍ତି ଉପରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି । ମନ୍ଦିର ପରିଚାଳନା କରିବାର ଅଧିକାର ଟ୍ରାଭନକୋର ପୂର୍ବତନ ରାଜ ପରିବାରକୁ ଦିଆଯାଇଛି । ଏହା ପୂର୍ବରୁ  ମନ୍ଦିର ଉପରେ ରାଜ୍ୟ ସରକାରଙ୍କ ଅଧିକାର ଥଲା । ବିଶ୍ୱାସ କରାଯାଏ, ଏହି ମନ୍ଦିର ଦେଶର ସବୁଠାରୁ ଧନୀ ମନ୍ଦିର ମଧ୍ୟରେ ଗୋଟିଏ, ଯାହା ପାଖରେ ପ୍ରାୟ ଦୁଇ ଲକ୍ଷ କୋଟି ସମ୍ପତ୍ତି ଅଛି । କୁହାଯାଏ ଯେ, ମନ୍ଦିରର ସପ୍ତମ ଦ୍ୱାର ପଛରେ ବହୁତ ଧନ ସମ୍ପତ୍ତି ରହିଛି । କିନ୍ତୁ ଅନେକ କାରଣରୁ ଏହି କବାଟ ବର୍ତ୍ତମାନ ପର୍ଯ୍ୟନ୍ତ ଖୋଲି ପାରିନାହିଁ ।

ମନ୍ଦିର କେବେ ନିର୍ମାଣ ହେଲା ସେ ସମ୍ପର୍କରେ କୌଣସି ଦୃଢ ପ୍ରମାଣ ନାହିଁ । ଐତିହାସିକ ଡ। ଲେ.ଏ. ରବି ବର୍ମାଙ୍କ ଅନୁଯାୟୀ, ମନ୍ଦିରଟି ପ୍ରାୟ ୫୦୦୦ ବର୍ଷ ପୁରୁଣା, ଯେତେବେଳେ ମାନବ ସଭ୍ୟତା କଳି ଯୁଗରେ ପହଞ୍ଚିଥିଲା । ମନ୍ଦିରର ଗଠନ ଦୃଷ୍ଟିରୁ ଏହା ବିଶ୍ୱାସ କରାଯାଏ ଯେ କେରଳର ତିରୁଅନନ୍ତପୁରମରେ ଥିବା ପଦ୍ମନାଭସ୍ୱାମୀ ମନ୍ଦିର ଷୋଡ଼ଶ ଶତାବ୍ଦୀରେ ତ୍ରାଭଣକୋର ରାଜାମାନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ୧୭୫୦ ମସିହାରେ ମହାରାଜା ମାର୍ତଣ୍ଡ ବର୍ମା ନିଜକୁ ପଦ୍ମନାଭ ଦାସ ଘୋଷଣା କରିଥିଲେ । ଏହା ସହିତ ସମଗ୍ର ରାଜ ପରିବାର ନିଜକୁ ମନ୍ଦିର ସେବାରେ ନିୟୋଜିତ କରିଦେଲେ | ବର୍ତ୍ତମାନ ସୁଦ୍ଧା ରାଜଗୃହ ଅଧୀନରେ ଥିବା ଏକ ଘରୋଇ ଟ୍ରଷ୍ଟ ମନ୍ଦିରର ରକ୍ଷଣାବେକ୍ଷଣ କରୁଛି ।

ବିଷ୍ଣୁଙ୍କୁ ସମର୍ପିତ ଏହି ମନ୍ଦିର ବିଷୟରେ କୁହାଯାଏ ଯେ ଅତୀତରେ ରାଜାମାନେ ଏଠାରେ ବହୁ ଧନ ଲୁଚାଇ ରଖିଥିଲେ | ମନ୍ଦିରରେ ୭ଟି ଗୁପ୍ତ କୋଠରୀ ଅଛି ଏବଂ ପ୍ରତ୍ୟେକ କୋଠରୀରେ ଏକ କବାଟ ଲାଗିଛି | ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଗୋଟିଏ ପରେ ଗୋଟିଏ ୬ଟି କୋଠରୀ ଖୋଲାଯାଇଥିଲା । ମୋଟାମୋଟି ଭାବେ, ଏଠାରେ ୧ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ସୁନା ଏବଂ ହୀରା ଅଳଙ୍କାର ଦେଖିବାକୁ ମିଳିଥିଲା, ଯାହାକୁ ମନ୍ଦିର ଟ୍ରଷ୍ଟରେ ରଖାଯାଇଥିଲା । କିନ୍ତୁ ସପ୍ତମ ଦ୍ୱାର ନିକଟରେ ପହଞ୍ଚିବା ପରେ ନାଗଙ୍କ ଏକ ମହାନ ଦୃଶ୍ୟ ଦ୍ୱାରରେ ଦେଖାଗଲା | ଏହା ସହ କବାଟ ଖୋଲିବାକୁ କରାଯାଉଥିବା ଚେଷ୍ଟା ମଧ୍ୟ ବନ୍ଦ ହୋଇଗଲା । ବିଶ୍ୱାସ କରାଯାଏ ଯେ ଏହି ଦ୍ୱାରର ରକ୍ଷା ନିଜେ ଭଗବାନ ବିଷ୍ଣୁଙ୍କ ଅବତାର ଶେଷନାଗ କରୁଛନ୍ତି ଯଦି ଏହାକୁ ଖୋଲାଯାଏ ତେବେ ଏହା ଏକ ବଡ଼ ବିପର୍ଯ୍ୟୟର କାରଣ ହେବ ।

ମନ୍ଦିର ଉପରେ ବିଶ୍ୱାସ ରଖୁଥିବା ଭକ୍ତ ମାନଙ୍କ ଅନୁଯାୟୀ, ଟିପି ସୁନ୍ଦର ରାଜନଙ୍କ ଆବେଦନ କାରଣରୁ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଯାଇଥିଲା  ଏହି ଅବସରପ୍ରାପ୍ତ ପୋଲିସ ଅଧିକାରୀ ପ୍ରଥମ ଥର ପାଇଁ କହିଥିଲେ ଯେ ମନ୍ଦିରର ସପ୍ତମ ଦ୍ୱାରରେ ବହୁତ ଧନ ଥାଇପାରେ । ଟ୍ରଷ୍ଟ ଏତେ ଧନୀ ମନ୍ଦିରର ଯତ୍ନ ନେବାରେ ସକ୍ଷମ ନୁହେଁ । ଏହା ରାଜ୍ୟ ସରକାରଙ୍କ ହାତକୁ ଯିବା ଉଚିତ୍ଏ । ଏହା ପରେ ମାମଲା କୋର୍ଟରେ ପହଞ୍ଚିଥିଲା, କିନ୍ତୁ ସୁନ୍ଦର ରାଜନଙ୍କର ଆକସ୍ମିତ ମୃତ୍ୟୁ ହୋଇ ଯାଇଥିଲା । ତାଙ୍କ ମୃତ୍ୟୁ ବିଷୟରେ ପରିବାର କହିଥିଲେ ଯେ ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଏହା ପରେ ସୁପ୍ରିମକୋର୍ଟ ଗୋଟିଏ ପରେ ଗୋଟିଏ କବାଟ ଖୋଲିବାକୁ କହିଥିଲେ । ମୋଟ୍ ୬ଟି କବାଟ ଖୋଲାଯାଇଥିଲା | ସେଥିରେ ଅଳଙ୍କାର, ହୀରା, ସୁନା ମୁଦ୍ରା ଏବଂ ତମ୍ବା-ପିତ୍ତଳ ବାସନଗୁଡ଼ିକ ମିଳିଥିଲା ​​| ବିଶ୍ୱାସ କରାଯାଏ ଯେ ସେଗୁଡିକର ମୂଲ୍ୟ ଆକଳନ କରିବା ଅତ୍ୟନ୍ତ କଷ୍ଟକର | ଯଦିଓ ଅନେକ କହିଛନ୍ତି ଯେ ମିଳୁଥିବା ସାମଗ୍ରୀର ମୂଲ୍ୟ ୨୦ ବିଲିୟନ ଡଲାରରୁ ଅଧିକ ହେବ । ଏହା ମିଳିବା ପରେ ଅନେକ ଲୋକ କହିଛନ୍ତି ଯେ ମନ୍ଦିରର ସମ୍ପତ୍ତି ଜନସାଧାରଣଙ୍କ ଉନ୍ନତି ପାଇଁ ବ୍ୟବହାର କରାଯିବା ଉଚିତ୍ । କରୋନାର କିଛି ସମୟ ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥିରାଜ ଚୌହାନ ଟ୍ୱିଟ୍ କରି କହିଛନ୍ତି ଯେ ଜରୁରୀକାଳୀନ ସମୟରେ ମନ୍ଦିରର ସୁନା ବ୍ୟବହାର କରାଯିବା ଉଚିତ୍ । ଏହି ଟ୍ୱିଟ୍ ପରେ ବହୁତ ବିବାଦ ମଧ୍ୟ ଦେଖାଯାଇଥିଲା ।

ଐତିହାସିକ ତଥା ପର୍ଯ୍ୟଟକ ଏମିଲି ହ୍ୟାଚ୍ ତାଙ୍କ ପୁସ୍ତକ Travancore: a guide book for the visitorରେ ଏହି ମନ୍ଦିରର କବାଟ ସହ ଜଡ଼ିତ ଏକ କଥା ଲେଖିଛନ୍ତି । ସେ ଲେଖିଛନ୍ତି ଯେ ୧୯୩୧ ମସିହାରେ ଏହାର ଦ୍ୱାର ଖୋଲିବାକୁ ଉଦ୍ୟମ ଚାଲିଥିବାବେଳେ ହଜାର ହଜାର ସର୍ପ ମନ୍ଦିରର ତଳ କୋଠରୀକୁ ଘେରି ରହିଥିଲେ । ଏହା ପୂର୍ବରୁ ୧୯୦୮ ମସିହାରେ ମଧ୍ୟ ଏଭଳି ଘଟଣା ଘଟିଥିଲା ​​| ଏହା ପରେ, ପ୍ରଶ୍ନ ମଧ୍ୟ ଉଠିଥିଲା ​​ଯେ ଏହି ସାପମାନେ ଶତାବ୍ଦୀ ଧରି ଭୂମି ଭିତରେ ରହୁଥିଲେ, କବାଟ ଖୋଲିବାରୁ ସକ୍ରିୟ ହୋଇଥିଲେ ।

ଦ୍ୱାରଟି କାହିଁକି ରହସ୍ୟମୟ ରହିଛି ?

ଏହି ସପ୍ତମ ଦ୍ୱାର କାଠରେ ନିର୍ମିତ | ଏହାକୁ ଖୋଲିବା କିମ୍ବା ବନ୍ଦ କରିବା ପାଇଁ କୌଣସି ଲକ୍, ନଟ୍-ବୋଲ୍ଟ, ଚେନ୍ ନାହିଁ | ଏହି କବାଟ କିପରି ବନ୍ଦ ରହିଛି ତାହା ବୈଜ୍ଞାନିକମାନଙ୍କ ପାଇଁ ମଧ୍ୟ ରହସ୍ୟ ହୋଇ ରହିଛି । ବିଶ୍ୱାସ କରାଯାଏ ଯେ ଶତାବ୍ଦୀ ପୂର୍ବରୁ ଏହା କେତେକ ମନ୍ତ୍ର ଜପ କରି ବନ୍ଦ କରି ଦିଆଯାଇଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଏହାକୁ ଖୋଲି ପାରି ନାହାନ୍ତି । ଦ୍ୱାରରେ ଥିବା ଦୁଇଟି ସାପର ଆକୃତିକୁ ଦେଖି ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହା ନାଗା ପାଶମ ପରି ଏକ ମନ୍ତ୍ରରେ ବନ୍ଧା ହୋଇଥିଲା ଏବଂ ବର୍ତ୍ତମାନ ଏହା ଗରୁଡ଼ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଖୋଲାଯାଇପାରିବ । ଅନ୍ୟ ପକ୍ଷରେ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହି ମନ୍ତ୍ରଗୁଡିକ ଏତେ ଭୟଙ୍କର ଯେ ସାମାନ୍ୟ ଭୁଲରେ ଜୀବନ ମଧ୍ୟ ଯାଇପାରେ | ଏହି କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଖୋଲିବାକୁ କେହି ସାହସ କରିନାହାନ୍ତି ।

ରାଜସ୍ଥାନ ରାଜନୈତିକ ସଂକଟ ଟଳିଲା ! ୧୦୦ ବିଧାୟକଙ୍କ ସହ ସାମ୍ନାକୁ ଆସିଲେ ଅଶୋକ ଗହୋଲତ

ନୂଆଦିଲ୍ଲୀ: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଂକଟ ଟଳିଥିବା ଅନୁମାନ କରାଯାଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହୋଲତଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ଥିବା ଜଣା ପଡିଛି ।  ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଡକାଇଥିବା ବୈଠକରେ ୧୦୦ ବିଧାୟକ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି ବିଧାୟକଙ୍କୁ ନେଇ ମିଡିଆ ସାମ୍ନାକୁ ଆସିଛନ୍ତି ।  ବୈଠକରେ ସାମିଲ ହୋଇଥିବା ବିଧାୟକଙ୍କ ମଧ୍ୟରେ ୧୦ ଜଣ ସ୍ୱାଧୀନ ବିଧାୟକ ସାମିଲ ଅଛନ୍ତି । ସ୍ୱାଧିନ ବିଧାୟକଙ୍କ ସହ ସିପିଏମର ଜଣେ ବିଧାୟକ ମଧ୍ୟ ଗହଲୋତଙ୍କୁ ସମର୍ଥନ କରିଛନ୍ତି ।

ପୁଣି ଫେରିଲା ପାଇଲଟଙ୍କ ଫଟୋ

ରାଜସ୍ଥାନରେ ଗହୋଲତଙ୍କୁ ସଂଖ୍ୟାଧିକ ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ସଚିନ ପାଇଲଟଙ୍କ ଫଟୋକୁ ପୁଣିଥରେ ରାଜ୍ୟ କାର୍ଯ୍ୟାଳୟରେ ସ୍ଥାନ ମିଳିଛି । ସୂଚନାଯୋଗ୍ୟ ଯେ,ଆଜି ସକାଳେ ପାଇଲଟଙ୍କ ଫଟୋକୁ ଅଫିସରୁ ହଟାଇ ଦିଆଯାଇଥିଲା । ରଣଦିପ୍ ସୁରଜୱାଲ ଦାବି କରିଥିଲେ ଯେ, ପାଇଲଟଙ୍କ ସହ ଗତ ୭୨ ଘଣ୍ଟା ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି ।

ପ୍ରିୟଙ୍କାଙ୍କ ପାଇଁ ସଂକଟ ଟଳିଲା ?

ରାଜସ୍ଥାନ ରାଜନୈତିକ ସଂକଟ ପାଇଲଟଙ୍କ ବିଦ୍ରୋହରୁ ଆରମ୍ଭ ହୋଇଥିଲା । ୨୫ ଜଣ ବିଧାୟକଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ବୋଲି ପାଇଲଟ ଦାବି କରିଥିଲେ । ପାଇଲଟ ବିଜେପିରେ ସାମିଲ ହେବେ ବୋଲି ମଧ୍ୟ ଅନୁମାନ କରାଯାଉଥିଲା । ତେବେ ଏହି ରାଜନୈତିକ ସଂକଟ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଗହୋଲତ ଓ ପାଇଲଟଙ୍କ ସହ ଆଲୋଚନା କରି ଉଭୟଙ୍କୁ ମନାଇ ଥିବା କୁହାଯାଉଛି ।

 

 

ମିଛର ଆଶ୍ରୟ ନେଉଛି ଛତିଶଗଡ଼… ମହାନଦୀରେ ଆସୁଛି କମ୍ ପାଣି

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗ ନେଇ ଜଳ ସମ୍ପଦମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ ପ୍ରତିକ୍ରିୟା ଆସିଛି । ଅଣ ମୌସୁମୀରେ ମହାନଦୀରେ କମ୍‌ ପାଣି ଆସୁଛି । ଛତିଶଗଡ ମିଥ୍ୟାର ଆଶ୍ରୟ ନେଉଛି ବୋଲି କହିଛନ୍ତି ଜଳ ସମ୍ପଦ ମନ୍ତ୍ରୀ । ଶିଳ୍ପ ପାଇଁ ପାଣି ବ୍ୟବହାର କରୁଛି ଛତିଶଗଡ ବୋଲି କହିଛନ୍ତି ମନ୍ତ୍ରୀ ।

ଗତ ଶନିବାର ମହାନଦୀ ଜଳ ବିବାଦର ସମାଧାନ ଲାଗି ଉଭୟ ଓଡ଼ିଶା ଓ ଛତିଶଗଡ଼ ଉପସ୍ଥିତିରେ ଟ୍ରିବ୍ୟୁନାଲରେ ଶୁଣାଣି ହୋଇଥିଲା । ଶୁଣାଣି ବେଳେ ଛତିଶଗଡ଼କୁ ପୁଣି ଆଲୋଚନା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ଏଡ଼ାଇ ଦେଇଥିଲା ଛତିଶଗଡ଼ । ଏହାକୁ ନେଇ ରାଜ୍ୟ ଏବେ ଟ୍ରିବ୍ୟୁନାଲ ନିଷ୍ପତ୍ତିକୁ ଅପେକ୍ଷା କରିଛି । ଟ୍ରିବ୍ୟୁନାଲ ଓଡ଼ିଶା ସପକ୍ଷରେ ମତ ଦେବେ ବୋଲି ଆଶା କରିଛନ୍ତି ସରକାର । ଆଗାମୀ ଶୁଣାଣି ଅଗଷ୍ଟ ମାସ ୮ ତାରିଖରେ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି ।

ଏହା ପୂର୍ବରୁ ମଧ୍ୟ ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶାରେ ରାଜନୀତି ଆରମ୍ଭ ହୋଇଥିଲା । ଜଳ ସଂପଦ ମନ୍ତ୍ରୀ କହିଥିଲେ ଯେ,  ମହାନଦୀ ଛତିଶଗଡ଼ରୁ ବାହାରିଥିଲେ ମଧ୍ୟ ଅଧିକାଂଶ ଭାଗ ଓଡ଼ିଶାରେ ପ୍ରବାହିତ । ତେଣୁ ଦାବି ମୁତାବକ ଜଳ ମିଳିବା ଆବଶ୍ୟକ । ମୌସୁମୀ ସମୟରେ ଅସୁବିଧା ନାହିଁ କିନ୍ତୁ ଅଣମୌସୁମୀ ସମୟରେ ଓଡିଶା ଯେତିକି ଜଳ ପାଇବା କଥା ସେତିକି ପାଉନାହିଁ । କିନ୍ତୁ ଛତିଶଗଡ଼ ତା’ଦାବିରେ ଅଟଳ । ଟ୍ରିବ୍ୟୁନାଲ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କହିଥିଲେ । କିନ୍ତୁ ଜଣାପଡୁଛି ଆଲୋଚନା ବିଫଳ ।

 

(ଚିନ୍ମୟ ମହାପାତ୍ର)

ଅମିତାଭ୍ ଓ ଅଭିଷେକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ବୟାନ

ମୁମ୍ବାଇ: ଦେଶରେ କରୋନା ଭାଇରସ୍ ମାମଲା ବଢିବା ସହ ଏବେ  ବଲିଉଡ଼ର ସେଲିବ୍ରିଟି ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି ।  ନିକଟରେ ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ, ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମଧ୍ୟରେ ଆଶ୍ୱସ୍ତିକର ଖବର ହେଉଛି ଯେ, ଏମାନଙ୍କ ମଧ୍ୟରେ କରୋନା କୌଣସି ଲକ୍ଷଣ ନଥିବା ସହ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ତେବେ ନାନାବାତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅମିତାଭ ବଚ୍ଚନ ଓ ଅମିତାଭ ବଚ୍ଚନଙ୍କ ଚିକିତ୍ସା ଚାଲିଛି । ଏବଂ ଏପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କୁହାଯାଇଛି । ଆଜି ଦୁଇ ଜଣଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଆଂଶାରୀ ପୁଣି ସେମାନଙ୍କର ଚେକଅପ୍ କରିଛନ୍ତି । ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ କିଛି ନୂଆତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି ।

https://www.instagram.com/p/CCkbMtBHAff/?utm_source=ig_embed

ଅମିତାଭ୍ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ନେଇ ନିକଟରେ ବିରଲ ଭୟାନୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଏବଂ ଏହି ପୋଷ୍ଟରେ ଡାକ୍ତର ଆଂଶାରୀଙ୍କ ଦିଆଯାଇଥିବା ତଥ୍ୟକୁ ଲେଖିଛନ୍ତି । ପୋଷ୍ଟ ଅନୁସାରେ ଡାକ୍ତର ସମଦ ଆଂସାରୀ , ଯିଏ କି ନାନବତୀ ହସ୍ପିଟାଲରେ କ୍ରିଟିକାଲ କେୟାରର ମୁଖ୍ୟ ଅଛନ୍ତି ସେ କହିଛନ୍ତି ଯେ, ଲାଗୁଛି ସବୁ ଠିକ୍ ଅଛି ଏବଂ ତାଙ୍କର ଚିକିତ୍ସା ବହୁତ ଭଲରେ ଚାଲିଛି  । ସିନିୟର କଳାକାର ତଥା ଅମିତାଭଙ୍କ ସ୍ଥିତି ଏବେ ସ୍ଥିର ଅଛି ଏବଂ ସେ କ୍ଲିନିକାଲ ଠିକ୍ ଅଛନ୍ତି । ଏହି ସମୟରେ ତାଙ୍କ ଲକ୍ଷଣ ବହୁତ ସାମାନ୍ୟ ଅଛି । ଏବଂ ତାଙ୍କର କୌଣସି ଅଙ୍ଗରେ କିଛି ଅସୁବିଧା ନାହିଁ । ସମାନ ଅବସ୍ଥା ଅଭିଷେକଙ୍କର ମଧ୍ୟ ରହିଛି ।
ତାଙ୍କ ଅନୁସାରେ,ଏହା ତାଙ୍କର ୫ମ ଦିନ ଯେବେଠାରୁ ଅମିତାଭଙ୍କ ସାମାନ୍ୟ ଲକ୍ଷଣ ଦେଖା ଦେଇଥିଲା । ତେବେ କୋଭିଡ ରୋଗୀଙ୍କ ଠାରେ ସବୁ ପ୍ରଭାବ ୧୦ମ କିମ୍ବା ୧୨ଦଶ ଦିନରେ ଦେଖାଦେଇଥାଏ କିନ୍ତୁ ଏହା ସମସ୍ତଙ୍କ ଠାରେ ସମାନ ନଥାଏ । କେତେ ଜଣଙ୍କ ଠାରେ ଲକ୍ଷଣ କମ ହିଁ ରହିଥାଏ । ଡାକ୍ତରଙ୍କ ଦ୍ୱାର ଦିଆଯାଇଥିବା ତଥ୍ୟ ଅନୁସାରେ ଅଭିଷେକ ଓ ଅମିତାଭଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଠିକ୍ ରହିଛି ।

ଯଦି ଅମିତାଭ୍ କି ଅଭିଷେକଙ୍କ କଥା କୁହାଯାଏ ତ ଯେବେଠାରୁ ଦୁଇଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେବେଠାରୁ ସେମାନେ ସେସିଆଲ ମିଡ଼ିଆ ଖୁବ୍ ଆକ୍ଟିଭ୍ ରହିଛନ୍ତି । ଗତ ରବିବାର ଦିନ ହିଁ ଅମିତାଭ୍ ତାଙ୍କ ଫ୍ୟାନମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରୁଥିବାରୁ ହାତଯୋଡ଼ି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହି ଦେଶରେ ସୁପ୍ରିମ ଲିଡରଙ୍କ ମୃତ୍ୟୁରେ ନକାନ୍ଦିଲେ ମିଳେ ଦଣ୍ଡ,ଜାଣନ୍ତୁ କେଉଁଠି

ଜଣଙ୍କ ମୃତ୍ୟୁରେ ଆମେ ସମସ୍ତେ ଶୋକ ପ୍ରକଟ କରିଥାଉ । ଜଣଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସ୍ୱଭାବିକ କଥା । କିନ୍ତୁ ଜଣଙ୍କ ମୃତ୍ୟୁରେ ଯଦି ଆପଣ ଶୋକ ପ୍ରକାଶ କରି କାନ୍ଦନ୍ତି ନାହିଁ ତେବେ ଏଥିପାଇଁ ଆପଣ କ’ଣ ଦଣ୍ଡର ହକଦାର ? ଏଭଳି ପ୍ରଶ୍ନ କରିବାର କାରଣ ହେଉଛି ପୃଥିବୀରେ ଏମିତି ଗୋଟିଏ ଦେଶ ଅଛି ଯେଉଁଠି ଯଦି ଆପଣ ଦେଶର ସୁପ୍ରିମ ଲିଡରଙ୍କ ମୃତ୍ୟୁରେ କାନ୍ଦନ୍ତି ନାହିଁ ତେବେ ଆପଣଙ୍କୁ ଦଣ୍ଡ ମିଳିବ । ଯଦି ଆପଣଙ୍କ ଭାଗ୍ୟ ଭଲ ତେବେ ଏଥିପାଇଁ ଆପଣ ୬ ମାସ ଜେଲରେ ରହିବେ କିନ୍ତୁ ଯଦି ଭାଗ୍ୟ ଏଗଦମ ଖରାପ ତେବେ ହୁଏତ ଆପଣ ଦୁନିଆରୁ ଗାଏବ ହୋଇଯିବେ ।

kim jong with father

ଦେଶର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁରେ ନକାନ୍ଦିଲେ ମୃତ୍ୟୁଦଣ୍ଡ କିମ୍ବା ୬ ମାସର ସଜା ଦେଉଥିବା ଦେଶ ହେଉଛି ଉତ୍ତର କୋରିଆ ।  ଉତ୍ତର କୋରିଆର ସାମରିକ ଶାସକ କିମ୍ ଜୋଙ୍ଗଙ୍କ ପୂର୍ବରୁ ତାଙ୍କ ବାପା ଓ ଜେଜେ ବାପା ଏହି ଦେଶକୁ ଚଳାଉଥିଲେ । ଗୋଟିଏ ପରିବାର ଅଧିନରେ ଏହି ଦେଶ ଗଲା ୭୦ ବର୍ଷ ଧରି ରହିଆସିଛି । ଲୋକଙ୍କ ଉପରେ ଭୟ ଦ୍ୱାରା ପ୍ରଭାବ ବିସ୍ତାର କରିବା ହେଉଛି କିମ୍ ପରିବାରର ରଣନୀତି । କିମଙ୍କ ପିତା କିମ୍ ଜୋଙ୍ଗ୍ ଇଲଙ୍କ ମୃତ୍ୟୁ ପରେ କ୍ଷମତାକୁ ଆସିଥିଲେ । କୁହାଯାଏ ଯେ, କିମ୍ ଜୋଙ୍ଗ୍ ଇଲଙ୍କ ମୃତ୍ୟୁ ପରେ ନାଗରିକଙ୍କ ଶୋକସଭାରେ ଛାତି ପିଟି କନ୍ଦିବାକୁ କୁହାଯାଇଥିଲା । ଯେଉଁମାନେ ଠିକ୍ ଭାବେ କାନ୍ଦି ନଥିଲେ,ସେମାନେ ତା’ପରଦିନ ଦୁନିଆ ନକ୍ସାରୁ ଗାଏବ ହୋଇଗଲେ ।

kim father
କିମଙ୍କ ପିତାଙ୍କର ସଂରକ୍ଷିତ ଶବ

କ’ଣ ଥିଲା ପୁରା ଘଟଣା?

ଉତ୍ତର କୋରିଆର ସରକାରୀ ଟିଭି ଚ୍ୟାନେଲ ଅନୁସାରେ କିମ୍ ଜୋଙ୍ଗ୍ ଇଲଙ୍କର ୧୭ ଡିସେମ୍ବର ୨୦୧୧ରେ ତାଙ୍କର ବ୍ୟକ୍ତିଗତ ଟ୍ରେନରେ ହାର୍ଟ ଆଟାକରେ ମୃତ୍ୟୁ ହୋଇଥିଲା । ଏହାପରେ ପୁରା ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିଲା । କୌଣସି ପ୍ରକାରର ଉତ୍ସବ କିମ୍ବା ମନୋରଂଜନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା ଦେଶରେ ୧୦ ଦିନ ପାଇଁ ଶୋକ ଘୋଷଣା ହୋଇଥିଲା । ଯେଉଁଥିରେ ନାଗରିକଙ୍କୁ ନିଜ ଶୋକ ପ୍ରକଟ କରିବାକୁ କୁହାଯାଇଥିଲା ।

ଅନ୍ତିମ ସଂସ୍କାର ପୂର୍ବରୁ କିମଙ୍କ ଶବକୁ ଦର୍ଶନ ପାଇଁ ରଖାଯାଇଥିଲା । ସେହି ସମୟରେ ରାଜଧାନୀ ପ୍ୟୋଙ୍ଗୟାଙ୍ଗର ଜନତାକୁ ସେଠାକୁ ଆସିବାକୁ ବାଧ୍ୟ କରାଯାଇଥିଲା । କେବଳ ଆସିବାକୁ କୁହାଯାଇନଥିଲା ସେମାନଙ୍କୁ ମଧ୍ୟ ଛାତିପିଟି କାନ୍ଦିବାକୁ କୁହାଯାଇଥିଲା । ଲୋକଙ୍କର ଏଭଳି କନ୍ଦାକଟା ଦୃଷ୍ୟ ଖୁବଶୀଘ୍ର ଭାଇରାଲ ହୋଇଥିଲା । ତେବେ କ’ଣ ଲୋକଙ୍କର ଏହି ବୁକୁପିଟା ଚିତ୍କାର ସତ ଥିଲା ?

kim mourning
କିମଙ୍କ ପିତାଙ୍କ ମୃତ୍ୟୁରେ କାନ୍ଦୁଛନ୍ତି ଉତ୍ତର କୋରିଆ ନାଗରିକ

ଅନ୍ତର୍ଜାତୀୟ ମିଡିଆ ଅନୁସାରେ ନୂଆ ରାଜା କିମ୍ବ ଜୋଙ୍ଗ୍ ଏହା ଜାଣିବାକୁ ଚାହୁଁଥିଲେ ଯେ,ପୁରୁଣା ଶାସକ ଅର୍ଥାତ ତାଙ୍କ ପିତାଙ୍କୁ ଲୋକ କେତେ ଭଲ ପାଉଥିଲେ । ତେଣୁ ଏହି ସଂଗଠିତ ଶୋକସଭା ସବୁ ଆୟୋଜିତ ହୋଇଥିଲା । ଯେଉଁଠି ଲୋକଙ୍କୁ  କିମ୍ ପରିବାର ପ୍ରତି ନିଜ ଆନୁଗତ୍ୟ ପ୍ରକାଶ କରିବା ପାଇଁ କାନ୍ଦିବାକୁ ପଡିଥିଲା । ୧୦ ଦିନ ପର୍ଯ୍ୟନ୍ତ ଏହି ଶୋକସଭା ସବୁ ଚାଲିଥିଲା । ଏହି ସମୟରେ ସେହି ଲୋକଙ୍କ ନାମ ଟିପା ଯାଉଥିଲା ଯେଉଁମାନେ ଠିକରେ କାନ୍ଦି ନଥିଲେ ।

୧୦ ଦିନ ପରେ ସମୀକ୍ଷା ବୈଠକ ଆରମ୍ଭ ହୋଇଥିଲା । ଏଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ,ଯେଉଁମାନେ ଠିକରେ କାନ୍ଦି ନଥିଲେ ସେମାନଙ୍କୁ ତୁରନ୍ତ ୬ ମାସର ଜେଲ ଦଣ୍ଡ ଦିଆଯିବ । ଦୋଷୀଙ୍କୁ ରାତାରାତି ଘରୁ ଉଠାଇ ନିଆଯାଇଥିଲା । ହଜାର ହଜାର ଲୋକଙ୍କୁ ଘରୁ ଉଠାଇ ନିଆଯାଇଥିଲା । ଅନେକଙ୍କ ପରିବାର ଲେବର କ୍ୟାମ୍ପରେ ମାସ ମାସ ଧରି ରହିଥିଲେ ।

ଶବ ଏବେବି ଅଛି

କିମଙ୍କ ବାପା ଓ ଜେଜେ ବାପାଙ୍କ ଶବ ଏପର୍ଯ୍ୟନ୍ତ ରାଜଧାନୀରେ ବୈଜ୍ଞାନିକ ଉପାୟରେ ସଂରକ୍ଷଣ କରି ରଖାଯାଇଛି । ଶବର ମୁଣ୍ଡତଳେ କୋରିଆନ୍ ଷ୍ଟାଇଲର ତକିଆ ରହିଛି । ଯାହା ଉପରେ ଉତ୍ତର କୋରିଆର ପତକା ରହିଛି । ମସ୍କୋର ଲେନିନ୍ ଲାବ୍ ଶବ ସଂରକ୍ଷଣ ଦିଗରେ ଉତ୍ତର କୋରିଆକୁ ସାହାଯ୍ୟ କରୁଛି ।

 

ଟିକେଟ୍ ତାକୁ ମିଳିବ ଯାହା ପାଖରେ ଟଙ୍କା ଅଛି, ଏମିତି କାହିଁକି କହିଲେ ସୁର ରାଉତରାୟ ?

ଭୁବନେଶ୍ୱର: କଂଗ୍ରେସରେ ପୁଣି ପରିବର୍ତ୍ତନର ଆଭାସ୍ । ପିସିସି ରେସ୍ ରେ ୧୩ ନେତା । ସମସ୍ତେ ଦିଲ୍ଲୀରେ ଲବି କରୁଛନ୍ତି । ଜୟଦେବ ଜେନା ବି ଏଥିରେ ସାମିଲ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାଏ । ସୁର କହିଛନ୍ତି ଯେ, ଏବେ ପିସିସି ରେସ୍ ରେ ୧୩ ଜଣ ନେତା ଅଛନ୍ତି ।

ସେମାନଙ୍କ ମଧ୍ୟରୁ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ମହମ୍ମଦ ମୋକିମ୍, ତାରା ପ୍ରସାଦ ବାହିନିପତି, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ,ଶରତ ରାଉତ, ନରସିଂହ ମିଶ୍ର, ବିଶ୍ୱ ରଞ୍ଜନ ମହାନ୍ତିଙ୍କ ଭଳି ବଡ଼ ବଡ଼ ନେତା । ତେବେ ସୋନିଆ ଗାନ୍ଧି ଯାହାକୁ ବାଛିବେ ସେ ହିଁ ଦଳର ମଙ୍ଗ ଧରିବ ବୋଲି କହିଛନ୍ତି ସୁର । ତାଙ୍କୁ ଅଭିନନ୍ଦନ କରାଯିବ । ତେବେ ଏବେ ପରିବର୍ତ୍ତନର ଆବଶ୍ୟକ ନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି ବରିଷ୍ଠ ନେତା ।

ଏହାରି ମଧ୍ୟରେ ସୁର ଉପନିର୍ବାଚନ କଥା ମଧ୍ୟ ଉଠାଇଛନ୍ତି । ତାଙ୍କୁ ତିର୍ତ୍ତୋଲ ଦାୟିତ୍ୱ ଦିଆଯାଇଛି । କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼େଇ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି । ତେବେ ତିର୍ତ୍ତୋଲରେ କାହାକୁ ଟିକଟ ଦିଆଯିବ ସେନେଇ କିଛି କହି ନଥିଲେ ମଧ୍ୟ ଯାହା ପାଖରେ ଟଙ୍କା ନଥିବା ତାକୁ ଟିକଟ ଦିଆଯିବନି ବୋଲି କହିଛନ୍ତି ସୁର।

ବିଜେଡି ଓ ବିଜେପିକୁ ଲୋକେ ଆଉ ପସନ୍ଦ କରୁନାହାନ୍ତି ବୋଲି କହିଛନ୍ତି ସୁର । କେବଳ ସେତିକି ନୁହେଁ ସୁର ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, କରୋନା ସମୟରେ ସମସ୍ତଙ୍କ ଜୀବୀକା ଉଜୁଡ଼ିଯାଇଛି । ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସରକାର ସେମାନଙ୍କ କଥା ବୁଝି ନାହାନ୍ତି । ତେଣୁ ବିଜେଡି ଓ ବିଜେପିକୁ ଟକ୍କର ଦେବା ଭଳି ପ୍ରାର୍ଥୀ ଛିଡ଼ା କରିବ କଂଗ୍ରେସ । କଂଗ୍ରେସ ଏଥର ଅମାନତ ହରାଇବ ନାହିଁ । କଂଗ୍ରେସ ଜିତିବ ବୋଲି କହିଛନ୍ତି ସୁର । ରାଜ୍ୟର ଦୁଇ ଉପନିର୍ବାଚନ ପାଇଁ କଂଗ୍ରେସର କ୍ଷେତ୍ର ପ୍ରସ୍ତୁତି ସରିଛି । ତିର୍ତ୍ତୋଲରେ ପ୍ରାର୍ଥୀ ହେବା ପାଇଁ ଦୁଇ ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି ।

ସେହିଭଳି ଏହି ଉପନିର୍ବାଚନ ପାଇଁ କଂଗ୍ରେସର କମିଟି ଗଠନ ହୋଇସାରିଛି । କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ୍ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ତିର୍ତୋଲ ଦାୟିତ୍ଵରେ ସୁର ରାଉତରାୟ ଓ ବାଲେଶ୍ୱର ଦାୟିତ୍ଵରେ ତାରା ବାହିନିପତି ଅଛନ୍ତି । ଖୁବ୍ ଶିଘ୍ର କମିଟି ସଦସ୍ୟ ଅଞ୍ଚଳ ଗସ୍ତ କରି ଟିକେଟ କିଏ ପାଇବ ତାହା ସ୍ଥିର କରିବେ ।

 

ଚିନ୍ମୟ ମହାପାତ୍ର, ପ୍ରତିନିଧି

୧୮ ବର୍ଷ ଭାବି ପ୍ରେମ କରିଥିଲେ କିନ୍ତୁ ମିଳିଲା ଭର୍ଚୁଆଲ ଧୋକା !

କିରାବାଲି: ସୋସିଆଲ ମିଡ଼ିଆର ପ୍ରେମ ଜଣେ ଯୁବକଙ୍କୁ ଅବସାଦରେ ପକାଇଦେଇଛି । ଯୁବକ ଜଣକ ଫେସବୁକରେ ଜଣେ ଝିଅ ସହିତ ବନ୍ଧୁତା କରିଥିଲେ । ସେହି ଝିଅଟିକୁ ଧିରେ ଧିରେ ପସନ୍ଦ କରିବାକୁ ଲାଗିଲେ । କିନ୍ତୁ ଏସବୁ ମଧ୍ୟରେ ସେ ଜାଣି ନଥିଲେ ଯେ, ସେ ଯାହାଙ୍କ ସହ କଥା ହେଉଥିଲେ ସେ ପ୍ରକୃତରେ ଝିଅ ନଥିଲେ । ସେ ଦୁଇଟି ପିଲାଙ୍କ ମାଆ ଥିଲେ । ଏବଂ ସେ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇ ରଖିଥିଲେ । ପ୍ରକୃତ ଘଟଣା ଜାଣିବା ପରେ ଯୁବକ ଜଣକ ହୃଦୟ ଭାଙ୍ଗି ଯାଇଥିଲା ଏବଂ ସେ ଅବସାଦକୁ ଚାଲିଯାଇଥିଲେ ।

ଗୋଟେ ମାସ ପର୍ଯ୍ୟନ୍ତ ତାଙ୍କର ଦେଖାରଖା କରିବା ପରେ ତାଙ୍କ ଅବସ୍ଥାରେ ସୁଧାର ଆସିଛି । ଏହି ଘଟଣା ସେହି ଯୁବକମାନଙ୍କ ପାଇଁ ଏକ ବାର୍ତ୍ତା, ଯେଉଁମାନେ ସୋସିଆଲ ମିଡିଆରେ ସୁନ୍ଦର ସୁନ୍ଦର ଝିଅଙ୍କ ଫଟୋ ଦେଖି ତାଙ୍କୁ ପ୍ରେମ କରିବସୁଛନ୍ତି । ଏହି ମାମଲା କିରାବାଲି ବ୍ଲକରେ ରହୁଥିବା ଜଣେ ଯୁବକଙ୍କର । ଛଅ ମାସ ପୂର୍ବେ, ଏହି ୧୭ବର୍ଷ ବୟସର ଯୁବକ ଜଣଙ୍କ ଫେସବୁକରେ ୧୮ ବର୍ଷର ଝିଅ ସହ ବନ୍ଧୁତା କରିଥିଲେ ।  ଦୁହିଁଙ୍କ ମଧ୍ୟରେ ବହୁତ ଚାଟିଂ ମଧ୍ୟ ହୋଇଥିଲା । ଦୁହେଁ ଫେସବୁକ ମାଧ୍ୟମରେ ଘନିଷ୍ଠ ବନ୍ଧୁ ହୋଇଥିଲେ । ମହିଳା ଜଣକ କହିଛନ୍ତି ଯେ ସେ ଝାଡଖଣ୍ଡର ବାସିନ୍ଦା । ସେ କ’ଣ କରନ୍ତି, କେଉଁ ଜିଲ୍ଲାର, ସେ ଏସବୁ କହି ନଥିଲେ । ଏକମାସ ପୂର୍ବରୁ ଯୁବକ ଜଣକ ମହିଳାଙ୍କୁ ଭେଟିବାକୁ ଇଚ୍ଛା କରିଥିଲେ । ତାଙ୍କୁ ଡେଟ ପାଇଁ ମଧ୍ୟ ଡାକିଥିଲେ । ଯୁବକ ଜଣକ ତାଙ୍କୁ ସାମ୍ନାକୁ ଆସିବା ପରେ ତାଙ୍କୁ କିପରି ଚିହ୍ନିବେ ବୋଲି ପଚାରି ଥିଲେ ।

ତାପରେ ଝିଅଟି ନିଜ ଫଟୋ ପଠାଇବାକୁ ରାଜି ହୋଇଥିଲା । ଯେତେବେଳେ ମହିଳା ଜଣକ ତାଙ୍କ ପ୍ରକୃତ ଫଟୋ ପଠାଇଲେ, ଯୁବକ ଜଣକ ତାଙ୍କୁ ଦେଖିବା ପରେ ଡିପ୍ରେସନରେ ଚାଲିଯାଇଥିଲେ । ଜଣେ ୧୮ବର୍ଷ ବୟସ୍କା ଲେଖି ଏକ ପ୍ରୋଫାଇଲ୍ ତିଆରି କରିଥିବା ଯୁବତୀ ପ୍ରକୃତରେ ଜଣେ ୩୮ ବର୍ଷ ବୟସ୍କା ମହିଳା ଥିଲେ । ଏବଂ ତାଙ୍କର ଦୁଇ ସନ୍ତାନ ମଧ୍ୟ ଥିଲା । ମହିଳାଙ୍କର ବଡ ଝିଅ ପ୍ରାୟ ୧୬ ବର୍ଷ ବୟସର । ଯୁବକଙ୍କ ହୃଦୟ ଭାଙ୍ଗି ଯାଇଥିଲା ଏବଂ ସେ ଚୁପ୍ ରହି ଯାଇଥିଲେ । ଏହାପରେ ସେ ଘରୁ ବାହାରିଯାଉ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ଏହାପରେ ପାଖରେ ଥିବା କିଛି ଲୋକ ତାକୁ ରୋକିବା ସହ ଖେରିଆ ବ୍ରିଜ ନିକଟରେ ପହଞ୍ଚି ଚାଇଲ୍ଡ ଲାଇନର ହେଲ୍ପଲାଇନ ନମ୍ବରକୁ ଫୋନ କରିଥିଲେ । ସେମାନେ ଚାଇଲ୍ଡ ଲାଇନକୁ କହିଥିଲେ ଯେ ଯୁବକ ଜଣଙ୍କ ଆତ୍ମହତ୍ୟା କରିବାକୁ ଯାଉଛନ୍ତି  । ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିଲା । ସୁସ୍ଥ ହେବା ପରେ ଯୁବକ ଜଣକ ଫେସବୁକ ମାଧ୍ୟମରେ ହୋଇଥିବା ତାଙ୍କ ଇଶକଙ୍କ କାହାଣୀ ବିଷୟରେ କହିଥିଲେ। ମହିଳା ଜଣକ କିପରି ନିଜ ପ୍ରୋଫାଇଲରେ ଫଟୋରେ ଗୋଟିଏ ସୁନ୍ଦରୀ ଝିଅର ଫଟୋ ଦେଇ ତାଙ୍କୁ ଫସାଇଥିଲେ । ଏବେ ଚାଇଲ୍ଡ ଲାଇନ ଯୁବକଙ୍କ ପରିବାରକୁ ଡାକି ସେମାନଙ୍କୁ ହସ୍ତାନ୍ତର କରିଛି ।

ଆଦିତ୍ୟ ମୃତ୍ୟୁ ମାମଲା: ହ୍ୟାଣ୍ଡ୍ ରାଇଟିଂ ବ୍ୟୁରୋକୁ ଗଲା ଡାଏରୀ

ଭୁବନେଶ୍ୱର: ଡାଏରୀ ଖୋଲିବ କି ଆଦିତ୍ୟ ମୃତ୍ୟୁ ରହସ୍ୟ ?  ରାଜ୍ୟର ହଅଚଇ ସୃଷ୍ଟି କରିଥିବା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟ ରହସ୍ୟ ତଦନ୍ତ ଆଉ ପାଦେ ଆଗକୁ ବଢିଛି । ଆଦିତ୍ୟଙ୍କୁ ହତ୍ୟା କି ଆତ୍ମହତ୍ୟା କରାଯାଇଛି ସେନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଆଦିତ୍ୟଙ୍କ ଡାଏରୀ ଏହି ମାମଲାକୁ ଏକ ନୂଆ ମୋଡ଼ ଦେଇଥିଲା । କିନ୍ତୁ ଏସବୁ ସତ୍ତ୍ୱେ ଡାଏରୀରେ ଲେଖାଯାଇଥିବା ତାଙ୍କ ସୁଇସାଇଡ୍ ନୋଟ ମିଛ ବୋଲି ଅଭିଯୋଗ କରିଥିଲେ ପିପୁଲ ଫର୍ ସେବାର କର୍ଯ୍ୟକର୍ତ୍ତାମାନେ । ଏହି ଆଧାରରେ ଜିଆରପି ମଧ୍ୟ ଏନେଇ ଏକ ହତ୍ୟାମାମଲା ରୁଜୁ କରୁଥିଲା ।

ତେବେ ଆଦିତ୍ୟ ଲେଖିଯାଇଥିବା ସେହି ସୁଇସାଇଡ ନୋଟର କିଛି ସତ୍ୟାସତ୍ୟ ରହିଛି ନା ତାକୁ ଆଉ କିଏ ଲେଖିଛି ସେନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲା । ଏସବକୁ ଦୃଷ୍ଟିରେ ରଖି ସମାଜସେବୀ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଆଦିତ୍ୟଙ୍କ ଘରୁ ମିଳିଥିବା ଏହି ଡାଏରୀରେ  ଲେଖାଯଆଇଥିବା ୪ଫର୍ଦ୍ଦର ସେହି ସୁଇସାଇଡ ନୋଟ୍ ଆଦିତ୍ୟଙ୍କ ହାତଲେଖା କି ନାହିଁ ସେ ନେଇ କିଛି ତଥ୍ୟ ମିଳିବା ନେଇ ଆଶା କରିଛି ପୋଲିସ ।

ଆପଣଙ୍କୁ କହି ରଖୁଛୁ ଯେ, ଆଦିତ୍ୟଙ୍କ ମୃତ୍ୟର ଦୁଇ ଦିନ ପରେ ରେଲବାଇ ପୁଲିସ ଆଦିତ୍ୟଙ୍କ ଡାଏରୀ ଜବତ କରିଥିଲା ଯାହାକୁ ଏବେ  ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛନ୍ତି । ରସୁଲଗଡ଼ରେ ଥିବା ଷ୍ଟେଟ୍ ଫୋରେନସିକ ସାଇଣ୍ଟିଫିକ୍ ଲ୍ୟାବରେ ହ୍ୟାଣ୍ଡରାଇଟିଂର ଯାଞ୍ଚ୍ ହେବା ନେଇ ସୂଚନା ମିଳିଛି । ଏବଂ ଏହାର ଯାଞ୍ଚ ଏକ ୭ ଜଣିଆ ଟିମ୍ କରିବ ବୋଲି ସ୍ପଷ୍ଟ ସୂଚନା ମିଳିଛି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

ବାହାରିଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ… ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । Cbseresults.nic.in ସାଇଟ୍ ରେ ରେଜଲ୍ଟ ଉପଲବ୍ଧ ଅଛି । ପରୀକ୍ଷା ଫଳାଫଳ ନେଇ ସୂଚନା ଦେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ ନିଶଙ୍କ । CBSE ଦ୍ୱାଦଶ ଫଳାଫଳ ଅଫିସିଆଲ୍ ୱେବସାଇଟ୍ ରେ ଏହା ପ୍ରକାଶ ପାଇଛି ।

ଏହାପୂର୍ବରୁ, CBSE ସୂଚନା ଦେଇଥିଲା ଯେ CBSE ଦ୍ୱାଦଶ ଏବଂ ଦଶମ ଫଳାଫଳ ୨୦୨୦ ଜୁଲାଇ୧୫ ତାରିଖ ସୁଦ୍ଧା ଘୋଷଣା କରାଯିବ। ଏହି ସମୟରେ, ସିବିଏସ୍ଇ ଉଭୟ ଶ୍ରେଣୀ ଦଶମ ଏବଂ ଦ୍ୱାଦଶ ଫଳାଫଳ  ମୁକ୍ତ କରିବ କି ନାହିଁ ତାହା ନିଶ୍ଚିତ ହୋଇନଥିଲା । ସର୍ବଭାରତୀୟ ସ୍ତରରେ ପାସ ହାର ୮୮.୭୮ ପ୍ରତିଶତ ରହିଛି । ସେହିପରି ଭୁବନେଶ୍ୱର ରିଜିଅନ୍‌ରେ ପାସ ହାର ୯୧.୪୬ ପ୍ରତିଶତ ରହିଛି ।

ବୋର୍ଡ ଦେଇଥିବା ସୂଚନା ଅନୁଯାୟୀ, ୮୮.୭୮ ପ୍ରତିଶତ ଛାତ୍ର ଚଳିତ ବର୍ଷ ଦ୍ୱାଦଶ ସିବିଏସ୍ଇ ପରୀକ୍ଷାରେ ପାସ ହୋଇଛନ୍ତି। ଚଳିତ ବର୍ଷ ପରୀକ୍ଷାରେ ଫଳାଫଳ ପ୍ରଦର୍ଶନ ଦୃଷ୍ଟିରୁ ତ୍ରିଭେନ୍ଦ୍ରମ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ଶ୍ରେଷ୍ଠ ତିନି ସ୍ଥାନରେ ରହିଛନ୍ତି। ଏହି ବର୍ଷ, ଦିଲ୍ଲୀ ଜୋନରେ ୯୪.୩୯ ପ୍ରତିଶତ ଭଲ ଫଳାଫଳ ମଧ୍ୟରୁ ଝିଅମାନଙ୍କ ସଂଖ୍ୟା ହେଉଛି ୯୨.୧୫ଜ୍% । ଚଳିତ ବର୍ଷ ଝିଅମାନେ ପୁଅମାନଙ୍କ ଅପେକ୍ଷା ୫.୯୬% ଭଲ ପ୍ରଦର୍ଶନ କରିଛନ୍ତି  ।