ଭୁବନେଶ୍ୱର ଓ ବ୍ରହ୍ମପୁର ପରେ ରାଉଲକେଲା ଆଇଜିଏଚରେ ମିଳିବ ପ୍ଲାଜମା । ପଶ୍ଚିମ ଓଡ଼ିଶାର ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାରେ ଏହି ଥେରାପି ବରଦାନ ପାଲଟିବ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ।

ଏଥିରେ ରାଉରକେଲାର IGHରେ ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ଗୁରୁତର ରୋଗୀଙ୍କୁ ରାଉରକେଲାର IGH ହସ୍ପିଟାଲରୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ। ଏଥିସହିତ ରାଉରକେଲାର କୋଭିଡ କେୟାର ସେଣ୍ଟର ଗୁଡିକର ଶଯ୍ୟା ସଂଖ୍ୟା ୭ଶହରୁ ୧୭ଶହକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହାସହ ସୁନ୍ଦରଗଡ ଜିଲ୍ଲାରେ କୋଭିଡ ଯୋଦ୍ଧା ମାନଙ୍କର ନିରନ୍ତର ଉଦ୍ୟମ ଓ ସେବା ପାଇଁ ଜିଲ୍ଲାରେ ଆରୋଗ୍ୟ ହାର ୮୫ ପ୍ରତିଶତରେ ପହଞ୍ଚିଛି । ଏନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟପଟେ ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ବର୍ତ୍ତମାନ ସୁଦ୍ଧା DMFରୁ ସୁନ୍ଦରଗଡରେ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଆଉ CMRFରୁ ୫ କୋଟି ଟଙ୍କା ମଞ୍ଜୁର କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।












ଭୂତାଣୁ ଭୟକୁ ଖାତିର କରିନଥିବା ଚାଷୀ ଏବେ ହତାଶ । ଅନେକ ସ୍ପପ୍ନ ନେଇ ବିଲରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲା ଚଷା ପୁଅ । ହେଲେ ଏବେ ସେ ନିଜ ଫସଲ ବଞ୍ଚାଇବାକୁ ଜଳ ଟୋପାଏ ପାଇଁ ଡହଳ ବିକଳ ହେଉଛି । ଚଳିତ ବର୍ଷ ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଢେ଼ଙ୍କାନାଳ, ସୋନପୁର, ଜଗତସିଂହପୁର ନୟାଗଡ଼ କଟକ ଯାଜପୁର ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାର ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଏହି ୧୧ଜିଲ୍ଲାରେ ଚଳିତ ବର୍ଷ ସ୍ଵାଭାବିକ ଠାରୁ କମ ବର୍ଷା ହୋଇଛି । ଫଳରେ ବିଲରେ ଏପର୍ଯ୍ୟନ୍ତ ତଳି ରୁଆ କାର୍ଯ୍ୟ ମଧ୍ୟ ହେଇପାରିନି ।





