ଆଦିତ୍ୟ ମୃତ୍ୟୁ ମାମଲା: ହ୍ୟାଣ୍ଡ୍ ରାଇଟିଂ ବ୍ୟୁରୋକୁ ଗଲା ଡାଏରୀ

Aditya dash murder mystery new Update

ଭୁବନେଶ୍ୱର: ଡାଏରୀ ଖୋଲିବ କି ଆଦିତ୍ୟ ମୃତ୍ୟୁ ରହସ୍ୟ ?  ରାଜ୍ୟର ହଅଚଇ ସୃଷ୍ଟି କରିଥିବା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟ ରହସ୍ୟ ତଦନ୍ତ ଆଉ ପାଦେ ଆଗକୁ ବଢିଛି । ଆଦିତ୍ୟଙ୍କୁ ହତ୍ୟା କି ଆତ୍ମହତ୍ୟା କରାଯାଇଛି ସେନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଆଦିତ୍ୟଙ୍କ ଡାଏରୀ ଏହି ମାମଲାକୁ ଏକ ନୂଆ ମୋଡ଼ ଦେଇଥିଲା । କିନ୍ତୁ ଏସବୁ ସତ୍ତ୍ୱେ ଡାଏରୀରେ ଲେଖାଯାଇଥିବା ତାଙ୍କ ସୁଇସାଇଡ୍ ନୋଟ ମିଛ ବୋଲି ଅଭିଯୋଗ କରିଥିଲେ ପିପୁଲ ଫର୍ ସେବାର କର୍ଯ୍ୟକର୍ତ୍ତାମାନେ । ଏହି ଆଧାରରେ ଜିଆରପି ମଧ୍ୟ ଏନେଇ ଏକ ହତ୍ୟାମାମଲା ରୁଜୁ କରୁଥିଲା ।

ତେବେ ଆଦିତ୍ୟ ଲେଖିଯାଇଥିବା ସେହି ସୁଇସାଇଡ ନୋଟର କିଛି ସତ୍ୟାସତ୍ୟ ରହିଛି ନା ତାକୁ ଆଉ କିଏ ଲେଖିଛି ସେନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲା । ଏସବକୁ ଦୃଷ୍ଟିରେ ରଖି ସମାଜସେବୀ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଆଦିତ୍ୟଙ୍କ ଘରୁ ମିଳିଥିବା ଏହି ଡାଏରୀରେ  ଲେଖାଯଆଇଥିବା ୪ଫର୍ଦ୍ଦର ସେହି ସୁଇସାଇଡ ନୋଟ୍ ଆଦିତ୍ୟଙ୍କ ହାତଲେଖା କି ନାହିଁ ସେ ନେଇ କିଛି ତଥ୍ୟ ମିଳିବା ନେଇ ଆଶା କରିଛି ପୋଲିସ ।

ଆପଣଙ୍କୁ କହି ରଖୁଛୁ ଯେ, ଆଦିତ୍ୟଙ୍କ ମୃତ୍ୟର ଦୁଇ ଦିନ ପରେ ରେଲବାଇ ପୁଲିସ ଆଦିତ୍ୟଙ୍କ ଡାଏରୀ ଜବତ କରିଥିଲା ଯାହାକୁ ଏବେ  ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛନ୍ତି । ରସୁଲଗଡ଼ରେ ଥିବା ଷ୍ଟେଟ୍ ଫୋରେନସିକ ସାଇଣ୍ଟିଫିକ୍ ଲ୍ୟାବରେ ହ୍ୟାଣ୍ଡରାଇଟିଂର ଯାଞ୍ଚ୍ ହେବା ନେଇ ସୂଚନା ମିଳିଛି । ଏବଂ ଏହାର ଯାଞ୍ଚ ଏକ ୭ ଜଣିଆ ଟିମ୍ କରିବ ବୋଲି ସ୍ପଷ୍ଟ ସୂଚନା ମିଳିଛି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

Leave a Reply