spot_img
Home Blog Page 6726

ରାହୁଲଙ୍କ ଟାର୍ଗେଟରେ ’ରାଫେଲ୍’ ଡିଲ୍: ୫୨୬ କୋଟିର ରାଫେଲ୍ ଜେଟ୍, କେମିତି ୧୬୭୦ କୋଟି ହେଲା?

ନୂଆଦିଲ୍ଲୀ:  ବାୟୁସେନାରେ ସାମିଲ ହୋଇଛି ରାଫେଲ୍ ବିମାନ । ଯାହାକୁ ନେଇ ଖୁସି ବ୍ୟକ୍ତି କରିବା ସହ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ରାହୁଲ ଗାନ୍ଧୀ ରାଫେଲ୍‌ ବିମାନ ସମ୍ପର୍କରେ ମୋଦି ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି।

ସେ କହିଛନ୍ତି ଯେ, 526 କୋଟିର ଏୟାରକ୍ରାଫ୍ଟ ୧୬୭୦ କୋଟି କିପରି ହେଲା ତାହା ସରକାର ଜଣାଇବା ଉଚିତ୍? ୧୨୬ ବଦଳରେ କାହିଁକି ୩୬ ରାଫେଲ୍‌ ବିମାନ କ୍ରୟ କରାଗଲା । HAL ସ୍ଥାନରେ ଦେବାଳିଆ ଅନିଲ ଅମ୍ବାନୀଙ୍କ କମ୍ପାନୀ ସହ କାହିଁକି ଚୁକ୍ତି କରାଗଲା?

ରାଫେଲ ବିମାନକୁ ନେଇ ମୋଦୀ ସରକାରଙ୍କ ଉପରେ କଂଗ୍ରେସ ମଧ୍ୟ କଟାକ୍ଷ କରିଛି। କଂଗ୍ରେସ ତରଫରୁ ଟ୍ୱିଟ୍ କରି କୁହାଯାଇଛି ଯେ, ରାଫେଲ୍‌ ଆସିବାକୁ ନେଇ ବାୟୁସେନାକୁ ଅଭିନନ୍ଦନ ଜଣାଇବା, ଏବଂ ବିଜେପି ସରକାର ଅମଳର ଗଡ଼ଗଡ଼ି ସମ୍ପର୍କରେ ପ୍ରଶ୍ନ ଉଠାଇବା ମାନେ ହେଉଛି ଯେ, ବର୍ତ୍ତମାନ ମଧ୍ୟ ଆପଣ ମଧ୍ୟରେ ଦେଶଭକ୍ତି ଜୀବନ୍ତ ଅଛି। ଜୟ ହିନ୍ଦ  ।

            ଉଲ୍ଲେଖ ଯୋଗ୍ୟ ଯେ, ଆଜିଠାରୁ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ହୋଇଛି। ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ ୫ ଟି ରାଫେଲ୍‌ ଯୁଦ୍ଧ ବିମାନ ଭାରତୀୟ ମାଟିରେ ପହଞ୍ଚିଛି । ରାଫେଲ୍‌ ବିମାନ ବୁଧବାର ଦିନ ହରିୟାଣାର ଅମ୍ବାଲା ଏୟାରବେସରେ ଅବତରଣ କରିଥିଲା, ଯେଉଁଠାରେ ସେମାନଙ୍କୁ ଓ୍ୱାଟର ସାଲ୍ୟୁଟ ଦିଆଯାଇଥିଲା ।

ଫ୍ରାନ୍ସରୁ ପ୍ରାପ୍ତ ରାଫେଲ ବିମାନର ଏହା ହେଉଛି ପ୍ରଥମ ପରିବହନ | ଏହି ବିମାନଗୁଡ଼ିକ ମଙ୍ଗଳବାର ଫ୍ରାନ୍ସରୁ ବିମାନ ଉଡ଼ାଣ ପରେ ୟୁଏଇରେ ଅଟକି ଯାଇ ବୁଧବାର ଅପରାହ୍ନରେ ଅମ୍ବାଲାରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦଉରିଆ ମଧ୍ୟ ଉପସ୍ଥିତ ଥିଲେ।

ଅନଲକ୍ -୩ ଗାଇଡ୍ ଲାଇନ୍ ଜାରି : ସର୍ତ୍ତ ସହ ଖୋଲିବ ଜିମ୍,ଖୋଲିବନି ସିନେମା କି ସ୍କୁଲ

ରାଜ୍ୟରେ ଆଉ ୮୭୮ ଜଣ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୮୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୮୭୮ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୧୮,୯୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୯୬ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୧୪ ଜଣ, ଗଜପତିରୁ ୪୯, ଜଗତସିଂହପୁରରୁ ୪୪, କୋରାପୁଟରୁ ୩୫, ବାଲେଶ୍ୱରରୁ ୩୩ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି କନ୍ଧମାଳରୁ ୨୯, ଅନୁଗଳରୁ ୨୬, କେନ୍ଦୁଝରରୁ ୨୩, ନୟାଗଡ଼ରୁ ୧୬, କଟକରୁ ୧୪, ସୁନ୍ଦରଗଡ଼ରୁ ୧୪, ଭଦ୍ରକରୁ ୧୩, ମାଲକାନିରିରୁ ୧୧, ଯାଜପୁରରୁ ୧୦, କେନ୍ଦ୍ରାପଡ଼ାରୁ ୮ ଜଣ ସୁସ୍ଥ ହୋଇଛନ୍ତି । ବରଗଡ଼-ବୌଦ୍ଧ-ଢ଼େଙ୍କାନାଳରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଝାରସୁଗୁଡ଼ାରୁ ୫, ବଲାଙ୍ଗିର ଓ ପୁରୀରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ନୂଆପଡ଼ା-ରାୟଗଡ଼ାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୨ ଓ ସମ୍ବଲପୁରରୁ ଜଣେ ଲେଖଏଁ ସୁସ୍ଥ ହୋଇଛନ୍ତି ।

୧୦୨ ଛୁଇଁଲାଣି, ଏବେ ବି ଚାଲିଛି ନନ୍ଦ ସାର୍‌ଙ୍କ ଚାଟଶାଳୀ

ଯାଜପୁର: ଯାଜପୁର ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦି କିଶୋର ପୃଷ୍ଟି । ଯିଏକି ଆଖପାଖ ଅଞ୍ଚଳରେ ଚାଟଶାଳୀ ମାଷ୍ଟ୍ରେ ଭାବେ ଜଣାଶୁଣା । ବୟସ ଆସି ୧୦୨ ଛୁଇଁଲାଣି, ହେଲେ ଏବେବି ତିନିପିଢ଼ି ଧରି ଗାଁ ଚାଟଶାଳୀରେ କୁନି ପିଲାଙ୍କୁ ପାଠ ପଢାଉଛନ୍ତି । ବଡ କଥା ହେଲା ଏଥିପାଇଁ ସେ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ ।

ଗାଁର କୁନି କୁନି ପିଲା ସ୍କୁଲ ଯିବା ପୂର୍ବରୁ ତାଙ୍କ ପାଖକୁ ଆସି ଅକ୍ଷର ଶିଖୁଛନ୍ତି । ୧୯୪୬ରୁ ନିରବଞ୍ଚିନ୍ନ ଭାବେ ଶିକ୍ଷାଦାନ କରୁଛନ୍ତି ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦ କିଶୋର ପୃଷ୍ଟି । ୧୯୪୬ରୁ ନିରବଛିନ୍ନ ଭାବେ ଶିକ୍ଷାଦାନ କରିଆସୁଛନ୍ତି ଗାଁର ନନ୍ଦିକିଶୋର ପୃଷ୍ଟି । ସକାଳେ ୨ ଘଣ୍ଟା ଓ ଅପରାହ୍ନରେ ୨ ଘଣ୍ଟା ଖୋଲେ ନନ୍ଦସାରଙ୍କ ଚାଟଶାଳୀ ।

୧୯୩୯ ମସିହାରେ ହାତିବାରୀ ମାଇନର ସ୍କୁଲରୁ ସପ୍ତମ ପାସ୍ କରିଥିଲେ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆଗକୁ ଆଉ ପାଠ ପଢ଼ିପାରି ନଥିଲେ । ଫଳରେ ଚାଷରେ ମନ ବଳାଇ ଥିଲେ । ଗାଁ ଦାଣ୍ଡରେ ଖୋଲିଥିବା ନନ୍ଦସାରଙ୍କ ଚାଟଶାଳୀ ଏବେ ହନୁମାନ ମନ୍ଦିର ମଣ୍ଡପକୁ ଉଠିଆସିଛି । ଦିନେ ଜେଜେ ତାଙ୍କ ପାଖରେ ପଢୁଥିଲେ ଏବେ ନାତି ପଢୁଛି । ଜଣେ ଆଦର୍ଶ ଶିକ୍ଷକ ଓ ଧାର୍ମିକ ବ୍ୟକ୍ତି ଭାବେ ନନ୍ଦ ମାଷ୍ଟ୍ରେ ଆଖପାଖ ଅଞ୍ଚଳରେ ବେଶ୍ ଜଣାଶୁଣା ।

Realme ଆଣିଲା 6000mAh ବ୍ୟାଟେରୀର ଶସ୍ତା ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ରିଅଲମି (Realme) ନିଜସ୍ୱ 6000mAh ବ୍ୟାଟେରୀ ବିଶିଷ୍ଟ ସ୍ମାର୍ଟଫୋନ୍ ରିଅଲମି C15 ଲଞ୍ଚ୍ କରିଛି । ନୂଆ ଫୋନ୍ ରିଅଲମି C15 କମ୍ପାନୀର ଅନ୍ୟ ଫୋନ୍ ପରି ଦେଖିବାକୁ । ଫୋନର ଆଗ ପଟ ଡ୍ୟୁ଼ଡ୍ରପ୍ ନାଞ୍ଚ, ପଛ ପଟ ଗ୍ରାଡିଏଣ୍ଟ ଡିଜାଇନ୍ ଓ ଡେଡିକେଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି । ଏଥିରେ ସବୁଠାରୁ ବଡ଼ କଥା ହେଉଛି ଏଥିରେ 6000mAh ବ୍ୟାଟେରୀ ରହିଛି । ଫୋନରେ ୧୮ ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ଏହି ଫୋନ୍ ମାଇକ୍ରୋ ୟୁଏସବି ପୋର୍ଟ ବଦଳରେ ଫାଷ୍ଟେର ୟୁଏସବି ଟାଇପ-ସି ପୋର୍ଟ ସହିତ ଆସୁଛି ।

ବର୍ତ୍ତମାନ ଫୋନ୍ କେବଳ ଇଣ୍ଡୋନେସିଆରେ ଉପଲବ୍ଧ । ଏହା ସାଧାରଣ ବଜେଟ୍ ଫୋନ୍ ଭଳି ଲାଗୁଛି । ଯାହାର ପ୍ରାରମ୍ଭିକ ମୂଲ୍ୟ IDR 1,999,000 (୧୦ ହଜାର ଟଙ୍କା) । ଆଉ ଏହାର ଟପ୍ ଏଣ୍ଡ ମଡେଲ୍  4GB+64GBର ମୂଲ୍ୟ IDR 2,199,000 (୧୧ ହଜାର ୩ ଶହ ଟଙ୍କା) ରହିଥିବା ବେଳେ 4GB,128ର ମୂଲ୍ୟ ପ୍ରାୟ ୧୨ ହଜାର ଟଙ୍କା ରହିଛି । Realme C15 ୬.୫ ଇଞ୍ଚ୍ ହୋଇଥିବା ବେଳେ  LCD HD+ ଡିସପ୍ଲେ ରହିଛି । ସ୍କ୍ରିନ୍ 20:9 ଆସ୍ପେକ୍ଟ ରେସିଓ ରହିଛି । ଏଥିରେ କର୍ଣ୍ଣିଂ ଗରିଲା ଗ୍ଲାସ୍ ପ୍ରୋଟେକ୍ସନ ରହିଛି ।

realme-first-6000mah-battery-phone-realme-c15-launched-in-indonesia

କ୍ୟାମେରା କଥା କହିବାକୁ ଗଲେ ଏଥିରେ କ୍ୱାଡ୍ ରିୟର କ୍ୟାମେରା ସେଟଅପ ରହିଛି । ଏଥିରେ ୧୩ ମେଗାପିକ୍ସେଲ୍ ପ୍ରାଇମେରୀ କ୍ୟାମେରା ରହିଥିବା ବେଳେ ୮ ମେଗାପିକ୍ସେଲର ଅଲ୍ଟ୍ରା ୱାଇଣ୍ଡ ଆଙ୍ଗେଲ ସେନ୍ସର, ୨ ମେଗାପିକ୍ସେଲର ସେନ୍ସର ସହ ୨ ମେଗାପିକ୍ସେଲ ସେନ୍ସର ଦିଆଯାଇଛି । ଫୋନରେ ଫ୍ରଣ୍ଟରେ ୮ ମେଗାପିକ୍ସେଲ୍ ସେଲ୍ଫି କ୍ୟାମେରା ରହିଛି ।

realme-first-6000mah-battery-phone-realme-c15-launched-in-indonesia

ଏଥିରେ Helio G35 ପ୍ରୋସେସର ରହିଛି । ଏହା ଚିପ୍ ସେଟ୍ ଅଟେ ଯାହା ରିଅଲମି C11ରେ ରହିଛି । ଫୋନରେ 4GB ରାମ ସହ 128GB ଇଣ୍ଟରନାଲ ଷ୍ଟୋରେଜ ରହିଛି । ଫୋନରେ ଏଣ୍ଡ୍ରାୟଡ୍ ୧୦ ବେସଡ୍  Realme UI କାମ କରେ । ତେବେ, ବର୍ତ୍ତମାନ କମ୍ପାନ ପକ୍ଷରୁ କୁହାଯାଇ ନାହିଁ ଅନ୍ୟ ଦେଶରେ ଏହି ଫୋନ୍ କେବେ ଲଞ୍ଚ କରାଯିବ ।

କଙ୍ଗନାଙ୍କ ଟାର୍ଗେଟରେ ଦୀପିକା: ବାହାଘରରେ ପାକିସ୍ତାନୀ ଏଜେଣ୍ଟଙ୍କୁ ଡାକିଥିଲେ, ସୁଶାନ୍ତଙ୍କୁ କରିଥିଲେ ବୟକଟ୍

ନୂଆଦିଲ୍ଲୀ:  ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ ଏହି ମାମଲାକୁ ନେଇ ଇଣ୍ଡଷ୍ଟ୍ରିରେ ବିତର୍କ ଏବେ ବେଶ୍ ଜୋର ଧରିଛି । ନେପୋଟିଜମ୍, ଇନ୍‌ସାଇଡର୍ ଏବଂ ଆଉଟସାଇଡର୍‌କୁ ନେଇ ମଧ୍ୟ ବେଶ୍ ବଡ଼ ବିତର୍କ ଚାଲିଛି । ଏହାରି ମଧ୍ୟରେ ପ୍ରଶଂସକ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି । ତେବେ ଏହାରି ମଧ୍ୟରେ ଏକ ଏଭଳି ସମୟ ଆସିଛି ଯେତେବେଳେ ସୁଶାନ୍ତଙ୍କ ମାନସିକ ଅସୁସ୍ଥତା ନେଇ ମଧ୍ୟ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋରଧରିଥିଲା । ଦୀପିକା ପାଦୁକୋନ୍ ମଧ୍ୟ ସୁଶାନ୍ତଙ୍କ ନିଧନ ନେଇ ଏକ ଟ୍ୱିଟ୍ ସେୟାର କରିଥିଲେ ଯାହା ସୁଶାନ୍ତଙ୍କ ମାନସିକ ଅସୁସ୍ଥତା ସହ ଜଡ଼ିତ ହୋଇଥିଲା । ଯାହାକୁ ନେଇ କଙ୍ଗନା ରାଣାଓ୍ୱତ ଆକ୍ଷେପ କରିଛନ୍ତି ।

Kangana Ranaut Slams Taapsee Pannu And Swara Bhaskar On Issue Of ...

            କଙ୍ଗନାଙ୍କ ଟିମ୍‌ ଡିଜିଟାଲ୍ ଏକ ଟ୍ୱିଟ୍ ସେୟାର କରିଛନ୍ତି ଏବଂ ଦୀପିକା ଉପରେ ସୁଶାନ୍ତ ସିଂହ ରାଜପୁତଙ୍କୁ ବୟକଟ କରିଥିବା ଅଭିଯୋଗ ଲଗାଇଥିଲେ । କଙ୍ଗନାଙ୍କ ଡିଜିଟାଲ ଟିମ୍ ଏହି ଟ୍ୱିଟରେ କହିଛି ଯେ, ଏହା ଏକ ଫଟୋ ଏବା ଆର୍ଟିକାଲ ଦୀପିକା ଏବଂ ରଣବୀର ସିଂହଙ୍କ ବାହାଘର ନେଇ । ସେମାନେ ବାହାଘରକୁ ପାକିସ୍ତାନୀ ଏଜେଣ୍ଟଙ୍କୁ ଡାକିଛନ୍ତି ଏବଂ ଜେଏନୟୁ ପ୍ରଟେଷ୍ଟର ଷଡ଼ଯନ୍ତ୍ର ରଚିଥିଲେ । କିନ୍ତୁ ଶୀର୍ଷ ସିନେ ତାରକାଙ୍କୁ ବୟକଟ୍ କରାଯାଇଛି । ଯାହାଙ୍କ ମଧ୍ୟରୁ ଜଣଙ୍କ ମର୍ଡର ହୋଇସାରିଥିବା ବେଳେ ଆଉ ଜଣେ ନିଜ ଜୀବନ ପାଇଁ ସଂଘର୍ଷ କରୁଛନ୍ତି ।

            ସୂଚନା ଯୋଗ୍ୟ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ କଙ୍ଗନା ବଲିଉଡ୍ ତାରକାଙ୍କୁ ଟାର୍ଗେଟ କରିଛନ୍ତି । ତେବେ ସୁଶାନ୍ତଙ୍କ ପିତାଙ୍କ ଦ୍ୱାରା ତାଙ୍କ ଗାର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ମାମଲା ରୁଜୁ କରାଯିବାପରେ ମାମଲାରେ ନୂଆ ମୋଡ ଆସିଛି । ସ୍ୱର୍ଗତ ଅଭିନେତାଙ୍କ ପିତା କେ.କେ ସିଂହ ନିଜ ଷ୍ଟେଟମେଣ୍ଟରେ କହିଛନ୍ତି ଯେ, ରିୟା ସୁଶାନ୍ତଙ୍କ ଟଙ୍କା ହଡ଼ପ କରିବାକୁ ଚାହୁଁଥିଲେ । ଏବଂ ରିୟାଙ୍କ ଏଭଳି କାମ ଯୋଗୁଁ ସୁଶାନ୍ତ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।

https://www.youtube.com/watch?v=Zxf8JeL0Vnc

ସବୁଠି କରୋନା, ଭୟରେ ଜେଲ୍‌ରୁ ମୁକୁଳିଲେ ହଜାର ହଜାର କଏଦୀ

ଭୁବନେଶ୍ୱର: ଏଠି-ସେଠି-ସବୁଠି ଏବେ କରୋନା ଭୟ । କରୋନା କାୟା ଏବେ ସବୁଠି ଦେଖିବାକୁ ମିଳୁଛି । ପ୍ରତ୍ୟେକ କ୍ଷେତ୍ର କରେନା ମହାମାରୀ ଯୋଗୁଁ ପ୍ରଭାବିତ । ଏଭଳି ପରିସ୍ଥିତିରେ ଜେଲ୍‌ ଏବଂ ଏହାର ଚାରି କାନ୍ଥ ଭିତରେ ରହୁଥିବା କଏଦୀଙ୍କ କ୍ଷେତ୍ରରେ ମଧ୍ୟ କରୋନା ସଂକ୍ରମଣର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ଜେଲ୍‌ ଭିତରେ କିଛି କଏଦୀ କରୋନା ସଂକ୍ରମିତ ହେବା ପରେ ଏବେ ଏହାକୁ ନେଇ ଜେଲ୍‌ କର୍ତ୍ତୃପକ୍ଷ ବଡ଼ ପଦକ୍ଷେପ ନେଇଛନ୍ତି ।

Covid 19 Jail

ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କଏଦୀଙ୍କୁ ଛାଡ଼ କରାଯାଇଛି । କରୋନା ସଂକ୍ରମଣ ଭୟ ଥିବାରୁ ଜେଲ୍‌ରୁ ମୁକୁଳିଲେ କଏଦୀ । ସଂକ୍ରମଣକୁ ନଜରରେ ରଖି କଏଦୀଙ୍କୁ ଖଲାସ କରିବା ପକ୍ରିୟା ଜାରି ରଖିଛି ଜେଲ ବିଭାଗ । ଓଡିଶାର ୩୦ଟି ଜିଲ୍ଲାର ବିଭିନ୍ନ ଜେଲରୁ, ମାର୍ଚ୍ଚ ୨୦ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ୧୬ ହଜାର ୭୮୯ ଜଣ କଏଦୀଙ୍କୁ ଖଲାସ କରାଯାଇଛି । ଏଥି ସହ ୧,୨୦୨ ଜଣ କଏଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି ।

Covid 19 Jail

୧୬ ହଜାର ୭୮୯ ଜଣ କଏଦୀଙ୍କ ମଧ୍ୟରୁ ୧୬ ହଜାର ୬୩୯ ଜଣ ବିଚାଧୀନ କଏଦୀ । ୧୫୦ ଜଣ ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ମଧ୍ୟ ଅଛନ୍ତି । ବ୍ରହ୍ମପୁର ସାର୍କଲ ଜେଲରୁ ୫ ହଜାର ୨୩୧, ସମ୍ବଲପୁରରୁ ୩ ହାଜର ୭୧୬, କଟକରୁ ୩ ହଜାର ୪୬୫, ବାରିପଦାରୁ ୨ ହଜାର ୭୩୩ ଓ କୋରାପୁଟ ସାର୍କଲ ଜେଲ୍‌ରୁ ୧୬ ଶହ ୪୪ ଜଣ ଖଲାସ ହୋଇଛନ୍ତି । ସର୍ବୋଚ୍ଚ ନ୍ୟାୟଳୟର ନିର୍ଦ୍ଦେଶକ୍ରମେ ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ କମିଟି ଏଭଳି ନିଷ୍ପତ୍ତି ନେଇଛନ୍ତି ।

Covid 19 Jail

ଅଯୋଧ୍ୟାରେ ଭୂମି ପୂଜନ ପୂର୍ବରୁ ମସଜିଦ୍ ନିର୍ମାଣ ପାଇଁ ଗଠନ ହେଲା ଟ୍ରଷ୍ଟ

ଲକ୍ଷ୍ନୌ: ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମ ମନ୍ଦିର ଭୂମି ପୂଜନ ପାଇଁ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ନେଇ ଖବର ଆସିଛି । ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ୍ ବୋର୍ଡ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାର ଅଯୋଧ୍ୟାରେ ମିଳିଥିବା ଜମିରେ ମସଜିଦ୍ ନିର୍ମାଣ ପାଇଁ ବୁଧବାର ଟ୍ରଷ୍ଟ ଗଠନ କରିଛି । ଏହି ଟ୍ରଷ୍ଟରେ ୯ ଜଣ ସଦସ୍ୟ ରହିଛନ୍ତି । ବୋର୍ଡର ଅଧ୍ୟକ୍ଷା ଜୁଫର ଅହମ୍ମଦ ଫାରୁକି ଥିବାବେଳେ ଅଯୋଧ୍ୟା ଧନ୍ନିପୁର ଗାଁରେ ମିଳିଥିବା ୫ ଏକର ଜାଗାରେ ମସଜିଦ୍ ନିର୍ମାଣ ହେବ । ଇଣ୍ଡୋ ଇସଲାମିକ୍ କଲଚରାଲ ଫାଉଣ୍ଡେସନ୍ ନାମରେ ଟ୍ରଷ୍ଟ ଗଠନ କରାଯାଇଛି ।

ଫାରୁକଙ୍କ ସୂଚନା ଅନୁଯାୟୀ ଟ୍ରଷ୍ଟରେ ମୋଟ ୯ ଜଣ ସଦସ୍ୟ ଅଛନ୍ତି । ବୋର୍ଡ ନିଜେ ଏହାର ସଂସ୍ଥାପକ ଟ୍ରଷ୍ଟି ଓ ବୋର୍ଡର ମୁଖ୍ୟ ଅଧିକାରୀ ପ୍ରତିନିଧି ରହିବେ । ଏହା ବାଦ୍ ସେ ନିଜେ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ଓ ଅଧ୍ୟକ୍ଷ ରହିବେ । ଗତବର୍ଷ ନଭେମ୍ବର ୯ରେ ରାମ ଜନ୍ମଭୂମି ବାବ୍ରି ମସଜିଦ୍ ବିବାଦରେ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ । କୋର୍ଟ ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେବା ସହ ଅଯୋଧ୍ୟାର କୌଣସି ପ୍ରମୁଖ ସ୍ଥାନରେ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

FILE

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଉତ୍ତରପ୍ରଦେଶ ସରକାର ଅଯୋଧ୍ୟାର ସୋହାବଳ ତହସିଲର ଧନ୍ନିପୁର ଗାଁରେ ୫ ଏକର ଜମି ୱାକଫ ବୋର୍ଡକୁ ଦେଇଥିଲେ । ସେହି ଜମିରେ ମସଜିଦ୍ ସହିତ ଇଣ୍ଡୋ ଇସଲାମିକ ରିସର୍ଚ୍ଚ ସେଣ୍ଟର, ହସ୍ପିଟାଲ ଓ ପୁସ୍ତକଗାର ତିଆରି ପାଇଁ ନିଷ୍ପତ୍ତି ନେଇଥିଲା ୱାକଫ୍ ବୋର୍ଡ । ତେବେ, ଏହି ସବୁ ନିର୍ମାଣ କେମିତି ହେବ ତା ଉପରେ ନିଷ୍ପତ୍ତି ନେବା ପାଇଁ ବୁଧବାର ଟ୍ରଷ୍ଟ ଗଠନ କରାଯାଇଛି ।

ଅଗଷ୍ଟ ୫ରେ ରାମ ମନ୍ଦିର ପାଇଁ ପିଏମ୍ କରିବେ ଭୂମି ପୂଜା

ଅନ୍ୟପଟେ ଆସନ୍ତା ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ପାଇଁ ଭୂମି ପୂଜନ କରାଯିବ । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ସମାରୋହରେ ରାମ ମନ୍ଦିର ଭୂମି ପୂଜନ କରିବେ । ଏହି ଅବସରରେ ଅଯୋଧ୍ୟାରେ ବିଜେପିର ବଡ଼ ନେତାଙ୍କ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି କୁହାଯାଉଛି । କରୋନା ସଂକଟ ସମୟରେ ଏଭଳି ଭୂମି ପୂଜନକୁ ନେଇ ବି ରାଜନୈତିକ ବୟାନବାଜି ଜାରି ରହିଛି ।

ଇସ୍‌ଲାମ୍‌କୁ ଅପମାନିତ କରିଥିବା ଅଭିଯୋଗ: କୋର୍ଟ ଭିତରେ କରାଗଲା ହତ୍ୟା

ଇସ୍‌ଲାମାବାଦ: ପାକିସ୍ତାନରେ ଜଣେ ଅଭିଯୁକ୍ତଙ୍କ କୋର୍ଟ ପରିସରରେ ହତ୍ୟା କରାଯାଇଛି । ପେଶାଓ୍ୱରରେ ବୁଧବାର ଜଣେ ଯୁବକ ଏହି ଘଟଣା ଭିଆଇଛନ୍ତି । ଆକ୍ରମଣକାରୀ ଖାଲିଦ ଖାନ୍ କୌଶଳ କ୍ରମେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କୋର୍ଟ ପରିସରରେ ପ୍ରବେଶ କରିବାକୁ ସଫଳ ହୋଇଥିଲେ, ତେବେ ସେ କିଭଳି ପ୍ରବେଶ କଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି । କିନ୍ତୁ ହତ୍ୟା ପରେ ପୋଲିସ୍ ତାକୁ ନିଜ କବ୍‌ଜାକୁ ନେଇଛି ।

            ଉପସ୍ଥିତ ପୋଲିସ ଅଧିକାରୀଙ୍କ କହିବା ହେଲା, ଇଶାନିନ୍ଦାକୁ ନେଇ ଟ୍ରାଏଲର ସାମ୍ନାକରୁଥିବା ତାହିର ସମିମ ଅହମ୍ମଦ ୨ ବର୍ଷ ପୂର୍ବେ ଦାବି କରିଥିଲା ଯେ, ସେ ନିଜେ ଇସଲାମ୍‌ର ପେଗମ୍ୱର । ଏହା ପରେ ତାକୁ ଗିରଫ କରାଗଲା ।  ଏବଂ ଇଶନିନ୍ଦା ଆଇନ ଅନୁଯାୟୀ ତା’ ବିରୋଧ ମକଦ୍ଦମା ରୁଜୁ ହୋଇଥିଲା । ଆକ୍ରମଣ ପରେ ହସ୍ପିଟାଲ ପହଞ୍ଚାଯିବା ପୂର୍ବରୁ ଜୀବନ ହାରିସାରିଥିଲା ସମିମ୍ ।

ସୁଶାନ୍ତଙ୍କୁ ରିୟାଙ୍କ ପଟୁ ଅଛି ବିପଦ,ମୃତ୍ୟୁର ୪ ମାସ ଆଗରୁ ପୋଲିସ ପାଖରେ ପରିବାର କରିଥିଲା ଅଭିଯୋଗ !

            ଇଶାନିନ୍ଦା ପାକିସ୍ତାନରେ ଏକ ବଡ଼ ବିବାଦିୟ ପ୍ରସଂଗ । ଯେଉଁଠାରେ ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ଆଜୀବନ କାରାଦଣ୍ଡା କିମ୍ୱା ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥାଏ ।  ଘରୋଇ ଏବଂ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସାଧାରଣତଃ ଇଶାନିନ୍ଦାର ଅଭିଯୋଗ ଲଗାଇ ଅଳ୍ପସଂଖ୍ୟକ ଉପରେ ଅତ୍ୟାଚାର କରାଯାଉଛି । ଏବଂ ବହୁ ଥର ନିଜସ୍ୱ ଶତ୍ରୁତା ଯୋଗୁଁ ମଧ୍ୟ କାହା ଉପରେ ଏଭଳି ଅଭିଯୋଗ ଲଗାଇ ଦିଅନ୍ତି । ୨୦୧୧ରେ ପଞ୍ଜାବର ଗଭର୍ଣ୍ଣନଙ୍କୁ ତାଙ୍କ ଗାର୍ଡ ହତ୍ୟା କରିଦେଇଥିଲା । କହିଁକି ନା ସେ ଇଶାନିନ୍ଦାର ଅଭିଯୁକ୍ତ ଇସାଇ ମହିଳା ଅଭିଯୁକ୍ତଙ୍କ ପତ୍ନୀଙ୍କୁ ସୁରକ୍ଷା ଦେଉଥିଲା  । ୮ ବର୍ଷ ଯାଏଁ ତାକୁ ଜେଲ୍‌ରେ ରଖାଯିବା ପରେ ତାକୁ ମୁକ୍ତ କରିଦିଆଯାଇଥିଲା । କିନ୍ତୁ କଟ୍ଟରପନ୍ଥୀଙ୍କ ଧମକ ପରେ ସେ କାନାଡା ଚାଲିଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଡାକ୍ତରୀ ଛାତ୍ରୀଙ୍କ ପ୍ଲାଜ୍‌ମା ଦାନ, ସରକାର କଲେ ସାଲ୍ୟୁଟ୍‌

କଟକ: କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ରାଜ୍ୟରେ ପ୍ରଥମ ମହିଳା ଭାବେ ପ୍ଲାଜ୍‌ମା ଦାନ କରିଛନ୍ତି ଜଣେ ଡାକ୍ତରୀ ଛାତ୍ରୀ । ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଏହି ଡାକ୍ତରୀ ଛାତ୍ରୀ ଜଣକ ପ୍ଲାଜ୍‌ମା ଦାନ କରିଛନ୍ତି ।

ଏସସବି ମେଡିକାଲ କଲେଜରେ ପାଠ ପଢ଼ୁଥିଲେ ମଧ୍ୟ ଏହି ଡାକ୍ତରୀ ଛାତ୍ରୀ ଜଣକ କରୋନା ସଂକ୍ରମିତ ହୋଇଥିଲେ । ସଂକ୍ରମିତ ହେବ ପରେ ତାଙ୍କୁ ଆଇସୋଲେସନ୍‌ରେ ରଖାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ ।

ଆଉ ସୁସ୍ଥ ହୋଇ ମେଡିକାଲରୁ ଫେରିବା ପରେ ସେ ଅନ୍ୟ କରୋନା ରୋଗୀଙ୍କ ପାଇଁ ପ୍ଲାଜ୍‌ମା ଦାନ କରିବେ ବୋଲି ସ୍ଥିର କରିଥିଲେ । ସେ ନିଜେ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ବେଳେ ଆଉ ଜଣେ କରୋନା ରୋଗୀଙ୍କ ଦୁଃଖ ବୁଝିଥିଲେ । ତେଣୁ ସେ ସୁସ୍ଥ ହେବା ପରେ ସ୍ୱ ଇଚ୍ଛାରେ ପ୍ଲାଜ୍‌ମା ଦାନ କରିଛନ୍ତି । ତେବେ ପ୍ଲାଜ୍‌ମା ଦାନ କରିବାରେ ଏହି ଡାକ୍ତରୀ ଛାତ୍ରୀ ଜଣକ ହେଉଛନ୍ତି ରାଜ୍ୟରେ ପ୍ରଥମ ମହିଳା ।

ପ୍ଲାଜ୍‌ମା ଦାନ କରିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ ସାଧୁବାଦ ଦିଆଯାଇଛି । ଏମିତିକି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କର ଏଭଳି ପଦକ୍ଷେପ ପାଇଁ ସଲ୍ୟୁଟ୍‌ କରାଯାଇଛି ।

ଅନଲକ୍ -୩ ଗାଇଡ୍ ଲାଇନ୍ ଜାରି : ସର୍ତ୍ତ ସହ ଖୋଲିବ ଜିମ୍,ଖୋଲିବନି ସିନେମା କି ସ୍କୁଲ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ବୁଧବାର ଦିନ ଅନଲକ୍ ୩ ଗାଇଡଲାଇନ୍ ଜାରି କରାଯାଇଛି । ଅନଲକ ୩ରେ ଏଥର କଣ୍ଟେନମେଣ୍ଟ୍ ଜୋନ୍ ବାହାରେ ଆଉ କିଛି ଗତିବିଧିକୁ ଅନୁମତି ମିଳିଛି । ତେବେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ କଣ୍ଟେନମେଣ୍ଟ୍ ଜୋନରେ କଠୋର ଲକଡାଉନ୍ ଲାଗୁ ରହିବ । ଅର୍ଥାତ ଅନଲକ୍-୩ରେ କଣ୍ଟେନମେଣ୍ଟ୍ ଜୋନକୁ କୌଣସି ରିହାତି ମିଳିବ ନାହିଁ ।

girl in gym

ଅନଲକ୍ ୩ରେ ସିନେମା ହଲକୁ ଖୋଲିବାକୁ ଅନୁମତି ମିଳିନାହିଁ  । ତେବେ ଜିମ୍ (Gym) ଓ ଯୋଗ ଶିକ୍ଷାକେନ୍ଦ୍ର ଖୋଲିବାକୁ କେନ୍ଦ୍ରସରକାର ଅନୁମତି ଦେଇଛନ୍ତି । ଅଗଷ୍ଟ ୫ ତାରିଖରୁ ଜିମ୍ ଓ ଯୋଗ କେନ୍ଦ୍ର ଖୋଲା ଯାଇପାରିବ । ତେବେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଏସଓପିକୁ ଅନୁସରଣ କରିବାକୁ ପଡିବ ।  ଅନଲକ ୩ କ୍ରମରେ ରାତ୍ରୀକାଳିନ କର୍ଫ୍ୟୁ ଉଠାଇ ଦିଆଯିବ । ତେବେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଭଳି ପୁରୁଣା ନିୟମ ଜାରି ରହିବ ।

ଅନଲକ୍-୩ରେ କାହାକୁ ଅନୁମତି ନାହିଁ ?

  • ମେଟ୍ରୋ,ଟ୍ରେନ୍ ଓ ସିନେମା ଅନଲକ୍ ୩ କାଳରେ ଖୋଲିବ ନାହିଁ
  • ଧର୍ମୀୟ ଆୟୋଜନକୁ ଅନୁମତି ମିଳି ନାହିଁ
  •  ସ୍କୁଲ,କଲେଜ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ
  • ସିନେମା ହଲ୍,ସୁଇମିଂ ପୁଲ୍,ମନୋରଂଜନ ପାର୍କ,ବାର ମଧ୍ୟ ଖୋଲିବ ନାହିଁ
  • ମେଟ୍ରୋ ରେଳ ସେବା ଆରମ୍ଭ ହେବ ନାହିଁ ।
  • ଅନ୍ତର୍ଜାତୀୟ ବିମାନ ସେବା (ବନ୍ଦେ ଭାରତ ମିଶନ ଜାରି ରହିବ)
  • ରାଜନୈତିକ ଦଳ ରାଲି କିମ୍ବା ସଭା କରିପାରିବେ ନାହିଁ
  • ଧର୍ମୀୟ ଆୟୋଜନକୁ ମଧ୍ୟ ଅନୁମତି ନାହିଁ
  • ସ୍ୱାଧିନତା ଦିବସ ସାମାଜିକ ଦୂରତା ନିୟମକୁ ମାନି ପାଳନ କରାଯିବ

guidelines

କଣ୍ଟେନମେଣ୍ଟ୍ ଜୋନ

କଣ୍ଟେନମେଣ୍ଟ୍ ଜୋନରେ ସଂପୂର୍ଣ୍ଣ ଲକଡାଉନ୍ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ କଠୋରତାର ସହ ଲାଗୁ ରହିବ । କଣ୍ଟେନମେଣ୍ଟ୍ ଜୋନକୁ ଗାଇଡଲାଇନରେ କୌଣସି ରିହାତି ମିଳିନାହିଁ ।