ହ୍ୟୁଣ୍ଡାଇର ନୂଆ ଏଡିସନ୍ କୋନା ନାଇଟ୍, ଏବେ ନୂଆ ଷ୍ଟାଇଲରେ

1 min read

ନୂଆଦିଲ୍ଲୀ: ହ୍ୟୁଣ୍ଡାଇ କମ୍ପାନୀ ନୂଆ କୋନା ଏସୟୁଭିର ଷ୍ଟାଇଲିସ୍ ବ୍ଲାକ୍ ଆଉଟ୍ ଭର୍ସନ୍ ବିଷୟରେ ଆନୁଷ୍ଠାନିକ ଘୋଷଣା କରିଛି । ହ୍ୟୁଣ୍ଡାଇ କୋନା ନାଇଟ୍ ଏଡିସନ୍ ଏବେ କେବଳ ଆମେରିକା ବଜାରରେ ହେବ ବୋଲି କୁହାଯାଇଛି । ତେବେ ଖୁବ ଶୀଘ୍ର ଏହି ଗାଡି ଲଂଚ ହେବ ବୋଲି କୁହାଯାଇଛି । ଚଳିତ ବର୍ଷ ସେପଟେମ୍ବର ମାସ ଏହି ଗାଡି ବିକ୍ରି ପାଇଁ ଉପଲବ୍ଧ ହେବ । ଲିମିଟେଡ୍ ଏଡିସନ୍ ସହ ଏହି କାରରେ ଅନେକ କସମେଟିକ୍ ଅପଗ୍ରେଡ୍ ଦିଆଯାଇଛି । ଏହାର ସମସ୍ତ ବ୍ଲାକ୍ ଟ୍ରିମ୍ ପାଇଁ କାରକୁ ସ୍ପୋର୍ଟି ଲୁକ୍ ଦେଉଛି ।

କୋନା ନାଇଟ୍ ଏଡିସନ୍ ରେ ଷ୍ଟାଇଲିସ୍ ବ୍ଲାକ୍ ଆଉଟ୍ ବଦଳରେ ଷ୍ଟକ୍ କ୍ରୋମ୍ ଗ୍ରୀଲ୍ ଏବଂ ରଙ୍ଗୀନ ଟ୍ରିମ୍ ସହିତ ଗ୍ଲସି ବ୍ଲାକ୍ ସେଡ୍ ଦିଆଯାଇଛି ।  ଏହାର ବମ୍ପର ଏବଂ ରିୟର ଟେଲଗେଟ୍ ରେ ଥିବା କ୍ରୋମ୍ ଷ୍ଟ୍ରିପ୍ସ ମଧ୍ୟ ବଦଳାଯାଇଛି । ଏଥିରେ ୧୮ ଇଂଚର ସେମି-ଗ୍ଲୋସ୍ ବ୍ଲାକ୍ ଆଲୋୟ ଚକ ରହିଛି । ଏହା ବ୍ୟତୀତ ଏଥିରେ ବ୍ଲାକ୍ ଇଣ୍ଟେରିଅର ଭିତର ଡୋର୍ ହ୍ୟାଣ୍ଡେଲ ଦିଆଯାଇଛି ।  ଲିମିଟେଡ୍ ଏଡିସନ୍ କୋନା ତିନୋଟି ରଙ୍ଗରେ ଲଂଚ କରାଯିବ । ତିନୋଟ୍ ରଂଗ ହେଉଛି ଗ୍ରେ, ଅଲ୍ଟ୍ରା ବ୍ଲାକ୍ ଏବଂ ହ୍ୱାଇଟ୍  ।

ନୂଆ ହ୍ୟୁଣ୍ଡାଇ କୋନା ନାଇଟ୍ ଏଡିସନ୍ ରେ ନୂଆ ଇଞ୍ଜିନ୍ ଲାଗିବ ନାହିଁ । ବର୍ତ୍ତମାନ ମଡେଲ୍ ରେ ଥିବା ଇଞ୍ଜିନ ନୂଆ ଗାଡିରେ ରହିବ । ପାୱାର ପାଇଁ ଏଥିରେ ୧.୬ ଲିଟର, ୪ ସିଲିଣ୍ଡର ଟର୍ବୋଚାର୍ଜ ପେଟ୍ରୋଲ ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ୍ ହ୍ୟୁଣ୍ଡାଇ କୋନା ଇଲେକ୍ଟ୍ରିକ୍ ଏସୟୁଭିର ନିୟମିତ ମଡେଲରେ ମଧ୍ୟ ରହିଛି । ଏହାର ଇଞ୍ଜିନ୍ ସର୍ବାଧିକ ୧୭୨.୬ bhp ଏବଂ ୨୬୪Nm ଟର୍କ ଜେନେରେଟ୍ କରିବ । ଏହାର ନୂଆ ମଡେଲ ଟେଷ୍ଟିଂ ସମୟରେ ଅନେକ ଥର ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ଏସୟୁଭିର ଏହି ମଡେଲ ଲଞ୍ଚ କରିବାକୁ କମ୍ପାନୀର କୌଣସି ଯୋଜନା ନାହିଁ । ସୂଚନାଯୋଗ୍ୟ ଯେ, କମ୍ପାନୀ ଖୁବ ଶୀଘ୍ର ଭାରତରେ ଏହାର ନୂତନ ହ୍ୟୁଣ୍ଡାଇ i20 ଲଞ୍ଚ କରିବ ।

Leave a Reply