ବେଆଇନ ଅଟକ ପାଇଁ ହାଇକୋର୍ଟରେ ଏନ୍‌ସିବି ବିରୋଧରେ ଆବେଦନ କଲେ ସୁଶାନ୍ତଙ୍କ ଚାକର, ସରକାରଙ୍କଠୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

1 min read

ନୂଆଦିଲ୍ଲୀ: ଛନ୍ଦି ହେବାରେ ଲାଗିଛି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ରହସ୍ୟ । ମୃତ୍ୟୁ ରହସ୍ୟ ଏବେ ବଲିଉଡର ଡ୍ରଗ୍ସ ଲିଙ୍କ୍‌ ସହ ଯୋଡ଼ି ହୋଇଛି । ଯାହାଫଳରେ ତଦନ୍ତର ଦିଗ ମଧ୍ୟ ବଦଳିଛି । ଡ୍ରଗ୍ସ ଲିଙ୍କକୁ ନେଇ ଏବେ ତଦନ୍ତ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ତେବେ ସୁଶାନ୍ତଙ୍କ ଘରେ କାମ କରୁଥିବା ଚାକର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଉପରେ ମାନହାନି କେସ କୋର୍ଟରେ ଦାଖଲ କରିଛି । ଚାକରକୁ ବେଆଇନ ଭାବେ ଅଟକ ରଖିଥିବା ଅଭିଯୋଗ ହୋଇଛି । ସୁଶାନ୍ତଙ୍କ ଘରେ କାମ କରୁଥିବା ଏହି ବ୍ୟକ୍ତି ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି । ଏଥିରେ ସେ ସରକାରଙ୍କଠାରୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ତାଙ୍କ କହିବାନୁସାରେ, ଏନସିବି ତାଙ୍କୁ ବେଆଇନ ହେପାଜତରେ ରଖିଥିଲା । ଏହା ସମ୍ବିଧାନର ଧାରା ୨୧ ଏବଂ ଧାରା ୨୨ ର ଉଲ୍ଲଂଘନ କରିଛି । ସେପଟେ ନଭେମ୍ବର ୬ରେ ବମ୍ବେ ହାଇକୋର୍ଟର ଜଷ୍ଟିସ୍ ଏସ୍‌ଏସ୍‌ ସିନ୍ଦେ ଏବଂ ଜଷ୍ଟିସ୍ କର୍ଣ୍ଣିକଙ୍କ ବେଞ୍ଚ ଶୁଣାଣି କରିବ ।

ଡ୍ରଗ୍ସ ମାମଲାରେ ଏନଡିପିଏସ୍ ଆକ୍ଟ ଅନୁଯାୟୀ ଆବେଦନକାରୀଙ୍କୁ ଏନସିବି ଗିରଫ କରିଥିଲା । ସେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣିଥିବା ଅଭିଯୋଗ ହୋଇଥିଲା । ଗିରଫ ପରେ ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନରେ ମୁକ୍ତ କରିଥିଲେ । Livelaw.in ଅନୁଯାୟୀ, ସୁଶାନ୍ତଙ୍କ ଘରେ କାମ କରୁଥିବା ବ୍ୟକ୍ତି ଜଣକ ତାଙ୍କ ପିଟିସନରେ ଅଭିଯୋଗ କରିଛନ୍ତି ଯେ, ଏନସିବି ରେକର୍ଡରେ ଦର୍ଶାଇଛି ସେପ୍ଟେମ୍ବର ୫ ରେ ରାତି ୮ଟା ସମୟରେ ତାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ବାସ୍ତବରେ ସତକଥା ହେଉଛି ଯେ ୪ ସେପ୍ଟେମ୍ବର ରାତି ୧୦ଟାରେ ତାଙ୍କୁ ଏନସିବି ଗିରଫ କରିଥିଲା । ତାଙ୍କ କହିବାନୁସାରେ ସେପ୍ଟେମ୍ବର ୬ ଦିନ ୧:୩୦ ରେ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ତାଙ୍କୁ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ କୋର୍ଟ ଏନସିବି ରିମାଣ୍ଡରେ ପଠାଇଥିଲେ ।

୩୬ ଘଣ୍ଟାରୁ ଅଧିକ ସମୟ ଧରି ଏନ୍‌ସିବି ତାଙ୍କୁ ତାଙ୍କ ପାଖରେ ରଖିଥିଲା । ୩୬ ଘଣ୍ଟାପରେ କୋର୍ଟରେ ହାଜର କରାଯାଇଥିଲା ବୋଲି ଆବେଦନରେ ଦର୍ଶାଯାଇଛି । ଏହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଏବଂ ସମ୍ବିଧାନର ଧାରା ୨୨ ର ଉଲ୍ଲଂଘନ । ନିୟମ ଅନୁଯାୟୀ, ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥାଏ । କିନ୍ତୁ ଏନ୍‌ସିବି ତାହା କରିନଥିଲା  । କିନ୍ତୁ ସେପଟେ ଏନ୍‌ସିବି ଅଭିଯୋଗକାରୀଙ୍କର ଅଭିଯୋଗକୁ ଭିତିହୀନ ବୋଲି କହିଛି । ଏନ୍‌ସିବି ତାଙ୍କୁ ୫ ସେପ୍ଟେମ୍ବରରେ ହିଁ ଆରେଷ୍ଟ କରିଥିବା କହିଛି ।

Leave a Reply