ତାଇବାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଛି ଚୀନ !

1 min read

ବେଜିଂ: ଚୀନ ରାଷ୍ଟ୍ରପତି କିଛି ଦିନ ପୂର୍ବରୁ ସୈନିକମାନଙ୍କ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଯୁଦ୍ଧ ପାଇଁ ପ୍ରସ୍ତୁତ କରିବାକୁ ଏବଂ ହାଇ ଆଲର୍ଟରେ ରହିବାକୁ କହିଥିଲେ । ଏବେ ଗୋଟିଏ ରିପୋର୍ଟରେ ଦାବି କରାଯାଇଛି ଯେ, ଚୀନ ତାଇବାନ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ  ନିଜର ଉପକୂଳବର୍ତ୍ତୀ  ଅଞ୍ଚଳରେ ସବୁଠୁ ଆଡଭାନ୍ସ ହାଇପରସୋନିକ ମିସାଇଲକୁ ମୁତୟନ କରିଛି । ସୂଚନା ଅନୁସାରେ, ଫୁଜିଆନ ଏବଂ ଝେଜିଆଁଗରେ ଚୀନର ସେନା DF-17 ନାମକ ଏକ ମିସାଇଲକୁ ମୁତୟନ କରାଯାଇଛି । ଏହି ମିସାଇଲର କୌଶଳ ବିଷୟରେ ଖୁବ୍ କମ୍ ,ସୂଚନା ସାର୍ବଜନୀନ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ତାଇବାନ ଏବଂ ଚୀନର ସମ୍ପର୍କରେ କିଛି ଦିନ ହେବ ଫାଟ ସୃଷ୍ଟି ହୋଇଛି । ଆଉ ଏହାର କାରଣ ହେଉଛି ତାଇବାନ ବୈଷୟିକ ସ୍ତରରେ ନିଜକୁ ସ୍ୱାଧୀନ ଦେଶ ଭାବେ ଲଗାତାର ଦା  କରିଛି ଏବଂ ନିକଟରେ ଆମେରିକା ସହ ଅସ୍ତ୍ରଶସ୍ତ୍ର ନେଇ ବୁଝାମଣା ସ୍ୱାକ୍ଷରିତ କରିଛି ।

କିଛି ଗଣମାଧ୍ୟମ ଫୁଜିଆନ ଏବଂ ଝୋଜିଆଙ୍ଗରେ ଆଡଭାନ୍ସ ମିଶାଇଲ ମୁତୟନର ରିପୋର୍ଟକୁ ପରିକଳ୍ପିତ ବୋଲି କହିଥିବା ବେଳେ କିଛି ଗଣମାଧ୍ୟମ ଏହାକୁ ସତ ବୋଲି କହିଛନ୍ତି । ଚୀନ ତାଇବାନ ଉପରେ ଆକ୍ରମଣ କରିବାକୁ ସୁଯୋଗ ଖୋଜୁଥିବା ଚୀନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ଚୀନ ଗଣମାଧ୍ୟମ ଅନୁସାରେ, ବେଜିଂର DF-17 ମିସାଇଲରେ ଏମିତି ସାମର୍ଥ୍ୟ ରହିଛି ଯେ, ଏହା ତାଇବାନର ବିଚ୍ଛିନ୍ନତାବାଦକୁ ସମାପ୍ତ କରିବାରେ ସକ୍ଷମ ହେବ ।  କିଛିଦିନ ପୂର୍ବରୁ ଚୀନ ସେନାର ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଏକ ଅଜ୍ଞାତ ଦ୍ୱୀପକୁ ନିଜ ଅଧିନକୁ ଆଣିବାର ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ, DF-17 ମିସାଇଲ ୨୫୦୦କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିପାରିବ । ଏହା ଘଣ୍ଟାପ୍ରତି ୧୨,୩୬୦କିଲୋମିଟର ସ୍ପିଡରେ ଗତି କିରପାରିବ । ଏହି ମିଶାଇଲରେ ପରମାଣୁ ବୋମା ପକାଇବାର ମଧ୍ୟ କ୍ଷମତା ରହିଛି । ତାଇବାନର ଗଣମାଧ୍ୟମ ଅନୁସାରେ, ଚୀନ ତରଫରୁ ମିଶାଇଲ ମୁତୟନକୁ ନେଇ ପୂରା ଦେଶ ଏବେ ଭୟଭୀତ ହୋଇଛି । ଏହି ମିଶାଇଲ ତାଇବାନର ଏୟାର ଫୋର୍ସକୁ ମଧ୍ୟ ଟାର୍ଗେଟ କରିପାରିବ ।

 

 

Leave a Reply