spot_img
Home Blog Page 6747

ଭାରତର ପ୍ରଥମ କୋଭିଡ୍-୧୯ ଟିକାକୁ ମାନବ କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇର ସବୁଜ ସଂକେତ

ହାଇଦ୍ରାବାଦ: ଦେଶର ପ୍ରଥମ ସମ୍ଭାବ୍ୟ କୋଭିଡ୍-୧୯ ଟିକାକୁ ଡ୍ରଗ୍ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପ୍ରଥମ ଓ ଦ୍ୱିତୀୟ ମାନବୀୟ ଟ୍ରାଏଲ ପାଇଁ ସବୁଜ ସଂକେତ ଦେଇଛି । ଜୁଲାଇରୁ ଦେଶ ବ୍ୟାପି ଏହାର ଟ୍ରାଏଲ ଆରମ୍ଭ ହେବ । ଏହି  ଟିକାର ନାମ କୋଭାକ୍ସିନ୍ ରଖାଯାଇଛି ।

Covid-19 vaccine by Bharat Biotech first to get human trials nod ...

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସହ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛି । ଏହା ସାରସ-କୋଭ୍-୨ ଭାଇରସର ଷ୍ଟ୍ରେନରୁ ପ୍ରସ୍ତୁତ ଏକ ନିଷ୍କ୍ରିୟ ଭ୍ୟାକ୍ସିନ୍ ଅଟେ । ପ୍ରାଥମିକ ପର୍ଯ୍ୟାୟରେ ଏହି ଭ୍ୟାକ୍ସିନ୍ ଭଲ ଫଳାଫଳ ଦେଖାଇଛି ।

ଅନ୍ୟପକ୍ଷରେ ବିଶ୍ୱସ୍ତରରେ ଆଷ୍ଟ୍ରାଜେନକାର ଭ୍ୟାକ୍ସିନ ଓ ମୋଡେର୍ଣ୍ଣା ଭ୍ୟାକ୍ସିନ ପ୍ରଥମେ କରୋନା ଟିକା ବଜାରକୁ ଆଣିବେ ବୋଲି ଆଶା କରାଯାଉଛି । ମୋଡେର୍ଣ୍ଣା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜୁଲାଇ ମଧ୍ୟଭାଗରୁ ଆରମ୍ଭ ହେବ । ଏଣେ  ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି ଆଷ୍ଟ୍ରାଜେନକା ପ୍ରସ୍ତୁତ କରୁଥିବା ଟିକାର ବ୍ୟାପକସ୍ତରରେ ମାନବୀୟ ପରୀକ୍ଷଣ ଆରମ୍ଭ ହୋଇ ସାରିଛି । ସେପଟେ ଚୀନ୍ ମଧ୍ୟ କ୍ୟାନସିନୋ ବାୟୋଲଜିକ୍ସ ସହ ମିଶି ପ୍ରସ୍ତୁତ କରୁଥିବା ଟିକା ମଧ୍ୟ ଭଳ ଫଳାଫଳ ଦେଖାଉଛି ।

 

 

ରାଜ୍ୟରେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ କୋଭିଡ ଟେଷ୍ଟିଂ: ୨୦୬ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୦୬ କରୋନା ସଂକ୍ରମିତ । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ଅନ୍ୟ ୧୪ ଜଣ ସ୍ଥାନୀୟ ଅଞ୍ଚଳ ବା ଲୋକାଲ କଣ୍ଟାକ୍ଟ ।  ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୬୫ରେ ପହଞ୍ଚିଛି । ନୂଆ କରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ  ଅନୁଗୁଳ ୬, ବାଲେଶ୍ୱର ୫, ଭଦ୍ରକ ୪, ବଲାଙ୍ଗୀର ୧୬, ବୌଦ୍ଧ ୧, କଟକ ୧୭, ଦେବଗଡ଼ ୧୫, ଢେଙ୍କାନାଳ ୪, ଗଞ୍ଜାମ ୩, ଜଗତସିଂହପୁର ୧୭, ଯାଜପୁର ୨୮ ।

ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୬, ଖୋର୍ଦ୍ଧା ୭, କୋରାପୁଟ ୧୮, ମାଲକାନଗିରିରୁ ୩୬, ମୟୂରଭଞ୍ଜରୁ ୭, ନୟାଗଡ଼ରୁ ୧, ପୁରୀରୁ ୧, ସମ୍ୱଲପୁର ୪, ଏବଂ ପଶ୍ଚିମବଙ୍ଗ ଫେରନ୍ତା ଜଣେ ଏନ୍‌ଡିଆରଏଫ୍ ଯବାନ ।

ତେବେ ରାଜ୍ୟରେ କରୋନା ଟେଷ୍ଟିଂ ବଢ଼ୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏଯାବତ୍ ରାଜ୍ୟରେ ମୋଟ ୨ଲକ୍ଷ ୬୫ ହଜାର ୪୩୧ କରୋନା ଟେଷ୍ଟିଂ ହୋଇଛି । ସେମାନଙ୍କ ମଧ୍ୟରୁ ୭ ହଜାର ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୯୪୬ ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି ଏବଂ ୨ହଜାର ୮୭ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ଆଜିଠାରୁ ୬ ଦିନ ପାଇଁ ଛତ୍ରପୁର ଏନ୍ଏସି ସଟ୍‌ଡାଉନ୍‌

ବ୍ରହ୍ମପୁର: ଆଜିଠୁ ୬ ଦିନ ଯାଏଁ ଛତ୍ରପୁର NAC ସଟଡାଉନ୍ । ଛତ୍ରପୁର NACର ୧୪ଟି ଓ୍ବାର୍ଡକୁ ସଟଡାଉନ୍ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଛାଡ଼ି ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । ଛତ୍ରପୁର ଏନଏସି ସଟଡାଉନ ନେଇ ଗତକାଲି ଗଞ୍ଜାମ ଜିଲ୍ଲାପାଳ ଘୋଷଣା କରିଥିଲେ । ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା

Collector & District Magistrate, Ganjam on Twitter:

ସୂଚନା ଯୋଗ୍ୟ ଯେ, ରାଜ୍ୟର ଅନ୍ୟ ଜିଲ୍ଳା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ଭୂତାଣୁ ସଂକ୍ରମଣ ରୋକିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାତାର ଭାବେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି ।  ଏହା ପୂର୍ବରୁ ବ୍ରହ୍ମପୁର ମହାନଗରକୁ ମଧ୍ୟ ସଟ୍‌ଡାଉନ୍‌ ଘୋଷଣା କରିଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ୪ ଦିନ ପାଇଁ ସଟଡାଉନ୍‌ କରାଯାଇଛି ।

Vijay IAS on Twitter:

ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍‌ ଥିବା ବେଳେ ସୋମବାର ଓ ମଙ୍ଗଳବାର ମଧ୍ୟ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି  । ଅର୍ଥାତ ଆଜି ହେଉଛି ବ୍ରହ୍ମପୁରରେ ସଟ୍‌ଡାଉନ୍‌ର ଶେଷ ଦିନ । ସଟଡାଉନ୍ ସମୟରେ ୭୦ ଟି ମେଡିକାଲ ଟିମ୍ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଂକ୍ରମିତଙ୍କ ଚିହ୍ନଟ କରିଛି । ଏଥିସହିତ ଆବଶ୍ୟକସ୍ଥଳେ କିଛି ଅଞ୍ଚଳକୁ ସିଲ୍ ମଧ୍ୟ କରାଯାଇଛି । ଏଥିସହିତ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇଛି ।

 

ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ

ରାଉରକେଲା: ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା କ୍ରାଇମବ୍ରାଞ୍ଚ ତଦନ୍ତ  ଆରମ୍ଭ । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମ ଓ ପରେ ଗର୍ଭପାତ କରାଯାଇଥିବା ନେଇ ହୋଇଥିଲା ମାମଲା । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ହେବା ପରେ କ୍ରାଇମବ୍ରାଞ୍ଚର ଜଣେ ଡିଏସପି ଙ୍କ ନେତୃତ୍ୱରେ ମଙ୍ଗଳବାର ଠାରୁ ତଦନ୍ତ ଆରମ୍ଭ ।

Police arrests 3 PLFI members in Sundergarh

ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଥିବା ତଥା ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଆଇଆଇସିଙ୍କୁ ଗତ ୨୬ ତାରିଖରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୀରମିତ୍ରପୁର ଥାନାର ବଡ଼ବାବୁଙ୍କ ସହ ଅନ୍ୟ ଜଣେ ପୋଲିସ, ସାଵତ ଵାପା ଓ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ରାଏବୋଗା ଥାନାରେ ଗତ ୨୩ତାରିଖରେ ଅଭିଯୋଗ ହୋଇଥିଲା। ତେବେ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି ।

Gujarat: Tantrik, Associate Rape Minor Girl In Ashram While ...

ଦୁଷ୍କର୍ମ ପରେ ନାଵାଳିକା ଗର୍ଭବତୀ ହୋଇଥିବା CWC  ନିକଟରେ ନାଵାଳିକା ଅଭିଯୋଗ କରିଥିଲେ । ବୀରମିତ୍ରପୁର ଥାନାରେ ମାମଲା ରୁଜୁ କରାନଯାଇ ଗତ ୧୫ ତାରିଖ  ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାବାଳିକାଙ୍କ ଗର୍ଭପାତ କରାଯାଇଥିବା  ଅଭିଯୋଗ ହୋଇଥିଲା।

୫୯ ଚାଇନିଜ ଆପକୁ ଭାରତ ବ୍ୟାନ କଲା ପରେ ଜାଣନ୍ତୁ କଣ କହୁଛି ଚୀନ ଗଣମାଧ୍ୟମ

ବେଜିଂ: ଲଦାଖର ଗଲବାନ୍ ଉପତ୍ୟକାରେ ଭାରତ-ଚୀନ୍ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ସୋମବାର ଦିନ ଭାରତ ସରକାର ଚୀନ୍‌ରୁ ୫୯ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆପଗୁଡ଼ିକରେ ଟିକଟକ୍, ୟୁସି ବ୍ରାଉଜର, ହେଲୋ ଏବଂ ସେୟାର୍ ଭଳି ବହୁ ଲୋକପ୍ରିୟ ଆପ୍ ଅନ୍ତର୍ଭୁକ୍ତ । ଭାରତ ଯୁକ୍ତି କରିଛି ଯେ ଏହି ଚାଇନା ଆପ୍ ଗୁଡ଼ିକର ସର୍ଭର ଭାରତ ବାହାରେ ଅଛି ଏବଂ ବ୍ୟବହାରକାରୀଙ୍କ ତଥ୍ୟ ସେମାନଙ୍କ ମାଧ୍ୟମରେ ଚୋରି ହେଉଛି। ଅନ୍ୟପକ୍ଷରେ, ଚୀନ୍ ସରକାର ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ମଧ୍ୟ ଚୀନ୍ ସରକାରୀ ଗଣମାଧ୍ୟମ ଭାରତର ପଦକ୍ଷେପକୁ ଆମେରିକାର ନକଲ ବୋଲି ବର୍ଣ୍ଣନା କରିଛି। ଚୀନ୍‌ର ସରକାରୀ ଖବରକାଗଜରେ କୁହାଯାଇଛି ଯେ, ଚୀନ୍ ସାମଗ୍ରୀକୁ ବଏକଟ୍ କରିବା ପାଇଁ ଭାରତ ମଧ୍ୟ ଆମେରିକା ଭଳି ବାହାନା ଖୋଜୁଛି ।

ଜଣାଇ ରଖୁଛୁ ଯେ, ଭାରତ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ଆପସ୍ ଦ୍ୱାରା ଦେଶର ସୁରକ୍ଷା ଏବଂ ଏକତା ପ୍ରତି ବିପଦ ସୃଷ୍ଟି ହୋଇଛି, ସେଥିପାଇଁ ସେମାନଙ୍କୁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା 69A ଅନୁଯାୟୀ ସରକାର ଏହି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସୂଚନା ମନ୍ତ୍ରଣାଳୟ ଗ୍ରହଣ କରିଥିବା ଅଭିଯୋଗରେ କୁହାଯାଇଛି ଯେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ କିଛି ଚାଇନିଜ୍ ମୋବାଇଲ୍ ଆପ୍ ଅପବ୍ୟବହାର କରାଯାଉଛି। ଏହି ଆପଗୁଡ଼ିକ ଗୁପ୍ତ ଏବଂ ବେଆଇନ ଭାବେ ୟୁଜର୍ ଡାଟା ଚୋରି କରି ଭାରତ ବାହାରେ ଥିବା ସର୍ଭରକୁ ପଠାଉଥିଲା । ଏହା ବ୍ୟତୀତ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର, ଗୃହ ମନ୍ତ୍ରଣାଳୟକୁ ମଧ୍ୟ ଏହିପରି ବିପଜ୍ଜନକ ଆପକୁ ତୁରନ୍ତ ନିଷିଦ୍ଧ କରିବାକୁ ସୁପାରିଶ ପଠାଯାଇଛି ।

ପ୍ରତିକ୍ରିୟାଶୀଳ ହେଲା ଚୀନ ଗଣମାଧ୍ୟମ

ଭାରତର ଏହି ପଦକ୍ଷେପ ଚୀନ୍‌ର ସରକାରୀ ଗଣମାଧ୍ୟମକୁ କ୍ରୋଧିତ କରିଛି । ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଭାରତର ଏହି ପଦକ୍ଷେପକୁ ଆମେରିକାର ନିକଟତରତା ବୋଲି ବର୍ଣ୍ଣନା କରିଛି । ଖବରକାଗଜ ଅଭିଯୋଗ କରିଛି ଯେ ମାଲୱେୟାର, ଟ୍ରୋଜନ୍ ହୋର୍ସ ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ଭାବରେ ଚୀନ୍ ପକ୍ଷରୁ ଏଭଳି ପ୍ରତିବନ୍ଧକ ଲଗାଯାଇଛି। ଖବରକାଗଜ ଅନୁଯାୟୀ ଆମେରିକା ମଧ୍ୟ ଜାତୀୟତା ନାମରେ ଚୀନ୍‌ର ସାମଗ୍ରୀକୁ ଟାର୍ଗେଟ କରିବା ଆରମ୍ଭ କରିଛି। ଚୀନ୍ ଗଣମାଧ୍ୟମ ପୁଣିଥରେ ଦୋହରାଇଛି ଯେ ଏଭଳି ପଦକ୍ଷେପ କେବଳ ଭାରତର ଅର୍ଥନୀତିକୁ କ୍ଷତି ପହଞ୍ଚାଇବ। ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କ ବିବୃତ୍ତି ସମ୍ପର୍କରେ ଖବରକାଗଜ କହିଛି ଯେ ଚୀନ୍‌ରୁ ଭାରତ ୪୨ ମିଲିୟନ ଡଲାରର ସୋଲର ମଡ୍ୟୁଲ ଆମଦାନୀ କରୁଛି। ଏଥିସହ ଚୀନ୍ ଦ୍ୱାରା ନିର୍ମିତ ଯନ୍ତ୍ରପାତି ମାଧ୍ୟମରେ ଭାରତୀୟ ଶକ୍ତି କମ୍ପାନୀଗୁଡିକ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ବଏକଟ୍ କଲ୍ ଅତ୍ୟନ୍ତ କଷ୍ଟକର ମନେହୁଏ |

 

ବ୍ୟବସାୟ ୩୦% ହ୍ରାସ ପାଇବ, ଚୀନ୍ ଅସନ୍ତୁଷ୍ଟ

ଗ୍ଲୋବାଲ ଟାଇମ୍ସର ଅନ୍ୟ ଏକ ଆର୍ଟିକିଲରେ ଭାରତରୁ ହ୍ରାସ ପାଉଥିବା ବ୍ୟବସାୟକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ବାଣିଜ୍ୟ ହ୍ରାସ ହେତୁ ଚୀନ୍ କ୍ରମାଗତ ଭାବରେ କହିଛି ଯେ ଭାରତ ଅଧିକ ଅସୁବିଧାରେ ପଡିଛି, କିନ୍ତୁ ଚୀନ୍ ନିଜେ ଭୟଭୀତ ଅଛି । ଚୀନ୍ ଗଣମାଧ୍ୟମ ସ୍ୱୀକାର କରିଛି ଯେ ଉତ୍ତେଜନା ପରେ ଏବଂ କୋଭିଡ -୧୯ କାରଣରୁ ଭାରତ-ଚୀନ୍ ବାଣିଜ୍ୟ ଚଳିତ ବର୍ଷ ୩୦% ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଚୀନ୍ ଅନୁଯାୟୀ ବାଣିଜ୍ୟ ଅନେକ କ୍ଷେତ୍ରରେ ହ୍ରାସ ପାଇବାରେ ଲାଗିଛି, ଯାହା ଉଭୟ ଦେଶ ପାଇଁ ଏକ ମହଙ୍ଗା ଚୁକ୍ତି ବୋଲି ପ୍ରମାଣିତ ହେବାକୁ ଯାଉଛି। ଖବରକାଗଜ ଅଭିଯୋଗ କରିଛି ଯେ ଜୁନ୍ ୨୨ ରୁ ଚୀନ୍ ଯାଉଥିବା ମାଲ ଉପରେ ଭାରତ ଅତିରିକ୍ତ କଷ୍ଟମ୍ ଡ୍ୟୁଟି ଲାଗୁ କରିବା ଆରମ୍ଭ କରିଛି, ଯାହା ଆପଲ୍, ସିସ୍କୋ ଏବଂ ଡେଲ ଭଳି ବଡ କମ୍ପାନୀ ଉପରେ ପ୍ରଭାବ ପକାଇବ।

ସରକାରୀ ଡାକ୍ତରଖାନାରେ ଶୋଷଣ: ରୋଗୀଙ୍କ ଠାରୁ ରକ୍ତ ବାବଦରେ ନିଆଯାଉଛି ମାତ୍ରାଧିକ ଟଙ୍କା

ସମ୍ୱଲପୁର: ବୁର୍ଲା ଭିମସାର ମେଡିକାଲ ବିରୋଧରେ ଅଭିଯୋଗ । ରକ୍ତ ବଦଳରେ ରୋଗୀଙ୍କଠାରୁ ନିଆଯାଉଛି ଟଙ୍କା । ଶୋଷଣର ଶିକାର ହେଉଛନ୍ତି ରୋଗୀ ଓ ସଂପର୍କୀୟ । ସେପଟେ ସନ୍ତୋଷଜନକ ଉତ୍ତର ରଖୁନାହାନ୍ତି ରକ୍ତ ଭଣ୍ଡାର ଅଧିକାରୀ ।

ପୁଣି ବିବାଦରେ ବୁର୍ଲା ମେଡିକାଲ । ଭିମସାର ରକ୍ତ ଭଣ୍ଡାରରେ ଦୁର୍ନୀତି ଅଭିଯୋଗ । ରୋଗୀଙ୍କଠାରୁ ରକ୍ତ ବାବଦରେ ମାତ୍ରାଧିକ ଅର୍ଥ ନିଆଯାଉଥିବା ଅଭିଯୋଗ ହୋଇଛି । ରସିଦ ଯାଉନାହିଁ । କିଛି ରସିଦରେ ଲେଖା ଯାଇଥିବା ଅର୍ଥଠାରୁ ଅଧିକ ଅର୍ଥ ଆଦାୟ ହେଉଛି । ଦିଆଯାଉଥିବା ରସିଦରେ ୟୁନିଟ୍ ନମ୍ବର ମଧ୍ୟ ଲେଖା ଯାଉନଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ଭିମସାରରେ ରୋଗୀଙ୍କୁ ରକ୍ତ ବଦଳରେ ମାଗଣାରେ ରକ୍ତ ଦେବାର ବ୍ୟବସ୍ଥା ଅଛି । ବେସରକାରୀ ନର୍ସିଂ ହୋମ୍ ରୋଗୀଙ୍କୁ ରକ୍ତ ଦେବା ପାଇଁ ୨୦୦ ଟଙ୍କା ନିଆଯିବ । କିନ୍ତୁ ଭିମସାରରେ ଏହି ନିୟମ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି ।

ଉଭୟ ଭିମସାର ଓ ବାହାର ରୋଗୀଙ୍କଠାରୁ ମାତ୍ରାଧିକ ଅର୍ଥ ନିଆଯାଉଥିବା ଅଭିଯୋଗ ହେଉଛି । ରୋଗୀଙ୍କୁ ବଞ୍ଚାଇବା ପାଇଁ ସ୍ୱେଚ୍ଛାସେବୀମାନେ ରକ୍ତଦାନ କରନ୍ତି । କିନ୍ତୁ ସେହି ରକ୍ତ ବିକି କିଛି ଲୋକ ମାମଲାମାଲ ହେଉଥିବା ଅଭିଯୋଗର ତଦନ୍ତ ପାଇଁ ସବୁ ମହଲରେ ଦାବି ହେଉଛି ।

 

ମାତୃଭୂମି ପ୍ରେସ୍‌ରେ ଅଗ୍ନିକାଣ୍ଡ: କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଟକ: ଦରଘାବଜାରରେ ସ୍ଥିତ ପୁରାତନ ମାତୃଭୂମି ପ୍ରେସରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ରାତି ସାଢେ ୩ଟାରେ ହଠାତ ପ୍ରେସର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀର ୬ଟି ଟିମ୍‌ । ଏହା ପରେ ନିଆଁକୁ ଆୟତ୍ତ କରିବା କାମରେ ଲାଗିଥିଲେ।

ତ୍ୱରିତ ପଦକ୍ଷେପ ଯୋଗୁ ଏବେ ନିଆଁ ଆୟତ୍ତ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଏବେବି ୨ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରେସରେ ଥିବା ଲୋକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀ ସୁରକ୍ଷିତ ଉଦ୍ଧାର କରିଛନ୍ତି । କୌଣସି ବ୍ୟକ୍ତିଙ୍କ ମୃତାହତ ନେଇ ମଧ୍ୟ କୌଣସି ସୂଚନା ନାହିଁ ।

ଅନ୍‌ଲକ୍‌ ୨.୦ ପାଇଁ ଗାଇଡଲାଇନ୍ ଜାରି: ଜାଣନ୍ତୁ କ’ଣ ରହିଛି ନୂଆ ନିୟମ

ଭୁବନେଶ୍ୱର: ଆଜି ସରୁଛି ଅନ୍‌ଲକ୍‌ ଇଣ୍ଡିଆ ୧.୦ । ତା’ପୂର୍ବରୁ ଅନଲକ୍‌-୨ ଗାଇଡଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର । ଅନଲକ୍-୨ରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତାଲିମ ଅନୁଷ୍ଠାନରେ SOP ପାଳନ ହେବ।

Lockdown 2.0: Hotspots in focus as India explores decentralized ...

ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ କଲେଜ । ସେହିପରି ଜୁଲାଇ ୧୫ ପରେ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରେ ତାଲିମ ଆରମ୍ଭ ହେବ । ମେଟ୍ରୋ ଟ୍ରେନ୍‌, ଜିମ୍‌, ସିନେମା ହଲ , ସୁଇମିଂ ପୁଲ, ପାର୍କ, ବାର୍‌ ବନ୍ଦ ରହିବ । ସେହିପରି ଜୁଲାଇ ୩୧ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍‌ ଜାରି ରହିବ । ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବ ।

Fresh guidelines issued for lockdown 2.0, govt bars all public ...

କଣ୍ଟେନମେଣ୍ଟ ଜୋନ୍ ଉପରେ ରାଜ୍ୟ ସରକାର ନଜର ରଖିବେ । ଧାର୍ମିକ ସଭା ଓ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଅନଲାଇନରେ ସମସ୍ତ ପ୍ରକାର ଶିକ୍ଷା କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି । ଯାତ୍ରୀବାହୀ ଟ୍ରେନ୍‌ ଓ ଦେଶ ଭିତରେ ବିମାନ ଚଳାଚଳକୁ ଅନୁମତି । ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଚଳାଚଳକୁ ଅନୁମତି ଦିଆଯାଇଛି । କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇପାରିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସାମାଜିକ, କ୍ରୀଡା, ମନୋରଞ୍ଜନ ଭିତ୍ତିକ ସମାବେଶ ବନ୍ଦ ରହିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା ସହ ଆରୋଗ୍ୟ ସେତୁ ଆପ୍‌କୁ ବ୍ୟବହାର କରିବା ବାଧ୍ୟତାମୂଳକ ବନ୍ଦ ରହିବ ।