spot_img
Home Blog Page 6714

ମଦ ବଦଳରେ ସାନିଟାଇଜର ପିଇ ୯ ଜଣଙ୍କର ମୃତ୍ୟୁ, ଜାଣନ୍ତୁ ପୁରା ଘଟଣା

ଆନ୍ଧ୍ରପ୍ରଦେଶ: କରୋନା ସଂକ୍ରମଣ ପାଇଁ ଦେଶରେ କିଛି ସ୍ଥାନରେ ମଦ ଦୋକାନ ବନ୍ଦ ରହିଛି । ଯଦିଓ କେଉଁଠି କେଉଁଠି ମଦ ଦୋକାନ ଖୋଲା ରହିଛି ହେଲେ ମଦ ନେବା ପାଇଁ କଡ଼ା କଟକଣା ମାନ ଜାରି କରାଯାଇଛି । ଯାହାଫଳର ମଦ ପିଇବାକୁ ଚାହୁଁଥିବା ଲୋକ ନିୟମ ଜାଣି ନପାରି ମଦ ଆଣିପାରୁ ନାହାନ୍ତି । ଏନେଇ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଏକ ଅଘଟଣ ଖଟିଯାଇଛି । ମଦ ନମିଳିବାରୁ ସାନିଟାଇଜର ପିଇ ୯ ଜଣଙ୍କର ମୃତ୍ୟୁ ହୋଇଛି  ।

ସାନିଟାଇଜର ପିଇିବା ଯୋଗୁଁ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି  । ମୃତକ ମାନେ ସମସ୍ତେ ୨୫ରୁ ୪୫ ବର୍ଷ ବୟସ ଭିତରେ ବୋଲି ଜଣାପଡିଛି  । ଘଟଣାରେ ପୋଲିସ ପ୍ରଶାସନ ତଦନ୍ତ ଆରମ୍ଭ କରିଛି  । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମଦ ମିଳୁନଥିବାରୁ ମୃତକ ମାନେ ସାନିଟାଇଜର ପିଇ ଦେଇଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦୋକାନରେ ମିଳୁଥିବା ସବୁ ସାନିଟାଇଜରକୁ ସିଜ କରାଯିବା ସହ ପରୀକ୍ଷା କରିବା ପାଇଁ ପଠାଯାଇଛି  । କରୋନା ସଂକ୍ରମଣ ବଢୁଥିବାରୁ ଗତ ୧୦ ଦିନ ହେଲା ସେହି ଅଞ୍ଚଳରେ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଛି  ।

ଜେଲ୍‌ ଭିତରେ ମାନସିକ ଭାରସାମ୍ୟ ହରାଉଛନ୍ତି କଏଦୀ, କାଳ କୋଠରୀ ଭିତରେ କଏଦୀଙ୍କର ବାହାରୁଛି ମୁଣ୍ଡଦୋଷ

ଭୁବନେଶ୍ୱର: ଚିଟଫଣ୍ଡ ଅଭିଯୁକ୍ତ ପ୍ରଦୀପ ସେଠୀ ହୁଅନ୍ତୁ ବା ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ଯ୍ୟ । ଜେଲ୍‌ ଭିତରେ ମାନସିକ ଭାରସାମ୍ୟ ହରାଇ ଉଭୟ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତ୍ତିଛନ୍ତି । ସେହିଭଳି ସାରା ରାଜ୍ୟରେ କାଳକୋଠରୀରେ ବନ୍ଦୀ ଅନେକ କଏଦୀ ମାନସିକ ଭାରସାମ୍ୟ ହରାଉଛନ୍ତି । ଜେଲ ଭିତରେ ଗ୍ୟାଙ୍ଗୱାର, ଅସ୍ୱାସ୍ଥ୍ୟକର ପରିବେଶ, ବର୍ଷ ବର୍ଷ ଧରି ଜାମିନ ନମିଳିବା ଯୋଗୁ ଅଧିକାଂଶଙ୍କର ମାନସିକ ସନ୍ତୁଳନ ବିଗୁଡୁଛି । ଆଉ ଏବେ ଏଥିରେ ବିଶେଷ ପ୍ରଭାବ ପକାଇଛି କରୋନା । ଜାମିନରେ ଅସୁବିଧା ଓ ନିଜ ଲୋକଙ୍କ ସହ ମୁଲାକାତରେ ବିଳମ୍ବ ଯୋଗୁ କଏଦୀଙ୍କ ମାନସିକ ଅବସ୍ଥା ଖରାପ ହେଉଛି ।

ଏନ୍‌ସିଆର୍‌ବି ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ କଏଦୀଙ୍କ ସଂଖ୍ୟା ୧୫ ହଜାରରୁ ଅଧିକ ଥିବା ବେଳେ ସେଥିରୁ ୭୮୭ ଜଣ ମାନସିକ ରୋଗୀ । ସେମାନଙ୍କ ମଧ୍ୟରୁ ୪୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ବେଳେ ଅବଶିଷ୍ଟ ୩୭୫ ଜଣ ବିଚାରାଧୀନ କଏଦୀ । ୨୦୧୭ରେ ୭୮୭ ଓ ୨୦୧୮ରେ ୬୭୭ ଜଣ ମାନସିକ ବିକାରଗସ୍ତ କଏଦୀ ରାଜ୍ୟର ୮୬ଟି ଜେଲରେ ଥିବା ଏନ୍‌ସିଆର୍‌ବି ସ୍ପଷ୍ଟ କରିଛି । ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ୧୫ ଜଣ କଏଦୀ ଆତ୍ମହତ୍ୟା କରିଥିବା ବେଳେ ୩୦ରୁ ଅଧିକ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

୨୦୧୬ ମଡେଲ ଜେଲ ପ୍ରିଜନ ମାନୁଆଲ ଅନୁଯାୟୀ ଜେଲ ଭିତରେ କଏଦୀଙ୍କ ମାନସିକ ଅବସ୍ଥାର ଯତ୍ନ ନେବାକୁ ଡାକ୍ତର ଓ ପରାମର୍ଶଦାତା ନିଯୁକ୍ତ କରାଯାଇଛି । କିନ୍ତୁ ଅଧିକାଂଶ ଜେଲର ପାରିପାର୍ଶ୍ୱିକ ଅବସ୍ଥା ଅତ୍ୟନ୍ତ ଖରାପ । ମାନସିକ ରୋଗ ଚିକିତ୍ସାର ବ୍ୟବସ୍ଥା ନାହିଁ । ଜେଲ କର୍ତ୍ତୃପକ୍ଷଙ୍କ ବ୍ୟବହାର ମଧ୍ୟ ଅଧିକାଂଶ କ୍ଷେତ୍ରରେ ଅସହ୍ୟ ହେଉଛି । ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଏକ ପ୍ରମୁଖ ସମସ୍ୟା । ସେହିପରି ୩୦ ପ୍ରତିଶତ ବିଚାରାଧୀନ କଏଦୀ ଅଶିକ୍ଷିତ ହୋଇଥିବାରୁ ଧୈର୍ଯ୍ୟହରା ହୋଇ ଆତ୍ମହତ୍ୟାର ରାସ୍ତାକୁ ଆପଣାଉଥିବା ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ କହିଛନ୍ତି । ଦିନକୁ ଦିନ ଜେଲରେ ଭୟଙ୍କର ହେଉଛି ମାନସିକ ରୋଗୀଙ୍କ ସଂଖ୍ୟା । ସମୁଦାୟ କଏଦୀଙ୍କ ୫ ପ୍ରତିଶତ ମାନସିକ ବିକାରଗସ୍ତ । …

(ଭୁବନେଶ୍ୱରରୁ ମାନସ ମହାପାତ୍ର)

ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର: ହସ୍ପିଟାଲ ପକ୍ଷରୁ ହେଲ୍ଥ ବୁଲେଟିନ୍ ଜାରି

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥରେ ଉନ୍ନତି ଆସିଛି । ଏ ନେଇ ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ୍‌ ହସ୍ପିଟାଲ ପକ୍ଷରୁ ହେଲ୍ଥ ବୁଲେଟିନ୍ ଜାରି କରାଯାଇଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଥିବା ହେଲ୍ଥ ବୁଲେଟିନ୍‌ରେ ହସ୍ପିଟାଲ ବୋର୍ଡର ଚେୟାରମ୍ୟାନ୍ ଡକ୍ଟର ସିଏଏସ୍ ରାଣା ଏ ସମ୍ପର୍କରେ ସୂଚିତ କରିଛନ୍ତି ।  ନ୍ୟାସନାଲ ଆଡଭାଇଜରୀ କାଉନସିଲର ଚେୟାରପର୍ସନ ରହିଥିବା ୭୩ ବର୍ଷୀୟା ସୋନିଆ ଗାନ୍ଧୀ ଗୁରୁବାର ସାର୍ ଗଙ୍ଗାରାମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ଅଧିକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ସୋନିଆ ଗାନ୍ଧୀ ଗୁରୁବାର ସନ୍ଧ୍ୟା ପାଖାପାଖି ୭ ଟାରେ ରେଗୁଲାର ହେଲ୍ଥ ଚେକ୍ଅପ୍‌ ପାଇଁ ଭର୍ତ୍ତି କରାଯାଇଥିଲା ।

ରାଜସ୍ଥାନ ରାଜନୀତି ନେଇ କରିଥିଲେ ଚର୍ଚ୍ଚା

 ହସ୍ପିଟାଲରେ ଭର୍ତ୍ତି ହେବାର ପାଖାପାଖି ୨ ଦିନ ପୂର୍ବରୁ ସୋନିଆ ଗାନ୍ଧୀ ସୋମବାର ସକାଳେ ପାର୍ଟିର ରାଜ୍ୟସଭା ସଦସ୍ୟଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରିଥିଲେ । ଏହି ବୈଠକରେ ରାଜସ୍ଥାନରେ ଚାଲିଥିବା ରାଜେନୖତିକ ସଂକଟ ଉପରେ ଆଲୋଚନା ହୋଇଛି । ସୋନିଆ ଗାନ୍ଧୀ ପାର୍ଟିର ରାଜ୍ୟସଭା ସଦସ୍ୟଙ୍କ ସହ ହୋଇଥିବା ଆଲୋଚନାରେ ରାଜସ୍ଥାନ ରାଜେନୖତିକ ସଂକଟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ କୋଭିଡ-୧୯ ମହମାରୀ ଏବଂ ଲଦାଖରେ ଚୀନର ଅନୁପ୍ରବେଶ  ନେଇ ସରକାରଙ୍କ କୁପ୍ରବନ୍ଧନ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିଲେ ।

The limits of Rahul as Gandhi - The Hindu

ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ଦାବି

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଏକ ଭର୍ଚୁଆଲ୍ ଆଲୋଚାନ ବେଳେ ପାର୍ଟିର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ପାର୍ଟି ଦାୟିତ୍ୱ ନ୍ୟସ୍ତ କରିବାକୁ ଦାବି ହୋଇଛି । ମିଳିଥିବା ଖବର ଅନୁଯାୟୀ ବରିଷ୍ଠ ନେତା ଦିଗବିଜୟ ସିଂହ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରାଯିବା ପ୍ରସଂଗ ଉଠାଇଛନ୍ତି । ପାର୍ଟିର ବରିଷ୍ଠ ନେତା ରାଜୀବ ସାତବ, ଶକ୍ତିସିଂହ ଗୋହିଲ, ନୀରଜ ଡାଙ୍ଗୀ ଏବଂ ଅନ୍ୟ ସାଂସଦ ଏହାକୁ  ସମର୍ଥନ କରିଥିଲେ ।

ରାଜ୍ୟରେ ବଡ଼ୁଛି କରୋନା ରୋଗୀଙ୍କ ସୁସ୍ଥତା ସଂଖ୍ୟା, ୨୦ ହଜାର ଟପିଲା ସୁସ୍ଥତା ହାର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟରେ ଆଶ୍ୱସ୍ତି ଦେଉଛି ସୁସ୍ଥତା ହାର । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ୭୭୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ୨୦ ହଜାର ୫୧୭ ଜଣ ମୋଟ ରୋଗୀ ସୁସ୍ଥ ହୋଇଛନ୍ତି । ୨୭ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି କରୋନା ରୋଗୀ । ଗଞ୍ଜାମରୁ ୨୧୨ ଜଣ ସର୍ବାଧିକ ରୋଗୀ ସୁସ୍ଥ ହୋଉଛନ୍ତି ।

କଟକରୁ ୧୧୬, ଖୋର୍ଦ୍ଧାରୁ ୮୧, କେନ୍ଦୁଝରରୁ ୬୮, କୋରାପୁଟ ୪୧, ରାୟଗଡ଼ା ୩୧, ଗଜପତିରୁ ୨୭, ସୁନ୍ଦରଗଡ଼ରୁ ୨୪, ଯାଜପୁରରୁ ୨୧, ଗଳାହାଣ୍ଡି ରୁ ୨୦, ନବରଙ୍ଗପୁରରୁ ୧୯, ମୟୂରଭଞ୍ଜରୁ୧୮, କନ୍ଧମାରରୁ୧୪, ମାଲକାନାଗିରିରୁ ୧୨, ସମ୍ବଲପୁରରୁ ୧୧, ବରଗଡ଼ରୁ ୬, ବଲାଙ୍ଗିରରୁ ୫, ବାଲେଶ୍ୱରରୁ ୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରୁ ୧୦ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବୌଦ୍ଧ, ଜଗତସିଂହପୁରରୁ, ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ ଏବଂ ଅନୁଗୁଳ, ନୟାଗଡ଼, ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ପ୍ରକୃତରେ ରାଜସ୍ଥାନ କଂଗ୍ରେସ ପାଖରେ କେତେ ବିଧାୟକ ଅଛନ୍ତି ?

ରାଜସ୍ଥାନର ରାଜନୈତିକ ଘଟଣାକ୍ରମ ପ୍ରତିଦିନ ବଦଳିବାରେ ଲାଗିଛି । ଆଜି କଂଗ୍ରେସ ନିଜ ବିଧାୟକଙ୍କୁ ବିରୋଧୀଙ୍କ କୁଟିଳ ନଜରରୁ ବଂଚାଇବା ପାଇଁ ଜାଗା ବଦଳାଇଛି । ରାଜଧାନୀ ଜୟପୁରରୁ ଜୈସଲମେର ଚାର୍ଟାଡ୍ ପ୍ଲେନରେ ବିଧାୟକଙ୍କୁ ବୁହା ଯାଇଛି । ଖୋଦ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଗୁରୁବାର ଦିନ ବିଧାୟକଙ୍କୁ କହି ସାରିଛନ୍ତି ଗଣତନ୍ତ୍ରର ସୁରକ୍ଷା ପାଇଁ ଆମକୁ ହୋଟେଲରେ ରହିବାକୁ ପଡିବ । ସବୁ ପର୍ବପର୍ବାଣୀ ମଧ୍ୟ ହୋଟେଲରେ ବନାଇବାକୁ ପଡିବ । ଏଇଥିରୁ ଅନୁମାନ କରାଯାଇପରେ ଘୋଡା ବେପାରକୁ କଂଗ୍ରେସ ନେତୃତ୍ୱ କେତେ ଭୟଭୀତ ଅଛନ୍ତି କିମ୍ବା ଏମିତି ବି ହୋଇପାରେ ନିଜ ବିଧାୟକଙ୍କ ଉପରେ କଂଗ୍ରେସରେ ବିଶ୍ୱାସ ନାହିଁ । ଆଜି ତିନୋଟି ଚାର୍ଟାଡ୍ ବିମାନରେ କଂଗ୍ରେସର ବିଧାୟକ ବୁହା ହୋଇଥିଲେ । ତେବେ ତିନିଥରରେ ଯେତିକି ବିଧାୟକ ବୁହା ହୋଇଛନ୍ତି ସେଥିରୁ ଲାଗୁନି ସଂଖ୍ୟାକୁ ନେଇ କଂଗ୍ରେସ ଯେଉଁ ଦମ୍ଭ ଦେଖାଉଛି ସେତିକି ସଂଖ୍ୟା ବଳ ଗହଲୋତଙ୍କ ପାଖରେ ଅଛି ।

mla rajasthan
ରାଜସ୍ଥାନ କଂଗ୍ରେସ ବିଧାୟକ ଚାର୍ଟାଡ୍ ବିମାନରୁ ଓହ୍ଲାଉଛନ୍ତି

ଆମ ପାଖରେ ୧୦୦ ବିଧାୟକ

କଂଗ୍ରେସ କେତେବେଳେ କହୁଛି ଆମ ପାଖରେ ୧୦୦ ବିଧାୟକ ଅଛନ୍ତି । ପୁଣି କେତେବେଳେ କହୁଛି ୧୦୯ ତ କେତେବେଳେ ୧୦୪ । କିନ୍ତୁ ଶୁକ୍ରବାରର ସିଫ୍ଟିଂ ସତକୁ ପଦାରେ ପକାଇ ଦେଇଛି । କାରଣ ଜୟପୁରରୁ ଜୈସଲମରରେ ବିମାନ ପହଂଚିବାବେଳକୁ କଂଗ୍ରେସର ୧୦୦ରୁ ଅଧିକ ବିଧାୟକ ଦାବି ୯୭କୁ ଖସିଯାଇଛି ।

ସିଫ୍ଟିଂରେ ୯୭ ବିଧାୟକ

ଶୁକ୍ରବାର ତିନୋଟ ଚାର୍ଟାଡ୍ ବିମାନରେ ବିଧାୟକଙ୍କୁ ନିଆଯାଇଥିଲା । ପ୍ରଥମ ବିମାନରେ ଥିଲେ ୫୪ ବିଧାୟକ । ଦ୍ୱିତୀୟ ବିମାନରେ ଥିଲେ ୬ । ତୃତୀୟ ବିମାନରେ ଥିଲେ ୩୭ ଜଣ ବିଧାୟକ । ସୂଚନାଯୋଗ୍ୟ ଯେ, ବିଧାୟକଙ୍କ ସିଫ୍ଟିଂ ଗହଲୋତଙ୍କ ସେହି ବୟାନ ପରେ ହୋଇଥିଲା ଯେଉଁଥିରେ ସେ କହିଥିଲେ ଯେ, ରାଜ୍ୟରେ ବିଧାୟକଙ୍କ ରେଟ୍ ବଢି ଯାଇଛି । ରାଜ୍ୟପାଳ ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳ ସବୁଜ ସଂକେତ ଦେବା ପରେ ଘୋଡା ବେପାର ରେଟ୍ ବଢି ଯାଇଛି ।

 

ବାହାବେଦିରୁ ମଶାଣି ଯାଏଁ, ମାସକର ସଂପର୍କକୁ ନେଇ ମୂଳରୁ ଖୋଲତାଡ଼ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବିଦ୍ୟାଶ୍ରୀଙ୍କ କବାଟ ଠକ୍ ଠକ୍ କଲା କ୍ରାଇମବ୍ରାଞ୍ଚ । ଆରମ୍ଭ କଲା ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପାମାଆଙ୍କୁ ଜେରା । ଆଦିତ୍ୟ ମୃତ୍ୟୁର କାରଣ ପଚାରିଲେ ତଦନ୍ତକାରୀ ଟିମ୍ ।  କେମିତି ହେଲା ମୃତ୍ୟୁ ? ମୂଳରୁ ଖିଅ ଖୋଜିଛି କ୍ରାଇମବ୍ରାଞ୍ଚ । ଘଣ୍ଟା ଘଣ୍ଟା ଧରି ଜେରା ଆଜି ଜେରାର ସମ୍ମୁଖିନ ହୋଇଛନ୍ତି ବିଦ୍ୟାଶ୍ରୀ ଏବଂ ଆଦିତ୍ୟଙ୍କ ବାପା ଏବଂ ମାଆ । ପତିପତ୍ନୀଙ୍କ ମଧ୍ୟରେ କଣ ହୋଇଥିଲା ଜୁଲାଇ ୬ ତାରିଖରେ ? କଳିର କାରଣ କଣ ? ମୃତ୍ୟୁର ୫ ଦିନ ପୂର୍ବରୁ ନବଦମ୍ପତିଙ୍କ ମଧ୍ୟରେ କଣ ଚାଲିଥିଲା ? ମାନିସକ ଚାପରେ ଥିଲେ କି ଆଦିତ୍ୟ ? ସେବାଶ୍ରମ ଟଙ୍କାକୁ ନେଇ ମଧ୍ୟ ପ୍ରଶ୍ନ ପଚାରିଛି କ୍ରାଇମବ୍ରାଞ୍ଚ ।

ଜିଆରପି ଠାରୁ ତଦନ୍ତର ସମସ୍ତ ଦସ୍ତାବିଜ ସଂଗ୍ରହ କରିବା ପରେ ବିଦ୍ୟାଶ୍ରୀଙ୍କ ଘରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ । ସୁଇସାଇଡ୍ ନୋଟ୍‌ରେ ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନାହାଁନ୍ତି । ସେପଟେ ଟ୍ରେନ୍ ଡ୍ରାଇଭର କହୁଛନ୍ତି ଦୁର୍ଘଟଣା ଘଟିଛି ଲିଙ୍ଗରାଜ ଷ୍ଟେସନରେ । ତେଣୁ କେମିତି ପ୍ରାଣ ହରାଇଲେ ମାନବପ୍ରେମୀ, ସେହି ରହସ୍ୟ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି ପୋଲିସ୍ ।

ତେବେ ତଦନ୍ତକୁ  ମୂଳରୁ ଆରମ୍ଭ କରିବା ସହ ପୁଣି ଥରେ ଲୋକପାଇଲଟଙ୍କୁ ଜେରା କରିବ କି କ୍ରାଇମବ୍ରାଞ୍ଚ ।  ପପୁ, ବିକାଶ, ପ୍ରୀତମଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିଥିବା ବେଳେ ବିଦ୍ୟାଶ୍ରୀଙ୍କୁ କରାଇବ କି ଫେସ୍ ଟୁ ଫେସ୍  । ସେପଟେ ସାରା ରାଜ୍ୟର ନଜର କ୍ରାଇମବ୍ରାଞ୍ଚର ତ୍ୱରିତ ତଦନ୍ତ ଉପରେ । କାରଣ ସମୟ ଯେତେ ଗଡୁଛି, ଆଦିତ୍ୟ ମୃତ୍ୟୁ ମାମଲା ସେତିକି ରହସ୍ୟମୟ ହେଉଛି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

ନାଇଟ୍ କର୍ଫ୍ୟୁ ବଳବତ୍ତର: ୪ ଜିଲ୍ଲା ଓ ଗୋଟିଏ ମ୍ୟୁନସିପାଲଟି କର୍ପୋରେସନ୍‌ରେ ସାପ୍ତାହିକ୍ ସଟ୍‌ଡାଉନ୍

ଭୁବନେଶ୍ୱର: ଶୁକ୍ରବାରର ସାମ୍ୱାଦିକ ସମ୍ମିଳନୀରେ ଅଗଷ୍ଟ ମାସ ପାଇଁ ରାଜ୍ୟରେ ଲାଗୁ ହେବାକୁ ଥିବା କଟକଣା ବିଷୟରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । କରୋନା ମହାମାରୀରୁ ମାନବ ଜୀବନକୁ ରାକ୍ଷା କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଜୀବିକା ଉପାର୍ଜନକୁ ମଧ୍ୟ ସ୍ୱାଭାବିକ କରିବାକୁ ପଡ଼ିବ । ଏଣୁ ଏହାକୁ ଆଖି ଆଗରେ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ କଟକଣା ପ୍ରସ୍ତୁତ କରାଯାଇଛି ।

            ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଯାଇଥିବା ବେଳେ ରାଜ୍ୟର ଏହାକୁ ବଳବତ୍ତର ରଖାଯାଇଛି । ରାତି ୯ଟାରୁ ସକାଳ ୫ ଯାଏ ବନ୍ଦ ରହିବ ଦୋକାନ ବଜାର, ସାଧାରଣ ଲୋକଙ୍କ ଯାତାୟତ ଉପରେ ଲାଗୁ ହୋଇଛି କଟକଣା । ଏଥିସହିତ ପୂର୍ବରୁ ୪ ଜିଲ୍ଲା ଓ ରାଉରକେଲା ମ୍ୟୁନ୍‌ସିପାଲଟି କର୍ପୋରେସନ୍‌ରେ ଲକ୍‌ଡାଉନ୍ ଲାଗୁ ହୋଇଥିବା  ଏବେ ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ଜିଲ୍ଲ ଓ ରାଉରକେଲା ମ୍ୟୁନସିପାଲଟି କର୍ପୋରେସନ୍‌ରେ ସାପ୍ତାହିକ ସଟଡାଉନ୍ ଲାଗୁ ରଖିଛନ୍ତି । ତେବେ ଆସନ୍ତା ଅଗଷ୍ଟ ୧ ଓ ୨ରେ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲାରହିବ । ଦିନ ୧ଟା ପରରୁ ସଟଡାଉନ୍ ଓ ନାଇଟ କର୍ଫ୍ୟୁ ଲାଗୁ ହେବ । କିନ୍ତୁ ଏହା ପରବର୍ତ୍ତୀ ସପ୍ତାହ ଗୁଡ଼ିକରେ ଶନିବାର ଓ ରବିବାର ପୂର୍ଣ୍ଣ ସଟ୍‌ଡାଉନ୍ ଲାଗୁ ହେବ ।

କୋହଳ ହେଲା କଟକଣା, ବଢ଼ିଲା ଜରିମାନା: ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ତଣ୍ଡ ଗଣିବେ

ଅପରପକ୍ଷରେ ଅଗଷ୍ଟ ୩୧ ଯାଏଁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଜନସାଧାରଣ ପାଇଁ ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ କେନ୍ଦ୍ର ସରକାରଙ୍କ ଦ୍ୱାରା ଚଳାଚଳ କରୁଥିବା ବିମାନ ଲ୍ୟାଣ୍ଡ ଏବଂ ଟେକ୍‌ଅଫ୍‌ କରିପାରିବ । ସିନେମା ହଲ୍, ମନୋରଞ୍ଜନକାରୀ କମ୍ପ୍ଳେକ୍ସ, ସାମାଜିକ ରାଜନୈତିକ,ମନୋରୋଞ୍ଜନ , ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଏଥିସହିତ ସ୍କୁଲ, କଲେଜ ଅଙ୍ଗନଓ୍ୱାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ କିନ୍ତୁ ଏହି ସମୟରେ ପରୀକ୍ଷା ଓ ଖାତା ଦେଖା  ହୋଇପାରିବ । ଅଗଷ୍ଟ ୫ରୁ ଜିମ୍ନାସିୟମ୍, ଯୋଗାନୁଷ୍ଠାନ ଓ ଜିମ୍ ଖୋଲାରିହବ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଏହା ଖୋଲାଯାଇପାରିବ । ରାତି ୯ଟାରୁ ସକାଳ ୫ ଯାଏଁ ସବୁ ଦୋକାନ ବନ୍ଦ ରହିବ । ନାଇଟ୍ କର୍ଫ୍ୟୁ ବେଳେ ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ଆମ୍ୱୁଲାନ୍ସ , ଜରୁରୀକାଳୀନ ସେବା କର୍ମଚାରୀ, ଏୟାରପୋର୍ଟ ଓ ରେଳ ଷ୍ଟେସନ୍ ସହ ସମ୍ପୃକ୍ତ କର୍ମଚାରୀ ଯିବା ଆସିବା କରିପାରିବେ । ଆଇଟି ଆଇଟିଏସ୍ କର୍ମଚାରୀ ଯାଆଆସ କରିବେ । ଜରୁରୀକାଳୀନ ସ୍ଥଳରେ ସାଧାରଣ ଲୋକ ଯିବାଆସିବା କରିପାରିବେ । ଶିଳ୍ପାନୁଷ୍ଠାନ କଟକଣା ମଧ୍ୟରେ କାମ କରିପାରିବ । ଓଲା ଓ ୟୁବେର କେବଳ ଏୟାରପୋର୍ଟ  ଓ ଷ୍ଟେସନରୁ ଲୋକମାନଙ୍କୁ ନେବା ଆଣିବାକୁ କରିପାରିବେ । ଏଥିଲାଗି ସ୍ୱତନ୍ତ୍ର ପାସ୍ ଦରକାର ନାହିଁ । ପେଟ୍ରୋଲ ପମ୍ପ ଖୋଲାରହିବ । ସ୍ଥାନୀୟ ପୋଲିସ ପ୍ରଶାସନ ଦ୍ୱାରା ଚିହ୍ନଟ  ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ଯାଆଆସ କରିପାରିବେ ।

କୋହଳ ହେଲା କଟକଣା, ବଢ଼ିଲା ଜରିମାନା: ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ତଣ୍ଡ ଗଣିବେ

ଭୁବନେଶ୍ୱର: କରୋନା ମୁକାବିଲା ସହ ଆର୍ଥିକ ଗତିବିଧି ସ୍ୱାଭାବିକ କରିବା ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ହେଲେ ୯୦ ପ୍ରତିଶତ ଲୋକେ ଗାଇଡଲାଇନ୍ ମାନନୁଥିବା କହିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।  ଏଣୁ କୋଭିଡ ନିୟମ ଉଲ୍ଲଘଂନ କରୁଥିବା ଲୋକଙ୍କ ଠାରୁ ଆଦାୟ ହେବ ମୋଟା ଆଙ୍କର ଜରିମାନା । ମାସ୍କ ନ ପିନ୍ଧିଲେ ପ୍ରଥମ ଓ ଦ୍ୱିତୀୟ ଥର ୧ ହଜାର ଏବଂ ତୃତୀୟ ଥରରେ ୫ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କୋଭିଡ ନିୟମ ଉଲ୍ଲଘଂନ କରିବ ବାହାଘର କଲେ ୧୦ ହଜାର ଟଙ୍କା ଜରିମାନା ଆାଦୟ କରାଯିବ । ଏବଂ ଏହି ଜରିମାନା ରାଶି ବୃଦ୍ଧି କରାଯିବା ଉପରେ ଚିନ୍ତା କରାଯାଉଥିବା କହିଛନ୍ତି ଅସିତ ତ୍ରିପାଠୀ । କୌରସି ଦୋକାନ ନିୟମ ଉଲ୍ଲଘଂନ କଲେ ପ୍ରଥମ ଥରରେ ୧୦ ହଜାର ଟଙ୍କା ଜରିମାନା ଆଦାୟ ସହ ୧ ସପ୍ତାହ ପାଇଁ ଦୋକାନ ସିଲ୍ ହେବ ଏବଂ ପରବର୍ତ୍ତୀ ସମୟରେ ଏହାକୁ ୧ ମାସ ପର୍ଯ୍ୟନ୍ତ ସିଲ୍ କରାଯିବ ।

ରିୟା ଜାରିକଲେ ଭିଡିଓ ବକ୍ତବ୍ୟ,କହିଲେ ସତ୍ୟମେବ ଜୟତେ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ବିରୋଧରେ ପାଟନାରେ ମାମଲା ରୁଜ ହେବା ପରଠାରୁ ସେ ଗାଏବ ଅଛନ୍ତି । ତାଙ୍କ ପକ୍ଷ କ’ଣ ଜାଣିବାକୁ ସମସ୍ତେ ଚାହୁଁଥିବା ବେଳେ ଶୁକ୍ରବାର ଦିନ ରିୟା ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ମୋ ବାବଦରେ ନ୍ୟୁଜ୍ ଚ୍ୟାନେଲରେ ଅନେକ ଭୟାନକ କଥା କୁହାଯାଉଛି । କିନ୍ତୁ ମୁଁ ଏବେ ଏବାବଦରେ କିଛି କହିବି ନାହିଁ । କାରଣ ମାମଲା ବିଚରାଧିନ ଅଛି ଓ ମୋ ଓକିଲ ମୋତେ କିଛି ନକହିବାକୁ ପରାମର୍ଶ ଦେଇଛନ୍ତି  । ତେବେ ଏତିକି କହିବି ଯେ, ସତ୍ୟମେବ ଜୟତେ ।

https://www.instagram.com/p/CDTqJ9Pn95D/?igshid=187onyjyf3f80

ପାଟନାରେ ଗତ ଶୁକ୍ରବାର ଦିନ ସୁଶାନ୍ତ ସିଂ ରାଜପୁତଙ୍କ ବାପାଙ୍କ ପକ୍ଷରୁ ରାଜୀବ ନଗର ଥାନାରେ ଏତଲା ଦିଆଯିବା ପରେ ରିୟା ଚର୍ଚ୍ଚା ଭିତରକୁ ଆସିଥିଲେ । କାରଣ ଏଫଆଇଆରରେ ପରିବାର ପକ୍ଷରୁ ରିୟା ଓ ତାଙ୍କ ପରିବାରବର୍ଗଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ରିୟା ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କ ଜୀବନକୁ ଆସିଥିଲେ । ସେ ତାଙ୍କୁ ବ୍ଲାକମେଲ୍ କରୁଥିଲେ । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହଡପ କରିଥିଲେ । ଏହି ଅଭିଯୋଗ ଆସିବା ପରଠାରୁ ରିୟା ନିଜ ଘରୁ ଗାଏବ ହୋଇଯାଇଥିଲେ ।

riya

ରିୟାଙ୍କୁ ବୟାନ ନେବା ପାଇଁ ଆସିଥିବା ପାଟନା ପୋଲିସ ଏପର୍ଯ୍ୟନ୍ତ ରିୟାଙ୍କୁ ପାଇ ନାହାନ୍ତି । ଏହାରି ଭିତରେ ପ୍ରଥମ ଥର ପାଇଁ ରିୟାଙ୍କ ବୟାନ ଆସିଛି । ରିୟା ସତ୍ୟମେବ ଜୟତେ କହିଥିବା ବେଳେ ତାଙ୍କର ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ମଧ୍ୟ ରିୟାଙ୍କ ନାମ ଏଫଆଇଆରରେ ଆସିବା ପରେ ସତ୍ୟର ବିଜୟ ହେବ ବୋଲି ଲେଖିଥିଲେ ।

ପ୍ରେମ ଆଗରେ ହାର ମାନିଲା କରୋନା :ପୁଅ-ବୋହୁ ପର କଲେ କିନ୍ତୁ ସ୍ୱାମୀ ହାତ ଛାଡିଲେନି, ସୁସ୍ଥ ହେଲେ ବୃଦ୍ଧା କ୍ୟାନସର ପୀଡିତ କରୋନା ରୋଗୀ

ଯାଜପୁର: ସ୍ୱାମୀ- ସ୍ତ୍ରୀଙ୍କ ସମ୍ପର୍କ ସବୁ ସମ୍ପର୍କଠୁ ଭିନ୍ନ  । ଏମାନେ ସାଥି ସାତଜନ୍ମ ପାଇଁ । ତୁମେ ମୋର ମୁଁ ତୁମର  । ଏଭଳି ଭାବନାକୁ ସମ୍ପର୍କର ପୁଟୁଳିରେ ବାନ୍ଧି କାଟି ଚାଲନ୍ତି ଗୋଟିଏ ପରେ ଗୋଟିଏ ଦିନ । ତେବେ ବର୍ତ୍ତମାନର ବସ୍ତୁବାଦୀ ଓ ସ୍ୱାର୍ଥସର୍ବସ୍ୱ ଦୁନିଆରେ ଏ ସମ୍ପର୍କର ପରିଭାଷା ବଦଳିବାରେ ଲାଗିଛି । ୭ ଜନ୍ମର ସମ୍ପର୍କ ଏଠି ୭ ମିନିଟରେ ଭାଙ୍ଗିବାରେ ଲାଗିଛି । କିନ୍ତୁ ଆପଣଙ୍କୁ କରୋନା କାଳରେ ଏମିତି ଏକ ଦୃଶ୍ୟ ଦେଖାଇବୁ ଯାହା ଆପଣଙ୍କର ସମ୍ପର୍କର ଦୁର୍ବଳ ଡୋରିକୁ ଆହୁରି ମଜବୁତ କରିବ । ଯାଜପୁର ଜିଲ୍ଲା ସୁକିନ୍ଦା ହରିପୁର ଗୋପାଳ ସାହିର ଏକ ବୃଦ୍ଧ ଦମ୍ପତି ଉଦାହରଣ ସୃଷ୍ଟି କରିଛନ୍ତି । ବୃଦ୍ଧା କରୋନା ଆକ୍ରନ୍ତ ହେବା ପରେ ପୁଅ-ବୋହୂ ପର କରିଦେଇଥିବା ବେଳେ ସ୍ୱାମୀ କିନ୍ତୁ କରୋନା ସଂକ୍ରମଣକୁ ନଡରି ପାଖେପାଖେ ରହି ପତ୍ନୀଙ୍କ ସେବା କରୁଛନ୍ତି ।

କୈଳାସ ପ୍ରଧାନ ଓ ଗୋଲି ପ୍ରଧାନ । ଯାଜପୁର ଜିଲ୍ଲା ସୁକିନ୍ଦା ହରିପୁର ଗୋପାଳ ସାହିର କୈଳାସ ପ୍ରଧାନଙ୍କ ସ୍ତ୍ରୀ ଗୋଲି କ୍ୟାନସର ପୀଡ଼ିତ । ପରେ ତାଙ୍କୁ ଦୁଃଖ ଯେମିତି ଆହୁରି ବଢ଼ିଯାଇଥିଲା । କ୍ୟାନସରର କଷ୍ଟ ଉପରେ ମାଡ଼ିବସିଲା କରୋନା । କଟକ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଯାଇଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିଲେ ସ୍ତ୍ରୀ ଗୋଲି । ଏବେ କିନ୍ତୁ କୋଭିଡ୍‌ ହସ୍ପିଟାଲରେ ସୁସ୍ଥହୋଇ ଘରକୁ ଫେରି ୧୪ ଦିନ ସଙ୍ଗରୋଧରେ ଅଛନ୍ତି ।

କିନ୍ତୁ କରୋନା ସମୟରେ ତାଙ୍କ ସହ ଘଟିଥିଲା ଏମିତି କିଛି । କରୋନା ଭୟରେ ପୁଅ-ବୋହୂ ପର କରିଦେଲେ । କରୋନା ଭୟରେ ବୋଉଙ୍କ ପାଖ ମାଡ଼ିଲେନି ପୁଅ ଏବଂ ବୋହୁ । କିନ୍ତୁ ସାତ ଜନ୍ମର ସାଥି ଭାବେ ଗ୍ରହଣ କରିଥିବା ସ୍ୱାମୀ କେମିତିବା ଏକା ଛାଡ଼ିଥାନ୍ତେ । ମଜବୁତ ବୟସରେ ଛାଡି  ନଥିବା ହାତ ବୟଷର ଅପରାହ୍ନରେ କେମିତିବା ଛାଡ଼ିଥାନ୍ତେ । ସେଥିପାଇଁ ଗୋଲିଙ୍କ ପାଖେପାଖେ ରହି ସେବା କରୁଛନ୍ତି ସ୍ୱାମୀ କୈଳାସ ।

ଗୋଲି କ୍ୟାନସରରେ ପୀଡ଼ିତ ହେବା ସମୟରୁ ସ୍ୱାମୀ କୈଳାସ ସେବା କରୁଥିଲେ । ଏବେ ନୁଆଁଣିଆ ଚାଳଘରେ ସଙ୍ଗରୋଧରେ ଥିବା ବେଳେ କରୋନା ସଂକ୍ରମଣକୁ ଭୟ ନକରି ସେବା କରିଆସୁଛନ୍ତି । କାରଣ ଦୀର୍ଘଦିନରୁ ଗୋଲି କରୋନାରେ ଆକ୍ରନ୍ତା ହୋଇ ଅତ୍ୟନ୍ତ ଅସୁସ୍ଥ ହୋଇଛନ୍ତି । କାହା ସାହାଯ୍ୟ ବିନା ସେ ଚାଲିବାତ ଦୂରର କଥା, ଉଠିବା ବସିବା ଓ ଖାଇବା ପାଇଁ ବି ଅସମର୍ଥ । ଏଇ ଦମ୍ପତିଙ୍କ ଭଲପାଇବା ଉଦାହରଣ ସୃଷ୍ଟି କରିଛି  ।

(ଯାଜପୁରରୁ ବିକ୍ରମ କେଶରୀ ସାହୁ)