ଏହି ଦେଶରେ ସୁପ୍ରିମ ଲିଡରଙ୍କ ମୃତ୍ୟୁରେ ନକାନ୍ଦିଲେ ମିଳେ ଦଣ୍ଡ,ଜାଣନ୍ତୁ କେଉଁଠି

ଜଣଙ୍କ ମୃତ୍ୟୁରେ ଆମେ ସମସ୍ତେ ଶୋକ ପ୍ରକଟ କରିଥାଉ । ଜଣଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସ୍ୱଭାବିକ କଥା । କିନ୍ତୁ ଜଣଙ୍କ ମୃତ୍ୟୁରେ ଯଦି ଆପଣ ଶୋକ ପ୍ରକାଶ କରି କାନ୍ଦନ୍ତି ନାହିଁ ତେବେ ଏଥିପାଇଁ ଆପଣ କ’ଣ ଦଣ୍ଡର ହକଦାର ? ଏଭଳି ପ୍ରଶ୍ନ କରିବାର କାରଣ ହେଉଛି ପୃଥିବୀରେ ଏମିତି ଗୋଟିଏ ଦେଶ ଅଛି ଯେଉଁଠି ଯଦି ଆପଣ ଦେଶର ସୁପ୍ରିମ ଲିଡରଙ୍କ ମୃତ୍ୟୁରେ କାନ୍ଦନ୍ତି ନାହିଁ ତେବେ ଆପଣଙ୍କୁ ଦଣ୍ଡ ମିଳିବ । ଯଦି ଆପଣଙ୍କ ଭାଗ୍ୟ ଭଲ ତେବେ ଏଥିପାଇଁ ଆପଣ ୬ ମାସ ଜେଲରେ ରହିବେ କିନ୍ତୁ ଯଦି ଭାଗ୍ୟ ଏଗଦମ ଖରାପ ତେବେ ହୁଏତ ଆପଣ ଦୁନିଆରୁ ଗାଏବ ହୋଇଯିବେ ।

kim jong with father

ଦେଶର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁରେ ନକାନ୍ଦିଲେ ମୃତ୍ୟୁଦଣ୍ଡ କିମ୍ବା ୬ ମାସର ସଜା ଦେଉଥିବା ଦେଶ ହେଉଛି ଉତ୍ତର କୋରିଆ ।  ଉତ୍ତର କୋରିଆର ସାମରିକ ଶାସକ କିମ୍ ଜୋଙ୍ଗଙ୍କ ପୂର୍ବରୁ ତାଙ୍କ ବାପା ଓ ଜେଜେ ବାପା ଏହି ଦେଶକୁ ଚଳାଉଥିଲେ । ଗୋଟିଏ ପରିବାର ଅଧିନରେ ଏହି ଦେଶ ଗଲା ୭୦ ବର୍ଷ ଧରି ରହିଆସିଛି । ଲୋକଙ୍କ ଉପରେ ଭୟ ଦ୍ୱାରା ପ୍ରଭାବ ବିସ୍ତାର କରିବା ହେଉଛି କିମ୍ ପରିବାରର ରଣନୀତି । କିମଙ୍କ ପିତା କିମ୍ ଜୋଙ୍ଗ୍ ଇଲଙ୍କ ମୃତ୍ୟୁ ପରେ କ୍ଷମତାକୁ ଆସିଥିଲେ । କୁହାଯାଏ ଯେ, କିମ୍ ଜୋଙ୍ଗ୍ ଇଲଙ୍କ ମୃତ୍ୟୁ ପରେ ନାଗରିକଙ୍କ ଶୋକସଭାରେ ଛାତି ପିଟି କନ୍ଦିବାକୁ କୁହାଯାଇଥିଲା । ଯେଉଁମାନେ ଠିକ୍ ଭାବେ କାନ୍ଦି ନଥିଲେ,ସେମାନେ ତା’ପରଦିନ ଦୁନିଆ ନକ୍ସାରୁ ଗାଏବ ହୋଇଗଲେ ।

kim father
କିମଙ୍କ ପିତାଙ୍କର ସଂରକ୍ଷିତ ଶବ

କ’ଣ ଥିଲା ପୁରା ଘଟଣା?

ଉତ୍ତର କୋରିଆର ସରକାରୀ ଟିଭି ଚ୍ୟାନେଲ ଅନୁସାରେ କିମ୍ ଜୋଙ୍ଗ୍ ଇଲଙ୍କର ୧୭ ଡିସେମ୍ବର ୨୦୧୧ରେ ତାଙ୍କର ବ୍ୟକ୍ତିଗତ ଟ୍ରେନରେ ହାର୍ଟ ଆଟାକରେ ମୃତ୍ୟୁ ହୋଇଥିଲା । ଏହାପରେ ପୁରା ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିଲା । କୌଣସି ପ୍ରକାରର ଉତ୍ସବ କିମ୍ବା ମନୋରଂଜନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା ଦେଶରେ ୧୦ ଦିନ ପାଇଁ ଶୋକ ଘୋଷଣା ହୋଇଥିଲା । ଯେଉଁଥିରେ ନାଗରିକଙ୍କୁ ନିଜ ଶୋକ ପ୍ରକଟ କରିବାକୁ କୁହାଯାଇଥିଲା ।

ଅନ୍ତିମ ସଂସ୍କାର ପୂର୍ବରୁ କିମଙ୍କ ଶବକୁ ଦର୍ଶନ ପାଇଁ ରଖାଯାଇଥିଲା । ସେହି ସମୟରେ ରାଜଧାନୀ ପ୍ୟୋଙ୍ଗୟାଙ୍ଗର ଜନତାକୁ ସେଠାକୁ ଆସିବାକୁ ବାଧ୍ୟ କରାଯାଇଥିଲା । କେବଳ ଆସିବାକୁ କୁହାଯାଇନଥିଲା ସେମାନଙ୍କୁ ମଧ୍ୟ ଛାତିପିଟି କାନ୍ଦିବାକୁ କୁହାଯାଇଥିଲା । ଲୋକଙ୍କର ଏଭଳି କନ୍ଦାକଟା ଦୃଷ୍ୟ ଖୁବଶୀଘ୍ର ଭାଇରାଲ ହୋଇଥିଲା । ତେବେ କ’ଣ ଲୋକଙ୍କର ଏହି ବୁକୁପିଟା ଚିତ୍କାର ସତ ଥିଲା ?

kim mourning
କିମଙ୍କ ପିତାଙ୍କ ମୃତ୍ୟୁରେ କାନ୍ଦୁଛନ୍ତି ଉତ୍ତର କୋରିଆ ନାଗରିକ

ଅନ୍ତର୍ଜାତୀୟ ମିଡିଆ ଅନୁସାରେ ନୂଆ ରାଜା କିମ୍ବ ଜୋଙ୍ଗ୍ ଏହା ଜାଣିବାକୁ ଚାହୁଁଥିଲେ ଯେ,ପୁରୁଣା ଶାସକ ଅର୍ଥାତ ତାଙ୍କ ପିତାଙ୍କୁ ଲୋକ କେତେ ଭଲ ପାଉଥିଲେ । ତେଣୁ ଏହି ସଂଗଠିତ ଶୋକସଭା ସବୁ ଆୟୋଜିତ ହୋଇଥିଲା । ଯେଉଁଠି ଲୋକଙ୍କୁ  କିମ୍ ପରିବାର ପ୍ରତି ନିଜ ଆନୁଗତ୍ୟ ପ୍ରକାଶ କରିବା ପାଇଁ କାନ୍ଦିବାକୁ ପଡିଥିଲା । ୧୦ ଦିନ ପର୍ଯ୍ୟନ୍ତ ଏହି ଶୋକସଭା ସବୁ ଚାଲିଥିଲା । ଏହି ସମୟରେ ସେହି ଲୋକଙ୍କ ନାମ ଟିପା ଯାଉଥିଲା ଯେଉଁମାନେ ଠିକରେ କାନ୍ଦି ନଥିଲେ ।

୧୦ ଦିନ ପରେ ସମୀକ୍ଷା ବୈଠକ ଆରମ୍ଭ ହୋଇଥିଲା । ଏଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ,ଯେଉଁମାନେ ଠିକରେ କାନ୍ଦି ନଥିଲେ ସେମାନଙ୍କୁ ତୁରନ୍ତ ୬ ମାସର ଜେଲ ଦଣ୍ଡ ଦିଆଯିବ । ଦୋଷୀଙ୍କୁ ରାତାରାତି ଘରୁ ଉଠାଇ ନିଆଯାଇଥିଲା । ହଜାର ହଜାର ଲୋକଙ୍କୁ ଘରୁ ଉଠାଇ ନିଆଯାଇଥିଲା । ଅନେକଙ୍କ ପରିବାର ଲେବର କ୍ୟାମ୍ପରେ ମାସ ମାସ ଧରି ରହିଥିଲେ ।

ଶବ ଏବେବି ଅଛି

କିମଙ୍କ ବାପା ଓ ଜେଜେ ବାପାଙ୍କ ଶବ ଏପର୍ଯ୍ୟନ୍ତ ରାଜଧାନୀରେ ବୈଜ୍ଞାନିକ ଉପାୟରେ ସଂରକ୍ଷଣ କରି ରଖାଯାଇଛି । ଶବର ମୁଣ୍ଡତଳେ କୋରିଆନ୍ ଷ୍ଟାଇଲର ତକିଆ ରହିଛି । ଯାହା ଉପରେ ଉତ୍ତର କୋରିଆର ପତକା ରହିଛି । ମସ୍କୋର ଲେନିନ୍ ଲାବ୍ ଶବ ସଂରକ୍ଷଣ ଦିଗରେ ଉତ୍ତର କୋରିଆକୁ ସାହାଯ୍ୟ କରୁଛି ।

 

Leave a Reply