ବଲାଙ୍ଗିରରେ ବେଆଇନ ମୋରମ ଚାଲାଣ, ବନ ବିଭାଗ ନାଁରେ ଆସିଲା ଅଭିଯୋଗ…

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବେଆଇନ ମୋରମ ଚାଲାଣ ଅଭିଯୋଗ ହୋଇଛି । ପୁଣି ମଣିଷ ବଦଳରେ ମେସିନ କରୁଛି କାମ । ସେପଟେ ବିନା ରୟାଲିଟିରେ ଗୋଚରୁ ଜମିରୁ ଶହଶହ ଟ୍ରିପ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଖବର ମିଳିବା ପରେ ସହକାରୀ ଜିଲ୍ଲାପାଳ ଚଢାଉ କରି ଗୋଟିଏ ଜେସିବି ମେସିନ ସହ ୪ଟି ଟ୍ରାକ୍ଟର ଜବତ କରିଛନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନ ବିଭାଗ ଦ୍ୱାରା ଖୁଲମଖୁଲା ମୋରମ ଚୋରା ଚାଲାଣ ହେଉଛି  । ମନରେଗା ଯୋଜନାରେ ପିପଲଡାବର ଗାଁରୁ ଗୋୟଲମରା ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତା କାମ ଚାଲିଛି । ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା କାମର ତଦାରଖ କରୁଛନ୍ତି ପାଟଣାଗଡ଼ ଫରେଷ୍ଟର ରଣଜିତ ସିଂ ବାବୁ ।

Morum

ଗୋଚର ଜମିରୁ ବେଆଇନ ଭାବେ ଜେସିବିରେ ମୋରମ ଖୋଳାଯାଇ ବିନା ରୟାଲିଟିରେ ଟ୍ରାକ୍ଟର ସହାୟତାରେ ଶହଶହ ଟ୍ରିପ ମୋରମ ଚାଲାଣ କରାଯାଉଛି । କରୋନା କାଳରେ ଲୋକଙ୍କୁ କାମ ମିଳୁନି । ଏଭଳି ସମୟରେ ମନରେଗା କାମରେ ମଣିଷ ବଦଳରେ ମେସିନ କାମ କରୁଛନ୍ତି  । ଏଭଳି ହେବା ଅନାବଶ୍ୟକ । ସେପଟେ କାହା ଅନୁମତିରେ ଗୋଚର ଜମିରୁ ବେଆଇନ ମୋରମ ଚାଲାଣ ହେଉଥିଲା ଜାଣିବାକୁ ଚାହିଁଛନ୍ତି ପାଟଣାଗଡ ତହସିଲଦାର । ଦୁଇ ଦିନିଆ ସଟଡାଉନ ପାଇଁ ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟ ବନ୍ଦ ଥିବାରୁ ସୋମବାର ଦିନ ସମସ୍ତ କାଗଜପତ୍ର ଦେଖାଇବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ ପ୍ରମାଣିତ ହେଲେ ଫାଇନ ଆଦାୟ କରାଯିବ ବୋଲି କହିଛନ୍ତି ତହସିଲଦାର  ।

Leave a Reply