କରୋନା କାୟା, ଏଥର କମ୍ ଅନୁଦାନ ଦେବ କେନ୍ଦ୍ର

Centre May Produce Low Expense To Odisha

ଭୁବନେଶ୍ୱର: କମିବ କେନ୍ଦ୍ର ଅନୁଦାନ । ସାରା ଦେଶ ସମେତ ରାଜ୍ୟ ମଧ୍ୟ କରୋନା ଆତଙ୍କରେ ଆତଙ୍କିତ ରହିଛି । ଏଭଳି ପରିସ୍ଥିତିରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଉଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏମିତିକି ରାଜସ୍ୱ ଆଦୟରେ ମଧ୍ୟ ରାଜ୍ୟ ସରକାର କୋହଳ କରିଛନ୍ତି ।

ତେବେ ଗୋଟିଏ ପଟେ ରାଜ୍ୟ ସରକାର ରାଜସ୍ୱ ଆଦାୟରେ କୋହଳ ମନୋଭାବ ପୋଷଣ କରିଥିବା ବେଳେ ସେପଟେ କେନ୍ଦ୍ର ସରକାର ମଧ୍ୟ ଏଥର କମ୍‌ ଅନୁଦାନ ଦେବେ ବୋଲି ସୂଚନା ମିଳିଛି ।

ଚଳିତ ବର୍ଷ ରାଜ୍ୟକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବ । ରାଜ୍ୟର ନିଜସ୍ୱ ଟିକସ ଆଦାୟ ମଧ୍ୟ ହ୍ରାସ ପାଇଛି । ଏପ୍ରିଲ ମାସ ପର୍ଯ୍ୟନ୍ତ ୮୦ ପ୍ରତିଶତ ଟିକସ କମିଥିବା ବେଳେ ଏବେ ୨୦ ପ୍ରତିଶତ ଟିକସ ଆଦାୟ କମିଛି । ତେଣୁ ସରକାର ଖୋଲା ବଜାରରୁ ଋଣ ଆଣିବେ ବୋଲି ଚିନ୍ତା କରୁଛନ୍ତି  । ରାଜ୍ୟ ଏଫଆରବିଏମ ଆଇନ ଅନୁଯାୟୀ ରାଜ୍ୟ ସରକାର ଖୋଲାବଜାରରୁ ୩ ପ୍ରତିଶତ ଋଣ ଉଠାଇ ପାରିବେ ।

କେନ୍ଦ୍ର ସରକାର ଆଉ ୦.୫ ପ୍ରତିଶତ ଋଣ ଉଠାଇବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ତେଣୁ ସରକାର କାମ୍ପା ଓ ଓମବାଡସି ପାଣ୍ଠିରୁ ଋଣ କରିବେ । କାରଣ ଏଠାରେ ସୁଧର ହାର ମାତ୍ର ୩ ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା ହଜାରେ କୋଟି ଟଙ୍କା ଋଣ କରିସାରିଛନ୍ତି ସରକାର । ଋଣ ପାଇଁ ସିଏଜିଙ୍କ ଅନୁମତି ମଧ୍ୟ ମିଳିଛି । ଆରଆଇଡିଏଫ ଭଳି ଯୋଜନା ପାଇଁ ରାଜ୍ୟ ସରକାର ଋଣ କରିବେ । ଭୁବନେଶ୍ବର ଓ ବ୍ରହ୍ମପୁର ପରେ ରାଉଲକେଲା ଆଇଜିଏଚରେ ପ୍ଲାଜମା ଥେରାପୀ ଆରମ୍ଭ କରିବାକୁ ମନ୍ତ୍ରୀ ପରିଷଦରେ ନିଷ୍ପତ୍ତି ହୋଇଛି ।

Leave a Reply