ଇସ୍‌ଲାମ୍‌କୁ ଅପମାନିତ କରିଥିବା ଅଭିଯୋଗ: କୋର୍ଟ ଭିତରେ କରାଗଲା ହତ୍ୟା

ଇସ୍‌ଲାମାବାଦ: ପାକିସ୍ତାନରେ ଜଣେ ଅଭିଯୁକ୍ତଙ୍କ କୋର୍ଟ ପରିସରରେ ହତ୍ୟା କରାଯାଇଛି । ପେଶାଓ୍ୱରରେ ବୁଧବାର ଜଣେ ଯୁବକ ଏହି ଘଟଣା ଭିଆଇଛନ୍ତି । ଆକ୍ରମଣକାରୀ ଖାଲିଦ ଖାନ୍ କୌଶଳ କ୍ରମେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କୋର୍ଟ ପରିସରରେ ପ୍ରବେଶ କରିବାକୁ ସଫଳ ହୋଇଥିଲେ, ତେବେ ସେ କିଭଳି ପ୍ରବେଶ କଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି । କିନ୍ତୁ ହତ୍ୟା ପରେ ପୋଲିସ୍ ତାକୁ ନିଜ କବ୍‌ଜାକୁ ନେଇଛି ।

            ଉପସ୍ଥିତ ପୋଲିସ ଅଧିକାରୀଙ୍କ କହିବା ହେଲା, ଇଶାନିନ୍ଦାକୁ ନେଇ ଟ୍ରାଏଲର ସାମ୍ନାକରୁଥିବା ତାହିର ସମିମ ଅହମ୍ମଦ ୨ ବର୍ଷ ପୂର୍ବେ ଦାବି କରିଥିଲା ଯେ, ସେ ନିଜେ ଇସଲାମ୍‌ର ପେଗମ୍ୱର । ଏହା ପରେ ତାକୁ ଗିରଫ କରାଗଲା ।  ଏବଂ ଇଶନିନ୍ଦା ଆଇନ ଅନୁଯାୟୀ ତା’ ବିରୋଧ ମକଦ୍ଦମା ରୁଜୁ ହୋଇଥିଲା । ଆକ୍ରମଣ ପରେ ହସ୍ପିଟାଲ ପହଞ୍ଚାଯିବା ପୂର୍ବରୁ ଜୀବନ ହାରିସାରିଥିଲା ସମିମ୍ ।

ସୁଶାନ୍ତଙ୍କୁ ରିୟାଙ୍କ ପଟୁ ଅଛି ବିପଦ,ମୃତ୍ୟୁର ୪ ମାସ ଆଗରୁ ପୋଲିସ ପାଖରେ ପରିବାର କରିଥିଲା ଅଭିଯୋଗ !

            ଇଶାନିନ୍ଦା ପାକିସ୍ତାନରେ ଏକ ବଡ଼ ବିବାଦିୟ ପ୍ରସଂଗ । ଯେଉଁଠାରେ ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ଆଜୀବନ କାରାଦଣ୍ଡା କିମ୍ୱା ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥାଏ ।  ଘରୋଇ ଏବଂ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସାଧାରଣତଃ ଇଶାନିନ୍ଦାର ଅଭିଯୋଗ ଲଗାଇ ଅଳ୍ପସଂଖ୍ୟକ ଉପରେ ଅତ୍ୟାଚାର କରାଯାଉଛି । ଏବଂ ବହୁ ଥର ନିଜସ୍ୱ ଶତ୍ରୁତା ଯୋଗୁଁ ମଧ୍ୟ କାହା ଉପରେ ଏଭଳି ଅଭିଯୋଗ ଲଗାଇ ଦିଅନ୍ତି । ୨୦୧୧ରେ ପଞ୍ଜାବର ଗଭର୍ଣ୍ଣନଙ୍କୁ ତାଙ୍କ ଗାର୍ଡ ହତ୍ୟା କରିଦେଇଥିଲା । କହିଁକି ନା ସେ ଇଶାନିନ୍ଦାର ଅଭିଯୁକ୍ତ ଇସାଇ ମହିଳା ଅଭିଯୁକ୍ତଙ୍କ ପତ୍ନୀଙ୍କୁ ସୁରକ୍ଷା ଦେଉଥିଲା  । ୮ ବର୍ଷ ଯାଏଁ ତାକୁ ଜେଲ୍‌ରେ ରଖାଯିବା ପରେ ତାକୁ ମୁକ୍ତ କରିଦିଆଯାଇଥିଲା । କିନ୍ତୁ କଟ୍ଟରପନ୍ଥୀଙ୍କ ଧମକ ପରେ ସେ କାନାଡା ଚାଲିଯାଇଥିଲା ।

Leave a Reply