ସବୁଠି କରୋନା, ଭୟରେ ଜେଲ୍‌ରୁ ମୁକୁଳିଲେ ହଜାର ହଜାର କଏଦୀ

1 min read
Covid 19 Jail

ଭୁବନେଶ୍ୱର: ଏଠି-ସେଠି-ସବୁଠି ଏବେ କରୋନା ଭୟ । କରୋନା କାୟା ଏବେ ସବୁଠି ଦେଖିବାକୁ ମିଳୁଛି । ପ୍ରତ୍ୟେକ କ୍ଷେତ୍ର କରେନା ମହାମାରୀ ଯୋଗୁଁ ପ୍ରଭାବିତ । ଏଭଳି ପରିସ୍ଥିତିରେ ଜେଲ୍‌ ଏବଂ ଏହାର ଚାରି କାନ୍ଥ ଭିତରେ ରହୁଥିବା କଏଦୀଙ୍କ କ୍ଷେତ୍ରରେ ମଧ୍ୟ କରୋନା ସଂକ୍ରମଣର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ଜେଲ୍‌ ଭିତରେ କିଛି କଏଦୀ କରୋନା ସଂକ୍ରମିତ ହେବା ପରେ ଏବେ ଏହାକୁ ନେଇ ଜେଲ୍‌ କର୍ତ୍ତୃପକ୍ଷ ବଡ଼ ପଦକ୍ଷେପ ନେଇଛନ୍ତି ।

Covid 19 Jail

ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କଏଦୀଙ୍କୁ ଛାଡ଼ କରାଯାଇଛି । କରୋନା ସଂକ୍ରମଣ ଭୟ ଥିବାରୁ ଜେଲ୍‌ରୁ ମୁକୁଳିଲେ କଏଦୀ । ସଂକ୍ରମଣକୁ ନଜରରେ ରଖି କଏଦୀଙ୍କୁ ଖଲାସ କରିବା ପକ୍ରିୟା ଜାରି ରଖିଛି ଜେଲ ବିଭାଗ । ଓଡିଶାର ୩୦ଟି ଜିଲ୍ଲାର ବିଭିନ୍ନ ଜେଲରୁ, ମାର୍ଚ୍ଚ ୨୦ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ୧୬ ହଜାର ୭୮୯ ଜଣ କଏଦୀଙ୍କୁ ଖଲାସ କରାଯାଇଛି । ଏଥି ସହ ୧,୨୦୨ ଜଣ କଏଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି ।

Covid 19 Jail

୧୬ ହଜାର ୭୮୯ ଜଣ କଏଦୀଙ୍କ ମଧ୍ୟରୁ ୧୬ ହଜାର ୬୩୯ ଜଣ ବିଚାଧୀନ କଏଦୀ । ୧୫୦ ଜଣ ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ମଧ୍ୟ ଅଛନ୍ତି । ବ୍ରହ୍ମପୁର ସାର୍କଲ ଜେଲରୁ ୫ ହଜାର ୨୩୧, ସମ୍ବଲପୁରରୁ ୩ ହାଜର ୭୧୬, କଟକରୁ ୩ ହଜାର ୪୬୫, ବାରିପଦାରୁ ୨ ହଜାର ୭୩୩ ଓ କୋରାପୁଟ ସାର୍କଲ ଜେଲ୍‌ରୁ ୧୬ ଶହ ୪୪ ଜଣ ଖଲାସ ହୋଇଛନ୍ତି । ସର୍ବୋଚ୍ଚ ନ୍ୟାୟଳୟର ନିର୍ଦ୍ଦେଶକ୍ରମେ ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ କମିଟି ଏଭଳି ନିଷ୍ପତ୍ତି ନେଇଛନ୍ତି ।

Covid 19 Jail

Leave a Reply