ସୋରରେ ବାପ-ପୁଅକୁ ଗୋଡେଇ ହାଣିବା ଘଟଣା: ପୁଅ ପରେ ଆଜି ହସ୍ପିଟାଲରେ ଆଖି ବୁଜିଲେ ବାପା

ସୋର: ଜମି ବିବାଦକୁ କେନ୍ଦ୍ର କରି ବାପ ପୁଅଙ୍କୁ ଗୋଡାଇ ଗୋଡାଇ ହାଣିବା ଘଟଣାରେ ଜୀବନ ହାରିଲେ ବାପ ପୁଅ । ଘଟଣା ଦିନ ପୁଅ ଆଜି ହସପିଟାଲରେ ଚାରିଦିନର ସଂଘର୍ଷ ପରେ ଜୀବନ ହାରିଲା ବାପା । ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୋଲିସ । ଗତ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲା ସୋର ଥାନା ନିଶ୍ଚିନ୍ତପୁର ଗାଁରେ ବାପ ଓ ପୁଅଙ୍କୁ ଗୋଡାଇ ଗୋଡାଇ ଭୁଜାଲିରେ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ପୁଅ କାର୍ତ୍ତିକ ବେହେରା ଘଟଣା ଦିନ ହିଁ ମୁତ୍ୟୁ ବରଣ କରିଥିଲେ । କିନ୍ତୁ ବାପା ଇଶ୍ୱର ବେହେରାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସିବିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚାରିଦିନ ହେବ ମେଡ଼ିକାଲରେ ଚିକିତ୍ସା ହେଉଥିବା ବେଳେ ଆଜି ମୁତ୍ୟୁ ବରଣ କରିଛନ୍ତି । ଘଟଣାରେ ସୋର ପୁଲିସ ଗାଁର ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।   ଗିରଫଙ୍କ ମଧ୍ୟରେ ଦୁଇ ଭାଇ ରମେଶ ବେହେରା, ଶଶିକାନ୍ତ ବେହେରା ସହ ସେମାନଙ୍କ ମାଆ ସାବିତ୍ରୀ ବେହେରା ରହିଛନ୍ତି ।

ସୂଚନାରୁ ଅନୁସାରେ, ଗତ ୧୯ ତାରିଖ ନିଶ୍ଚନ୍ତପୁର ଗାଁର ଇଶ୍ୱର ବେହେରା ଓ ତାଙ୍କ ପୁଅ କାର୍ତ୍ତିକ ବେହେରାଙ୍କୁ ସେହି ଗାଁର ରମେଶ ବେହେରା ଓ ଶଶିକାନ୍ତ ବେହେରା ଜମି ଜମା ବିବାଦକୁ ନେଇ ଗୋଡାଇ ଗୋଡାଇ ଭୁଜାଲିରେ ଆକ୍ରମଣ କରିଥିଲେ । ଘଟଣା ଦିନ କାର୍ତ୍ତିକଙ୍କର ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ କାର୍ତ୍ତିକ ରେଳ ବିଭାଗର ୪ର୍ଥ ଶ୍ରେଣି କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ଏବଂ ଛୁଟିରେ ଘରେ ଥିବା ବେଳେ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିଵା ପାଇଁ ଯାଇଥିଲା ଯେଉଁଠି ପଡୋଶୀ ଆକ୍ରମଣ କରିଥିଲେ । ତେବେ ସୋର ପୋଲିସ ଗ୍ରାମବାସୀଙ୍କ ସହଯୋଗରେ  ଆକ୍ରମଣକାରୀ ଶଶିକାନ୍ତ ଓ ରମେଶ ସମେତ ସାବିତ୍ରୀ ବେହେରଙ୍କୁ ସେହିଦିନ ଘଟଣାସ୍ଥଳରୁ କାବୁ କରିଥିଲା । ଅଭିଯୁକ୍ତମାନଙ୍କୁ ଆଜି  ପୁଲିସ ଗିରଫ କରି   କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାସ୍ଥଳରୁ ପୁଲିସ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଭୁଜାଲି, ଦୁଇ କୋଦାଳ ଓ ବାଡିକୁ ଜବତ କରିଛି ।

(ସୋରରୁ ତପୋ ଧନ ବାରିକ)

Leave a Reply