ଟିକେଟ୍ ତାକୁ ମିଳିବ ଯାହା ପାଖରେ ଟଙ୍କା ଅଛି, ଏମିତି କାହିଁକି କହିଲେ ସୁର ରାଉତରାୟ ?

ଭୁବନେଶ୍ୱର: କଂଗ୍ରେସରେ ପୁଣି ପରିବର୍ତ୍ତନର ଆଭାସ୍ । ପିସିସି ରେସ୍ ରେ ୧୩ ନେତା । ସମସ୍ତେ ଦିଲ୍ଲୀରେ ଲବି କରୁଛନ୍ତି । ଜୟଦେବ ଜେନା ବି ଏଥିରେ ସାମିଲ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାଏ । ସୁର କହିଛନ୍ତି ଯେ, ଏବେ ପିସିସି ରେସ୍ ରେ ୧୩ ଜଣ ନେତା ଅଛନ୍ତି ।

ସେମାନଙ୍କ ମଧ୍ୟରୁ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ମହମ୍ମଦ ମୋକିମ୍, ତାରା ପ୍ରସାଦ ବାହିନିପତି, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ,ଶରତ ରାଉତ, ନରସିଂହ ମିଶ୍ର, ବିଶ୍ୱ ରଞ୍ଜନ ମହାନ୍ତିଙ୍କ ଭଳି ବଡ଼ ବଡ଼ ନେତା । ତେବେ ସୋନିଆ ଗାନ୍ଧି ଯାହାକୁ ବାଛିବେ ସେ ହିଁ ଦଳର ମଙ୍ଗ ଧରିବ ବୋଲି କହିଛନ୍ତି ସୁର । ତାଙ୍କୁ ଅଭିନନ୍ଦନ କରାଯିବ । ତେବେ ଏବେ ପରିବର୍ତ୍ତନର ଆବଶ୍ୟକ ନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି ବରିଷ୍ଠ ନେତା ।

ଏହାରି ମଧ୍ୟରେ ସୁର ଉପନିର୍ବାଚନ କଥା ମଧ୍ୟ ଉଠାଇଛନ୍ତି । ତାଙ୍କୁ ତିର୍ତ୍ତୋଲ ଦାୟିତ୍ୱ ଦିଆଯାଇଛି । କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼େଇ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି । ତେବେ ତିର୍ତ୍ତୋଲରେ କାହାକୁ ଟିକଟ ଦିଆଯିବ ସେନେଇ କିଛି କହି ନଥିଲେ ମଧ୍ୟ ଯାହା ପାଖରେ ଟଙ୍କା ନଥିବା ତାକୁ ଟିକଟ ଦିଆଯିବନି ବୋଲି କହିଛନ୍ତି ସୁର।

ବିଜେଡି ଓ ବିଜେପିକୁ ଲୋକେ ଆଉ ପସନ୍ଦ କରୁନାହାନ୍ତି ବୋଲି କହିଛନ୍ତି ସୁର । କେବଳ ସେତିକି ନୁହେଁ ସୁର ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, କରୋନା ସମୟରେ ସମସ୍ତଙ୍କ ଜୀବୀକା ଉଜୁଡ଼ିଯାଇଛି । ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସରକାର ସେମାନଙ୍କ କଥା ବୁଝି ନାହାନ୍ତି । ତେଣୁ ବିଜେଡି ଓ ବିଜେପିକୁ ଟକ୍କର ଦେବା ଭଳି ପ୍ରାର୍ଥୀ ଛିଡ଼ା କରିବ କଂଗ୍ରେସ । କଂଗ୍ରେସ ଏଥର ଅମାନତ ହରାଇବ ନାହିଁ । କଂଗ୍ରେସ ଜିତିବ ବୋଲି କହିଛନ୍ତି ସୁର । ରାଜ୍ୟର ଦୁଇ ଉପନିର୍ବାଚନ ପାଇଁ କଂଗ୍ରେସର କ୍ଷେତ୍ର ପ୍ରସ୍ତୁତି ସରିଛି । ତିର୍ତ୍ତୋଲରେ ପ୍ରାର୍ଥୀ ହେବା ପାଇଁ ଦୁଇ ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି ।

ସେହିଭଳି ଏହି ଉପନିର୍ବାଚନ ପାଇଁ କଂଗ୍ରେସର କମିଟି ଗଠନ ହୋଇସାରିଛି । କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ୍ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ତିର୍ତୋଲ ଦାୟିତ୍ଵରେ ସୁର ରାଉତରାୟ ଓ ବାଲେଶ୍ୱର ଦାୟିତ୍ଵରେ ତାରା ବାହିନିପତି ଅଛନ୍ତି । ଖୁବ୍ ଶିଘ୍ର କମିଟି ସଦସ୍ୟ ଅଞ୍ଚଳ ଗସ୍ତ କରି ଟିକେଟ କିଏ ପାଇବ ତାହା ସ୍ଥିର କରିବେ ।

 

ଚିନ୍ମୟ ମହାପାତ୍ର, ପ୍ରତିନିଧି

Leave a Reply