ବନ୍ୟଜନ୍ତୁ ହତ୍ୟା ବିରୋଧରେ ସୁପ୍ରିମକୋର୍ଟ ଗଲେ ସାଂସଦ ଅନୁଭବ ମହାନ୍ତି

1 min read
MP-Anubhav-Mohanty-moves-Supreme-Court

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଜଙ୍ଗଲୀ ଜନ୍ତୁଙ୍କୁ ହତ୍ୟା ମାମଲା । ଏହା ବିରୋଧରେ ସ୍ୱର ଉଠାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବନ୍ୟଜନ୍ତୁଙ୍କୁ ନୃଶଂସ ଭାବେ ହତ୍ୟା ଉପରେ ସେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସାଂସଦ ବିହାର, ହିମାଚଳ ପ୍ରଦେଶ ଓ କେରଳରେ ଉଦାହରଣ ଦେଇ କହିଛନ୍ତି ନୀଳଗାଈ ଭଳି ବନ୍ୟଜନ୍ତୁଙ୍କୁ ହତ୍ୟା ଆର୍ଥିକ ପ୍ରୋତ୍ସାହନ ଦେଉଛି । ନୀଳଗାଈ ଭଳି ପୁରାତନ ମାଙ୍କଡ଼(ରେସୁସ୍ ମାକାକ୍) ଓ ବଣୁଆ ଘୁଷୁରୀଙ୍କୁ ହତ୍ୟା କରାଯାଉଛି । ଜଙ୍ଗଲରେ ବୋମା ଓ ବିଷ ରଖି ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହେଉଛନ୍ତି ।

ବିଷ. ବୋମା, ବିସ୍ଫୋରକ, ବିଦ୍ୟୁତ୍ ତାର ଦେଇ ସଂଖ୍ୟାଧିକ ବନ୍ୟପ୍ରାଣୀଙ୍କୁ ହତ୍ୟା କରାଯାଉଥିବା ପିଟିସନରେ ଦର୍ଶାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏଭଳି ହେଉଛି । ବିଷ ଓ ବୋମା ଦ୍ୱାରା ବନ୍ୟଜନ୍ତୁଙ୍କୁ ହତ୍ୟା ପାଇଁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଛି । ସାଂସଦ ବନ୍ୟଜନ୍ତୁଙ୍କ ପାଇଁ ଥିବା ୧୯୬୦ ଓ ୧୯୭୨ ନିୟମ କ୍ଷୂର୍ଣ୍ଣ ହେଉଥିବ ଦର୍ଶାଇଛନ୍ତି । ପଶୁ ସହ ମଣିଷର ସଂଘର୍ଷ ଓ ବନ୍ୟଜନ୍ତୁଙ୍କୁ ହତ୍ୟା ପାଇଁ ଉତ୍ସାହିତ ପରିବର୍ତ୍ତେ ସକ୍ରିୟ, ଗଠନମୂଳ ଓ ବୈଜ୍ଞାନିକ ଭାବେ ଏହାକୁ ବନ୍ଦ କରାଯାଇ ପାରିବ ।

ବର୍ତ୍ତମାନ ମଣିଷ-ପଶୁ ସଂଘର୍ଷକୁ ନେଇ ସେମିତି କିଛି  ଗାଇଡଲାଇନ୍ ନାହିଁ । ସାଂସଦ କହିଛନ୍ତି- ବନ୍ୟଜନ୍ତୁଙ୍କ ପାଇଁ ଆମ କୃଷକ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି । ସେମାନଙ୍କ ବ୍ୟାପକ ଫସଲ ନଷ୍ଟ ହେଉଛି । ତେଣୁ, ଆମେ ବନ୍ୟଜନ୍ତୁ ଓ କୃଷକ ଉଭୟଙ୍କ କଥା ଚିନ୍ତା କରିବା ଦରକାର । କେରଳ ଜଙ୍ଗଲ ବିଭାଗ ଅନୁଯାୟୀ, ୨୦୧୨ରୁ ୨୦୨୦ ମଧ୍ୟରେ ୨୪ଟି ବାଘ ଓ ୧୧୦ଟି ସିଂହକୁ ରାଜ୍ୟରେ ହତ୍ୟା କରାଯାଇଛି ।

Leave a Reply