ପ୍ରକୃତରେ ରାଜସ୍ଥାନ କଂଗ୍ରେସ ପାଖରେ କେତେ ବିଧାୟକ ଅଛନ୍ତି ?

ରାଜସ୍ଥାନର ରାଜନୈତିକ ଘଟଣାକ୍ରମ ପ୍ରତିଦିନ ବଦଳିବାରେ ଲାଗିଛି । ଆଜି କଂଗ୍ରେସ ନିଜ ବିଧାୟକଙ୍କୁ ବିରୋଧୀଙ୍କ କୁଟିଳ ନଜରରୁ ବଂଚାଇବା ପାଇଁ ଜାଗା ବଦଳାଇଛି । ରାଜଧାନୀ ଜୟପୁରରୁ ଜୈସଲମେର ଚାର୍ଟାଡ୍ ପ୍ଲେନରେ ବିଧାୟକଙ୍କୁ ବୁହା ଯାଇଛି । ଖୋଦ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଗୁରୁବାର ଦିନ ବିଧାୟକଙ୍କୁ କହି ସାରିଛନ୍ତି ଗଣତନ୍ତ୍ରର ସୁରକ୍ଷା ପାଇଁ ଆମକୁ ହୋଟେଲରେ ରହିବାକୁ ପଡିବ । ସବୁ ପର୍ବପର୍ବାଣୀ ମଧ୍ୟ ହୋଟେଲରେ ବନାଇବାକୁ ପଡିବ । ଏଇଥିରୁ ଅନୁମାନ କରାଯାଇପରେ ଘୋଡା ବେପାରକୁ କଂଗ୍ରେସ ନେତୃତ୍ୱ କେତେ ଭୟଭୀତ ଅଛନ୍ତି କିମ୍ବା ଏମିତି ବି ହୋଇପାରେ ନିଜ ବିଧାୟକଙ୍କ ଉପରେ କଂଗ୍ରେସରେ ବିଶ୍ୱାସ ନାହିଁ । ଆଜି ତିନୋଟି ଚାର୍ଟାଡ୍ ବିମାନରେ କଂଗ୍ରେସର ବିଧାୟକ ବୁହା ହୋଇଥିଲେ । ତେବେ ତିନିଥରରେ ଯେତିକି ବିଧାୟକ ବୁହା ହୋଇଛନ୍ତି ସେଥିରୁ ଲାଗୁନି ସଂଖ୍ୟାକୁ ନେଇ କଂଗ୍ରେସ ଯେଉଁ ଦମ୍ଭ ଦେଖାଉଛି ସେତିକି ସଂଖ୍ୟା ବଳ ଗହଲୋତଙ୍କ ପାଖରେ ଅଛି ।

mla rajasthan
ରାଜସ୍ଥାନ କଂଗ୍ରେସ ବିଧାୟକ ଚାର୍ଟାଡ୍ ବିମାନରୁ ଓହ୍ଲାଉଛନ୍ତି

ଆମ ପାଖରେ ୧୦୦ ବିଧାୟକ

କଂଗ୍ରେସ କେତେବେଳେ କହୁଛି ଆମ ପାଖରେ ୧୦୦ ବିଧାୟକ ଅଛନ୍ତି । ପୁଣି କେତେବେଳେ କହୁଛି ୧୦୯ ତ କେତେବେଳେ ୧୦୪ । କିନ୍ତୁ ଶୁକ୍ରବାରର ସିଫ୍ଟିଂ ସତକୁ ପଦାରେ ପକାଇ ଦେଇଛି । କାରଣ ଜୟପୁରରୁ ଜୈସଲମରରେ ବିମାନ ପହଂଚିବାବେଳକୁ କଂଗ୍ରେସର ୧୦୦ରୁ ଅଧିକ ବିଧାୟକ ଦାବି ୯୭କୁ ଖସିଯାଇଛି ।

ସିଫ୍ଟିଂରେ ୯୭ ବିଧାୟକ

ଶୁକ୍ରବାର ତିନୋଟ ଚାର୍ଟାଡ୍ ବିମାନରେ ବିଧାୟକଙ୍କୁ ନିଆଯାଇଥିଲା । ପ୍ରଥମ ବିମାନରେ ଥିଲେ ୫୪ ବିଧାୟକ । ଦ୍ୱିତୀୟ ବିମାନରେ ଥିଲେ ୬ । ତୃତୀୟ ବିମାନରେ ଥିଲେ ୩୭ ଜଣ ବିଧାୟକ । ସୂଚନାଯୋଗ୍ୟ ଯେ, ବିଧାୟକଙ୍କ ସିଫ୍ଟିଂ ଗହଲୋତଙ୍କ ସେହି ବୟାନ ପରେ ହୋଇଥିଲା ଯେଉଁଥିରେ ସେ କହିଥିଲେ ଯେ, ରାଜ୍ୟରେ ବିଧାୟକଙ୍କ ରେଟ୍ ବଢି ଯାଇଛି । ରାଜ୍ୟପାଳ ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳ ସବୁଜ ସଂକେତ ଦେବା ପରେ ଘୋଡା ବେପାର ରେଟ୍ ବଢି ଯାଇଛି ।

 

Leave a Reply