ଆଇଏସ୍ ଆତଙ୍କବାଦୀ ସଙ୍ଗଠନ ରଚୁଛି ଚକ୍ରାନ୍ତ, ମାଗାଜିନ ଜାରି କରି ଭାରତୀୟ ମୁସଲିମଙ୍କୁ ଆତଙ୍କ କରିବାକୁ ନିର୍ଦ୍ଦେଶ ଦେଲା……

Islamic State

ଆତଙ୍କବାଦକୁ ଉସକାଇବାରେ ଆଇଏସ୍ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିସାରିଲାଣି । ସିରିଆ ଓ ଇରାକରେ ଅରାଜକତାର ମଞ୍ଜି ବୁଣି ସାରିବାପରେ ଗତ ଦୁଇ ଦଶନ୍ଧୀରେ ଇସଲାମିକ୍ ଷ୍ଟେଟର ନଜର ସମସ୍ତ ଅଣମୁସଲିମ୍ ଦେଶ ଉପରେ ରହିଛି । ତେବେ କରୋନା କାଳରେ ଭାରତକୁ ଟାର୍ଗେଟ କରିବାର କୁଚକ୍ରାନ୍ତ ରଚିବା ଆରମ୍ଭ କରିଛି ଇସଲାମିକ୍ ଟେଷ୍ଟ ଆତଙ୍କବାଦ ସଙ୍ଗଠନ । ତେବେ ଭାରତୀୟ ମୁସଲମାନଙ୍କୁ ପଥଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ ଏହି ସଙ୍ଗଠନ ଏକ  ‘ ଭଏସ୍ ଅଫ୍ ହିନ୍ଦୀ ’ ନାମକ ଏକ ମାଗାଜିନ ପ୍ରକାଶ କରିଛି । ଏହାକୁ ଅନଲାଇନ୍ ପ୍ଲାଟ୍ ଫର୍ମରେ ଲଞ୍ଚ କରାଯାଇଛି । ତେବେ ଏହି ମାଗାଜିନରେ ସିଧାସଳଖ ଭାବେ ହିଂସାକୁ ପ୍ରୋତ୍ସାହିତ କରାଯାଇଥିବାର ଦେଖିବାକୁ ମିଳିଛି ।

ମାଗାଜିନରେ ଲେଖାଅଛି କିଲ୍ ଦ କୁଫର୍ । କୁଫର୍ ଶଦ୍ଦର ଅର୍ଥ ହେଉଛି ଧର୍ମ ଉପରେ ବିଶ୍ୱାସ ରଖୁନଥିବା ବ୍ୟକ୍ତି । ଅର୍ଥାତ୍ ମୁସଲମାନ ଧର୍ମ ଉପରେ ଆସ୍ଥା ରଖୁ ନଥିବା ଲୋକଙ୍କୁ ମାରିବା ପାଇଁ ପ୍ରବର୍ତ୍ତାଯାଉଛି । ସେହିଭଳି ଭାରତୀୟ ମୁସଲମାନମାନଙ୍କୁ କରୋନା ସଂକ୍ରମଣକୁ ବଢାଇବା ପାଇଁ ଏହି ମାଗାଜିନରେ ଉସକାଯାଇଛି । ତେବେ ଏହି ମାଗାଜିନର ଫ୍ରଣ୍ଟ ପେଜରେ ନିଜାମୁଦ୍ଦିନ୍ ମକରଜ୍ ଓ ଦିଲ୍ଲୀ ଦଙ୍ଗାର ଫଟୋ ସ୍ଥାନିତ ହୋଇଛି । ଏସବୁ କେବଳ ହିଂସାକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଛି । ତେବେ ଏହି ମାଗାଜିନରେ ଆଇଏସର ଲକ୍ଷକୁ କିଛି ବିନ୍ଦୁ ସହାୟତାରେ ଉପସ୍ଥାପିତ କରାଯାଇଛି । ୫ ନମ୍ୱର ବିନ୍ଦୁରେ ଭାରତରେ ସଂକ୍ରମଣକୁ ବଢାଇବା ପାଇଁ  କୁହାଯାଇଛି । ଏଭଳି କରିବା ଦ୍ୱାରା ସହଜରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢିବ । ତେବେ ପୋଲିସ୍ କର୍ମଚାରୀଙ୍କ ସଂଶ୍ପର୍ଷରେ ଆସିବା ପାଇଁ ମଧ୍ୟ ଅପିଲ୍ କରାଯାଇଛି । ଅର୍ଥାତ ନିଜେ ସଂକ୍ରମିତ ହୁଅ ଓ ଅନ୍ୟକୁ କର । ଏଭଳି ନିର୍ଦ୍ଦେଶ ମିଳିଛି ।

ପୋଲିସ କର୍ମଚାରୀମାନଙ୍କୁ ଟାର୍ଗେଟ କରି  ଆଇଏସ ସରକାରୀ ବ୍ୟବସ୍ଥାକୁ ପ୍ରଭାବିତ କରିବା ସହ ସଂକ୍ରମଣକୁ ବଢାଇବାକୁ ଚାହୁଁଛି । ଏଭଲି ହୋଇପାରିଲେ ଭାରତ ବିରୋଧରେ ସେମାନେ ରଚୁଥିବା ଚକ୍ରାନ୍ତରେ ସଫଳ ହୋଇପାରିବେ ବୋଲି ମାଗାଜିନରେ ଉଲ୍ଲେଖ ରହିଛି । ସେହିଭଳି ଜାମିଆ ମିଲିଆ ଇସଲାମିଆ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଗିରଫର ପ୍ରତିଶୋଧ ନେବା ପାଇଁ  ସେ ମୁସଲମାନମାନଙ୍କୁ ଉସକାଯାଉଛି ।

ସେହିଭଳି ସକ୍ରିୟ ଥିବା ଆଏସ କର୍ମୀମାନଙ୍କୁ ନିଜ ପାଖରେ ସବୁବେଳେ ଧାରୁଆ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ସହ ମିଳୁଥିବା ସୁଯୋଗ ସମୟରେ ଧର୍ମ ଉପରେ ବିଶ୍ୱାସ ରଖୁନଥିବା ଲୋକଙ୍କୁ ହତ୍ୟା କରିବା ପାଇଁ  ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶର କେରଳ ଓ କର୍ଣ୍ଣାଟକ ଭଳି ଅନେକ ରାଜ୍ୟରେ ଆଇଏସ୍ କର୍ମୀ ସକ୍ରିୟ ଅଛନ୍ତି ।

Leave a Reply