ବେଙ୍ଗ ନାଚ ପରମ୍ପରା, ଇନ୍ଦ୍ରଦେବଙ୍କୁ ପ୍ରସନ୍ନ କରି ବର୍ଷା ମାଗିଲେ ଗାଁ ଲୋକେ…

ବର୍ଷା ପାଇଁ ବେଙ୍ଗ ନାଚ । ବେଙ୍ଗ ନାଚିଲେ ବର୍ଷା ହେବ । ବର୍ଷା ପାଇଁ ଏପରି ପରମ୍ପରା ରହିଛି କଟକ ଜିଲ୍ଲା ଆଠଗଡ଼ ଢାଇପୁର ଗ୍ରାମପଞ୍ଚାୟତ ଅଧିନ ଗଦାଧରପୁର ଗାଁରେ । କମ୍ ବର୍ଷା ହେଲେ ଗ୍ରାମବାସୀ ବେଙ୍ଗ ନାଚ କରନ୍ତି । ବେଙ୍ଗର ଗୋଡ଼ରେ ସୂତା ବାନ୍ଧି ତାକୁ ନଚେଇବା ସହ ଯୁବକମାନେ ଗାଁ ଦାଣ୍ଡରେ ପାଣି ଢାଳି ଗଡ଼ନ୍ତି । ଏପରି କଲେ ଇନ୍ଦ୍ରଦେବ ପ୍ରସନ୍ନ ହୋଇ ବର୍ଷା କରାନ୍ତି ବୋଲି ଏମାନଙ୍କର ବିଶ୍ୱାସ ରହିଛି ।

ଚଳିତ ବର୍ଷ ମଧ୍ୟ କମ୍ ବର୍ଷା ଯୋଗୁ ଗାଁ ଲୋକେ ବେଙ୍ଗ ଧରି ନାଚିଛନ୍ତି । ପାରମ୍ପାରିକ ବେଙ୍ଗ ନାଚ ଏବେର ନୁହେଁ ଶହ ଶହ ବର୍ଷ ଧରି ଏହି ବେଙ୍ଗ ନାଚ କରାଯିବାର ଦେଖିବାକୁ ମିଳିଛି । ଚଳିତ ବର୍ଷ ରାଜ୍ୟରେ ୧୧ଟି ଜିଲ୍ଲାରେ ସ୍ୱାଭାବିକତାଠାରୁ କମ ବର୍ଷା ହୋଇଛି । ରାଜ୍ୟରେ ଏବେ ସ୍ୱଳ୍ପ ବର୍ଷା, ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ, ଆଷାଢ ଯାଇ ଏବେ ଶ୍ରାବଣ ସରିବ କିନ୍ତୁ ବର୍ଷା ହେବାର ନାଁ ଧରୁନି ।

Leave a Reply