spot_img
Home Blog Page 6725

ଉତ୍ତର ଓଡ଼ିଶାର ବାଲେଶ୍ୱରରେ ଖୋଲିବ ସ୍ଥାୟୀ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

ବାଲେଶ୍ୱର: ପ୍ରତିଷ୍ଠା ହେବ ସ୍ଥାୟୀ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହି ଘୋଷଣା କରିଛନ୍ତି । ଏହି ହସ୍ପିଟାଲରେ ୧୦୦ ଶଯ୍ୟା ରହିବା ସହିତ ୨ଟି ଓଟି ଓ ଆଇସିୟୁ ସୁବିଧା ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହିତ ପୂର୍ବରୁ ଥିବା ଅସ୍ଥାୟୀ କୋଭିଡ୍ ହସ୍ପିଟାଲରେ ଡାକ୍ତର ଯଥେଷ୍ଟ ଥିଲେ ମଧ୍ୟ ନର୍ସଙ୍କ ସଂଖ୍ୟା କମ ରହିଛି । ସେଠାରେ ଅଧିକ ୧୦ ଜଣ ନର୍ସଙ୍କୁ ନିୟୋଜିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Special Covid Hospital To Be Established in Balasore

ଜିଲ୍ଲାରେ ଚାଲିଥିବା କଲ୍‌ ସେଣ୍ଟରରୁ ମିଳୁଥିବା ସୂଚନା ଆଧାରରେ ରାତି ସମୟରେ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ଅଧିକ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ପଜିଟିଭ୍‌ ରୋଗୀ ନଥିବା ସେଣ୍ଟର ମାନଙ୍କରେ ନିୟୋଜିତ ପାରାମେଡିକାଲ ଷ୍ଟାଫ୍‌ ମାନଙ୍କ ମାଧ୍ୟମରେ ଜିଲ୍ଲାରେ ଜନସମ୍ପର୍କ ଅଭିଯାନ ଆରମ୍ଭ କରାଯିବ । ଏଥିରେ ବୟସ୍କ ଓ ରୋଗାଗ୍ରସ୍ଥ ଲୋକଙ୍କୁ ସ୍ୱତନ୍ତ୍ର ଭାବେ ଯତ୍ନ ନେବାକୁ ସଚେତନତା ସୃଷ୍ଟି କରାଯିବ । ମୁଖ୍ୟ ଶାସନ ସଚିବଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମ୍‌ଇଟି ମୁଖ୍ୟ ସି.ଭି.କେ. ମହାନ୍ତି, କରୋନା ପରିସ୍ଥିତି ପର୍ଯ୍ୟବେକ୍ଷକ ମଧୁସୂଦନ ପାଢୀ ପ୍ରମୁଖ ସମୀକ୍ଷା କରିଥିଲେ ।

Special Covid Hospital To Be Established in Balasore

ବାଲେଶ୍ୱର ଜିଲ୍ଲାରେ ଏଯାବତ୍ ୪ ହଜାର ୯୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩ ହଜାର ୭୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ୧ ହଜାର ୧୩୧ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । କରୋନା ଆକ୍ରାନ୍ତରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।

ଆଦିତ୍ୟ ଦାଶ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସସପେନ୍ସରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା । ଆଦିତ୍ୟ ମଲେ କେମିତି ? ହତ୍ୟା ନା ଆତ୍ମହତ୍ୟା । ପ୍ରଥମେ ଜିଆରପି ତଦନ୍ତରୁ କୌଣସି ଠୋସ୍ ପ୍ରମାଣ ମିଳିନଥିଲା । ପରେ ଆରମ୍ଭ ହୋଇଥିଲା କ୍ରାଇମବ୍ରାଞ୍ଚ ତଦନ୍ତ ଯାହା ଏବେ ଜାରି ରହିଛି । ଆଉ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଆସ୍ଥା ପ୍ରକଟ ନକରି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନ କରିଥିଲେ ମାମଲାର ହେଉ ସିବିଆଇ ତଦନ୍ତ । ଏହା ଉପରେ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Social Worker Aditya Dash Row, High Court Seeks Investigation Report From Crime Branch

ଯଥାଶୀଘ୍ର ତଦନ୍ତ ସାରି ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ଦେଇଥିବା ନିର୍ଦ୍ଦେଶ ନେଇ ବିଦ୍ୟାଶ୍ରୀଙ୍କ ଓକିଲ ସୂଚନା ଦେଇଛନ୍ତି । ଗତ ୨୭ ତାରିଖରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କ ୨ ସାଙ୍ଗ ବିକାଶ, ପପୁ ଓ ଦୀପକଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ଏହା ପରେ ପରେ ଆଦିତ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ବିଦ୍ୟାଶ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Social Worker Aditya Dash Row, High Court Seeks Investigation Report From Crime Branch

ଇତି ମଧ୍ୟରେ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲ୍ୟାବରେ ହୋଇଥିବା ଲାଏ ଡିଟେକ୍ସନ୍ ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ମିଳିଛି । ସେପ୍ଟେମ୍ବର ୯ ତାରିଖରେ କ୍ରାଇମବ୍ରାଞ୍ଚ ଦେଇଥିବା ସୂଚନା ଅନୁସାରେ ସମସ୍ତେ ସତ କହିଛନ୍ତି । ବିଦ୍ୟାଶ୍ରୀ, ପପୁ, ବିକାଶ ଓ ଦୀପକ ସମସ୍ତଙ୍କ ପୂର୍ବ ଓ ପର ବୟାନରେ ତାଳମେଳ ରହିଛି । ଏଭଳି ସ୍ଥିତିରେ ତଦନ୍ତର ନୂଆ ଦିଗ ହେଉଛନ୍ତି ଆଦିତ୍ୟଙ୍କ ପ୍ରେମିକା ଚିନ୍ମୟୀ ମହାପାତ୍ର । ତେବେ, ଅପେକ୍ଷା କ୍ରାଇମବ୍ରାଞ୍ଚ ହାଇକୋର୍ଟରେ କେବେ ତଦନ୍ତ ରିପୋର୍ଟ ଦାଖଲ କରୁଛି ଆଉ କୋର୍ଟ କଣ ନିର୍ଦ୍ଦେଶ ଦେଉଛନ୍ତି ।

ପଲିଗ୍ରାଫ ଟେଷ୍ଟରୁ ଜଣାପଡ଼ିଲା କିଏ କହୁଛନ୍ତି କେତେ ସତ ?

ଡ୍ରଗ୍ସ ମାମଲାରେ NCB ରଡାରରେ ୨୫ ସେଲିବ୍ରିଟି,ତାଲିକା ପ୍ରସ୍ତୁତ, ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଲେ ଡେପୁଟୀ ଡାଇରେକ୍ଟର

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗରେ ତଦନ୍ତ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏବେ ଡ୍ରଗ୍ସ ସହିତ ସମ୍ପୃକ୍ତ ନାମିଦାମି ବ୍ୟକ୍ତିଙ୍କୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାସ୍ତବରେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାରେ ପଚରାଉଚରା ସମୟରେ ଏଭଳି ୨୫ ଜଣ ସେଲିବ୍ରିଟିଙ୍କ ନାମ ନେଇଛନ୍ତି, ଯେଉଁମାନେ ଡ୍ରଗ୍ସ ନେବା ସହିତ ଏହି କାରବାରରେ ମଧ୍ୟ ଜଡ଼ିତ । ଏବେ ଏହାକୁ ନେଇ ତଦନ୍ତ ଆରମ୍ଭ ହେବ ।

ଏନସିବିର ଦିଲ୍ଲୀ ଜୋନର ଡେପୁଟି ଡାଇରେକ୍ଟର କେପିଏସ ମଲହୋତ୍ରା ଶୁକ୍ରବାରକୁ ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଛନ୍ତି । ସେ ଏନସିବି ମୁଖ୍ୟ ରାକେଶ ଅସ୍ଥାନାଙ୍କୁ ସାକ୍ଷାତ କରିବେ । ଖବର ଅନୁଯାୟୀ ରିୟାଙ୍କୁ ପଚରାଉଚରା ସମୟରେ କେତେକ ନାମିଦାମି ଲୋକଙ୍କ ନାମ ସାମ୍ନାକୁ ଆସିଛି । ଏନସିବି ଡୋଜିୟର ପ୍ରସ୍ତୁତ କରିଛନ୍ତି । ଏହାକୁ ନେଇ ଏକ ଆଲୋଚନା ହେବାପରେ ରଣନୀତି ପ୍ରସ୍ତୁତ ହେବ ।

ସୂଚନା ଅନୁଯାୟୀ ଏନସିବିର ଡୋଜିୟରରେ ୨୫ ଜଣ ବଲିଉଡ ସେଲିବ୍ରିଟିଙ୍କ ନାମ ରହିଛି । ଏନସିବିର ଏହି ଡୋଜିୟରରେ କାର୍ଟେଲ ଏ,କାର୍ଟେଲ ବି ଏବଂ ସିରେ ବଲିଉଡ ସେଲିବ୍ରେଟୀଙ୍କ ନାମ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଏନସିବି ଡ୍ରଗ୍ସ ପ୍ୟାଡଲରଙ୍କ ଠାରୁ ଜବତ ହୋଇଥିବା ଇଲେକ୍ଟ୍ରୋନିକ ଡିଭାଇସରୁ ବଲିଉଡ କନେକ୍ସନ ସାମ୍ନାକୁ ଆସିଛି । ଯାହାପରେ ଏନସିବିର ଟିମ୍ ଡୋଜିୟର ପ୍ରସ୍ତୁତ କରିଛି । ଏନସିବି ତରଫରୁ ଖୁବଶୀଘ୍ର ଉକ୍ତ ସଲିବ୍ରେଟୀଙ୍କୁ ସମନ ପଠାଯିବ ।

ଅନ୍ୟ ଜଣଙ୍କ କ୍ରେଡିଟ୍‌ କାର୍ଡରେ ସପିଂ କରୁଥିବା ବେଳେ ଧରାପଡ଼ିଲେ ଯୁବକ

ବାଲେଶ୍ୱର: ଅନ୍ୟ ଜଣଙ୍କ କ୍ରେଡିଟ୍‌ କାର୍ଡ଼ ବ୍ୟବହାର କରୁଥିବା ବେଳେ ଧରାପଡ଼ିଲେ ଯୁବକ । ସପିଂ ମଲରୁ କରୁଥିଲେ କ୍ରଡିଟ କାର୍ଡ଼ରେ ସପିଂ । ଅଭିଯୁକ୍ତ ଯୁବକଙ୍କୁ ଦୋକାନି ଧରି ପୋଲିସର ଜିମା ଦେଇଛନ୍ତି । ପୋଲିସ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେ କେଉଁଠୁ କାର୍ଡ ଆଣିଲେ । ତାଙ୍କ ପାଖକୁ ଅନ୍ୟ ଜଣଙ୍କର କ୍ରେଡିଟ କାର୍ଡ କେମିତି ଗଲା । ଏହା ପୂର୍ବରୁ ସେ କେତେଥର ଏଭଳି ଅନ୍ୟ କାହାର କ୍ରେଡିଟ କାର୍ଡ ବ୍ୟବହାର କରିଛନ୍ତି । ଏଭଳି ତଥ୍ୟ ଆଦାୟ କରିବାକୁ ପ୍ରୟାସ କରୁଛି ପୋଲିସ । ସେପଟେ ଅଭିଯୁକ୍ତ ଯୁବକ ନିଜର ସଠିକ୍‌ ପରିଚୟ ଦେଉନାହାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।

ସୂଚନା ଅନୁଯାୟୀ, ଖନ୍ତାପଡ଼ାର ଅମୀୟ ମଲ୍ଲିକଙ୍କ ନାମରେ କୋଟାକ୍‌ ବ୍ୟାଙ୍କରୁ ଏକ କ୍ରେଡ଼ିଟ୍‌ କାର୍ଡ଼ ଆସିଥିଲା । ଏହି କାର୍ଡ଼ ଅମୀୟଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ବଜାରର ଏକ ଗାର୍ମେଟ ଦୋକାନରୁ କ୍ରେଡ଼ିଟ୍‌ କାର୍ଡ଼ ମାଧ୍ୟମରେ ୨ ହଜାର ଟଙ୍କାର ସପିଂ କରାଯାଇଥିବା ଅମୀୟ ଏସ୍‌ଏମ୍‌ଏସ୍‌ ପାଇଥିଲେ । ସେ ତୁରନ୍ତ ଦୋକାନୀଙ୍କ ସହିତ ଯୋଗାଯୋଗ କରିବାରୁ ଅଭିଯୁକ୍ତ ଯୁବକକୁ ଦୋକାନୀ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ । ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇଛି । ତେବେ ଗ୍ରାହକଙ୍କ ପାଖରେ କ୍ରେଡ଼ିଟ୍‌ କାର୍ଡ଼ ପହଞ୍ଚିବା ପୂର୍ବରୁ ଯୁବକ ପାଇଲେ କେଉଁଠୁ ? କୋରିୟର କିମ୍ବା ଚିଠି ବାଣ୍ଟୁଥିବା ଏଜେଣ୍ଟଙ୍କ ସମ୍ପୃକ୍ତିରେ ଏହି ରାକେଟ୍‌ କେତେଥର ଗ୍ରାହକଙ୍କ ଟଙ୍କା ଲୁଟ୍‌ କରିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମୂଷା ଚୋରି କରୁଥିଲା ଗଞ୍ଜେଇ ପତ୍ର, ଆଉ ତା’ ପରେ ଯାହା ହେଲା…

0

ନ୍ୟୁ ବ୍ରନ୍ସଓ୍ୱିକ: ଆପଣ ଅଧିକାଂଶ ସମୟରେ ଦେଖିଥିବେ କୌଣସି ପରୀକ୍ଷା ମୂଷା ଉପରେ କରାଯାଏ । ନିକଟରେ କାନାଡ଼ାର ନ୍ୟୁ ବ୍ରନ୍ସଓ୍ୱିକରୁ ଏକ ଖବର ସାମ୍ନାକୁ ଆସିଛି । କୋଲିନ ସୁଲିଭାନ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଗଞ୍ଜେଇ ଗଛ ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ କାନାଡ଼ାରେ ଘର ନିକଟରେ ଗଞ୍ଜେଇ ଗଛ ଲଗାଇବାର ଏକ ପରିମାଣ ଧାର୍ଯ୍ୟ ହୋଇଛି । ଯାହା ଅନୁମତି ପ୍ରାପ୍ତ । ଖବର ଅନୁସାରେ ଉକ୍ତ ଗଞ୍ଜେଇ ଗଛ ମୂଷା ଚୋରି କରୁଥିଲା ।

 

କୋଲିନ ଏହି ପୋଷ୍ଟ ଫେସବୁକରେ ଶେୟାର କରିଛନ୍ତି । ତାଙ୍କ ଘର ଠାରୁ ଦୁଇଦିନ ହେବ ମୂଷା ଗଞ୍ଜେଇ ଗଛ ଚୋରି କରୁଥିଲା । ତେବେ ସେ ବେହୋସ ହେବା ପର୍ଯ୍ୟନ୍ତ ଚୋରି କରୁଥିଲା । ବ୍ୟକ୍ତି ଜଣକ ମୂଷା ଉପରେ ନଜର ରଖିବା ଆରମ୍ଭ କରିଦେଲେ । ଫଟୋରେ ଆପଣ ଦେଖି ପାରୁଥିବେ ଯେ ମୂଷା ଗଞ୍ଜେଇ ପତ୍ର ଖାଇ ଓଲଟା ହୋଇ ଶୋଇ ରହିଛି । ଏକ ସପ୍ତାହ ପର୍ଯ୍ୟନ୍ତ କୋଲିନ ମୂଷା ଉପରେ ନଜର ରଖିବା ପରେ ଜାଣିବାକୁ ପାଇଲେକି ମୂଷାକୁ ଗଞ୍ଜେଇ ନିଶା ଲାଗିଛି । ଯାହାପରେ ସେ ତାକୁ ଜଙ୍ଗଲରେ ଛାଡ଼ିଦେବା ପାଇଁ ଠାଣି ନେଲେ ।

ଏହି ନିଶାଖୋର ମୂଷାର କାହାଣୀ ସୋସିଆଲ ମିଡିଆରେ ଅନେକଙ୍କୁ ବେଶ୍ ପସନ୍ଦ ଆସିଛି । ଫେସବୁକରେ ବନ୍ଧୁ ମାନଙ୍କୁ ଲୋକମାନେ ଟ୍ୟାଗ ମଧ୍ୟ କରୁଛନ୍ତି । କୋଲିନଙ୍କୁ ଏହି ପୋଷ୍ଟକୁ ଯଥେଷ୍ଟ ଶେୟାର ମଧ୍ୟ କରାଯାଉଛି ।

ଯାଜପୁରରେ କଙ୍ଗାରୁ କୋର୍ଟ, ମୋବାଇଲ ଚୋରି ଅଭିଯୋଗରେ ୩ ନାବାଳକଙ୍କୁ ଅକଥନୀୟ ନିର୍ଯାତନା

ଯାଜପୁର: ଯାଜପୁରରେ କଙ୍ଗାରୁ କୋର୍ଟ । ମୋବାଇଲ ଚୋରି ଅଭିଯୋଗରେ ୩ଜଣ ନାବାଳକଙ୍କୁ ନିର୍ଯାତନା । ଦଉଡିରେ ହାତଗୋଡ଼ ବାନ୍ଧି କାନ ଧରି ଉଠାବସା କରିଛନ୍ତି ଗାଁ ଲୋକ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମରାଯାଉଛି ।  ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବ୍ୟାସନଗର ସହର ଅଞ୍ଚଳର । ସୂଚନା ମୁତାବକ ଗତକାଲି ଅପରାହ୍ନରେ ସ୍ଥାନୀୟ ବାଇପାସ୍‌ରେ ଥିବା ଏକ ଗ୍ୟାରେଜରୁ ଏହି ପିଲାମାନେ ମୋବାଇଲ ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକ ଧରିଥିଲେ । ଏହାପରେ ହାତଗୋଡ଼ ବାନ୍ଧି କାନ ଧରାଇ ଉଠାବସା କରାଇଥିଲେ। ତେବେ ଏହି ପିଲାଙ୍କୁ ପୋଲିସ ଜିମା ଦିଆ ନଯାଇ ଛାଡି ଦିଆଯାଇଛି  । ପିଲାମାନେ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଏହି ୩ ଜଣ ନାବାଳକ ସ୍ଥାନୀୟ ଅଞ୍ଚଳରୁ ବୁଲି ବୁଲି ମୋବାଇଲ ଚୋରି କରନ୍ତି । ଏମାନେ ଉକ୍ତ ଗାଁର ନୁହନ୍ତି । ବାହାରୁ ଆସି ଏହି ଗାଁରେ ଚୋରି କରୁଥିଲେ । ତେବେ ଏହା ଜାଣି ସ୍ଥାନୀୟ ଲୋକେ ଏମାନଙ୍କୁ ଧରି ହାତ ବାନ୍ଧି ନିର୍ଯାତନା ଦେଇଛନ୍ତି ।

ଆସିଲା OTV ଏମ୍‌ଡି ଓ ପୀଡ଼ିତାଙ୍କ ମା’ଙ୍କ ବାର୍ତ୍ତାଳାପର ଅଡିଓ, ଚ୍ୟାନେଲ କର୍ମଚାରୀଙ୍କ ସଂପୃକ୍ତି ନେଇ କାନ୍ଦି କାନ୍ଦି ଜଣାଉଛନ୍ତି ମା’

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ରାଜଧାନୀ ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ମାଆର କାନ୍ଦି କାନ୍ଦି ଆକୁଳ ଅଭିଯୋଗ । ନିଜ ଝିଅ ସହ ଗଣଦୁଷ୍କର୍ମ ହୋଇଥିବା OTV ଏମ୍‌ଡିଙ୍କୁ କାନ୍ଦି କାନ୍ଦି କହିଲେ ପୀଡ଼ିତାଙ୍କ ମାଆ । OTVର କର୍ମଚାରୀ ତାଙ୍କ ଝିଅ ସହ ଦୁଷ୍କର୍ମ କରିଥିବା ଗୋଟି ଗୋଟି କରି ତଥ୍ୟ ବଖାଣିଲେ ପୀଡ଼ିତାଙ୍କ ମାଆ । ଜଘନ୍ୟ ଅପରାଧର ଅଡ଼ିଓ ଟେପ୍‌ ଏବଂ ବିଳକ କାନ୍ଦରୁ ଜଣା ପଡ଼ୁଛି ନୃସଂସତାର ଗଭିରତା । ଏଥିରେ ସାମିଲ ଥିବା OTVର ଗୋଟି ଗୋଟି କର୍ମଚାରୀଙ୍କ ନା ନେଇଛନ୍ତି ପୀଡ଼ିତାଙ୍କ ମାଆ । ହେଲେ ତିଳେମାତ୍ରବି ଫରକ ପଡ଼ୁନି ଏମ୍‌ଡିଙ୍କ ଉପରେ । ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିବା ବଦଳରେ ପୀଡ଼ିତାଙ୍କୁ ଅଫିସକୁ ଆଣ ବୋଲି କହୁଛନ୍ତି । ଅଫିସକୁ ଆସି ସମସ୍ତ ଦୋଷୀଙ୍କୁ ଚିହ୍ନିବାକୁ କହୁଛନ୍ତି ଏମ୍‌ଡି । ଲାଗୁଛି ଯେମିତି ପୀଡ଼ିତାଙ୍କ ମାଆଙ୍କୁ ଡ଼ରାଉଛନ୍ତି OTV କମ୍ପାନୀର ଏମ୍‌ଡି । ତୁମ ପାଖରେ କଣ ପ୍ରମାଣ ଅଛି ବୋଲି ମଧ୍ୟ ପ୍ରଶ୍ନ କରାଯାଉଛି । ଏଭଳି ସମ୍ବେଦନଶୀଳ ଘଟଣାରେ ପୀଡ଼ିତାଙ୍କ ମାଆଙ୍କୁ ଆଶ୍ୱସ୍ତି ଦେବା ପ୍ରତିବଦଳରେ ଧମକ ଦେବା ଭଳି ମନେ ହେଉଛି ।

ସେପଟେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆଗେଇ ଆସିଛନ୍ତି । ଟିଭି ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶିକାଙ୍କ ସମେତ ପୋଲିସ କମିଶନର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦେଇଛନ୍ତି ଡେଡ୍‌ଲାଇନ୍ । ଘଟଣାକୁ ଚପାଇଦେବା ଓ ପୀଡିତାଙ୍କ ମାଆଙ୍କୁ ଧମକ ଦେବା ଅଭିଯୋଗରେ ଉତ୍ତର ରଖିବାକୁ ଟିଭି ଚ୍ୟାନେଲ ନିର୍ଦ୍ଦେଶିକାଙ୍କୁ ଦିଆଯାଇଛି ୪୮ ଘଣ୍ଟା ସମୟ । ଏହା ଭିତରେ ମହିଳା କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ପୀଡ଼ିତାଙ୍କ ମାଆ ଏବଂ ଓଟିଭି ଚ୍ୟାନେଲ ଏମ୍‌ଡି କଥା ହେଉଛନ୍ତି । ଯେଉଁଥିରେ ପୀଡିତାଙ୍କ ମାଆ ନାବାଳିକା ଗଣଦୁଷ୍କର୍ମରେ ଚ୍ୟାନେଲର କର୍ମଚାରୀ କିପରି ସଂପୃକ୍ତ ଅଛନ୍ତି ତାହା ଓଟିଭିର ଏମ୍‌ଡିଙ୍କୁ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି । ଆସନ୍ତୁ ଶୁଣିବା ସେହି ଅଡିଓର ସଂପୂର୍ଣ୍ଣ ବାର୍ତ୍ତାଳାପ ।

ଜେଲରେ କିଭଳି କଟିଲା ରିୟାଙ୍କ ଦ୍ୱିତୀୟ ଦିନ? ଏଭଳି ଥିଲା ରୁଟିନ

ମୁମ୍ବାଇ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଗୁମର ଖୋଲୁଛି । ରିୟାଙ୍କର ଡ୍ରଗ୍ସ କାରବାର କନେକ୍ସନ ଥିବା ଖବରର ପର୍ଦ୍ଦାଫାଶ ହୋଇଛି । ଯାହାପରେ ତାଙ୍କୁ ଜେଲ ହୋଇଛି । ରିୟାଙ୍କୁ ମୁମ୍ବାଇର ବାୟକୁଲ୍ଲା ଜେଲରେ ରଖାଯାଇଛି । ଗତ ଗୁରୁବାରକୁ ରିୟାଙ୍କ ଜାମିନ୍ ଖାରଜ ହୋଇଛି । ତେବେ ରିୟାଙ୍କୁ ଜେଲ ହେବ ନା ତାଙ୍କୁ ବେଲ ମିଳିବ ଏହାର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଶୁକ୍ରବାରକୁ କୋର୍ଟ ଶୁଣାଣି କରିଛନ୍ତି । ସୂଚନା ମୁତାବକ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଖାରଜ କରିଛନ୍ତି କୋର୍ଟ ।

ତେବେ ଯାହା ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ତାହା ଜେଲରେ ରିୟାଙ୍କ ରହିବା ପରିସ୍ଥିତି । ଜଣେ ସେଲିବ୍ରିଟୀ ହୋଇ କିଭଳି ଜେଲରେ ରହୁଥିବେ ତାହା ନିହାତି ଭାବରେ ସମସ୍ତେ ଜାଣିବାକୁ ଚାହୁଁଥିବେ । ତେବେ ଜେଲରେ ରିୟାଙ୍କ ଦ୍ୱିତୀୟ ଦିନ କିପରି କଟିଲା ଆସନ୍ତୁ ଆଲୋଚନା କରିବା ।

ସକାଳ ୬ଟାରେ ରୋଲ କଲ ମାଧ୍ୟମରେ ଉଠିଲେ ରିୟା । ତା’ ପରେ ସେ ସେଲକୁ ଚାଲିଗଲେ । ସକାଳ ୭ଟା ୩୦ରେ ଜଳଖିଆରେ ରିୟାଙ୍କୁ ଚା ସହିତ ଚୁଡ଼ା ଦିଆଗଲା । ଜେଲ ମେସରେ ରିୟା ଲଞ୍ଚ୍ କଲେ । ଲଞ୍ଚରେ ଡାଲି,ଭାତ,ରୁଟି ଓ ଆଳୁ ତରକାରୀ ସାମିଲ ଥିଲା । ସଂନ୍ଧ୍ୟାରେ ଡିନର ପରେ ସେ ଜେନେରାଲ ବାରାକର ସର୍କଲ ନମ୍ବର ୧ରେ ରହିଲେ । ସୁରକ୍ଷାକୁ ନଜରରେ ରଖି ରିୟାଙ୍କୁ ଜେଲ ଗ୍ରାଉଣ୍ଡ ଫ୍ଲୋରରେ ଅଲଗା ସେଲରେ ରଖାଗଲା । ସିନା ବୋରା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ମଧ୍ୟ ଏହି ଜେଲରେ ଅଛନ୍ତି । ଇନ୍ଦ୍ରାଣୀଙ୍କ ସେଲ ନିକଟରେ ରିୟାଙ୍କ ସେଲ । ସୂଚନାଯାଗ୍ୟ ରିୟା ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ବିଳମ୍ବ ରାତିରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଇବା ପାଇଁ ନିଷ୍ପତ୍ତି ଶୁଣାଯାଇଥିଲା । ସେହି ରାତିରେ ରିୟାଙ୍କୁ ଏନସିବି ଲକଅପରେ ରଖାଯାଇଥିଲା ।

ଖବର ମୁତାବକ ରିୟାଙ୍କ ଭାଇ ସୌବିକ ଚକ୍ରବର୍ତ୍ତୀ ମଧ୍ୟ ଜାମିନ ପାଇଁ ଆବେଦନ କରିଛନ୍ତି । ତେବେ କେବଳ ରିୟା ନୁହଁନ୍ତି ବରଂ ଅନ୍ୟ ମାନଙ୍କର ମଧ୍ୟ ଜାମିନ ଖାରଜ ହୋଇଛି । ଖବର ଅନୁସାରେ ରିୟା ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ କୋର୍ଟରେ ରହିବେ ।

ବିଧାନସଭା ଅଧିବେଶନ ପୂର୍ବରୁ ହୋମ୍‌ ଆଇସୋଲେସନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର: ହୋମ୍‌ ଆଇସୋଲେସନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ କାର୍ଯ୍ୟାଳୟର ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ ଆଇସୋଲେସନକୁ ଯାଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ କାର୍ଯ୍ୟାଳୟର ୪ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଏମ୍‌ସରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୩ ଜଣ ହୋମ ଆଇସୋଲେସନରେ ଅଛନ୍ତି । ବାଚସ୍ପତି ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି । ତେବେ ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ ବୋଲି ସେ ପୁଣି ଥରେ କହିଛନ୍ତି । ବିନା କୋଭିଡ ଟେଷ୍ଟରେ କୌଣସି ବିଧାୟକ ବିଧାନସଭା ଅଧିବେଶନରେ ଯୋଗ ଦେଇପାରିବେନି ।

ସେପଟେ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସାଂସଦଙ୍କ କୋଭିଡ୍ ଟେଷ୍ଟ ହୋଇଛି । ଓଡ଼ିଶାର ୩ ସାଂସଦ ସୁବାସ ସିଂ, ମୁନ୍ନା ଖାଁ , ସୁଜିତ କୁମାର କୋଭିଡ୍ ଟେଷ୍ଟ କରାଇଛନ୍ତି । RT-PCR ଟେଷ୍ଟ କରାଇଛନ୍ତି ୩ ବିଜେଡି ସାଂସଦ । ମୌସୁମୀ ଅଧିବେଶନ ପୂର୍ବରୁ ଟେଷ୍ଟ କରାଇବା ପାଇଁ ନିର୍ଦ୍ଦେଶ ଥିଲା । ସଂସଦ ଗାଇଡଲାଇନ ଅନୁସାରେ ଟେଷ୍ଟ କରାଇଥିବା ଟେଷ୍ଟ ପରେ ସାଂସଦ ସୁବାସ ସିଂ କହିଛନ୍ତି । ରିପୋର୍ଟ ପରେ ଅଧିବେଶନରେ ଯୋଗଦେବେ । ଦଳୀୟ ହ୍ୱିପ୍ ହୋଇଛି, ସମସ୍ତେ ସଂସଦରେ ରହିବେ ବୋଲି ସେ କହିଛନ୍ତି ।

Sushant Singh Rajput Case:ରିୟାଙ୍କ ଜାମିନ ଖାରଜ

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଖୋଳତାଡ଼ ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କାରବାରକୁ ନେଇ ଗୁମର ଖୋଲିଛି । ଯାହାପରେ ତାଙ୍କୁ ଜେଲ ହୋଇଛି । ରିୟାଙ୍କୁ ମୁମ୍ବାଇର ବାୟକୁଲ୍ଲା ଜେଲରେ ରଖାଯାଇଛି । ଗତ ଗୁରୁବାରକୁ ରିୟାଙ୍କ ଜାମିନ୍ ଖାରଜ ହୋଇଥିଲା । ତେବେ ରିୟାଙ୍କୁ ଜେଲ ହେବ ନା ତାଙ୍କୁ ବେଲ ମିଳିବ ଏହାର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଶୁକ୍ରବାରକୁ କୋର୍ଟ ଶୁଣାଣି କରିଛନ୍ତି । ସୂଚନା ମୁତାବକ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଖାରଜ କରିଛନ୍ତି କୋର୍ଟ ।


କେବଳ ସେତିକି ନୁହେଁ ରିୟାଙ୍କ ଭାଇ ସୌବିକ ଚକ୍ରବର୍ତ୍ତୀ ମଧ୍ୟ ଜାମିନ ପାଇଁ ଆବେଦନ କରିଛନ୍ତି । ତେବେ କେବଳ ରିୟା ନୁହଁନ୍ତି ବରଂ ଅନ୍ୟ ମାନଙ୍କର ମଧ୍ୟ ଜାମିନ ଖାରଜ ହୋଇଛି । ଖବର ଅନୁସାରେ ରିୟା ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଜେଲରେ ରହିବେ ।