ମଦ ବଦଳରେ ସାନିଟାଇଜର ପିଇ ୯ ଜଣଙ୍କର ମୃତ୍ୟୁ, ଜାଣନ୍ତୁ ପୁରା ଘଟଣା

ଆନ୍ଧ୍ରପ୍ରଦେଶ: କରୋନା ସଂକ୍ରମଣ ପାଇଁ ଦେଶରେ କିଛି ସ୍ଥାନରେ ମଦ ଦୋକାନ ବନ୍ଦ ରହିଛି । ଯଦିଓ କେଉଁଠି କେଉଁଠି ମଦ ଦୋକାନ ଖୋଲା ରହିଛି ହେଲେ ମଦ ନେବା ପାଇଁ କଡ଼ା କଟକଣା ମାନ ଜାରି କରାଯାଇଛି । ଯାହାଫଳର ମଦ ପିଇବାକୁ ଚାହୁଁଥିବା ଲୋକ ନିୟମ ଜାଣି ନପାରି ମଦ ଆଣିପାରୁ ନାହାନ୍ତି । ଏନେଇ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଏକ ଅଘଟଣ ଖଟିଯାଇଛି । ମଦ ନମିଳିବାରୁ ସାନିଟାଇଜର ପିଇ ୯ ଜଣଙ୍କର ମୃତ୍ୟୁ ହୋଇଛି  ।

ସାନିଟାଇଜର ପିଇିବା ଯୋଗୁଁ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି  । ମୃତକ ମାନେ ସମସ୍ତେ ୨୫ରୁ ୪୫ ବର୍ଷ ବୟସ ଭିତରେ ବୋଲି ଜଣାପଡିଛି  । ଘଟଣାରେ ପୋଲିସ ପ୍ରଶାସନ ତଦନ୍ତ ଆରମ୍ଭ କରିଛି  । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମଦ ମିଳୁନଥିବାରୁ ମୃତକ ମାନେ ସାନିଟାଇଜର ପିଇ ଦେଇଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦୋକାନରେ ମିଳୁଥିବା ସବୁ ସାନିଟାଇଜରକୁ ସିଜ କରାଯିବା ସହ ପରୀକ୍ଷା କରିବା ପାଇଁ ପଠାଯାଇଛି  । କରୋନା ସଂକ୍ରମଣ ବଢୁଥିବାରୁ ଗତ ୧୦ ଦିନ ହେଲା ସେହି ଅଞ୍ଚଳରେ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଛି  ।

Leave a Reply