ମିଛର ଆଶ୍ରୟ ନେଉଛି ଛତିଶଗଡ଼… ମହାନଦୀରେ ଆସୁଛି କମ୍ ପାଣି

Odisha water resources minister Raghunandan Das on Mahanadi water dispute

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗ ନେଇ ଜଳ ସମ୍ପଦମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ ପ୍ରତିକ୍ରିୟା ଆସିଛି । ଅଣ ମୌସୁମୀରେ ମହାନଦୀରେ କମ୍‌ ପାଣି ଆସୁଛି । ଛତିଶଗଡ ମିଥ୍ୟାର ଆଶ୍ରୟ ନେଉଛି ବୋଲି କହିଛନ୍ତି ଜଳ ସମ୍ପଦ ମନ୍ତ୍ରୀ । ଶିଳ୍ପ ପାଇଁ ପାଣି ବ୍ୟବହାର କରୁଛି ଛତିଶଗଡ ବୋଲି କହିଛନ୍ତି ମନ୍ତ୍ରୀ ।

ଗତ ଶନିବାର ମହାନଦୀ ଜଳ ବିବାଦର ସମାଧାନ ଲାଗି ଉଭୟ ଓଡ଼ିଶା ଓ ଛତିଶଗଡ଼ ଉପସ୍ଥିତିରେ ଟ୍ରିବ୍ୟୁନାଲରେ ଶୁଣାଣି ହୋଇଥିଲା । ଶୁଣାଣି ବେଳେ ଛତିଶଗଡ଼କୁ ପୁଣି ଆଲୋଚନା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ଏଡ଼ାଇ ଦେଇଥିଲା ଛତିଶଗଡ଼ । ଏହାକୁ ନେଇ ରାଜ୍ୟ ଏବେ ଟ୍ରିବ୍ୟୁନାଲ ନିଷ୍ପତ୍ତିକୁ ଅପେକ୍ଷା କରିଛି । ଟ୍ରିବ୍ୟୁନାଲ ଓଡ଼ିଶା ସପକ୍ଷରେ ମତ ଦେବେ ବୋଲି ଆଶା କରିଛନ୍ତି ସରକାର । ଆଗାମୀ ଶୁଣାଣି ଅଗଷ୍ଟ ମାସ ୮ ତାରିଖରେ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି ।

ଏହା ପୂର୍ବରୁ ମଧ୍ୟ ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶାରେ ରାଜନୀତି ଆରମ୍ଭ ହୋଇଥିଲା । ଜଳ ସଂପଦ ମନ୍ତ୍ରୀ କହିଥିଲେ ଯେ,  ମହାନଦୀ ଛତିଶଗଡ଼ରୁ ବାହାରିଥିଲେ ମଧ୍ୟ ଅଧିକାଂଶ ଭାଗ ଓଡ଼ିଶାରେ ପ୍ରବାହିତ । ତେଣୁ ଦାବି ମୁତାବକ ଜଳ ମିଳିବା ଆବଶ୍ୟକ । ମୌସୁମୀ ସମୟରେ ଅସୁବିଧା ନାହିଁ କିନ୍ତୁ ଅଣମୌସୁମୀ ସମୟରେ ଓଡିଶା ଯେତିକି ଜଳ ପାଇବା କଥା ସେତିକି ପାଉନାହିଁ । କିନ୍ତୁ ଛତିଶଗଡ଼ ତା’ଦାବିରେ ଅଟଳ । ଟ୍ରିବ୍ୟୁନାଲ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କହିଥିଲେ । କିନ୍ତୁ ଜଣାପଡୁଛି ଆଲୋଚନା ବିଫଳ ।

 

(ଚିନ୍ମୟ ମହାପାତ୍ର)

Leave a Reply