ରିୟା ଜାରିକଲେ ଭିଡିଓ ବକ୍ତବ୍ୟ,କହିଲେ ସତ୍ୟମେବ ଜୟତେ

1 min read

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ବିରୋଧରେ ପାଟନାରେ ମାମଲା ରୁଜ ହେବା ପରଠାରୁ ସେ ଗାଏବ ଅଛନ୍ତି । ତାଙ୍କ ପକ୍ଷ କ’ଣ ଜାଣିବାକୁ ସମସ୍ତେ ଚାହୁଁଥିବା ବେଳେ ଶୁକ୍ରବାର ଦିନ ରିୟା ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ମୋ ବାବଦରେ ନ୍ୟୁଜ୍ ଚ୍ୟାନେଲରେ ଅନେକ ଭୟାନକ କଥା କୁହାଯାଉଛି । କିନ୍ତୁ ମୁଁ ଏବେ ଏବାବଦରେ କିଛି କହିବି ନାହିଁ । କାରଣ ମାମଲା ବିଚରାଧିନ ଅଛି ଓ ମୋ ଓକିଲ ମୋତେ କିଛି ନକହିବାକୁ ପରାମର୍ଶ ଦେଇଛନ୍ତି  । ତେବେ ଏତିକି କହିବି ଯେ, ସତ୍ୟମେବ ଜୟତେ ।

ପାଟନାରେ ଗତ ଶୁକ୍ରବାର ଦିନ ସୁଶାନ୍ତ ସିଂ ରାଜପୁତଙ୍କ ବାପାଙ୍କ ପକ୍ଷରୁ ରାଜୀବ ନଗର ଥାନାରେ ଏତଲା ଦିଆଯିବା ପରେ ରିୟା ଚର୍ଚ୍ଚା ଭିତରକୁ ଆସିଥିଲେ । କାରଣ ଏଫଆଇଆରରେ ପରିବାର ପକ୍ଷରୁ ରିୟା ଓ ତାଙ୍କ ପରିବାରବର୍ଗଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ରିୟା ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କ ଜୀବନକୁ ଆସିଥିଲେ । ସେ ତାଙ୍କୁ ବ୍ଲାକମେଲ୍ କରୁଥିଲେ । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହଡପ କରିଥିଲେ । ଏହି ଅଭିଯୋଗ ଆସିବା ପରଠାରୁ ରିୟା ନିଜ ଘରୁ ଗାଏବ ହୋଇଯାଇଥିଲେ ।

riya

ରିୟାଙ୍କୁ ବୟାନ ନେବା ପାଇଁ ଆସିଥିବା ପାଟନା ପୋଲିସ ଏପର୍ଯ୍ୟନ୍ତ ରିୟାଙ୍କୁ ପାଇ ନାହାନ୍ତି । ଏହାରି ଭିତରେ ପ୍ରଥମ ଥର ପାଇଁ ରିୟାଙ୍କ ବୟାନ ଆସିଛି । ରିୟା ସତ୍ୟମେବ ଜୟତେ କହିଥିବା ବେଳେ ତାଙ୍କର ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ମଧ୍ୟ ରିୟାଙ୍କ ନାମ ଏଫଆଇଆରରେ ଆସିବା ପରେ ସତ୍ୟର ବିଜୟ ହେବ ବୋଲି ଲେଖିଥିଲେ ।

Leave a Reply