ନାଇଟ୍ କର୍ଫ୍ୟୁ ବଳବତ୍ତର: ୪ ଜିଲ୍ଲା ଓ ଗୋଟିଏ ମ୍ୟୁନସିପାଲଟି କର୍ପୋରେସନ୍‌ରେ ସାପ୍ତାହିକ୍ ସଟ୍‌ଡାଉନ୍

ଭୁବନେଶ୍ୱର: ଶୁକ୍ରବାରର ସାମ୍ୱାଦିକ ସମ୍ମିଳନୀରେ ଅଗଷ୍ଟ ମାସ ପାଇଁ ରାଜ୍ୟରେ ଲାଗୁ ହେବାକୁ ଥିବା କଟକଣା ବିଷୟରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । କରୋନା ମହାମାରୀରୁ ମାନବ ଜୀବନକୁ ରାକ୍ଷା କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଜୀବିକା ଉପାର୍ଜନକୁ ମଧ୍ୟ ସ୍ୱାଭାବିକ କରିବାକୁ ପଡ଼ିବ । ଏଣୁ ଏହାକୁ ଆଖି ଆଗରେ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ କଟକଣା ପ୍ରସ୍ତୁତ କରାଯାଇଛି ।

            ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଯାଇଥିବା ବେଳେ ରାଜ୍ୟର ଏହାକୁ ବଳବତ୍ତର ରଖାଯାଇଛି । ରାତି ୯ଟାରୁ ସକାଳ ୫ ଯାଏ ବନ୍ଦ ରହିବ ଦୋକାନ ବଜାର, ସାଧାରଣ ଲୋକଙ୍କ ଯାତାୟତ ଉପରେ ଲାଗୁ ହୋଇଛି କଟକଣା । ଏଥିସହିତ ପୂର୍ବରୁ ୪ ଜିଲ୍ଲା ଓ ରାଉରକେଲା ମ୍ୟୁନ୍‌ସିପାଲଟି କର୍ପୋରେସନ୍‌ରେ ଲକ୍‌ଡାଉନ୍ ଲାଗୁ ହୋଇଥିବା  ଏବେ ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ଜିଲ୍ଲ ଓ ରାଉରକେଲା ମ୍ୟୁନସିପାଲଟି କର୍ପୋରେସନ୍‌ରେ ସାପ୍ତାହିକ ସଟଡାଉନ୍ ଲାଗୁ ରଖିଛନ୍ତି । ତେବେ ଆସନ୍ତା ଅଗଷ୍ଟ ୧ ଓ ୨ରେ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲାରହିବ । ଦିନ ୧ଟା ପରରୁ ସଟଡାଉନ୍ ଓ ନାଇଟ କର୍ଫ୍ୟୁ ଲାଗୁ ହେବ । କିନ୍ତୁ ଏହା ପରବର୍ତ୍ତୀ ସପ୍ତାହ ଗୁଡ଼ିକରେ ଶନିବାର ଓ ରବିବାର ପୂର୍ଣ୍ଣ ସଟ୍‌ଡାଉନ୍ ଲାଗୁ ହେବ ।

କୋହଳ ହେଲା କଟକଣା, ବଢ଼ିଲା ଜରିମାନା: ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ତଣ୍ଡ ଗଣିବେ

ଅପରପକ୍ଷରେ ଅଗଷ୍ଟ ୩୧ ଯାଏଁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଜନସାଧାରଣ ପାଇଁ ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ କେନ୍ଦ୍ର ସରକାରଙ୍କ ଦ୍ୱାରା ଚଳାଚଳ କରୁଥିବା ବିମାନ ଲ୍ୟାଣ୍ଡ ଏବଂ ଟେକ୍‌ଅଫ୍‌ କରିପାରିବ । ସିନେମା ହଲ୍, ମନୋରଞ୍ଜନକାରୀ କମ୍ପ୍ଳେକ୍ସ, ସାମାଜିକ ରାଜନୈତିକ,ମନୋରୋଞ୍ଜନ , ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଏଥିସହିତ ସ୍କୁଲ, କଲେଜ ଅଙ୍ଗନଓ୍ୱାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ କିନ୍ତୁ ଏହି ସମୟରେ ପରୀକ୍ଷା ଓ ଖାତା ଦେଖା  ହୋଇପାରିବ । ଅଗଷ୍ଟ ୫ରୁ ଜିମ୍ନାସିୟମ୍, ଯୋଗାନୁଷ୍ଠାନ ଓ ଜିମ୍ ଖୋଲାରିହବ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଏହା ଖୋଲାଯାଇପାରିବ । ରାତି ୯ଟାରୁ ସକାଳ ୫ ଯାଏଁ ସବୁ ଦୋକାନ ବନ୍ଦ ରହିବ । ନାଇଟ୍ କର୍ଫ୍ୟୁ ବେଳେ ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ଆମ୍ୱୁଲାନ୍ସ , ଜରୁରୀକାଳୀନ ସେବା କର୍ମଚାରୀ, ଏୟାରପୋର୍ଟ ଓ ରେଳ ଷ୍ଟେସନ୍ ସହ ସମ୍ପୃକ୍ତ କର୍ମଚାରୀ ଯିବା ଆସିବା କରିପାରିବେ । ଆଇଟି ଆଇଟିଏସ୍ କର୍ମଚାରୀ ଯାଆଆସ କରିବେ । ଜରୁରୀକାଳୀନ ସ୍ଥଳରେ ସାଧାରଣ ଲୋକ ଯିବାଆସିବା କରିପାରିବେ । ଶିଳ୍ପାନୁଷ୍ଠାନ କଟକଣା ମଧ୍ୟରେ କାମ କରିପାରିବ । ଓଲା ଓ ୟୁବେର କେବଳ ଏୟାରପୋର୍ଟ  ଓ ଷ୍ଟେସନରୁ ଲୋକମାନଙ୍କୁ ନେବା ଆଣିବାକୁ କରିପାରିବେ । ଏଥିଲାଗି ସ୍ୱତନ୍ତ୍ର ପାସ୍ ଦରକାର ନାହିଁ । ପେଟ୍ରୋଲ ପମ୍ପ ଖୋଲାରହିବ । ସ୍ଥାନୀୟ ପୋଲିସ ପ୍ରଶାସନ ଦ୍ୱାରା ଚିହ୍ନଟ  ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ଯାଆଆସ କରିପାରିବେ ।

Leave a Reply