spot_img
Home Blog Page 6764

ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ସ୍ୱାଧୀନତା ଦିବସ ପାଳନ କରିବାକୁ ନିର୍ଦ୍ଦେଶ…

ଭୁବନେଶ୍ୱର: କରୋନା କଟକଣା ଏବେ ସାରା ଦେଶରେ ଲାଗି ରହିଛି । କରୋନା ପାଇଁ ଦେଶ ମଧ୍ୟରେ କୌଣସି ପ୍ରକାରର ସାମାଜିକ ଦୂରତାକୁ ଭଙ୍ଗ ଗଲାଭଳି କାର୍ଯ୍ୟକୁ ବାରଣ କରାଯାଇଛି । ଯେଉଁଥି ପାଇଁ ପର୍ବ ପର୍ବାଣି ଠାରୁ ଆରମ୍ଭ କରି ବାହାଘର ବ୍ରତ ଆଦି ବନ୍ଦ ରହିଛି । ତେବେ ଏହି ଭିତରେ ଏକ ବଡ଼ ଖବର ଆସି ଆମ ମାନଙ୍କ ପାଖରେ ପହଞ୍ଚିଛି । ସ୍ୱାଧୀନତା ଦିବସ ପାଳନକୁ ନେଇ ଏବେ ସନ୍ଦେହ ଦୂର ହୋଇଛି । କରୋନା ସମୟରେ ସ୍ୱାଧୀନତା ଦିବସ ପାଳନ ହେବ କି ନାହିଁ ଯେଉଁ ସନ୍ଦେହ ରହିଥିଲା ତାହା ଏବେ ଦୂର ହୋଇଛି ।

file

କୋରନା ମହାମାରୀ ମଧ୍ୟରେ ରାଷ୍ଟ୍ରରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପାଳନ ହେବ ସ୍ୱାଧୀନତା ଦିବସ । ତେବେ କଟକଣା ଭିତରେ ପାଳନ ହେବ ସ୍ୱାଧୀନତା ଦିବସ । ଏ ନେଇ ଗାଇଡ ଲାଇନ ଜାରି କରିଛନ୍ତି କେନ୍ଦ୍ର ଗୃହ ବିଭାଗ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ବିଭାଗର ଯୁଗ୍ମ ସଚିବ ଅନୁଜ ଶର୍ମା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କରୋନା କଟକଣାକୁ ପାଳନ କରିବା ସହ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ସ୍ୱାଧୀନତା ଦିବସ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

file

ଟେକ୍ନୋଲୋଜିର ବ୍ୟବହାର କରି କାର୍ଯ୍ୟକ୍ରମକୁ ଓ୍ୱେବ କାଷ୍ଟ କରିବା ସହ ଆୟୋଜନ ସ୍ଥଳରେ ଗହଳି କମାଇବାକୁ ପରାମର୍ଶ ଦିଆଯାଇଛି । କାର୍ଯ୍ୟକ୍ରମରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ସାମିଲ କରିବାକୁ ସୂଚନା ଦିଆଯାଇଛି । ପୂର୍ବାହ୍ନ ୯ଟା ପରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ପତକା ଉତ୍ତୋଳନ କରାଯିବ । ଜାତୀୟ ସଙ୍ଗୀତ ଗାନ କରିବା ସହ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ଗାଇଡଲାଇନରେ ଗୃହ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି  ।

file

ଦେଶରେ ପାଦ ଥାପିଲା କରୋନାଠୁ ଅଧିକ ବିପଜ୍ଜନକ ରୋଗ, ୩ରୁ ୨୦ ବର୍ଷର ପିଲାଙ୍କୁ କରୁଛି ଆକ୍ରାନ୍ତ

ନୁଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଭୟ ସମସ୍ତଙ୍କ ମନରେ ରହିଛି । ଦିନକୁ ଦିନ କରୋନା କବଳରେ ଅଧିକରୁ ଅଧିକ ଘାଣ୍ଟି ହେବାରେ ଲାଗିଛନ୍ତି ଲୋକେ । କରୋନାକୁ ରୋକିବା ପାଇଁ କରୋନା ଟିକା ଏପର୍ଯ୍ୟନ୍ତ ବାହାରି ପାରୁନାହିଁ । ଦେଶରେ ଏଭଳି ପରିସ୍ଥିତି ଥିବା ବେଳେ ବୋଝ ଉପରେ ଲଳିତା ବିଡ଼ା ପାଲଟିଛି ଆଉ ଏକ ରୋଗ । ଏବେ ଦେଶରେ କରୋନା ଭୂତାଣୁ ଠାରୁ ଅଧିକ ବିପଜ୍ଜନକ ରୋଗ ଆସିଛି ପହଞ୍ଚିଛି । ଗୁଜୁରାଟର ସୁରଟରେ ଏହି ରୋଗର ପ୍ରଥମ ଘଟଣା ଦେଖିବାକୁ ମିଳିଛି । ଏହି ରୋଗର ଲକ୍ଷଣ ସୁରଟର ଏକ ଶିଶୁର ଶରିରରେ ଦେଖିବାକୁ ମିଳିଛି ।

ଏହି ରୋଗର ନାମ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ । ଏହାକୁ MIS-C ମଧ୍ୟ କୁହାଯାଏ । ପ୍ରଥମ ମାମଲା ବାହାରିବା ପରେ ସୁରଟ ଏବଂ ଗୁଜୁରାଟର ଲୋକଙ୍କ ଚିନ୍ତା ବଢ଼ିଚାଲିଛି । MIS-C ଅର୍ଥାତ୍ ମଲ୍ଟି ସିଷ୍ଟମ୍ ଇନଫ୍ଲାମେଟୋରୀ ସିଣ୍ଡ୍ରୋମର ଲକ୍ଷଣ ସୁରଟରେ ରହୁଥିବା ଏକ ପରିବାରର  ୧୦ ବର୍ଷ ଶିଶୁର ଶରୀରରେ ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟର କଥା, ଏହି ରୋଗ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଆମେରିକା ଏବଂ ୟୁରୋପୀୟ ଦେଶରେ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ଭାରତରେ ଏହି ରୋଗ ଦେଖିବାକୁ ମିଳିଛି ।

ଏହି ରୋଗ ଦେଖାଯାଇଥିବା ଶିଶୁ ପୁତ୍ରକୁ ସୁରଟର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପିଲାଟିର ଜ୍ୱର, ବାନ୍ତି, କାଶ, ଝାଡ଼ା ଭଳି ଲକ୍ଷଣ ଦେଖିବାକୁ ମିଳିଛି । ଆଖି ଏବଂ ଓଠ ଲାଲ ହୋଇଯାଉଛି ବୋଲି ସୂଚନା ମିଳିଛି । ପ୍ରଥମେ ସୁରଟର ଡା. ଆଶିଷ ଗୋଟି ପିଲାଟିକୁ ଦେଖିଥିଲେ । ତା’ପରେ ସେ ସୁରଟ ଏବଂ ମୁମ୍ବାଇର ଅନ୍ୟ ଡାକ୍ତରମାନଙ୍କ ସହିତ ପରାମର୍ଶ କରିଥିଲେ । ଯେତେବେଳେ ଅନୁସନ୍ଧାନ ରିପୋର୍ଟ ଆସିଲା, ଦେଖାଗଲା ଯେ ଶିଶୁର ଶରୀରରେ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମର ଲକ୍ଷଣ ରହିଛି ।

ଏହି ସମୟରେ, ଏହି ବିପଜ୍ଜନକ ରୋଗ ସହ ସଂଘର୍ଷ କରୁଥିବା ଏହି ଶିଶୁର ହୃଦୟର ସ୍ପନ୍ଦନ ୩୦ ପ୍ରତିଶତ ହ୍ରାସ ପାଇଥିଲା । ତାଙ୍କ ଶରୀରର ଶିରା ଫୁଲି ଯାଇଥିଲା । ଏହି କାରଣରୁ ତାଙ୍କର ହୃଦଘାତ ହୋଇପାରେ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ମାତ୍ର ସାତ ଦିନର ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଯାଇଥିଲା । ଯଦି ଏଥିପ୍ରତି କୌଣସି ପଦକ୍ଷେପ ନନିଆଯାଏ ତେବେ ଏହି ରୋଗ ଦେଶରେ ବ୍ୟାପିଯିବ ବୋଲି ଡାକ୍ତରମାନେ ପୂର୍ବାନୁମାନ କରିଛନ୍ତି ।

୩ ବର୍ଷରୁ ୨୦ ବର୍ଷ ବୟସର କିଶୋରମାନେ ଏହି ରୋଗର ଶିକାର ହୋଇପାରନ୍ତି । ପିଲାମାନେ ଅଧିକ ଯତ୍ନବାନ ହେବା ଆବଶ୍ୟକ ରିହିଛି । ଡାକ୍ତରମାନେ କହିଛନ୍ତି ଯେ କରୋନା ପରି ଏହାକୁ ଯାଞ୍ଚ କରିବା କଷ୍ଟକର । MIS-C କୁ ଏଡାଇବା ପାଇଁ ଏକମାତ୍ର ଉପାୟ ହେଉଛି ଏହାର ଲକ୍ଷଣକୁ ଧ୍ୟାନରେ ରଖିବା । ପିଲାଟି ଜ୍ୱର, ବାନ୍ତି, ଝାଡ଼ା, ଆଖି ଏବଂ ଓଠ ଲାଲ ଦେଖିବା ମାତ୍ରେ ପିଲାଟିକୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ନେଇଯାଆନ୍ତୁ । ଏହାର ଉପଶମ ଅଛି, କିନ୍ତୁ ଠିକ୍ ସମୟରେ ଚିକିତ୍ସା ନହେବା ହେତୁ ଏହା କରୋନା ଅପେକ୍ଷା ଅଧିକ ବିପଜ୍ଜନକ ହୋଇପାରେ ।

ଡୋର୍ ଟୁ ଡୋର୍ ସର୍ଭେ ଯୋଗୁଁ ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା: ଆଗାମୀ ଦିନରେ ନିୟନ୍ତ୍ରଣାଧୀନ ହେବ ସ୍ଥିତି

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କୁ ଚିହ୍ନଟ ଏବଂ ସେମାନଙ୍କ ଚିକିତ୍ସା ନିମନ୍ତେ ରାଜ୍ୟରେ ଏବେ ଡୋର୍‌ ଟୁ ଡୋର୍‌ ସର୍ଭେ ଚାଲିଛି । ଏଥିଯୋଗୁଁ ରାଜ୍ୟରେ ବର୍ତ୍ତମାନ କିଛି ଦିନ ହେଲା ବିଗତ ଦିନ ଅପେକ୍ଷା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ଆମ ରାଜ୍ୟରେ ଦେଶର ଅନ୍ୟ ରାଜ୍ୟଙ୍କ ତୁଳନାରେ ସ୍ଥିତି ଭଲ ରହିଛି । ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଖୁବ୍‌ ଭଲ ଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବହୁତ କମ୍‌ ରହିଛି । ଏଭଳି ଡୋର୍ ଟୁ ଡୋର୍‌ ସର୍ଭେ ଯୋଗୁଁ କୌଣସି ଲକ୍ଷଣଯୁକ୍ତ ସଂକ୍ରମିତ ଚିହ୍ନଟ ନହୋଇ ରହିଯିବେନି । ଫଳରେ ଆଗାମୀ ଦିନରେ ଆମେ ନିଶ୍ଚିତଭାବେ ଏହା ଉପରେ ନିୟନ୍ତ୍ରଣ ହାସଲ କରିପାରିବୁ ଏବଂ ସଂକ୍ରମିତଙ୍କ ସଂଖ୍ୟା ହାସଲ ହେବ ବୋଲି ରାଜ୍ୟ ବାସୀଙ୍କୁ ଆଶ୍ୱାସନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ରାଜ୍ୟରେ ବୁଧବାର ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ, ଚିନ୍ତା ବଢାଉଛି ଗଞ୍ଜାମ….

ସେ ଆହୁରୀ କହିଛନ୍ତି ଯେ, ବିଶ୍ୱର ଏମିତି କୌଣସି ଦେଶ ନାହିଁ ଯେଉଁଠି କରୋନା ସଂକ୍ରମିତ ହୋଇନାହାନ୍ତି । ଦେଶରେ ଆଜି ୪୫ ହଜାର ୭୫୦ ମାମଲା ସାମ୍ନାକୁ ଆସିଥିବା ବେଳେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ୧ ଲକ୍ଷ ଟପିଯାଇପାରେ । ଏଯାବତ୍ କୌଣସି ରାଜ୍ୟ ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ କମାଇପାରିନାହାନ୍ତି ।

Odisha makes GPS mandatory for vehicles carrying PDS items

କିନ୍ତୁ ଆମ ରାଜ୍ୟରେ ଏହି ମହାମାରୀ ମୁକାବିଲା ନେଇ ଠିକଣା ସମୟରେ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଆମେ ଏହାର ମୁକାବିଲା ଦିଗରେ ସଫଳତା ହାସଲ କରିପାରୁଛୁ । ବର୍ତ୍ତମାନ ଆମର ୧୯ଟି ସ୍ଥାନରେ କୋଭିଡ ଟେଷ୍ଟିଂ ଚାଲିଥିବା ବେଳେ ଆଉ ୬ଟି ସ୍ଥାନରେ ଟେଷ୍ଟି କରାଯିବ ।  ଏଭଳି କି ଆଣ୍ଟିଜେନ୍ ଟେଷ୍ଟିଂ କରାଯିବ । ଆଜି ଗୋଟିଏ ଦିନରେ ୩ ହଜାର ଆଣ୍ଟିଜେନ୍ ଟେଷ୍ଟିଂ କରାଯାଉଛି । ତେବେ ଆଜି ଗୋଟିଏ ଦିନରେ ରାଜ୍ୟରେ ମୋଟ ୧୧ ହଜାର କୋଭିଡ ଟେଷ୍ଟିଂ କରାଯାଇଛି । ଏଥିସହିତ ରାଜ୍ୟରେ ବଢ଼ୁଥିବା ସଂକ୍ରମିତଙ୍କ ଅନୁପାତ ଅନୁଯାୟୀ ଆଗାମୀ ଦିନରେ ଆଉ କେତେ ଅଧିକ ସଂକ୍ରମିତ ଚିହ୍ନଟ ହେବେ, ସେ ଅନୁଯାୟୀ ଆମ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ତଦ୍‌ନୁଯାୟୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଗାମୀ ଡିସେମ୍ୱର ମାସ ଯାଏଁ ବେଡ୍ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ, ପଶ୍ଚିମ ଓଡିଶା ସଂକ୍ରମିତଙ୍କୁ ଆଶ୍ୱସ୍ତି…..

ତେବେ ରାଜ୍ୟରେ ପ୍ଳାଜ୍‌ମା ଥେରାପି ବହୁତ ସଫଳ ହୋଇଛି । ଏଣୁ ଆଗାମୀ ଦିନରେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଏବଂ ବ୍ରହ୍ମପୁରର ଏମ୍‌କେସିଜିରେ ମଧ୍ୟ ପ୍ଳାଜ୍‌ମା ବ୍ୟାଙ୍କ୍ ଆରମ୍ଭ କରାଯିବ । ଆଇଟି ଡିପାର୍ଟମେଣ୍ଟ ଜରିଆରେ ଗୋଟିଏ ନମ୍ୱର ଜାରି କରାଯିବ ସେହି ନମ୍ୱରେ କଲ୍ କରି ପ୍ଳାଜ୍‌ମା ଦାନ ପାଇଁ ଇଚ୍ଛୁକ ସୁସ୍ଥ ରୋଗୀ ଜଣାଇପାରିବେ । ସେମାନଙ୍କୁ ଅଣାଯିବା ସହ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯିବ । ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମାନପତ୍ର ପ୍ରଦାନ କରାଯିବ ।

ଏଥିସହିତ ରାଜ୍ୟରେ ରେମଡିସିଭିର, ହାଇଡ୍ରୋକ୍ସକ୍ଳୋରକୁଇନ୍, ସମେତ ୪ଟି କରୋନା ଔଷଧ, ପିପିଇ କିଟ୍, ଆଣ୍ଟିଜେନ୍ କିଟ୍  ସମେତ ଅନ୍ୟ ଆବଶ୍ୟକ ଔଷଧ ସାମଗ୍ରୀ ମେଡିକାଲ କର୍ପୋରେସନ୍ ଦ୍ୱାରା କିଣାଯାଉଛି । ଆସନ୍ତା ୪ ମାସ ପାଇଁ ଆବଶ୍ୟକ ଔଷଧ  ସାମଗ୍ରୀ ମହଜୁତ୍ ରଖାଯାଇଛି ।

ତେବେ ଏହି ପରିପ୍ରେକ୍ଷୀରେ ୩ ଟି ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ।

୧. ଲକ୍ଷଣ ଥିବା ବ୍ୟକ୍ତି ଲୁଚାନ୍ତୁ ନାହିଁ, ଟେଷ୍ଟ କରାନ୍ତୁ

୨. ସୁସ୍ଥ ହୋଇଥିବା ରୋଗୀ ପ୍ଳାଜ୍‌ମା ଦାନ ପାଇଁ ଆଗେଇ ଆସନ୍ତୁ

୩. ବିଭିନ୍ନ ସ୍ଥାନରେ କମ୍ୟୁନିଟି ଦ୍ୱାରା କୋଭିଡ କେୟାର ସେଣ୍ଟର ଖୋଲିବା ସହ ପଜିଟିଭ୍ ଚିହ୍ନଟ ହୋଇଥିବା ରୋଗୀଙ୍କୁ ପ୍ରଥମେ  ସେଠାରେ ରଖିବାକୁ ବ୍ୟବସ୍ଥ କରନ୍ତୁ

୪. ସମସ୍ତେ ଓ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ, ଏବଂ ହାତ ଧୋଇବା ଅଭ୍ୟାସ କରନ୍ତୁ

ବଲିଉଡ୍‌ର ISI ଲିଙ୍କ୍‌, କିଙ୍ଗ୍‌ ଖାନ୍‌ଙ୍କ ନାଁରେ ସଙ୍ଗିନ୍‌ ଆରୋପ !

ମୁମ୍ବାଇ: ପୁଣି ବିବାଦ ଭିତରକୁ ଟାଣି ହୋଇ ଆସିଛି ବଲିଉଡ୍‌ । ଆଇଏସ୍‌ଆଇ ସହ ବଲିଉଡ୍‌ର ଲିଙ୍କ ଥିବା ନେଇ ଏବେ ସୋସିଲ ମିଡିଆରେ ଢ଼େର୍‌ ଚର୍ଚ୍ଚା । ବିଗତ ଦିନରେ ବଲିଉଡ୍‌ ତାରକାଙ୍କ ସହ ଅନେକ ପାକିସ୍ତାନ୍ତୀଙ୍କୁ ଦେଖାଯାଇଥିଲା । ପାକିସ୍ତାନ ସହ ବଲିଉଡ୍‌ର ଘନିଷ୍ଠ ସମ୍ପର୍କ ରହିଛି ବୋଲି ଦାବି କରି ଅନେକ ଲୋକ ଏବେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି । ବଡ଼ ବଡ଼ ତାରକାଙ୍କଠାରୁ ଆରମ୍ଭ କରି ଅନେକ ଅଭିନେତା ଅଭିନେତ୍ରୀଙ୍କର ପାକିସ୍ତାନୀ ପ୍ରିତି ରହିଥିବା ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି । ବିଦେଶରେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ବଲିଉଡ୍‌ ତାରକା ଡିଲ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଅନେକ ଦାବି କରିଛନ୍ତି । ଯାହାକୁ ନେଇ ଏବେ ପୁଣି ବିବାଦ ଘେରରେ ଛନ୍ଦି ହୋଇଛି ବଲିଉଡ୍‌ ।

https://twitter.com/Defence_360/status/1214975362884657152?ref_src=twsrctfwtwcamptweetembedtwterm1214975362884657152twgr&ref_url=httpsnavbharattimes.indiatimes.comindiabollywood-stars-pics-with-alleged-pakistani-agents-go-viral-on-social-mediaarticleshow77126119.cms

ବଲିଉଡ୍‌ ତାରକାଙ୍କ ଦ୍ୱାରା ପାକିସ୍ତାନ ଏଜେଣ୍ଟ ମାନେ ପାଣ୍ଠି ସଂଗ୍ରହ କରୁଛନ୍ତି । ଆଉ ସେହି ପାଣ୍ଠି ଜାମ୍ମୁ-କାଶ୍ମୀରରେ ହିଂସାକାଣ୍ଡ ଘଟାଇବା ପାଇଁ ବ୍ୟବହାର ହେଉଛି ବୋଲି ଅନେକ ୟୁଜର୍ସ ଦାବି କରିଛନ୍ତି ।

ବଲିଉଡ୍‌ର କିଙ୍ଗ ଖାନ୍‌ ସାହରୁଖ ଖାନ୍ ଓ ତାଙ୍କ ପତ୍ନୀ‌ ଗୌରି ଖାନ୍‌ଙ୍କ ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ କି ସେ କାଲିଫର୍ଣ୍ଣିଆରେ ଜାମ୍ମୁ-କାଶ୍ମୀରର ଜଣେ ବିଛିନ୍ନତାବାଦୀ ଟୋନୀ ଆଶାୟୀଙ୍କ ସହ ଆଲୋଚନା କରୁଛନ୍ତି । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଆଲୋଚନା ଖବର ପ୍ରକାଶ ପାଇଛି । କାଶ୍ମୀର ଯୁବକଙ୍କୁ ଭାରତ ବିରୋଧରେ ଉସକାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଟୋନୀ ଅଶାୟୀ ହେଉଛି ଅନ୍ୟତମ । ଏନେଇ ପୂର୍ବରୁ ଟୋନୀ ଆଶାୟୀ ବିରୋଧରେ ପ୍ରମାଣ ମଧ୍ୟ ରହିଛି ।

କାଶ୍ମୀରର ମୂଳବାସିନ୍ଦା ଅଲ୍‌ ଇସ୍କନ୍ଦର ବୁଧବାର ନିଜ ଟ୍ୱିଟ୍‌ରେ ଦାବି କରିଛନ୍ତି ଯେ, ଆଇଏସ୍‌ଆଇ ଦ୍ୱାରା ପ୍ରାୟୋଜିତ ଆତଙ୍କି ସଂଗଠନ ଜାମ୍ମୁ-କାଶ୍ମୀର ଲିବ୍‌ରେସନ୍‌ ଫ୍ରଣ୍ଟର ସଦସ୍ୟ ହେଉଛି ଟୋନୀ ଅଶାୟୀ ଓରଫ ଅଜିଜ୍‌ ଅଶାୟୀ । ଏମିତିକି ଏହି ଇସ୍କନ୍ଦର ଟୋନୀର କିଛି ଟ୍ୱିଟ୍‌କୁ ପ୍ରମାଣ ସ୍ୱରୂପ ଦେଖାଇଛନ୍ତି । ଯେଉଁଥିରେ ଟୋନୀ ଭାରତ ବିରୋଧରେ କାଶ୍ମୀର ଯୁବକଙ୍କୁ ଉସ୍‌କାଉଛି ।

ଟୋନୀ ଅଶାୟୀ ଆହୁରି ଦାବି କରିଛନ୍ତି ଯେ, ଟୋନୀ ଶାହରୁଖ ଖାନ୍‌ଙ୍କ ଦୁବାଇ ସ୍ଥିତ ବିଲ୍ଡିଂ ଓ ଲସ୍‌ ଆଞ୍ଜେଲେ‌ସ୍‌ରେ ଥିବା ଆପାର୍ଟମେଣ୍ଟର ଡିଜାଇନ୍‌ ପ୍ରସ୍ତୁତ କରିଥିଲେ । ତେବେ ସାହରୁଖ ଖାନ୍‌ଙ୍କୁ ଟୋନୀ ଭଳି ଲୋକଙ୍କଠାରୁ ସତର୍କ ରହିବାକୁ ଇସ୍କନ୍ଦର ପରାମର୍ଶ ମଧ୍ୟ ଦେଇଛନ୍ତି ।

ଇସ୍କନ୍ଦର ଆହୁରି ଦାବି କରିଛନ୍ତି ଯେ, ବଫାଲୋ ୟୁନିଭରସିଟି (ଯୁକ୍ତରାଷ୍ଟ୍ର) ରେ ଟୋନୀ ଅଶାୟୀଙ୍କ ସମସ୍ତ ପଢ଼ା ଖର୍ଚ୍ଚ ଆତଙ୍କି ସଂଗଠନ JKLF ବହନ କରିଛି । ସେ ଇଟାଲୀରେ JKLF ର ଏକ ବୈଠକ ମଧ୍ୟ କରିଥିଲେ । ଏମିତିକି ବ୍ୟବସାୟ ଚଳାଇବା ପାଇଁ JKLF ଟୋନୀକୁ ଟଙ୍କା ମଧ୍ୟ ଦେଇଛି । ଟୋନୀର ପୁଅ ବିଲାଲ ଅଶାଇ ମଧ୍ୟ ଏମଏସଏ ନାମକ ଏକ ସଂଗଠନର ସଦସ୍ୟ ରହିଛି । କୁଖ୍ୟାତ ଆତଙ୍କବାଦୀ ସଂଗଠନ ମୁସଲିମ ବ୍ରଦର ହୁଡ୍‌ ସହିତ ଏହାର ଲିଙ୍କ୍‌ ରହିଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି ଇସ୍କନ୍ଦର । ଇସ୍କନ୍ଦର ଅଭିଯୋଗ କରିଛନ୍ତି ଯେ ଆଶାଇ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ଦରମା ଉପରେ ଅଛନ୍ତି ।

https://twitter.com/tonyashai/status/888927214074445824

https://twitter.com/tonyashai/status/1286186939809296385

ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପାଇଁ ରକ୍ଷାମନ୍ତ୍ରାଳୟର ମଞ୍ଜୁରୀ, ଏଣିକି ସର୍ବୋଚ୍ଚ ପଦବୀରେ ବି ରହିପାରିବେ ମହିଳା

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାମାନଙ୍କର ସ୍ଥାୟୀ କମିଶନକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଛି । ଗୁରୁବାର ଦିନ ସରକାର ଦେଇଥିବା ସ୍ୱୀକୃତି ପତ୍ରରେ ବର୍ତ୍ତମାନ ମହିଳାମାନଙ୍କୁ ସେନାର ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ, ସର୍ଟ ସର୍ଭିସ କମିଶନ (ଏସଏସସି) ର ମହିଳା ଅଧିକାରୀଙ୍କୁ ଭାରତୀୟ ସେନାର ସମସ୍ତ ଦଶ ଭାଗରେ ସ୍ଥାୟୀ ଆୟୋଗର ଅନୁମତି ଦିଆଯାଇଛି । ଅର୍ଥାତ୍ ଆର୍ମି ଏୟାର ଡିଫେନ୍ସ, ସିଗନାଲ୍, ଇଞ୍ଜିନିୟର, ଆର୍ମି ଆଭିଏସନ୍, ଇଲେକ୍ଟ୍ରୋନିକ୍ସ, ମେକାନିକାଲ୍ ଇଞ୍ଜିନିୟରିଂ, ଆର୍ମି ସର୍ଭିସ୍ କର୍ପସ, ଆର୍ମି ଅର୍ଡିନାନ୍ସ କର୍ପସ ଏବଂ ଇଣ୍ଟେଲିଜେନ୍ସ କର୍ପସରେ ସ୍ଥାୟୀ ଆୟୋଗ ମଧ୍ୟ ଉପଲବ୍ଧ ହେବ। ଏହା ସହିତ ଜଜ୍ ଏବଂ ଆଡଭୋକେଟ୍ ଜେନେରାଲ୍, ଆର୍ମି ଏଜୁକେସନାଲ୍ କର୍ପସରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ |

ଏହି ନିର୍ଦ୍ଦେଶ ପରେ ବର୍ତ୍ତମାନ ସ୍ଥାୟୀ ଆୟୋଗ ଚୟନ ବୋର୍ଡ ମହିଳା ଅଧିକାରୀ ନିୟୋଜିତ କରିବାରେ ସକ୍ଷମ ହେବ । ଏଥିପାଇଁ ସେନା ମୁଖ୍ୟାଳୟ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିକଳ୍ପ ସମାପ୍ତ ହେବା ପରେ ଚୟନ ବୋର୍ଡରୁ ସମସ୍ତ ଏସଏସସି ମହିଳାଙ୍କ ତରଫରୁ ସମସ୍ତ କାଗଜପତ୍ର କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି ନିଯୁକ୍ତି ମିଳିତ କାର୍ଯ୍ୟରେ ହେବ ନାହିଁ, ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ନିଷ୍ପତ୍ତିରେ ଏହାକୁ ପୃଥକ ରଖିଥିଲେ।

ସେନା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସମସ୍ତ ମହିଳା ଅଧିକାରୀଙ୍କୁ ଦେଶ ସେବା କରିବାର ସୁଯୋଗ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ସ୍ଥାୟୀ ଆୟୋଗ ପାଇଁ ଦୀର୍ଘ ଦିନର ଦାବି ଥିଲା । ସୁପ୍ରିମକୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣି ହୋଇଥିଲା । ଏହି ଆୟୋଗ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ତିନିମାସ ସମୟ ଦେଇଥିଲେ । ଏହି ଐତିହାସିକ ବିଚାରକୁ କୋର୍ଟ ଫେବୃଆରୀ ମାସରେ ଘୋଷଣା କରିଥିଲେ । ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ସମସ୍ତ ନାଗରିକଙ୍କ ପାଇଁ ସୁଯୋଗର ସମାନତା, ଲିଙ୍ଗଗତ ନ୍ୟାୟ ସେନାରେ ମହିଳାଙ୍କ ଅଂଶଗ୍ରହଣକୁ ମାର୍ଗଦର୍ଶନ କରିବ।

ବୈଜ୍ଞାନିକଙ୍କ ସୂଚନା: ଭିଟାମିନ୍-ସି ନୁହେଁ ବରଂ ଏହି ଭିଟାମିନ୍ ଦ୍ୱାରା କରୋନାକୁ ଦେଇ ହେବ ମାତ୍

ଯେଉଁଠି ବିଭିନ୍ନ ଦେଶରେ କରୋନା କାରଣରୁ ଅଧିକ ଲୋକ ସଂକ୍ରମିତ ଓ ମୃତ୍ୟୁ ବରଣ କରୁଛନ୍ତି ସେଇଠି କିଛି ଏମିତି ବି ଦେଶ ଅଛି ଯେଉଁଠି କରୋନା ଦୁର୍ବଳ ହୋଇଛି । ଏବଂ ଏହି ଦେଶମାନଙ୍କରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବହୁତ କମ ରହିଛି । ଏହି ଦେଶମାନଙ୍କରେ ‘ଭିଟାମିନ-ଡି’ କାରଣରୁ ହିଁ କରୋନା ନିୟନ୍ତ୍ରଣକୁ ଆସିଛି । ଫଳରେ ଏହି ଦେଶମାନଙ୍କରେ କରୋନା ବେଶୀ କିଛି ପ୍ରଭାବ ପକାଇ ପାରିନାହିଁ । ଯେଉଁ ଦେଶମାନଙ୍କରେ ଭିଟାମିନ-ଡି ଅଭାବ ରହିଛି ସେହି ଦେଶମାନଙ୍କରେ କରୋନା ତାର ଭୟାବହତା ଦେଖାଇଛି ।

ନାର୍ବେ, ଡେନମାର୍କ , ଫିନଲ୍ୟାଣ୍ଡ , ସ୍ୱୀଡନ ଏମିତି ଦେଶ ଯେଉଁଠାରେ ଭିଟାମିନ-ଡି ଲୋକଙ୍କ ରକ୍ଷା କବଚ ପାଲଟି ଥିଲା । ଏହି ଭିଟାମିନ ପାଇଁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଲା ଏବଂ ବହୁତ କମ ଲୋକ ପ୍ରଭାବିତ ହେଲେ । ଏହି ଦେଶମାନଙ୍କରେ ଅଧିକ ମୃତ୍ୟୁ ମଧ୍ୟ ହୋଇନାହିଁ । କାରଣ ଏଠିକାର ଲୋକଙ୍କ ଶରୀରରେ ଭିଟାମିନ-ଡ଼ି ଅଧିକ ପରିମାଣରେ ରହିଛି ।

ଏହି ଘଟଣା ୟୁରୋପୀୟ ବୈଜ୍ଞାନିକଙ୍କ ଏଅନୁସନ୍ଧାନରୁ ଆସିଛି । ଏହି ଟିମର ବୈଜ୍ଞାନିକମାନଙ୍କ ଦାବି ଯେ, ୟୁରୋପୀୟ ସେହି ଦେଶ ଗୁଡ଼ିକ କରୋନା ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ଯେଉଁ ଦେଶର ଲୋକମାନଙ୍କ ଠାରେ ଭିଟାମିନ-ଡି’ର ପରିମାଣ କମ୍ ରହିଛି । ଭିଟାମିନ-ଡି’ର ଅଭାବ ଥିବା ଦେଶ ଗୁଡ଼ିକ ହେଉଛି ସ୍ପେନ, ଫ୍ରାନ୍ସ, ଇଟାଲୀ ଏବଂ ବ୍ରିଟେନ । ଅନ୍ୟପଟେ ଆମେରିକା ଭାରତ ଏବଂ ଚିନର ଲୋକଙ୍କ ମଧ୍ୟରେ ଭିଟାମିନ-ଡିର ଅଭାବ ରହିଛି । ଏହି କାରଣରୁ କରୋନା ଭାଇରସ୍ ଏହି ଦେଶର ଲୋକମାନେ ଅଧିକ ସଂକ୍ରମିତ ହୋଇଛନ୍ତି ।

ଏହାସହ ବୈଜ୍ଞାନିକମାନଙ୍କ ଅଧ୍ୟୟନରୁ ଏହା ସ୍ପଷ୍ଟ ହେଲା ଯେ, ଭିଟାମିନ-ଡି’ ଯେଉଁ ଲୋକଙ୍କ ଠାରେ ଅଧିକମାତ୍ରାରେ ଥାଏ ସେମାନଙ୍କୁ କରୋନା ଭାଇରସ ଅଧିକ ପ୍ରଭାବିତ କରିପାରେ ନାହିଁ ।

ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ଭାରତ, ଚୀନ୍ ଏବଂ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଥିବା ଅନ୍ୟାନ୍ୟ ଦେଶରେ ବର୍ଷର ପ୍ରାରମ୍ଭରେ ଥଣ୍ଡା ଅନୁଭୂତ ହୋଇଥାଏ ତେଣୁ ସଂକ୍ରଣ ବଢିବାର ଆଶଙ୍କା ଅଧିକ ରହିଥାଏ । ଶରୀରରେ ଭିଟାମିନ୍-ଡି ଅଭାବ ଶରୀର ଉପରେ ୨୦ ମିନିଟ୍ ସୂର୍ଯ୍ୟ କିରଣ ନ ପଡ଼ିବା କାରଣରୁ ହୋଇଥାଏ ।

ବଲାଙ୍ଗିର କଣ୍ଟାବାଞ୍ଝିରେ ବନ୍ୟା : ଜନଜୀବନ ଅସ୍ତବ୍ୟସ୍ତ, ଅଣ୍ଟେ ପାଣିରେ ବୁହାହେଲା ଶବ….

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିରେ ବନ୍ୟା ପରିସ୍ଥିତି ଉପୁଜିଛି । ସାଧାରଣ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହେବା ଆରମ୍ଭ ହୋଇ ସାରିଲାଣି । ଲଗାଣ ବର୍ଷା ହେତୁ ଏଭଳି ହୋଇଛି  । କଣ୍ଟାବାଞ୍ଝି ସହର ମଧ୍ୟ ବନ୍ୟା ପ୍ରକୋପରୁ ବର୍ତ୍ତିପାରି ନାହିଁ । ବନ୍ୟା ଜଳ ରାସ୍ତା ଉପରେ ଜମା ହେବା କାରଣରୁ ଗମନାଗମନ ଠପ୍ ହୋଇଛି । ରାସ୍ତା ଉପରେ ଥିବା ଟ୍ରକ୍ ଓ ବସ ଇତ୍ୟାଦି ପାଣିରେ ବୁଡ଼ି କରି ରହିଛି । ଗ୍ରାମାଞ୍ଚଳସ୍ଥିତି ଆହୁରି ସଙ୍ଗିନ । ଲୋକଙ୍କ ଘରେ ବନ୍ୟା ଜଳ ପଶିବା ଆରମ୍ଭ କଲାଣି । ବିଶେଷ ଭାବେ ଝୁମ୍ପୁଡି ଘରଗୁଡିକ ବୁଡି ସାରିଥିବା ବେଳେ ସାଧାରଣ ଲୋକେ ଘରୁ ବାହାରି ପାରୁନାହାନ୍ତି ।

ତେବେ ଏହା ମଧ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ପରିବାର ନିଜ ଆତ୍ମୀୟଙ୍କର ଶବ ସତ୍କାର ପାଇଁ ତାଙ୍କୁ ପାଣିରେ ପଶି କାନ୍ଧେଇ ନେବାକୁ ବାଧ୍ୟ ହେଉଛି । ପାଣିର ସ୍ତର ଏବେ ପାଖାପାଖି ୪ଫୁଟ୍ ରହିଥିବା ହେତୁ କୌଣସି ଯାନବାହାନ ଚଳାଚଳ କରିବା ଏକପ୍ରକାରର ସମ୍ଭବ ହୋଇ ପାରୁନାହିଁ । ଏଣୁ ଉକ୍ତ ପରିବାରର ଲୋକେ ବାଧ୍ୟ ହୋଇ ପାଣିରେ ପଶି ଶବକୁ ସତ୍କାର ପାଇଁ ନେଉଛନ୍ତି । ତେବେ ପ୍ରଶାସନ ଏବେ ଜଳ ନିଷ୍କାସନକୁ ନେଇ ଚିନ୍ତାରେ ଥିବା ବେଳେ କିଭଳି ଭାବେ ଯଥାଶୀଘ୍ର ଜଳ ନିଷ୍କାସନ କରାଯିବ ସେନେଇ ପ୍ରଚେଷ୍ଟା ଚାଲିଛି ।

ବେଙ୍ଗ ନାଚ ପରମ୍ପରା, ଇନ୍ଦ୍ରଦେବଙ୍କୁ ପ୍ରସନ୍ନ କରି ବର୍ଷା ମାଗିଲେ ଗାଁ ଲୋକେ…

ବର୍ଷା ପାଇଁ ବେଙ୍ଗ ନାଚ । ବେଙ୍ଗ ନାଚିଲେ ବର୍ଷା ହେବ । ବର୍ଷା ପାଇଁ ଏପରି ପରମ୍ପରା ରହିଛି କଟକ ଜିଲ୍ଲା ଆଠଗଡ଼ ଢାଇପୁର ଗ୍ରାମପଞ୍ଚାୟତ ଅଧିନ ଗଦାଧରପୁର ଗାଁରେ । କମ୍ ବର୍ଷା ହେଲେ ଗ୍ରାମବାସୀ ବେଙ୍ଗ ନାଚ କରନ୍ତି । ବେଙ୍ଗର ଗୋଡ଼ରେ ସୂତା ବାନ୍ଧି ତାକୁ ନଚେଇବା ସହ ଯୁବକମାନେ ଗାଁ ଦାଣ୍ଡରେ ପାଣି ଢାଳି ଗଡ଼ନ୍ତି । ଏପରି କଲେ ଇନ୍ଦ୍ରଦେବ ପ୍ରସନ୍ନ ହୋଇ ବର୍ଷା କରାନ୍ତି ବୋଲି ଏମାନଙ୍କର ବିଶ୍ୱାସ ରହିଛି ।

ଚଳିତ ବର୍ଷ ମଧ୍ୟ କମ୍ ବର୍ଷା ଯୋଗୁ ଗାଁ ଲୋକେ ବେଙ୍ଗ ଧରି ନାଚିଛନ୍ତି । ପାରମ୍ପାରିକ ବେଙ୍ଗ ନାଚ ଏବେର ନୁହେଁ ଶହ ଶହ ବର୍ଷ ଧରି ଏହି ବେଙ୍ଗ ନାଚ କରାଯିବାର ଦେଖିବାକୁ ମିଳିଛି । ଚଳିତ ବର୍ଷ ରାଜ୍ୟରେ ୧୧ଟି ଜିଲ୍ଲାରେ ସ୍ୱାଭାବିକତାଠାରୁ କମ ବର୍ଷା ହୋଇଛି । ରାଜ୍ୟରେ ଏବେ ସ୍ୱଳ୍ପ ବର୍ଷା, ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ, ଆଷାଢ ଯାଇ ଏବେ ଶ୍ରାବଣ ସରିବ କିନ୍ତୁ ବର୍ଷା ହେବାର ନାଁ ଧରୁନି ।

ଘରେ ବାପା ମାଆଙ୍କ ଆଉ ବାହାରେ ପଡ଼ିଛି ପୁଅର ଶବ

ସୋନପୁର: ସୋନପୁର ଜିଲ୍ଲା ବିନିକା ଥାନା ସିଲଟି ଗାଁରେ ଟ୍ରିପଲ ମର୍ଡର । ଗାଁର ଗୋଟିଏ ପରିବାରର ୩ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକମାନେ ହେଉଛନ୍ତି ବୁଲୁ ଭୋଇ, ସ୍ତ୍ରୀ ବଇଦେହି ଭୋଇ ଏବଂ ପୁଅ ଶିବ ଭୋଇ । ୩ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ଘରେ ପଶି କେହି ଦୁର୍ବୃତ୍ତ ଜଘନ୍ୟ କାଣ୍ଡ ଘଟାଇଥିବା ଅନୁମା କରାଯାଉଛି । ପୁଅର ମୃତଦେହ ଘର ବାହାରେ ପଡ଼ିଥିବା ବେଳେ ବାପା, ମାଆଙ୍କ ମୃତଦେହ ଘର ଭିତରେ ପଡିଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ । ଦେହରେ ଥିବା କ୍ଷତ ଚିହ୍ନ ଦେଖି ୩ଜଣଙ୍କୁ ହତ୍ୟା କରଯାଇଥିବା ପୋଲିସ ପ୍ରଥମିକ ତଦନ୍ତରୁ ସ୍ପଷ୍ଟ କରିଛି । ତେବେ ପରିବାରରେ କିଛି କଳହକର ପରିସ୍ଥିତି ଉପୁଜି ନଥିଲା କି ସେମାନଙ୍କର କେହି ପୂର୍ବ ଶତ୍ରୁ ମଧ୍ୟ ନଥିଲେ । ତେବେ କେଉଁ କାରଣରୁ ହତ୍ୟା କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ପରିବାରର ଦୁଇ ଝିଅଙ୍କ ବିବାହ ହୋଇ ସାରିଥିବା ବେଳେ ସାନ ପୁଅ ତାମିଲନାଡୁରେ କାମ କରୁଛି ।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏ ପରିବାର ଏକ ଭଲ ପରିବାର ଥିଲା ସେମାନଙ୍କ କାହା ସହ ମଧ୍ୟ ଶତ୍ରୁତା ନଥିଲା । କିନ୍ତୁ କୁହାଯାଉଛି ଯେ, ପରିବାରର ୨ଝିଅ ବାହାର ରାଜ୍ୟରେ ବିବାହ କରିଥିଲେ  । ସେମାନଙ୍କ ମଧ୍ୟରୁ ଗୋଟିଏ ଝିଅର ପରିବାରର କିଏ ଜଣେ ଗତକାଲି ରାତିରେ ତାଙ୍କ ଘରକୁ ଆସିଥିଲେ । ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

( ସୋନପୁରରୁ ମନୋଜ ମିଶ୍ର )

ସଚିନ ପାଇଲଟ ଆଣ୍ଡ୍ କୋ’ଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି,ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇବାକୁ ମନା କଲେ ସର୍ବୋଚ୍ଚ ଅଦାଲତ

 

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ଡ୍ରାମା ଭିତରେ ସଚିନ ପାଇଲଟ ଓ ତାଙ୍କ ଗ୍ରୁପକୁ ସୁପ୍ରିମକୋର୍ଟ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି  ।  ଅର୍ଥାତ ଶୁକ୍ରବାର ଦିନ ହାଇକୋର୍ଟ ନିଜ ରାୟ ଶୁଣାଇ ପାରିବେ । ଗୁରୁବାର ଦିନ ଶୁଣାଣି କାଳରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ପ୍ରଥମେ ହାଇକୋର୍ଟଙ୍କ ରାୟ ଆସିବାକୁ ଦିଅ,ତା’ପରେ ସୋମବାର ଦିନ ଆଗକୁ ଶୁଣାଣି ହେବ । ରାଜସ୍ଥାନ ବାଚସ୍ପତିଙ୍କ ପକ୍ଷରୁ ଅଦାଲତରେ ହାଜର ହୋଇ କପିଲ ସିବଲ ଯୁକ୍ତି କରିଥିଲେ ଯେ,ହାଇକୋର୍ଟଙ୍କ ରାୟକୁ ବାତିଲ କରାଯାଉ । କୌଣସି ନିର୍ଣ୍ଣୟ ପୂର୍ବରୁ ବାଚସ୍ପତି ନିଷ୍ପତିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

ସୁପ୍ରିମକୋର୍ଟରେ ଶୁଣାଣିର ମୁଖ୍ୟ କଥା

-ଜଷ୍ଟିସ ଅରୁଣ ମିଶ୍ର କପିଲ ସିବଲଙ୍କୁ ପଚାରିଥିଲେ ଯେ, ଜନତା ଦ୍ୱାରା ନିର୍ବାଚିତ ଜନପ୍ରତିନିଧିଙ୍କର କ’ଣ ନିଜ ଅସହମତି ବ୍ୟକ୍ତ କରିବାର ଅଧିକାର ନାହିଁ ? ସେ କହିଥିଲେ ଯେ, ଅସନ୍ତୋଷକୁ ଦବା ଯାଇପାରିବ ନାହିଁ । ଗଣତନ୍ତ୍ରରେ କ’ଣ କାହାକୁ ଏମିତି ଚୁପ୍ କରାଯାଇ ପାରିବ କି ?

-ସୁପ୍ରିମକୋର୍ଟ କହିଥିଲେ ଯେ, ରାଜସ୍ଥାନ ହାଇକୋର୍ଟ ଆପଣଙ୍କୁ କେବଳ ୨୪ ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି । କପିଲ ସିବଲ ଉତ୍ତରରେ କହିଥିଲେ ଯେ,ଆଦେଶରୁ ‘ନିର୍ଦ୍ଦେଶ’ ଶବ୍ଦକୁ ହଟାଯାଉ । ଅଦାଲତ ଏମିତି କରିପାରିବେ ନାହିଁ । ସୁପ୍ରିମକୋର୍ଟ କହିଥିଲେ ଯେ, ତେବେ ସମସ୍ୟା କେବଳ ଶବ୍ଦକୁ ନେଇକରି କି ? ଆଦେଶରେ ‘ଅନୁରୋଧ’ ରହିଥାଏ ।

-କପିଲ ସିବଲ କହିଥିଲେ ଯେ, ବାଚସ୍ପତିଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଅଯୋଗ୍ୟତା ଉପରେ ନିଷ୍ପତି ନେବାକୁ କୁହାଯାଇ ପାରିବ କିନ୍ତୁ ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

-ସୁପ୍ରିମକୋର୍ଟ କହିଥିଲେ ଯେ,ଏହା କୌଣସି ସାଧାରଣ ମାମଲା ନୁହେଁ । ଏହି ସବୁ ବିଧାୟକ ନିର୍ବାଚିତ ପ୍ରତିନିଧି । ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ବିଧାୟକଙ୍କ ସଦସ୍ୟତା ରଦ୍ଦ କାର୍ଯ୍ୟ ସ୍ୱୀକୃତି ଯୋଗ୍ୟ କି ନୁହେଁ । ବିରୋଧରେ ସ୍ୱରକୁ ଗଣତନ୍ତ୍ରରେ ଦବା ଯାଇ ପାରିବ ନାହିଁ ।

-କପିଲ ସିବଲଙ୍କୁ ପୁଣିଥରେ ସୁପ୍ରିମକୋର୍ଟ ପଚାରିଥିଲେ ଯେ, କେଉଁ ଆଧାରରେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା  । ସିବଲ କହିଥିଲେ ଯେ,ବିଧାୟକ ଦଳୀୟ ସଭାରେ ଯୋଗ ଦେଇନଥିଲେ । ସେମାନେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ । ସେମାନେ ହରିଆନାର ଏକ ହୋଟେଲରେ ରହି ନିଜ ଦଳ ବିରୋଧରେ ଫ୍ଲୋର ଟେଷ୍ଟ ଦାବି କରୁଥିଲେ ।

-ଜଷ୍ଟିସ ଅରୁଣ ମିଶ୍ର ଏହାର ଉତ୍ତରରେ ସିବଲଙ୍କୁ ପଚାରିଥିଲେ ଯେ,ଜନତା ଦ୍ୱାରା ନିର୍ବାଚିତ ବ୍ୟକ୍ତି କଣ ନିଜର ଅସହମତି ବ୍ୟକ୍ତ କରିପାରିବେନି ? ଅସନ୍ତୋଷର ସ୍ୱରକୁ ଦବା ଯାଇପାରିବ ନାହିଁ ।  ଗଣତନ୍ତ୍ରରେ କ’ଣ କାହାକୁ ଏମିତି ବନ୍ଦ କରାଯାଇ ପାରିବ କି ?