କରୋନା ସଙ୍କଟରେ ପଣ୍ଡ ହେଲା ଆତଙ୍କୀଙ୍କ ଷଡଯନ୍ତ୍ର, ନୂଆଦିଲ୍ଲୀ ଧୌଲାକୁଆଁ ରିଙ୍ଗରୋଡରେ ଆଇଏସଆଇଏସ ଆତଙ୍କୀ ଅବୁ ୟୁସୁଫକୁ ଏନକାଉଣ୍ଟର
ବିବାଦ କୁ ନେଇ ଫେସବୁକର ସ୍ପଷ୍ଟୀକରଣ, ଆମେ ନିରପେକ୍ଷ
ନୂଆଦିଲ୍ଲୀ: ରାଜନୈତିକ କରିକଡରେ ଫେସବୁକକୁ ନେଇ ଉପୁଜିଥିବା ବିବାଦରେ ସ୍ପଷ୍ଟୀକରଣ ରଖିଛି ଫେସବୁକ୍ । ଫେସବୁକ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜିତ୍ ମୋହନ କହିଛନ୍ତି, ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ହେଉଛି ନିରପେକ୍ଷ, ସ୍ୱଚ୍ଛ ଏବଂ ଏକ ଖୋଲା ମଂଚ । ଇଣ୍ଟରନେଟର ଏହି ପ୍ଲାଟଫର୍ମ କାହା ସହ ପକ୍ଷପାତିତା କରାଯାଏ ନାହିଁ । ଏଥିସହ ସେ କହିଛନ୍ତି, ହେଟ୍ ସ୍ପିଚ୍ କୁ ନେଇ କିଛି ଦିନ ହେବ ଫେସବୁକ ଉପରେ ଦୋଷ ଲଗାଯାଉଛି । କିନ୍ତୁ ଆପଣମାନେ ଜାଣି ରଖିବା ଦରକାର ଯେ, ଏହି ସୋସିଆଲ ମିଡିଆର ଏହି ପ୍ଲାଟଫର୍ମରେ ହେଟ୍ ସ୍ପିଚ୍ ର କୌଣସି ଯାଗା ନାହିଁ ।

ଆମେ କାହା ନିୟନ୍ତ୍ରଣରେ ନାହିଁ କି ଆମକୁ କେହି ନିୟନ୍ତ୍ରଣ କରି ପାରିବେ ନାହିଁ । ଭାରତର କିଛି ନେତାମାନଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ହେଟ୍ ସ୍ପିଚ୍ ହଟାଯାଇଛି ଏବଂ ଆଗକୁ ମଧ୍ୟ ଏଭଳି କମେଣ୍ଟ, ସ୍ପିଚ୍ କୁ ହଟାଇ ଦିଆଯିବ ବୋଲି ଅଜିତ୍ ମୋହନ । ଫେସବୁକରେ ହେଟ୍ ସ୍ପିଚ୍ ବାବଦରେ ଆମେରିକାର ଏକ ଖବର କାଗଜରେ ଖବର ପ୍ରକାଶ ହେବା ପରେ ଭାରତରେ ଆରମ୍ଭ ହୋଇଥିଲା ବିଦାଦ । ଭାରତରେ ବିଜେପି ଓ ଆରଏସଏସ ଫେସବୁକ ଓ ହ୍ୱାଟସଆପକୁ ନିୟନ୍ତ୍ରଣ କରୁଥିବା ଖବରକୁ ନେଇ ବିଜେପି ଓ କଂଗ୍ରେସ ଉଭୟ ମୁହାଁମୁହିଁ ହୋଇଥିଲେ । ସୋସିଆଲ ସାଇଟକୁ ନିୟନ୍ତ୍ରଣ କରି ଦେଶରେ ଘୃଣା ବିସ୍ତାର କରୁଛି ବୋଲି ରାହୁଲ ଅଭିଯୋଗ ଆଣିଥିଲେ। ଯାହାର ଜବାବରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଟ୍ୱିଟ କରି କହିଥିଲେ, ବିଫଳ ଲୋକ କେବେହେଲେ ଲୋକଙ୍କୁ ପ୍ରଭାବିତ କରିପାରିବେ ନାହିଁ ।
ଅବହେଳା ପାଇଁ ଚାଲିଗଲା ନବଜାତ ଶିଶୁର ଜୀବନ, ଚଲାଇ ଚଲାଇ ଆମ୍ବୁଲାନ୍ସକୁ ନେବା ବେଳେ ଜନ୍ମ ହୋଇ ତଳେ ଖସି ପଡ଼ିଲା ଶିଶୁ
ଢ଼େଙ୍କାନାଳ: ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁ ନବଜାତ ଶିଶୁର ମୃତ୍ୟୁ । ଗର୍ଭବତୀଙ୍କୁ ଚଲାଇ ଚଲାଇ ଆମ୍ବୁଲାନ୍ସକୁ ନେବା ବେଳେ ଜନ୍ମ ହୋଇ ତଳେ ପଡ଼ି ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗା । ଢେଙ୍କାନାଳରୁ ଆସିଛି ଅଭିଯୋଗ । ଘଟଣାକୁ ନେଇ ଢେଙ୍କାନାଳ ମୁଖ୍ୟ ଚିକତ୍ସାଳୟରେ ଉତ୍ତେଜନା ଦେଖାଦେଇଛି । ଘଟଣା ଅନୁଯାଇ କାବେରା ମାଧପୁର ଗାଁ ର ବସନ୍ତ କୁମାର ଦେହୁରୀଙ୍କ ପତ୍ନୀ ଅପରାହ୍ନ ୧୨.୩୦ରେ ମେଡିକାଲର ପ୍ରସୂତି ବିଭାଗ ରେ ଭର୍ତ୍ତି ହୋଇଥିଲେ । ହେଲେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶୀଘ୍ର କଟକ ନେବାକୁ କହି ଡାକ୍ତର ଦିନ ଗୋଟାଏରେ ଚାଲିଯାଇଥିଲେ ।

ପରେ ପରିବାର ଲୋକେ ମହିଳାଙ୍କୁ ଚିକିତ୍ସାଳୟ ପରିସରରୁ ଚଲାଇ ଚଲାଇ ଆମ୍ବୁଲାନ୍ସ କୁ ଆଣୁ ଥିବା ବେଳେ ତାଙ୍କ ର ଏକ ଶିଶୁପୁତ୍ର ଜନ୍ମ ହୋଇ ତଳେ ପହଇଯାଇଥିଲା । ଫଳରେ ମହିଳା ଜଣକ ଅତ୍ୟଧିକ ପ୍ରସବ ବେଦନା ସହ୍ୟ ନକରିପାରି ବେହୋସ ହୋଇ ଶିଶୁଟି ଉପରେ ପଡିଯାଇଥିଲେ । ଫଳରେ ନବଜାତକର ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ ମହିଳା ଜଣକ ବିବାହର ୧୦ ବର୍ଷ ପରେ ଗର୍ଭବତୀ ହେବାର ସୌଭାଗ୍ୟ ଲାଗ କରିଥିଲେ ।

ତେବେ ଚିକିତ୍ସାଳୟ ରେ ତୁରନ୍ତ ଚିକିତ୍ସା ନକରିବା ସହ ଓ ଡାକ୍ତର ନର୍ସ ଅବହେଳା କରିଥିବା ଯୋଗୁ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମହିଳା ଙ୍କ ସ୍ୱାମୀ । ସପ୍ତାହକ ପୂର୍ବରୁ ମେଡିକାଲ କର୍ମଚାରୀଙ୍କ ନାଁରେ ଆସିଥିଲା ସମାନ ଅଭିଯୋଗ । ସେତେବେଳେ ବି ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଜଗତସିଂହପୁର ବିଲୁଆଖାଇ ସେତୁ ଉଦ୍ଘାଟିତ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାରେ ନୂଆ ମାତୃ ଓ ଶିଶୁ ଚିକିତ୍ସାଳୟ ଏବଂ ICU ପାଇଁ ଶିଳାନ୍ୟାସ
ଭୁବନେଶ୍ୱର: ଜୀବନ ସହ ଜୀବିକାକୁ ଗୁରୁତ୍ୱ । କୋଭିଡ ଲଢେଇରେ ଜୀବିକା ପାଇଁ ଜୋରଦାର ହେବ ବିକାଶ କାର୍ଯ୍ୟ । ସଡକ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ତ୍ୱରାନ୍ୱିତ ହେବ ଉନ୍ନୟନ କାର୍ଯ୍ୟ । ଜଗତସିଂହପୁର ବିଲୁଆଖାଇ ସେତୁର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମାତୃ ଓ ଶିଶୁ ଚିକିତ୍ସାଳୟ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୬୧.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଲୁଆଖାଇ ସେତୁ ଦ୍ୱାରା ଭୁବନେଶ୍ୱର-ଜଗତସିଂହପୁର ମଧ୍ୟରେ ଦୂରତା କମିବ । ୧୬.୨୮ କୋଟି ବ୍ୟୟରେ ହେବ ମାତୃ ଓ ଶିଶୁ ଚିକିତ୍ସାଳୟ ନିର୍ମାଣ କରାଯାଉଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାରକୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ କରାଯାଉଛି । ଓଡିଶା ଖୁବ ଶୀଘ୍ର ପୂର୍ବ ଭାରତର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ପ୍ରତିଷ୍ଠା ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ପ୍ରତିଷ୍ଠା କରାଯିବ ।

ମା ଓ ଶିଶୁଙ୍କ ଚିକିତ୍ସାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଦୁଇ ପ୍ରକଳ୍ପ ଜିଲ୍ଲା ବିକାଶରେ ସୃଷ୍ଟି କରିବ ନୂଆ ଅଧ୍ୟାୟ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶେଷରେ କୋଭିଡ ଯୁଦ୍ଧରେ ଜଗତସିଂହପୁର ଜିଲ୍ଲା ଭଲ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଭୁବନେଶ୍ୱରରୁ ୩୨୪ କରୋନା ସଂକ୍ରମିତ ଚିହ୍ନଟ, ଲୋକାଲ କଣ୍ଟାକ୍ଟ ୧୫୧
ଭୁବନେଶ୍ୱର: ରାଜଧାନୀରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ ଶତାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ୩୨୪ ଜଣ କରୋନା ସଂକ୍ରମିତ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫୧ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ ।

ତେବେ ନୂଆ ସଂକ୍ରମଣକୁ ମିଶାଇ ମୋଟ ୬ହଜାର ୭୨୦ ଜଣ ମୋଟ ସଂକ୍ରମିତ ଭୁବନେଶ୍ୱରରେ ରହିଛନ୍ତି । ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ହଜାର ୬୧୮ ଜଣ ଏପର୍ଯ୍ୟନ୍ତି ସକ୍ରିୟ ରହିଛନ୍ତି । ତେବେ କରୋନା ସଂକ୍ରମଣ ଭୟ ଭିତରେ ଆଶ୍ୱସ୍ତି ଦେଉଛି କରୋନା ସୁସ୍ଥଙ୍କ ସଂଖ୍ୟା । ଆଜି ୧୦୮ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ପରେ ଏବେ ମୋଟ ସୁସ୍ଥ ସଂଖ୍ୟା ୪୦୬୧ରେ ପହଞ୍ଚିଛି ମୋଟ ସୁସ୍ଥ ହାର ।










