spot_img
Home Blog Page 6770

ରାଜ୍ୟସଭାରେ ଯେତେବେଳେ ସାମ୍ନାସାମ୍ନି ହେଲେ ସିନ୍ଧିଆ-ଦିଗବିଜୟ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ୪୫ ଜଣ ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୩୬ ସାଂସଦ ରାଜ୍ୟସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ନର୍ବାଚନରେ ୨୦ ରାଜ୍ୟରୁ ୬୧ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୪୫ ଜଣ ଆଜି ଶପଥ ଗ୍ରହଣ କରିଛନ୍ତି ।

Image

ଯେଉଁମାନଙ୍କ ମଧ୍ୟରେ ଶରଦ ପାଓ୍ୱାର , ଦିଗବିଜୟ ସିଂହ ଏବଂ ରାମଦାସ ଆଠଓ୍ୱାଲେ ସମେତ ଏଭଳି ୧୨ ସିଟିଂ ସାଂସଦ ମଧ୍ୟ ଅନ୍ତର୍ଭୁକ୍ତ । ଯେଉଁମାନେ ଆଜି ଶପଥ ଗ୍ରହଣ କରିଛନ୍ତି । ଏଥିସହିତ ଓଡ଼ିଶାର ୪ ସାଂସଦ ମଧ୍ୟ ରାଜ୍ୟସଭାରେ ଶପଥପାଠ କରିଛନ୍ତି । ତେବେ କଂଗ୍ରେସ ଛାଡ଼ି କରି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରାଜ୍ୟସଭା ସଦସ୍ୟଭାବେ ଶପଥ ଗ୍ରହଣ କରିଛନ୍ତି ।

Image

ଏହି ସମୟରେ ରାଜ୍ୟସଭା ପରିସରରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ସମସ୍ତ ସଦସ୍ୟ ଶପଥ ନେଉଥିଲେ ସେତେବେଳେ ଏଭଳି ଏକ ସମୟ ଆସିଲା ଯେତେବେଳେ ଉଭୟ ସିନ୍ଧିଆ ଓ ଦିଗବିଜୟ  ସମ୍ନାସାମ୍ନୀ ହୋଇଥିଲେ । ଆଉ ଏହି ସମୟରେ ଉଭୟ ପରସ୍ପରଙ୍କୁ ନମସ୍କାର କରିବା ସହ  ଅଭିବାଦନ ଜଣାଇଥିଲେ ।

ଯେତେବେଳେ ୨ ନେତା ପରସ୍ପରକୁ ଅଭିନନ୍ଦନ ଜଣାଉଥିଲେ ସେହି ସମୟରେ ରାଜ୍ୟସଭା ବିରୋଧୀ ନେତା ତଥା କଂଗ୍ରେସର ବରିଷ୍ଠ ସାଂସଦ ଗୁଲାମ ନବୀ ଆଜାଦ  ମଧ୍ୟ  ଉପସ୍ଥିତ ଥିଲେ । ତେବେ ଆଜାଦଙ୍କୁ ମଧ୍ୟ କିଛି ଇସାରା ଦେଉଥିବା ଦେଖିବାକୁ ମିଳିଥିଲା ।

ସୂଚନା ଯୋଗ୍ୟ ଯେ, ରାଜ୍ୟସଭାରେ ସିନ୍ଧିଆ ଏବଂ ଦିଗବିଜୟ ସିଂହଙ୍କ ଏହି ଫଟୋ ଏଥିଯୋଗୁଁ ଖାସ୍ କାହିଁକି ନା, ଦୁଇ ନେତା ମଧ୍ୟପ୍ରଦେଶରୁ ଆସିଛନ୍ତି । ଏହି ବର୍ଷ ମାର୍ଚ୍ଚ ମାସରେ ଯେତେବେଳେ ସିନ୍ଧିଆ କମଳନାଥ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ସେତେବେଳେ ଦିଗବିଜୟ କମଲନାଥଙ୍କୁ ଖୋଲାଖୋଲି ସମର୍ଥନ ଜଣାଇଥିଲେ ।

ତେବେ ଏଭଳି ବିଦ୍ରୋହ ପଛର ଗୋଟିଏ କାରଣ ରାଜ୍ୟସଭା ଆସନ ଥିଲା ବୋଲି କୁହାଯାଉଥିଲା । ଯେଉଁ ରାଜ୍ୟସଭା ଆସନରେ ଦିଗବିଜୟ ବିଜୟୀ ହୋଇ ଆସିଥିଲେ ସେହି ସିଟ୍ ପାଇଁ ଜ୍ୟୋତିରାଦିତ୍ୟଙ୍କ ନାଁ ଅଗ୍ରାଧିକାର ଭିତ୍ତିରେ ଦିଆଯାଉ । କିନ୍ତୁ ଦଳ ତାଙ୍କ ବଦଳରେ ଦିଗବିଜୟଙ୍କ ପ୍ରାଥମିକତା ଦେଇଥିଲା । ଏଭଳି ତିକ୍ତତା ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ଜ୍ୟୋତିରାଦିତ୍ୟ । ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇଥିଲେ ଜ୍ୟୋତିରାଦିତ୍ୟ । ଏଥିଲାଗି କମଳନାଥଙ୍କ ସରକାର ଭାଙ୍ଗିବା ସହ ମଧ୍ୟପ୍ରଦେଶରେ ପୁଣି ବିଜେପି କ୍ଷମତାସୀନ ହୋଇଥିଲା । ଏବଂ ବିଜେପି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଜ୍ୟୋତିରାଦିତ୍ୟ

ସୁପ୍ରିମକୋର୍ଟରେ ପହଞ୍ଚିଲେ ରାଜସ୍ଥାନ ବାଚସ୍ପତି ସିପି ଜୋଶୀ, କହିଲେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ରାଜସ୍ଥାନ ରାଜନୀତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଏସ୍‌ଏଲ୍‌ପି ଆବେଦନ କଲେ ବାଚସ୍ପତି ସିପି ଜୋଶୀ । ସଚିନ ପାଇଲଟଙ୍କ କ୍ୟାମ୍ପକୁ ଆଶ୍ୱସ୍ତି ଦେଇଥିବା ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ବାଚସ୍ପତି । ସଚିନ୍ ପାଇଲଟ୍ ଓ ୧୮ ବିଧାୟକଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ ବୋଲି ବାଚସ୍ପତି ନୋଟିସ୍ କରିଥିଲେ । ଏହାପରେ ପାଇଲଟ୍ କ୍ୟାମ୍ପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୁକ୍ରବାର ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

cp joshi raj speaker

ତେବେ ଏହା ବିରୋଧରେ ରାଜସ୍ଥାନ ବିଧାନସଭା ବାଚସ୍ପତି ଡ.ସି ପି ଜୋଶୀ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଜୋଶୀ ଏସମ୍ପର୍କରେ ସୂଚନା ଦେଇଥିଲେ । ବିଧାନ ପାଳିକା ଓ ବିଚାର ପାଳିକା ମଧ୍ୟରେ ଯେମିତି ସଂଘର୍ଷ ନହେବ ସେଥିଲାଗି ସୁପ୍ରିମକୋର୍ଟରେ ଏସଏଲପି (ବିଶେଷ ଅନୁମତି ଆବେଦନ) ଦାଏର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ ।

ଡ. ଜୋଶୀ ମିଡିଆକୁ କହିଥିଲେ ଯେ, ସଂସଦୀୟ ବ୍ୟବସ୍ଥାରେ ସମସ୍ତଙ୍କ ଭୂମିକା ପରିଭାଷିତ । ଆୟା ରାମ ଗୟା ରାମ (ଦଳ ବଦଳ ) ସଂସ୍କୃତିକୁ ରୋକିବା ପାଇଁ ସୁପ୍ରିମକୋର୍ଟ ୧୯୯୨ ମସିହାରେ ଆଦେଶ ଦେଇଥିଲେ । ଯେଉଁଥିରେ ଦଳ ବଦଳ ମାମଲାରେ ସଦସ୍ୟଙ୍କ ସଦସ୍ୟତା ସମାପ୍ତ କରିବା ଅଧିକାର ବାଚସ୍ପତିଙ୍କୁ ଦିଆଯାଇଥିଲା । ଏହି ପ୍ରକ୍ରିୟାରେ କାହାରି ମଧ୍ୟ ହସ୍ତକ୍ଷେପ କରିବାର ଅଧିକାର ନାହିଁ । ୧୯୯୨ ମସିହାରେ ସୁପ୍ରିମ କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଦଳ ବଦଳ ଆଇନ ଅନ୍ତର୍ଗତରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସଦସ୍ୟତା ସମାପ୍ତ କରିବା ଅଧିକାର କେବଳ ବାଚସ୍ପତିଙ୍କର ଅଛି । ବାଚସ୍ପତି  କୌଣସି ନିଷ୍ପତ୍ତି କରିବା ପୂର୍ବରୁ ଏଥିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

cp joshi with pilot

ସଂଘର୍ଷର ସ୍ଥିତି ଉତ୍ପନ ହୋଇପାରେ

ବାଚସ୍ପତି କହିଥିଲେ ଯେ, ମୁଁ ଅଦାଲତଙ୍କୁ ସମ୍ମାନ ଦେଇଛି । କିନ୍ତୁ ଆମ ସାଥି ନୋଟିସର ଜବାବ ଦେବା ପାଇଁ ସ୍ପିକରଙ୍କ ପାଖକୁ ଆସିବାକୁ ଚାହୁଁନାହାନ୍ତି । ସେମାନେ ସିଧା ଅଦାଲତଙ୍କ ପାଖକୁ ଚାଲିଗଲେ । ସ୍ପିକରଙ୍କ ନୋଟିସରେ ଆଜି ପର୍ଯ୍ୟନ୍ତ ଅଦାଲତ ହସ୍ତକ୍ଷେପ କରି ନାହାନ୍ତି । ଦଳବଦଳ ଆଇନ କ୍ରମରେ କାରଣ ଦର୍ଶାଅ ନୋଟିସ ଜାରି କରିବା ଅଧିକାର କେବଳ ବାଚସ୍ପତିଙ୍କର ଅଛି । ଏଭଳି କୌଣସି ଉଦାହରଣ ନାହିଁ ଯେତେବେଳେ ମଝିରେ ହସ୍ତକ୍ଷେପ କରାଯାଇଛି । ଆଗକୁ ଏହା ସଂଘର୍ଷର ରୂପ ନେଇପାରେ । ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବା ପୂର୍ବରୁ ଏଭଳି କହିଥିଲେ ଯୋଶୀ ।

Oxford Corona Vaccine : ତିନି ଷ୍ଟେପରେ କରୋନା ଶେଷ,ଏମିତି କାମ କରେ ଆକ୍ସଫୋର୍ଡ ଭ୍ୟାକ୍ସିନ୍

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଭ୍ୟାକ୍ସିନ୍ କ୍ଲିନିକାଲ ଟ୍ରାଏଲର ଦ୍ୱିତୀୟ ପର୍ଯ୍ୟାରେ ପହଂଚି ସାରିଛି । ଯଦି ବ୍ୟାପକ ପରିମାଣରେ ହେବାକୁ ଥିବା ଟ୍ରାଏଲର ମଧ୍ୟ ଫଳାଫଳ ଭଲ ରୁହେ ତେବେ ଏହା ମେଡିକାଲ ଜଗତରେ ଏକ ପ୍ରକାର ଅବିଶ୍ୱସନୀୟ ଘଟଣା ହେବ । ଆଜି ପର୍ଯ୍ୟନ୍ତ କୌଣସି ରୋଗର ଭ୍ୟାକ୍ସିନ୍ ଏତେ ଶୀଘ୍ର ତିଆରି ହୋଇନାହିଁ । ଅକ୍ସଫୋର୍ଡର ଭ୍ୟାକ୍ସିନ୍ ସାଧାରଣ ଥଣ୍ଡା ଜର ଭାଇରସର ଏକ ଦୁର୍ବଳ ରୂପ । ଏହାକୁ ଜେନେଟିକାଲି ଇଂଜିନିୟିରଂ କରାଯାଇଛି ଯେମିତି ଏହା ମଣିଷ ଶରିରରେ ନିଜର କପି ନବନାଏ ।ଯେତେବେଳେ କରୋନାର ସ୍ପାଇକ୍ ପ୍ରୋଟିନ୍ ସହ କାହାକୁ ଏହା ଦିଆଯାଇଥାଏ ସେତେବେଳେ ଏହା ସ୍ପାଇକ୍ ପ୍ରୋଟିନ୍ସର ଗୋଟିଏ ବିଲ୍ଡ୍ ଅପ୍ ପ୍ରସ୍ତୁତ କରିଥାଏ । ଶରିରର ରୋଗ ପ୍ରତିରୋଧକ ସିଷ୍ଟମ ଏହାକୁ ଚିହ୍ନି ନେଇଥାଏ ଓ ତୁରନ୍ତ ଆଣ୍ଟି ବଡିଜ୍ ତିଆରି କରିବା ଆରମ୍ଭ କରେ ।ଫେଜ୍ ୧ ଓ ଫେଜ୍ ୨ ଟ୍ରାଏଲ ଅନୁସାରେ ଭ୍ୟାକ୍ସିନର ସିଙ୍ଗଲ ଡୋଜ୍ ଦ୍ୱାରା ୯୫ ପ୍ରତିଶତ ଭଲ୍ୟୁଣ୍ଟର୍ସଙ୍କ ମଧ୍ୟରେ ଏକ ମାସ ଭିତରେ ଅଣ୍ଟିବଡିଜ୍ ୪ ଗୁଣ ବଢିଯାଇଥିଲା । ଆସନ୍ତୁ ଜାଣିବା ଭ୍ୟାକ୍ସିନ୍ କେମିତି ତିଆରି ହୁଏ ଓ କେମିତି ଏହା କାମ କରିଥାଏ ।

ଷ୍ଟେପ୍ ୧: ସ୍ପାଇକ୍ ପ୍ରୋଟିନକୁ ଖୋଜେ

oxford vaccine

ଭ୍ୟାକ୍ସିନ ତିଆରି ପାଇଁ ସର୍ବପ୍ରଥମେ କରୋନା ଭାଇରସର ସ୍ପାଇକ୍ ପ୍ରୋଟିନର ଜେନେଟିକ୍ କୋଡକୁ ଖୋଜା ଯାଇଥିଲା । ଏଥିପାଇଁ ଜିନ୍ ସିକ୍ୱେସିଂର ସାହାଯ୍ୟ ନିଆଯାଇଥିଲା ।

ଷ୍ଟେପ୍ ୨: ଦୁର୍ବଳ ଭାଇରସ ଦ୍ୱାରା ତିଆରି ହୋଇଛି ଭ୍ୟାକ୍ସିନ୍

oxford vaccine2

ଭ୍ୟାକ୍ସିନ ଭିତରେ ଥିବା  adenovirus ଭାଇରସ ଦୁର୍ବଳ ଓ ଜେନେଟିକାଲି ମୋଡିଫାଇଡ୍ ହୋଇଥାଏ । ଯେମିତି ଏହା ମଣିଷକୁ ସଂକ୍ରମିତ କରିବ ନାହିଁ ସେଥିପାଇଁ ଏହାକୁ ମୋଡିଫାଏ କରାଯାଇଥାଏ । ଏହାଦ୍ୱାରା ଭ୍ୟାକ୍ସିନ୍ ସ୍ପାଇକ୍ ପ୍ରୋଟିନ୍ ତିଆରି କରିଥାଏ ।

ଷ୍ଟେପ୍ ୩: ଭ୍ୟାକ୍ସିନ୍ ଶରିର ଉପରେ କିଛି ଏମିତି ପ୍ରଭାବ ପକାଏ

oxford corona vaccine

ଭ୍ୟାକ୍ସିନ୍ ଦିଆଯିବା ପରେ ଶରିରରେ ସ୍ପାଇକ୍ ପ୍ରୋଟିନ୍ ତିଆରି ହେବା ଆରମ୍ଭ ହୋଇଥାଏ । ଫଳରେ ଶରିରରେ ଭାଇରସ ବିରୋଧରେ ଆଣ୍ଟି ବଡିଜ୍ ତିଆରି ହୁଏ । ଥରେ ଇମ୍ୟୁନ୍ ସିଷ୍ଟମ ସ୍ପାଇକ୍ ପ୍ରୋଟିନକୁ ଚିହ୍ନିଗଲା ପରେ ଏହା କରୋନା ସଂକ୍ରମଣର ମୁକାବିଲା କରି ପାରିବ ।

ରେସରେ ଆଗରେ ଅଛନ୍ତି ଜେନେଟିକାଲି ମୋଡିଫାଇଡ୍ ଭ୍ୟାକ୍ସିନ୍

coroana vaccine

କୋଭିଡ୍-୧୯ ପାଇଁ ଅନେକ ପ୍ରକାରର ଭ୍ୟାକ୍ସିନ ଉପରେ କାମ ଚାଲୁଛି । କିନ୍ତୁ ରେସରେ ସଭା ଆଗରେ ଅଛନ୍ତି ଜେନେଟିକାଲି ମୋଡିଫାଇଡ୍ ଭ୍ୟାକ୍ସିନ । ଚୀନର CanSino Biologics ମଧ୍ୟ ଆଡଭାନ୍ସ ଟ୍ରାଏଲ ଷ୍ଟେଜରେ ଅଛି । ଏମାନଙ୍କ ଲକ୍ଷ୍ୟ ହେଉଛି ଆଣ୍ଟି ବଡିଜ୍ ତିଆରି କରିବା,ଯେମିତିକି ଭାଇରସ ଶରିରକୁ ଆକ୍ରମଣ କଲେ ଏମାନେ ତାହାକୁ ନଷ୍ଟ କରିବେ ।  ତେବେ ଏପର୍ଯ୍ୟନ୍ତ କୌଣଶି adenovirus ଭ୍ୟାକ୍ସିନକୁ ବ୍ୟବହାର ପାଇଁ ଅନୁମତି ମିଳିନାହିଁ ।

କେବେ ଆସିବ ଭ୍ୟାକ୍ସିନ୍ ?

 

ରେଗୁଲେଟାରି ଓ ଲାଇସେନ୍ସିଂ ଆପ୍ରୁଭାଲ ପାଇଁ ଭ୍ୟାକ୍ସିନକୁ ଆଡଭାନ୍ସ ଫେଜ୍ ୨ ଓ ୩ ଷ୍ଟେଜ୍ ମଧ୍ୟ ଦେଇ ଯିବାକୁ ପଡିବ । ୟୁକେରେ ୧୦ ହଜାର ଲୋକଙ୍କ ଉପରେ ଏହାର ଟ୍ରାଏଲ ଚାଲୁଛି । ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଟ୍ରାଏଲ ଚାଲିଛି । ଆମେରିକାରେ ୩୦ ହଜାର ଲୋକଙ୍କ ଉପରେ ଗୋଟିଏ ବଡ ଧରଣର ଷ୍ଟଡି ହେବାକୁ ଯାଉଛି । ବିଶେଷଜ୍ଞଙ୍କ ଅନୁସାରେ ଯଦି ସବୁକିଛି ଠିକ୍ ଚାଲେ ତେବେ ବର୍ଷ ଶେଷ ସୁଧା ଭ୍ୟାକ୍ସିନ ବଜାରକୁ ଆସିବ । ଆଷ୍ଟ୍ରୋଜେନେକା ଅନୁସାରେ ଏହା ୨ଶହ କୋଟିରୁ ଅଧିକ ଭ୍ୟାକ୍ସିନ୍ ଡୋଜ୍ ସରକାର ଓ ଅନ୍ୟ ଏଜେନ୍ସୀଙ୍କୁ ଦେବ ।

 

ଗୁରୁଗ୍ରାମ୍‌କୁ ସିଫ୍ଟ ହେବେ ପ୍ରିୟଙ୍କା: ସବୁଠାରୁ ମହଙ୍ଗା ସୋସାଇଟିରେ ରହିବେ ପ୍ରିୟଙ୍କା

ଗୁରୁଗ୍ରାମ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଖୁବ୍‌ଶୀଘ୍ର ଗୁରୁଗ୍ରାମକୁ ସିଫ୍ଟ ହେବେ । ଏଣିକି ତାଙ୍କ ଠିକଣା ଦିଲ୍ଲୀର ଲୋଦୀ ଇଷ୍ଟ ସ୍ଥିତ ସରକାରୀ ବଙ୍ଗଳାରୁ ବଦଳି ଗୁରୁଗ୍ରାମ ଗୋଲ୍ଫ କୋର୍ସ ହେବାକୁ ଯାଉଛି । ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷା ହଟାଯିବା ପରେ ତାଙ୍କୁ ଲୋଧି ଇଷ୍ଟ ସ୍ଥିତ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଜାରି ହୋଇଛି । ଯାହାର ଅବଧି ୩୧ ଜୁଲାଇରେ ଶେଷ ହେବାକୁ ଯାଉଛି ।

Priyanka Gandhi Vadra may be put in charge of entire U.P. - The Hindu

ତେବେ ପ୍ରିୟଙ୍କା ରହିବାକୁ ଯାଉଥିବା ସୋସାଇଟି ଗୁରୁଗ୍ରାମର ସବୁଠାରୁ ମହଙ୍ଗା ସୋସାଇଟି ମଧ୍ୟରୁ ଗୋଟିଏ । କେବଳ ଏତିକି ନୁହେଁ ବିଲ୍ଡରଙ୍କ ତରଫରୁ ଏହି ସୋସାଇଟିରେ ଥ୍ରୀ ଲେୟର ସୁରକ୍ଷା ପ୍ରଦାନ କରାଯାଇଛି । ବୋଧେ ଏଥିପାଇଁ ଏହି ସୋସାଇଟିକୁ ବାଛିଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା ଗାନ୍ଧୀଙ୍କୁ ପୂରା ଦେଶର ରାଜନୀତି ଉପରେ ନଜର ରଖିବାର ଅଛି ଏଣୁ ସେ ଦିଲ୍ଲୀ ନିକଟ ଗୁରୁଗ୍ରାମର ନିକଟରେ ଘର ନେଉଥିବା କୁହାଯାଉଛି ।

Lok Sabha Elections 2019: Rahul Gandhi, Sonia Gandhi In Congress ...

ଦିଲ୍ଲୀ ନିକଟ ହୋଇଥିବାରୁ ପ୍ରିୟଙ୍କା ଗାନ୍ଧୀ ନା କେବଳ ଦିଲ୍ଲୀରେ ଉପସ୍ଥିତ ରହିବେ । ବରଂ ଦେଶର ରାଜନୀତିରେ ମଧ୍ୟ ସକ୍ରିୟ ରହିବେ । ସେ ଦିଲ୍ଳୀ ଓ ଗୁରୁଗ୍ରାମ ମଧ୍ୟରେ ମଧ୍ୟ ଯାତାୟତ କରିପାରିବେ । ଏଥିସହିତ ଦଳର ସବୁ ବରିଷ୍ଠ ନେତାଙ୍କ ସହ ମଧ୍ୟ ସାକ୍ଷାତ କରିପାରିବେ । ଏହି ସୁବିଧାକୁ ଧ୍ୟାନରେ ରଖି ଲକ୍ଷ୍ମୌ ଯିବା ନେଇ ଯେଉଁ ପ୍ଳାନ୍ କରୁଥିଲେ ତାହାକୁ ସେ ବାତିଲ କରିଛନ୍ତି  ।

କଂଗ୍ରେସ ନେତା ପ୍ରିୟଙ୍କାଙ୍କୁ ଘର ଖାଲି କରିବା ପାଇଁ ନୋଟିସ

 

ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ‌ ପଠାଇଥିଲେ ବିଭୁ ପ୍ରସାଦ, ଏବେ ଚାକିରିରୁ ନିଲମ୍ବିତ…

ଭୁବନେଶ୍ୱର: ରସିକିଆ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଆଦେଶ ଦେଲେ ସରକାର । ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଢ଼ଙ୍ଗୀଙ୍କୁ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଲମ୍ବନ ଆଦେଶ ଦିଆଯାଇଛି । ପୂର୍ବରୁ ତାଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ପରେ ତାଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା । ହେଲେ ସେ ବେଲ୍‌ରେ ବାହାରି ଆସିଥିଲେ । ବୁଧବାର ସାଧାରଣ ପ୍ରଶାସନ ବିଭାଗ ତାଙ୍କୁ ଚାରିକିରିରୁ ନିଲମ୍ବିତ କରିଛି । Ayush Director Suspenson

ବିଭୁ ପ୍ରସାଦ ତାଙ୍କ ଅଫିସ୍‌ର ଜଣେ ମହିଳା କର୍ମଚାରୀଙ୍କୁ ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏମିତିକି ମହିଳାଙ୍କୁ ଅଶ୍ଲୀଳ ମେସେଜ୍‌ ଓ ଭିଡିଓ ପଠାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବିଭିନ୍ ସମୟରେ ଚେଷ୍ଟା କରିଥିଲେ । ଆଉ ଶାରୀରିକ ସମ୍ପର୍କ ନରଖିଲେ ଚାକିରି ଚାଲିଯିବାର ଧମକ ମଧ୍ୟ ଦେଉଥିଲେ ।

Ayush Director Suspenson

ଖାଲି ସେତିକି ନୁହେଁ ସବୁବେଳେ ହ୍ୱାଟ୍ସଆପ ମାଧ୍ୟମରେ ହଇରାଣ କରୁଥିବାର ଅଭିଯୋଗ ମଧ୍ୟ ଆଣିଥିଲେ ଯୁବତୀ । ସୂଚନା ଅନୁସାରେ ଉକ୍ତ ୨୫ ବର୍ଷିୟା ଯୁବତୀ ଆୟୁଷ ନିର୍ଦ୍ଦେଶାଳୟରେ ଆକାଉଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଏହି ସମୟରେ ଆୟୁଷ୍ ନିର୍ଦ୍ଦେଶାଳୟର ଓଏଏସ୍‌ ଅଧିକାରୀ ଜଣଙ୍କ ଯୁବତୀଙ୍କୁ ବାରମ୍ବାର ହଇରାଣ କରନ୍ତି ।

ଯୁବତୀ ଜଣଙ୍କ କହିଛନ୍ତି ଯେ, ହ୍ୱାଟସଆପ୍‌ରେ ଏଭଳି ଅଶ୍ଳୀଳ ମେସେଜ ପଠାଇବାରୁ ତାଙ୍କୁ ବ୍ଲକ୍ ମଧ୍ୟ କରିଥିଲେ । ହେଲେ ଅଧିକାରୀ ଜଣଙ୍କ ତାଙ୍କୁ ଫୋନ କରି ଦୁର୍ବ୍ୟବହାର କରିଥିଲେ । ଯାହାର ପ୍ରମାଣ ସ୍ୱରୂପ ଏକ ଅଡ଼ିଓ ରେକର୍ଡ ମଧ୍ୟ ପୋଲିସକୁ ଦେଇଛନ୍ତି ଯୁବତୀ । ହ୍ୱାଟ୍ସଆପ୍‌ ମେସେଜ୍‌ର ସ୍କ୍ରିନ୍‌ ସଟ୍‌ ଓ ବିଭିନ୍ନ ଅଡିଓ ରେକର୍ଡ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ତାଙ୍କୁ ଗିରଫ ମଧ୍ୟ କରିଥିଲା ।

କରୋନା ପାଇଁ କମିବ ସିଲାବସ୍ ,ଏକ୍ସପର୍ଟ କମିଟି ନେବ ନିଷ୍ପତ୍ତି

ଭୁବନେଶ୍ୱର: କରୋନା କାରଣରୁ ସବୁ ପ୍ରକାର କାର୍ଯ୍ୟ ଉପରେ ରୋଗ ଲାଗିଛି । ଲକଡାଉନ ଓ ସଟଡାଉନ ଭିତରେ ବିତୁଛି ଜୀବନ । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯାଇଛି ।  ସିଲାବସରେ ପରିବର୍ତ୍ତନ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଚଳିତବର୍ଷ ସିଲାବସ୍ କମିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପାଠ୍ୟକ୍ରମ କମିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଛି । ପ୍ରଥମରୁ ଦଶମ କ୍ଲାସ ଯାଏଁ ଏସସିଇଆରଟି ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବେ ।

ଶିକ୍ଷାନୁଷ୍ଠାନ ଖୋଲିବା ପରେ କେତେ ଦିନ ଶିକ୍ଷାବର୍ଷର ବାକି ଅଛି, ସେ ଆଧାରରେ କମିଟି ନିଷ୍ପତ୍ତି ନେବେ । ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି କେତେ ପ୍ରତିଶତ ସିଲାବସ ହ୍ରାସ କରାଯିବ ସେନେଇ ଯଥେଷ୍ଟ ଆଗୁଆ ଜଣାଇ ଦିଆଯିବ । ହେଲେ କେବେ ସ୍କୁଲ ଖୋଲିବ ଏଯାଏ ସ୍ଥିର ହୋଇନି ବୋଲି ମନ୍ତ୍ରୀ କହିଛନ୍ତି । ଯୁକ୍ତ ୨ ପାଠ୍ୟକ୍ରମ ନେଇ ସିଏଚଏସଇ ନିଷ୍ପତ୍ତି ନେବ ।

ଇତିହାସରେ ବିରଳ, ‘ରଙ୍ଗବତୀ’ ଗୀତ ପାଇଁ ବଦଳିଲା ଗାଁର ନାଁ…

ଭୁବନେଶ୍ୱର: ବହୁଚର୍ଚ୍ଚିତ ରଙ୍ଗବତୀ ଗୀତ ଏବେ ପୁଣି ଚର୍ଚ୍ଚାରେ । ଦୀର୍ଘ ଦିନ ହେବ ଲୋକଙ୍କ ଜିଭ ଅଗରେ ରହି ଆସିଥିବା ରଙ୍ଗବତୀ ଗୀତକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବରୁ ସାରା ଓଡ଼ିଶା ସମେତ ଦେଶରେ ମଧ୍ୟ ଏହି ରଙ୍ଗବତୀ ଗୀତ ବେଶ୍‌ ଚହଳ ସୃଷ୍ଟି କରିଥିଲା । ଏହି ଗୀତର ପୁରୁଷ ଗାୟକ ହେଉଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ୍‌ ।  ଏହି ଗୀତ ପାଇଁ ୨୦୧୭ରେ ତାଙ୍କୁ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି । ଏହାର ଗୀତିକାର ଥିଲେ ମିତ୍ରଭାନୁ ଗୌନ୍ତିଆ । ଗୀତିକାର ମିତ୍ରଭାନୁଙ୍କ ଗାଁ ବିଲୁଙ୍ଗର ନାମକରଣ ରଙ୍ଗବତୀ ବିଳୁଙ୍ଗ କରାଯାଇଛି ।  ଓଡ଼ିଶାର ଅନେକ ଲୋକପ୍ରିୟ ଗୀତ ମଧ୍ୟରୁ ରଙ୍ଗବତୀ ଗୀତ ହେଉଛି ଅନ୍ୟତମ । ତେବେ ଗୋଟିଏ ଗ୍ରାମର ନାମକରଣ କୌଣସି ଗୀତ ନାମରେ ହେବା ସମ୍ଭବତଃ ଏହା ପ୍ରଥମ ଘଟଣା । ସମ୍ବଲପୁର ଜିଲ୍ଲାର ବାମରା ତହସିଲ ଅନ୍ତର୍ଗତରେ ଏହି ଗ୍ରାମ ଆସୁଛି ।

ଗୀତିକାର ମିତ୍ରଭାନୁଙ୍କ ସମ୍ମାନାର୍ଥେ ଏବଂ ପ୍ରଥମ ଥର ସମ୍ବଲପୁରରେ ଏହି ଗୀତ ରେକର୍ଡ ହୋଇଥିବାରୁ ବିଲୁଙ୍ଗ ଗାଁକୁ ଏବେ ରଙ୍ଗବତୀ ବିଲୁଙ୍ଗ ନାଁରେ ନାମିତ କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋ ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌ ମଧ୍ୟ ଆସିସାରିଛି । ଏଭଳି ଘଟଣା ଭାରତ ଇତିହାସରେ ବିରଳ ବୋଲି କୁହାଯାଉଛି । ପୂର୍ବରୁ ଏଭଳି ଏକ ଗୀତ ନାଁରେ କୌଣସି ଗାଁର ନାଁ ପରିବର୍ତ୍ତନ କରାଯାଇଥିବା ନଜିର ନାହିଁ କହିଲେ ଚଳେ ।

Jitendra Haripal

ରଙ୍ଗବତୀ ଗୀତ ପ୍ରଥମେ ୧୯୭୫-୭୬ ମସିହାରେ ସମ୍ବଲପୁରର ଅଲ ଇଣ୍ଡିଆ ରେଡିଓ (ଏଆର)ରେ ରେକର୍ଡ କରାଯାଇଥିଲା । ଏହାର ବ୍ୟାପକ ଲୋକପ୍ରିୟତା ପରେ, ଇଣ୍ଡିଆନ୍ ରେକର୍ଡ ମାନୁଫକ୍ଚରିଂ କମ୍ପାନୀ ଲିମିଟେଡ୍ (INRECO), ଏହି ଗୀତକୁ ୧୯୭୬ରେ ଡିସ୍କ ଫର୍ମାଟରେ ରେକର୍ଡ କରାଯାଇଥିଲା । କିନ୍ତୁ ଏହି ଡିସ୍କ ୧୯୭୮-୭୯ରେ ମୁକ୍ତିଲାଭ କରିଥିଲା । ଏହି ଗୀତ ମ୍ୟୁଜିକ୍‌ କମ୍ପୋଜର ଥିଲେ ସ୍ୱର୍ଗତ ପ୍ରଭୂଦତ୍ତ ପ୍ରଧାନ । ଏହି ଗୀତରେ ଜିତେନ୍ଦ୍ର ହରିପାଲଙ୍କ ସହ-ଗାୟକ ହେଉଛନ୍ତି କ୍ରୀଷ୍ଣା ପଟେଲ ।

Jitendra Haripal

ଏହି ରଙ୍ଗବତୀ ଗୀତ ୧୯୭୮-୭୯ ମସିହାରେ ବଜାରକୁ ଆସିଥିଲେ ମଧ୍ୟ ୨୦୨୦ରେ ବି ଏହାର ଲୋକପ୍ରିୟତା ଦେଖିବାକୁ ମିଳିଛି । ରଙ୍ଗବତୀ ଏହି ସ୍ୱର ସଂଯୋଜନାକୁ ଅନେକ ଭାଷାରେ ଡବ୍‌ ମଧ୍ୟ କରାଯାଇଛି । ସୋସିଆଲ ମିଡିଆରେ ଗୀତର ରିମେକ୍‌ ଦେଖିବାକୁ ମିଳିବ ।

ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୩କୁ ବୃଦ୍ଧି, ୬୦୬ ଆକ୍ଟିଭ ମାମଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ସଂକ୍ରମଣ ଭୟ ଭିତରେ ରାଜଧାନୀ ବାସିନ୍ଦା । ବୁଧବାରରେ ପୁଣି ୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୯୯ଜଣ କରୋନା ଆକ୍ରାନ୍ତ । ସମୁଦାୟ ୯୧ସଂକ୍ରମିତଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ରାଜଧାନୀରେ ଏପର୍ଯ୍ୟନ୍ତ ମୋଟ ୧୩୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୧୯ ଜଣ ଲୋକାଲ କଣ୍ଟାକ୍ଟ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ  IRC Villageର ଜଣେ ୬୮ବର୍ଷୀୟ ମହିଳା,  ପାତ୍ରପଡ଼ା ଏମ୍ସ ନଗରରୁ ୪୮ବର୍ଷୀୟ ପୁରଷ,  ସହିଦ ନଗରରୁ ୫୦ବର୍ଷୀୟ ପୁରଷ, ଲକ୍ଷ୍ମୀସାଗରରୁ ୪୮ବର୍ଷୀୟ ଓ ୫୮ ବର୍ଷୀୟ ପୁରୁଷ , ଜଗନ୍ନାଥ ନଗରରୁ ୭୦ବର୍ଷୀୟା ମହିଳା , ଶୈଳେଶ୍ରୀ ବିହାରରୁ ୬୪ ବର୍ଷୀୟ ପୁରୁଷ , ବରମୁଣ୍ଡାରୁ ୨୯ବର୍ଷୀୟା ମହିଳା , ଚନ୍ଦ୍ରଶେଖରପୁରରୁ ୩୦ ବର୍ଷୀୟ ପୁରୁଷ , ଖଣ୍ଡଗିରିରୁ ୧୭ବର୍ଷୀୟ ପୁରୁଷ , ୟୁନିଟ-୩ରୁ ୫୩ବର୍ଷୀୟ ପୁରୁଷ , ପୋଖରିପୁଟରୁ ୪୬ବର୍ଷୀୟ ପୁରୁଷ , କୋଳଥିଆରୁ ୫୪ ବର୍ଷୀୟା , ଘରୋଇ ହସ୍ପିଟାଲରୁ୨୬ବର୍ଷୀୟା ମହିଳା , ସରକାରି ହସ୍ପିଟାଲରୁ ୨୫ ବର୍ଷୀୟ ପୁରୁଷ, ଝାରପଡ଼ାରୁ ୨୬ବର୍ଷୀୟା ମହିଳା ,  ପୋଖରିପୁଟରୁ ୩୮ବର୍ଷୀୟ ପୁରୁଷ , ଡୁମଡୁମାରୁ ୫୦ବର୍ଷୀୟ ଓ ୩୫ବର୍ଷୀୟ ପୁରୁଷ  ଚିହ୍ନଟ ହୋଇଛନ୍ତି ।

ସମୁଦାୟ ୧୩୪୩ଜଣ ସଂକ୍ରମିତଙ୍କ ମଧ୍ୟରୁ ୭୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ରାଜଧାନୀରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ  ବର୍ତ୍ତମାନ ସୁଧା ୬୪୨ ଜଣ ରୋଗୀ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

କାହିଁକି ବ୍ୟବହାର କରିବେ ଟ୍ରିପଲ ଲେୟାର ମାସ୍କ: କେମିତି ଜାଣିବେ କେଉଁ ମାସ୍କ ଟି ଅସଲି?

ନିରାପଦ ନୁହେଁ ଏନ୍‌-୯୫ ମାସ୍କ । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଆଡଭାଇଜରୀ ଜାରି କରାଯିବା ପରେ ଭାରତ ସରକର ମଧ୍ୟ ଦେଶବାସୀଙ୍କୁ ସତର୍କ କରାଇଛନ୍ତି । ଏହା ବଦଳରେ ୩ ପରସ୍ତ ଅର୍ଥାତ ଟ୍ରିପଲ୍‌ ଲେୟର ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଜାଣନ୍ତୁ କିଭଳି ହୋଇଥାଏ ଟ୍ରିପଲ ଲେୟର ମାସ୍କ ।

World Health Organisation: Latest News, Videos and World Health ...

କେମିତି ଏହାର କ୍ୱାଲିଟି ପରଖିବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିକଟରେ ଏକ ଆଡଭାଇଜରୀ ଜାରି କରାଯାଇଥିଲା ଏବଂ ଏଥିରେ କୁହାଯାଇଥିଲା ଟ୍ରିପଲ ଲେୟାର ମାସ୍କ ବ୍ୟବହାର କରିବା ଭଲ । ଏହା ହି କରୋନା ମୁକାବିଲା ନେଇ ସବୁଠାରୁ ପ୍ରଭାବଶାଳୀ । ତେବେ ଟ୍ରିପଲ ଲେୟର ମାସ୍କ ମଧ୍ୟ ବଜାରରେ ବିକ୍ରି ହେଉଛି । ସେଗୁଡ଼ିକର କ୍ୱାଲିଟି ଭିନ୍ନ ଭିନ୍ନ ପ୍ରକାର । ତେବେ ଜାଣନ୍ତୁ ଆପଣ କିଭଳି ଜାଣିବେ ମାସ୍କଟି ଟ୍ରିପଲ ଲେୟର ଯୁକ୍ତ । ଯାହା କରୋନା ମୁକାବିଲା ଦିଗରେ ପ୍ରଭାବୀ ହୋଇପାରିବ ।

Size Large Reusable Cotton Face Mask- Emerald Green Cotton ...

ପ୍ରଥମ ଟେଷ୍ଟ: ଆପଣ ଯେଉଁ ମାସ୍କ ଖୋଲିବେ ଆପଣ ଏଥିରେ ତିନି ପରସ୍ତ ଅଛି କି ନାହିଁ ଦେଖିବେ । ଏହାର ମଝି ପରସ୍ତ ଧଳା ରଙ୍ଗର ମେଲ୍ଟ ବ୍ଲୋନ୍ ଲେୟର ହୋଇଥିବ । ଯଦି ଏଭଳି ହୋଇନଥିବା ତା’ମାନେ ଏହା ଅସଲି ନୁହେଁ ।

ଚିଠି ଲେଖି ସତର୍କ କରାଇଲା କେନ୍ଦ୍ର: ହ୍ୟାଣ୍ଡମେଡ୍ ମାସ୍କ ପିନ୍ଧିବାକୁ ପରାମର୍ଶ

ସର୍ଜିକାଲ ମାସ୍କ ଅର୍ଥାତ ଟ୍ରିପଲ ଲେୟାର ମାସ୍କର ମଝି ପରସ୍ତ ମେଲ୍ଟ ବ୍ଳୋନ୍ ଫେବ୍ରିକର ହୋଇଥିବ । ଏହା କାଗଜର ହୋଇନଥିବ । ଏଣୁ ଏହାକୁ ଯେତେବେଳେ ନିଆଁ ସାମ୍ନାରେ ରଖାଯିବ ଏହା ପେପର ଭଳି ଜଳିବ ନାହିଁ ।

ଓ୍ୱାଟର ରେଜିଷ୍ଟାନ୍ସ: ଅସିଲ ଟ୍ରିପଲ ଲେୟାର ମାସ୍କର ଜଳ ପ୍ରତିରୋଧକ କ୍ଷମତା ରହିଥାଏ । ଏହା ସମ୍ପୂର୍ଣ୍ଣ ଓ୍ୱାଟର ପ୍ରୁଫ୍ ହୋଇଥାଏ । ଯଦି ଏହା ଉପରେ ପାଣି ପଡ଼େ ଏହା ପାଣିକୁ ରୋକିପାରିବ ।

ସୋରରେ ବାପ-ପୁଅକୁ ଗୋଡେଇ ହାଣିବା ଘଟଣା: ପୁଅ ପରେ ଆଜି ହସ୍ପିଟାଲରେ ଆଖି ବୁଜିଲେ ବାପା

ସୋର: ଜମି ବିବାଦକୁ କେନ୍ଦ୍ର କରି ବାପ ପୁଅଙ୍କୁ ଗୋଡାଇ ଗୋଡାଇ ହାଣିବା ଘଟଣାରେ ଜୀବନ ହାରିଲେ ବାପ ପୁଅ । ଘଟଣା ଦିନ ପୁଅ ଆଜି ହସପିଟାଲରେ ଚାରିଦିନର ସଂଘର୍ଷ ପରେ ଜୀବନ ହାରିଲା ବାପା । ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୋଲିସ । ଗତ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲା ସୋର ଥାନା ନିଶ୍ଚିନ୍ତପୁର ଗାଁରେ ବାପ ଓ ପୁଅଙ୍କୁ ଗୋଡାଇ ଗୋଡାଇ ଭୁଜାଲିରେ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ପୁଅ କାର୍ତ୍ତିକ ବେହେରା ଘଟଣା ଦିନ ହିଁ ମୁତ୍ୟୁ ବରଣ କରିଥିଲେ । କିନ୍ତୁ ବାପା ଇଶ୍ୱର ବେହେରାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସିବିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚାରିଦିନ ହେବ ମେଡ଼ିକାଲରେ ଚିକିତ୍ସା ହେଉଥିବା ବେଳେ ଆଜି ମୁତ୍ୟୁ ବରଣ କରିଛନ୍ତି । ଘଟଣାରେ ସୋର ପୁଲିସ ଗାଁର ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।   ଗିରଫଙ୍କ ମଧ୍ୟରେ ଦୁଇ ଭାଇ ରମେଶ ବେହେରା, ଶଶିକାନ୍ତ ବେହେରା ସହ ସେମାନଙ୍କ ମାଆ ସାବିତ୍ରୀ ବେହେରା ରହିଛନ୍ତି ।

ସୂଚନାରୁ ଅନୁସାରେ, ଗତ ୧୯ ତାରିଖ ନିଶ୍ଚନ୍ତପୁର ଗାଁର ଇଶ୍ୱର ବେହେରା ଓ ତାଙ୍କ ପୁଅ କାର୍ତ୍ତିକ ବେହେରାଙ୍କୁ ସେହି ଗାଁର ରମେଶ ବେହେରା ଓ ଶଶିକାନ୍ତ ବେହେରା ଜମି ଜମା ବିବାଦକୁ ନେଇ ଗୋଡାଇ ଗୋଡାଇ ଭୁଜାଲିରେ ଆକ୍ରମଣ କରିଥିଲେ । ଘଟଣା ଦିନ କାର୍ତ୍ତିକଙ୍କର ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ କାର୍ତ୍ତିକ ରେଳ ବିଭାଗର ୪ର୍ଥ ଶ୍ରେଣି କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ଏବଂ ଛୁଟିରେ ଘରେ ଥିବା ବେଳେ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିଵା ପାଇଁ ଯାଇଥିଲା ଯେଉଁଠି ପଡୋଶୀ ଆକ୍ରମଣ କରିଥିଲେ । ତେବେ ସୋର ପୋଲିସ ଗ୍ରାମବାସୀଙ୍କ ସହଯୋଗରେ  ଆକ୍ରମଣକାରୀ ଶଶିକାନ୍ତ ଓ ରମେଶ ସମେତ ସାବିତ୍ରୀ ବେହେରଙ୍କୁ ସେହିଦିନ ଘଟଣାସ୍ଥଳରୁ କାବୁ କରିଥିଲା । ଅଭିଯୁକ୍ତମାନଙ୍କୁ ଆଜି  ପୁଲିସ ଗିରଫ କରି   କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାସ୍ଥଳରୁ ପୁଲିସ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଭୁଜାଲି, ଦୁଇ କୋଦାଳ ଓ ବାଡିକୁ ଜବତ କରିଛି ।

(ସୋରରୁ ତପୋ ଧନ ବାରିକ)