ଆକାଶରେ ଏହି ତାରା ଜଳୁଛି ଲିଭୁଛି, ଏମିତି କହି ପୋଲିସକୁ କଲ କଲେ ଯୁବକ

1 min read

ନୂଆଦିଲ୍ଲୀ: ଆକାଶରେ ତାରା ମାନଙ୍କ ଭିତର କିଛି ଅସୁବିଧା ରହିଛି… । ସବୁ ତାରା ଠିକ୍‌ ରହିଛନ୍ତି କିନ୍ତୁ ଗୋଟେ ତାରା ବାମ୍ବାର ଜଳୁଛି ଆଉ ଲିଭୁଛି…। ଭୁଲ ଥିବା ତାରାକୁ ତଳକୁ ନେଇଆସ…।

ଏହା କୌଣସି ବୈଜ୍ଞାନିକ ମାନଙ୍କର ପୂର୍ବ ଚେତାବନୀ ନୁହେଁ । କି ତାରା ମାନଙ୍କ ମଧ୍ୟରେ କୌଣସି ଅବିଚଳିତ କଲାଭଳି ଘଟଣା ଘଟିନାହିଁ । ଏହା ହେଉଛି ରାତି ଅଧରେ ପୋଲିସକୁ ଭୁଆଁ ବୁଲାଇଥିବା ଜଣେ ବ୍ୟକ୍ତିଙ୍କର ମନଗଢ଼ା କାହାଣୀ । ଲୋକେ କେମିତି ହଇରାଣ ନହୁଅନ୍ତୁ । ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ କେମିତି ସମ୍ପୂର୍ଣ୍ଣ ସହାୟତା ମିଳିପାରିବ । ସେଥିପାଇଁ ସରକାରଙ୍କ ଦ୍ୱାରା ହେଲ୍ପଲାଇନ ନମ୍ବର ୧୧୨ ଆରମ୍ଭ କରାଯାଇଥିଲା । କିନ୍ତୁ ସରକାର କେବେ ଭାବି ନଥିବେ ଯେ ଏଭଳି କିଛି ଫୋନ୍ କଲ୍‌ର ତାଙ୍କୁ ସାମ୍ନା କରିବାକୁ ପଡ଼ିବ । ଯେଉଁଠାରେ ଆକାଶର ତାରାଗୁଡ଼ିକୁ ଦେଖି ଜଣେ ବ୍ୟକ୍ତି ବିଚଳିତ ହୋଇଯିବେ । ଏବଂ ତାରାକୁ ନେଇ ଏମିତି କିଛି କଥା କହିବେ ଯାହା ଆପଣ ମଧ୍ୟ ଶୁଣିଲେ କାବା ହୋଇଯିବେ ।

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ ବ୍ୟକ୍ତି ପୋଲିସର ଜରୁରୀକାଳୀନ ଫୋନ୍‌କୁ କଲ କରିଥିଲେ । ପୋଲିସକୁ କହିଥିଲେ ଯେ ଆକାଶରେ ଥିବା ତାରା ମାନଙ୍କ ମଧ୍ୟରୁ ଗୋଟିଏ ତାରାରେ କିଛି ଅସୁବିଧା ରହିଛି । ଆକାଶରେ ଥିବା ଅନ୍ୟ ତାରାମାନେ ଠିକ ଅଛନ୍ତି । କିନ୍ତୁ ଅନ୍ୟ ପଟେ ଗୋଟିଏ ତାରକା ବାରମ୍ବାର ଜଳୁଛି ଏବଂ ଲିଭୁଛି । ଅସୁବିଧା ଥିବା ତାରାକୁ ତଳକୁ ନେଇ ଆସନ୍ତୁ ।

ରାତି ଅଧରେ ଏମିତି କିଛି ପ୍ରଶ୍ନର ସାମ୍ନା କରିଥିଲେ ପୋଲିସ । ସବୁଠାରୁ ବଡ଼ କଥା ହେଉଛି ରାତି ଅଧରେ ପୋଲିସ ସେହି ମଜାକୁ ଆହୁରି ମଜାଦାର କରିଥିଲା । ପୋଲିସ ମଧ୍ୟ ଯୁବକଙ୍କର ଏଭଳି କଥାକୁ ମଜା କରି କହିଥିଲା କି ତାରା କଣ ଦଉଡ଼ିରେ ଓହ୍ଲାଇବ କି ? ଯଦି ତାରା ଓହ୍ଲାଇବ ତ କିପରି ଓହ୍ଲାଇବ ? ଏହା ଶୁଣି ଯୁବକ ଜଣକ ପୋଲିସକୁ ସଙ୍ଗେସଙ୍ଗେ ତାରାକୁ ତଳକୁ ଆଣିବାକୁ କହିଥିଲେ ।

ଡିଓ ଭାଇରାଲ ହେବା ପରେ ଲୋକେ ଏହାକୁ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ‘ସେ ପୋଲିସକୁ ଡାକିବା ବଡ଼ କଥା ନୁହେଁ । ବଡ କଥା ହେଉଛି ପୋଲିସ ଏହାର ଶୁଣି ଆସିଥିଲା । ତେବେ ଏଠି ପୋଲିସ ହିଁ ହେଉଛି ସବୁଠାରୁ ବଡ଼ ପାଗଳ । ତେବେ ଏହି ପୂରା ମାମଲାରେ ଉପଭୋକ୍ତାମାନେ ପୋଲିସର ଏଭଳି ଶୀଘ୍ର ପ୍ରତିକ୍ରିୟାକୁ ମଧ୍ୟ ପ୍ରଶଂସା କରୁଛନ୍ତି ।

Leave a Reply