ଫେଲ୍‌ ମାରିଛି ପାଣି ପ୍ରକଳ୍ପ: କାର୍ଯ୍ୟକ୍ଷମ ହେଉନି ପୁରୁଣା, ନୂଆକୁ ବିରୋଧ

 ଚଣ୍ଡିଖୋଲ: ଲୋକଙ୍କୁ ଜଳ ସଙ୍କଟରୁ ମୁକ୍ତି ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା  । ଯେଉଁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ହୋଇଥିଲା ତାହା ଏବେ ସ୍ଥାଣୁ ପାଲଟିଯାଇଛି  । ସେପଟେ ପୁରୁଣା ପ୍ରକଳ୍ପ କାର୍ଯ୍ୟକାରୀ ନେଇ ପଦକ୍ଷେପ ନିଆ ଯାଉନଥିବାବେଳେ ନୂଆ ପ୍ରକଳ୍ପକୁ ନେଇ ଉଠିଛି ବିରୋଧର ସ୍ୱର  । 

ପାଣି ସଙ୍କଟରୁ ମୁକ୍ତି ପାଇଁ ଯାଜପୁର ଜିଲ୍ଲା ବଡଘୁମୁରି ପଞ୍ଚାୟତରେ ତିଆରି ହୋଇଥିଲା ପାନୀୟ ଜଳ ପ୍ରକଳ୍ପ  । ବସୁଧା ଯୋଜନାରେ ଆରମ୍ଭ ହୋଇଥିବା ପ୍ରକଳ୍ପ ଆରମ୍ଭ ଦିନରୁ ଲୋକଙ୍କୁ ପାଣି ଟୋପାଏ ମିଳୁନଥିବା ଅଭିଯୋଗ ହୋଇଛି  । ରକ୍ଷଣାବେକ୍ଷଣ ଅଭାବରୁ ପାଣି ପାଇପ ଭାଙ୍ଗିବାକୁ ବସିଲାଣି  । ପରିତ୍ୟକ୍ତ ହୋଇ ପଡି ରହିଛି ଟ୍ରାନ୍ସଫରମର ।

ଗୋଟିଏ ପଟେ ପୁରୁଣା ପ୍ରକଳ୍ପ ଲୋକଙ୍କ କାମରେ ଆସୁନଥିବାବେଳେ ନୂଆ ପ୍ରକଳ୍ପକୁ ନେଇ ଉଠିଛି ବିରୋଧର ସ୍ୱର  । ଗୋଚର ଜମିରେ ନିର୍ମାଣ ହେଉଥିବା ପ୍ରକଳ୍ପ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି  ।

ଖୁବଶୀଘ୍ର ମରାମତି ହେବ ପୁରୁଣା ପ୍ରକଳ୍ପ  । ଏବଂ ନୂଆ ପ୍ରକଳ୍ପ ସଠିକ ସ୍ଥାନରେ ହେଉଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ  । ଲୋକଙ୍କ ସମସ୍ୟାର ସମାଧାନ ହେବବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ବାହୀ ଯନ୍ତ୍ରୀ  ।

 

Leave a Reply