ପାର୍ବଣ ପୂର୍ବରୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ, ଅସାବଧାନତା ଆଣିପାରେ ବିପତ୍ତି

1 min read

ଭୁବନେଶ୍ୱର: କରୋନା ଭୂତାଣୁର ଚରିତ୍ର ଭୟାନକ । ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ । ୟୁରୋପୀୟ ଦେଶଗୁଡିକରେ କରୋନାର ପ୍ରକୋପ କମିବାରେ ଲାଗିଥିଲା । ହେଲେ ବର୍ତ୍ତମାନ ସେହି ସବୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ସେହି ଦେଶ ଗୁଡ଼ିକ ପୁନର୍ବାର ଲକଡାଉନ, ସଟଡାଉନ କରୁଛନ୍ତି । ଏହା ଆମ ପାଇଁ ସତର୍କ ଘଣ୍ଟି ସଦୃଶ । ତେଣୁ ଆମକୁ କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ପ୍ରତି ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ମଙ୍ଗଳବାର ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ହେଲେ ନିକଟରେ ତାଙ୍କ ରାଜ୍ୟର ପ୍ରସିଦ୍ଧ ପର୍ବ ଓନାମ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବ ସତର୍କତାରେ ଲୋକମାନେ ବିଚ୍ୟୁତି କରିଥିଲେ । ସାମାଜିକ ଦୂରତା ରକ୍ଷା କରାଯାଇ ନ ଥିଲା । ଏହା କେରଳରେ ପୁନର୍ବାର କରୋନା ସଂକ୍ରମଣ ବୃଦ୍ଧି କରିଲା । ତେଣୁ ଏହି ଘଟଣାରୁ ଓଡ଼ିଶାବାସୀ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାର୍ବଣ ପୂର୍ବରୁ ରାଜ୍ୟବାସୀଙ୍କୁ  ସତର୍କ କରାଇଛନ୍ତି ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗକୁ ଦୁର୍ଗାପୂଜା ଓ ଦୀପାବଳୀ ଆସୁଛି । ରାଜ୍ୟବାସୀଙ୍କୁ ପୂଜା ସମୟରେ ସର୍ବସାଧାରଣସ୍ଥାନ ଗୁଡ଼ିକରେ  ଭିଡ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଘରେ ରହି ମା’ଙ୍କ ପୂଜା କରିବା ସହ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଏହି ସମୟରେ ପରିବାର ସହ ଘରେ ରହି ଶାରଦୀୟ ପର୍ବ ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।  କୌଣସି କାରଣରୁ ବାହାରକୁ ଗଲେ ମାସ୍କ ପିନ୍ଧିବା ଏବଂ ହାତ ଧୋଇବାକୁ ଗୁରୁତ୍ୱ ଦିଅନ୍ତୁ । ସବୁ ସମୟରେ ସାମାଜିକ ଦୂରତା ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।  ତେଣୁ ରାଜ୍ୟରେ ଯେପରି ପାର୍ବଣ ସମୟରେ କରୋନା ସଂକ୍ରମଣ ବୃଦ୍ଧି ନ ପାଏ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ ପାଇଛି । କିନ୍ତୁ ଏଥିରେ ଆତ୍ମସନ୍ତୋଷ ଲାଭ ନ କରି ଅଧିକ ସଚେତନ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ସାତ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି । ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ୱୀକାର କରିବାକୁ ହେଉଛି। ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି । ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି । ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ରାରା ଆମେ କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Coronavirus Alert US Scientists The Risk Of Covid-19 In Cold Will Increase Keep Windows Open
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, କୋଭିଡ଼ ଯୋଦ୍ଧାମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ । ଓଡିଶା ଗତ ୬ ମାସରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି ।ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି । ରାଜ୍ୟବାସୀ  ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଥିବାରୁ  ସେ ଧନ୍ୟବାଦ  ଦେଇଥିଲେ । ସଂକ୍ରମଣରୁ ଦୂରେଇ ରହିବା ପାଇଁ ହାତ  ଧୋଉଛନ୍ତି ଏବଂ ସାମାଜିକ ଦୂରତା ମଧ୍ୟ ରକ୍ଷା କରୁଛନ୍ତି । ହେଲେ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି ସେମାନେ ପରିସ୍ଥିତିକୁ ଠିକ୍‌ ଭାବରେ ବୁଝିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି । ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା କମିବା ଆରମ୍ଭ କରିଛି। ଗତ ୨୬ ସେପ୍ଟେମ୍ବରରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚାରି ହଜାରରୁ ଅଧିକ ଥିବାବେଳେ ଆଜି ସକରମଣ ଦୁଇ ହଜାର ତଳକୁ ଖସିଛି । ସେହିପରି ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇଛି ।  ତେଣୁ ଆଗକୁ ଏହି ସଂଖ୍ୟା ଆହୁରି କମିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ  ଗଞ୍ଜାମ ଓ ଗଜପତିର ଉଦାହରଣ ଦେଇଥିଲେ ।  ସେ କହିଥିଲେ ଯେ,  ୨ ମାସ ତଳେ ଗଞ୍ଜାମ hotspot ଥିଲା । ପ୍ରତିଦିନ ଶହ ଶହ positive case ବାହାରୁଥିଲା । ହେଲେ ଲୋକଙ୍କ ସହଯୋଗ, community participation ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି  । ଏହି ୨ ଜିଲାରେ ଗଞାମ ଓ ଗଜପତି ରେ ସଂକ୍ରମଣ ବହୁତ କମିଯାଇଛି  । ଏହି ଜିଲାର କୋଭିଡ଼ ପରିଚାଳନା ଏବେ ଅନ୍ୟ ଜିଲ୍ଲା ପାଇଁ ପ୍ରେରଣା ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।  ହେଲେ ଏଥିରେ ଉତ୍ସାହିତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସତର୍କ କରିଛନ୍ତି । ସେ କୁହନ୍ତି ଯେ,  medicine ଓ vaccine ବାହାରିବା ପର୍ଯ୍ୟନ୍ତ  ସମସ୍ତଙ୍କୁ ସାବଧାନ ରହିବାକୁ ପଡ଼ିବ  ।

ୟୁରୋପରେ ବଢୁଥିବା ସଂକ୍ରମଣର ପରିସଂଖ୍ୟନ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏକ ସେପ୍ଟେମ୍ବରରେରେ UKରେ daily ୧୨୦୦ରୁ ଅଧିକ positive case ଥିଲା । ୮ ଅକ୍ଟୋବରରେ ଏହା ୧୭ ହଜାରରୁ ଅଧିକ ହେଲାଣି । ସେହିପରି Franceରେ 31 Augustରେ ତିନି ହଜାରରୁ ଅଧିକ positive case ଥିବାବେଳେ 10 Octoberରେ ଏହା 26 ହଜାରରୁ ଅଧିକ ହେଲାଣି। ଆମେରିକା ପରେ ଭାରତ ଏବେ ବିଶ୍ୱରେ ଦୁଇ ନମ୍ବରରେ ରହିଛି । ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

Leave a Reply