ରାଜସ୍ଥାନ ରାଜନୈତିକ ସଂକଟ ଟଳିଲା ! ୧୦୦ ବିଧାୟକଙ୍କ ସହ ସାମ୍ନାକୁ ଆସିଲେ ଅଶୋକ ଗହୋଲତ

1 min read

ନୂଆଦିଲ୍ଲୀ: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଂକଟ ଟଳିଥିବା ଅନୁମାନ କରାଯାଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହୋଲତଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ଥିବା ଜଣା ପଡିଛି ।  ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଡକାଇଥିବା ବୈଠକରେ ୧୦୦ ବିଧାୟକ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି ବିଧାୟକଙ୍କୁ ନେଇ ମିଡିଆ ସାମ୍ନାକୁ ଆସିଛନ୍ତି ।  ବୈଠକରେ ସାମିଲ ହୋଇଥିବା ବିଧାୟକଙ୍କ ମଧ୍ୟରେ ୧୦ ଜଣ ସ୍ୱାଧୀନ ବିଧାୟକ ସାମିଲ ଅଛନ୍ତି । ସ୍ୱାଧିନ ବିଧାୟକଙ୍କ ସହ ସିପିଏମର ଜଣେ ବିଧାୟକ ମଧ୍ୟ ଗହଲୋତଙ୍କୁ ସମର୍ଥନ କରିଛନ୍ତି ।

ପୁଣି ଫେରିଲା ପାଇଲଟଙ୍କ ଫଟୋ

ରାଜସ୍ଥାନରେ ଗହୋଲତଙ୍କୁ ସଂଖ୍ୟାଧିକ ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ସଚିନ ପାଇଲଟଙ୍କ ଫଟୋକୁ ପୁଣିଥରେ ରାଜ୍ୟ କାର୍ଯ୍ୟାଳୟରେ ସ୍ଥାନ ମିଳିଛି । ସୂଚନାଯୋଗ୍ୟ ଯେ,ଆଜି ସକାଳେ ପାଇଲଟଙ୍କ ଫଟୋକୁ ଅଫିସରୁ ହଟାଇ ଦିଆଯାଇଥିଲା । ରଣଦିପ୍ ସୁରଜୱାଲ ଦାବି କରିଥିଲେ ଯେ, ପାଇଲଟଙ୍କ ସହ ଗତ ୭୨ ଘଣ୍ଟା ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି ।

ପ୍ରିୟଙ୍କାଙ୍କ ପାଇଁ ସଂକଟ ଟଳିଲା ?

ରାଜସ୍ଥାନ ରାଜନୈତିକ ସଂକଟ ପାଇଲଟଙ୍କ ବିଦ୍ରୋହରୁ ଆରମ୍ଭ ହୋଇଥିଲା । ୨୫ ଜଣ ବିଧାୟକଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ବୋଲି ପାଇଲଟ ଦାବି କରିଥିଲେ । ପାଇଲଟ ବିଜେପିରେ ସାମିଲ ହେବେ ବୋଲି ମଧ୍ୟ ଅନୁମାନ କରାଯାଉଥିଲା । ତେବେ ଏହି ରାଜନୈତିକ ସଂକଟ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଗହୋଲତ ଓ ପାଇଲଟଙ୍କ ସହ ଆଲୋଚନା କରି ଉଭୟଙ୍କୁ ମନାଇ ଥିବା କୁହାଯାଉଛି ।

 

 

Leave a Reply