ଚାକିରି ହରାଇବା ଭୟରେ ପୁରା ପରିବାର କଲା ଆତ୍ମହତ୍ୟା

କରୋନା କେବଳ ସ୍ୱାସ୍ଥଜନିତ ସମସ୍ୟା ଆଣିନି । ସାରା ବିଶ୍ୱକୁ ଆର୍ଥିକ ସଙ୍କଟକୁ ମଧ୍ୟ ଠେଲିଛି । ତେବେ ସେ ସଙ୍ଗଠିତ ହେଉ କିମ୍ୱା ଅଣସଙ୍ଗଠିତ କ୍ଷେତ୍ର, ସବୁଠି କର୍ମଚାରୀ ଛଟେଇ ଏବେ ଏକ ସ୍ୱାଭାବିକ କଥା । ତେବେ ଚାକିରି କରି ପେଟ ପୋଷୁଥିବା ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣଠାରୁ ଚାକିରୀ ହରାଇବା ଭୟ ଅଧିକ ସକ୍ରିୟ ବୋଲି ଜଣାପଡିଛି । ସାରା ଦେଶରେ  ଲୋକେ ଚାକିରୀ ନହରାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ତେବେ କର୍ଣ୍ଣାଟକରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ ।

ଚାକିରୀ ନହରାଇ ମଧ୍ୟ ଚାକିରି ହରାଇବା ଆଶଙ୍କାରେ ଏକ ପରିବାର ସାମୂହିକ ଭାବେ ଆତ୍ମହତ୍ୟା କରିଛି । କର୍ଣ୍ଣାଟକର ଧାରୱଡା ଜିଲ୍ଲାରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଚାକିରୀ କ୍ଷେତ୍ରରେ ଛଟେଇ କ୍ରମାଗତ ଭାବେ ବଢୁଥିବା ଦେଖି ଉକ୍ତ ବ୍ୟକ୍ତି ସମେତ ପରିବାରର ସର୍ବମୋଟ୍ ତିନି ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ହୋଇଥିବା ସ୍ଥାନରୁ ଏକ ନୋଟ୍ ମଧ୍ୟ ପୋଲିସ ଜବତ କରିଛି । ତେବେ ଚାକିରୀ ଯିବାର ଆଶଙ୍କାରେ ପରିବାର ଆତ୍ମହତ୍ୟା କରିଥିବା ଉକ୍ତ ନୋଟରେ ସ୍ପଷ୍ଟ ଭାବେ ଲେଖା ରହିଛି । ତେବେ ଏନେଇ ସୂଚନା ଦେଇଛନ୍ତି ଧାରୱଡାର ସୁବରବନ୍ ପୋଲିସ ଷ୍ଟେସନର ଇନିସପେକ୍ଟର  । ତେବେ ଘଟଣାର ବିସ୍ତୃତ ତଦନ୍ତ ଚାଲିଛି ।

Leave a Reply