୧୦୨ ଛୁଇଁଲାଣି, ଏବେ ବି ଚାଲିଛି ନନ୍ଦ ସାର୍‌ଙ୍କ ଚାଟଶାଳୀ

CHATASALI

ଯାଜପୁର: ଯାଜପୁର ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦି କିଶୋର ପୃଷ୍ଟି । ଯିଏକି ଆଖପାଖ ଅଞ୍ଚଳରେ ଚାଟଶାଳୀ ମାଷ୍ଟ୍ରେ ଭାବେ ଜଣାଶୁଣା । ବୟସ ଆସି ୧୦୨ ଛୁଇଁଲାଣି, ହେଲେ ଏବେବି ତିନିପିଢ଼ି ଧରି ଗାଁ ଚାଟଶାଳୀରେ କୁନି ପିଲାଙ୍କୁ ପାଠ ପଢାଉଛନ୍ତି । ବଡ କଥା ହେଲା ଏଥିପାଇଁ ସେ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ ।

ଗାଁର କୁନି କୁନି ପିଲା ସ୍କୁଲ ଯିବା ପୂର୍ବରୁ ତାଙ୍କ ପାଖକୁ ଆସି ଅକ୍ଷର ଶିଖୁଛନ୍ତି । ୧୯୪୬ରୁ ନିରବଞ୍ଚିନ୍ନ ଭାବେ ଶିକ୍ଷାଦାନ କରୁଛନ୍ତି ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦ କିଶୋର ପୃଷ୍ଟି । ୧୯୪୬ରୁ ନିରବଛିନ୍ନ ଭାବେ ଶିକ୍ଷାଦାନ କରିଆସୁଛନ୍ତି ଗାଁର ନନ୍ଦିକିଶୋର ପୃଷ୍ଟି । ସକାଳେ ୨ ଘଣ୍ଟା ଓ ଅପରାହ୍ନରେ ୨ ଘଣ୍ଟା ଖୋଲେ ନନ୍ଦସାରଙ୍କ ଚାଟଶାଳୀ ।

୧୯୩୯ ମସିହାରେ ହାତିବାରୀ ମାଇନର ସ୍କୁଲରୁ ସପ୍ତମ ପାସ୍ କରିଥିଲେ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆଗକୁ ଆଉ ପାଠ ପଢ଼ିପାରି ନଥିଲେ । ଫଳରେ ଚାଷରେ ମନ ବଳାଇ ଥିଲେ । ଗାଁ ଦାଣ୍ଡରେ ଖୋଲିଥିବା ନନ୍ଦସାରଙ୍କ ଚାଟଶାଳୀ ଏବେ ହନୁମାନ ମନ୍ଦିର ମଣ୍ଡପକୁ ଉଠିଆସିଛି । ଦିନେ ଜେଜେ ତାଙ୍କ ପାଖରେ ପଢୁଥିଲେ ଏବେ ନାତି ପଢୁଛି । ଜଣେ ଆଦର୍ଶ ଶିକ୍ଷକ ଓ ଧାର୍ମିକ ବ୍ୟକ୍ତି ଭାବେ ନନ୍ଦ ମାଷ୍ଟ୍ରେ ଆଖପାଖ ଅଞ୍ଚଳରେ ବେଶ୍ ଜଣାଶୁଣା ।

Leave a Reply