ଡୋର୍ ଟୁ ଡୋର୍ ସର୍ଭେ ଯୋଗୁଁ ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା: ଆଗାମୀ ଦିନରେ ନିୟନ୍ତ୍ରଣାଧୀନ ହେବ ସ୍ଥିତି

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କୁ ଚିହ୍ନଟ ଏବଂ ସେମାନଙ୍କ ଚିକିତ୍ସା ନିମନ୍ତେ ରାଜ୍ୟରେ ଏବେ ଡୋର୍‌ ଟୁ ଡୋର୍‌ ସର୍ଭେ ଚାଲିଛି । ଏଥିଯୋଗୁଁ ରାଜ୍ୟରେ ବର୍ତ୍ତମାନ କିଛି ଦିନ ହେଲା ବିଗତ ଦିନ ଅପେକ୍ଷା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ଆମ ରାଜ୍ୟରେ ଦେଶର ଅନ୍ୟ ରାଜ୍ୟଙ୍କ ତୁଳନାରେ ସ୍ଥିତି ଭଲ ରହିଛି । ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଖୁବ୍‌ ଭଲ ଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବହୁତ କମ୍‌ ରହିଛି । ଏଭଳି ଡୋର୍ ଟୁ ଡୋର୍‌ ସର୍ଭେ ଯୋଗୁଁ କୌଣସି ଲକ୍ଷଣଯୁକ୍ତ ସଂକ୍ରମିତ ଚିହ୍ନଟ ନହୋଇ ରହିଯିବେନି । ଫଳରେ ଆଗାମୀ ଦିନରେ ଆମେ ନିଶ୍ଚିତଭାବେ ଏହା ଉପରେ ନିୟନ୍ତ୍ରଣ ହାସଲ କରିପାରିବୁ ଏବଂ ସଂକ୍ରମିତଙ୍କ ସଂଖ୍ୟା ହାସଲ ହେବ ବୋଲି ରାଜ୍ୟ ବାସୀଙ୍କୁ ଆଶ୍ୱାସନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ରାଜ୍ୟରେ ବୁଧବାର ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ, ଚିନ୍ତା ବଢାଉଛି ଗଞ୍ଜାମ….

ସେ ଆହୁରୀ କହିଛନ୍ତି ଯେ, ବିଶ୍ୱର ଏମିତି କୌଣସି ଦେଶ ନାହିଁ ଯେଉଁଠି କରୋନା ସଂକ୍ରମିତ ହୋଇନାହାନ୍ତି । ଦେଶରେ ଆଜି ୪୫ ହଜାର ୭୫୦ ମାମଲା ସାମ୍ନାକୁ ଆସିଥିବା ବେଳେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ୧ ଲକ୍ଷ ଟପିଯାଇପାରେ । ଏଯାବତ୍ କୌଣସି ରାଜ୍ୟ ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ କମାଇପାରିନାହାନ୍ତି ।

Odisha makes GPS mandatory for vehicles carrying PDS items

କିନ୍ତୁ ଆମ ରାଜ୍ୟରେ ଏହି ମହାମାରୀ ମୁକାବିଲା ନେଇ ଠିକଣା ସମୟରେ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଆମେ ଏହାର ମୁକାବିଲା ଦିଗରେ ସଫଳତା ହାସଲ କରିପାରୁଛୁ । ବର୍ତ୍ତମାନ ଆମର ୧୯ଟି ସ୍ଥାନରେ କୋଭିଡ ଟେଷ୍ଟିଂ ଚାଲିଥିବା ବେଳେ ଆଉ ୬ଟି ସ୍ଥାନରେ ଟେଷ୍ଟି କରାଯିବ ।  ଏଭଳି କି ଆଣ୍ଟିଜେନ୍ ଟେଷ୍ଟିଂ କରାଯିବ । ଆଜି ଗୋଟିଏ ଦିନରେ ୩ ହଜାର ଆଣ୍ଟିଜେନ୍ ଟେଷ୍ଟିଂ କରାଯାଉଛି । ତେବେ ଆଜି ଗୋଟିଏ ଦିନରେ ରାଜ୍ୟରେ ମୋଟ ୧୧ ହଜାର କୋଭିଡ ଟେଷ୍ଟିଂ କରାଯାଇଛି । ଏଥିସହିତ ରାଜ୍ୟରେ ବଢ଼ୁଥିବା ସଂକ୍ରମିତଙ୍କ ଅନୁପାତ ଅନୁଯାୟୀ ଆଗାମୀ ଦିନରେ ଆଉ କେତେ ଅଧିକ ସଂକ୍ରମିତ ଚିହ୍ନଟ ହେବେ, ସେ ଅନୁଯାୟୀ ଆମ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ତଦ୍‌ନୁଯାୟୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଗାମୀ ଡିସେମ୍ୱର ମାସ ଯାଏଁ ବେଡ୍ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ, ପଶ୍ଚିମ ଓଡିଶା ସଂକ୍ରମିତଙ୍କୁ ଆଶ୍ୱସ୍ତି…..

ତେବେ ରାଜ୍ୟରେ ପ୍ଳାଜ୍‌ମା ଥେରାପି ବହୁତ ସଫଳ ହୋଇଛି । ଏଣୁ ଆଗାମୀ ଦିନରେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଏବଂ ବ୍ରହ୍ମପୁରର ଏମ୍‌କେସିଜିରେ ମଧ୍ୟ ପ୍ଳାଜ୍‌ମା ବ୍ୟାଙ୍କ୍ ଆରମ୍ଭ କରାଯିବ । ଆଇଟି ଡିପାର୍ଟମେଣ୍ଟ ଜରିଆରେ ଗୋଟିଏ ନମ୍ୱର ଜାରି କରାଯିବ ସେହି ନମ୍ୱରେ କଲ୍ କରି ପ୍ଳାଜ୍‌ମା ଦାନ ପାଇଁ ଇଚ୍ଛୁକ ସୁସ୍ଥ ରୋଗୀ ଜଣାଇପାରିବେ । ସେମାନଙ୍କୁ ଅଣାଯିବା ସହ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯିବ । ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମାନପତ୍ର ପ୍ରଦାନ କରାଯିବ ।

ଏଥିସହିତ ରାଜ୍ୟରେ ରେମଡିସିଭିର, ହାଇଡ୍ରୋକ୍ସକ୍ଳୋରକୁଇନ୍, ସମେତ ୪ଟି କରୋନା ଔଷଧ, ପିପିଇ କିଟ୍, ଆଣ୍ଟିଜେନ୍ କିଟ୍  ସମେତ ଅନ୍ୟ ଆବଶ୍ୟକ ଔଷଧ ସାମଗ୍ରୀ ମେଡିକାଲ କର୍ପୋରେସନ୍ ଦ୍ୱାରା କିଣାଯାଉଛି । ଆସନ୍ତା ୪ ମାସ ପାଇଁ ଆବଶ୍ୟକ ଔଷଧ  ସାମଗ୍ରୀ ମହଜୁତ୍ ରଖାଯାଇଛି ।

ତେବେ ଏହି ପରିପ୍ରେକ୍ଷୀରେ ୩ ଟି ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ।

୧. ଲକ୍ଷଣ ଥିବା ବ୍ୟକ୍ତି ଲୁଚାନ୍ତୁ ନାହିଁ, ଟେଷ୍ଟ କରାନ୍ତୁ

୨. ସୁସ୍ଥ ହୋଇଥିବା ରୋଗୀ ପ୍ଳାଜ୍‌ମା ଦାନ ପାଇଁ ଆଗେଇ ଆସନ୍ତୁ

୩. ବିଭିନ୍ନ ସ୍ଥାନରେ କମ୍ୟୁନିଟି ଦ୍ୱାରା କୋଭିଡ କେୟାର ସେଣ୍ଟର ଖୋଲିବା ସହ ପଜିଟିଭ୍ ଚିହ୍ନଟ ହୋଇଥିବା ରୋଗୀଙ୍କୁ ପ୍ରଥମେ  ସେଠାରେ ରଖିବାକୁ ବ୍ୟବସ୍ଥ କରନ୍ତୁ

୪. ସମସ୍ତେ ଓ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ, ଏବଂ ହାତ ଧୋଇବା ଅଭ୍ୟାସ କରନ୍ତୁ

Leave a Reply